Mamatamanjari Das

Inspirational

4.9  

Mamatamanjari Das

Inspirational

ଅସହାୟ ନାରୀଟିଏ

ଅସହାୟ ନାରୀଟିଏ

3 mins
527


ଜୀବନର ଅଙ୍କ କଷୁ କଷୁ କେତେବେଳେ କଣ ଯେ ଘଟିଯାଏ ତାହା ମନେ ରଖିବା ବହୁତ କଷ୍ଟକର ହୋଇଥାଏ। ଏଇ ଦେଖୁନାହାନ୍ତି କାଲି ମାର୍କେଟରୁ କାମ ସାରି ବାହାରେ ଝିଅକୁ ଅପେକ୍ଷା କରିଥାଏ ଶ୍ରୀରାମ କମ୍ପ୍ଲେକ୍ସ (କଟକ)ପାଖରେ ହଠାତ ଜଣେ ଯୁବକଆସି ମୁଣ୍ଡିଆ ମାରିଲା ।ଆଶ୍ଚର୍ଯ୍ୟ ଲାଗୁଥିଲା ଆଜିର ସମାଜରେ ଏପରି ଯୁବକଙ୍କୁ ଦେଖି ।ମୁଁ ତାକୁ ଚିହ୍ନି ପାରୁ ନଥିଲି ତେଣୁ ଅନୁସନ୍ଧିତ୍ସୁ ହୋଇ ତାକୁ ଚାହିଁ ରହିହିଲି।ପିଲାଟି ମୋ ମନ କଥା ବୁଝିପାରିଲା ବୋଧେ ତେଣୁ ନିଜ ତରଫରୁ କହିଲା "ମାଉସୀ ମୋତେ ଚିହ୍ନି ପାରୁ ନାହାଁନ୍ତି ବୋଧହୁଏ "? ମୁଁ କହିଲି ହଁ ରେ ପୁଅ ଚିହ୍ନି ପାରୁନି।ତାପରେ ସେ ନିଜ ପରିଚୟଦେଇ କହିଲା ମାଉସୀ ମୁଁ ପରା ଚନ୍ଦନ ,ତୁମେ ଯେଉଁଠି ଭଡାରେ ଥିଲ ଆମେ ବି ସେଇଠି ଥିଲୁ।ଆଉ ତୁମେ ବି ମୋତେ ପାଠ ପଢାଉ ଥଲ । ଆମେ ଯାଆଁଳା ଭାଇ ଥିଲୁ,ଦିନେ ପଣକିଆ ପଚାରିଲେ ଆମକୁ ଆସିଲାନି ସେଥିପାଇଁ ତୁମେ ଆମ ପାଠପଢା ଦାୟିତ୍ବ ନେଇଥିଲ।ମାଟ୍ରିକ ପାଶ୍ କଲାପରେ ମୋବାଇଲ ଟ୍ରେନିଂ ନେଇ ଏଇଠି ଦୋକାନଟିଏ କରିଛି ।


ଏଥର ଝାପ୍ସା ଝାପ୍ସା ମନେ ପଡିଲା ଅତୀତର ସେଇ କୁନି କୁନି ଦୂଇ ଭାଇଙ୍କ କଥା ।କଟକରେ ଆମେ ଘରଭଡା ନେଇରହିଥାଉ।ଆମର ପଡୋଶୀ ଭାବେ ସେମାନେ ଆସି ରହିଥାନ୍ତି।କିନ୍ତୁ କେବେହେଲେ ସେମାନଙ୍କୁ ଦେଖି ନଥାଏ ।କେବଳ ଶୁଣିଥାଏ ଯାହା ।ତିନି ଛୁଆଙ୍କର ମା ,ଦେଖିବା ପାଇଁ ବି ଖୁବ୍ ସୁନ୍ଦରୀ।ହେଲେ ଜଣେ ପଇସା ବାଲା ବୁଢା ସହ ପଳାଇ ଆସିଥାଏ ସ୍ୱାମୀକୁ ଛାଡି ।କେହି ବି ଜାଣି ନଥାନ୍ତେ ଜଦି ତା ସ୍ୱାମୀ ଆସି କଳିଗୋଳ ନକରି ଥାନ୍ତା।ପଡୋଶୀ ମାନେ ସବୁବେଳେ ଟୁପୁରୁ ଟାପୁରୁ ହୁଅନ୍ତି।ହେଲେ ଜଞ୍ଜାଳ ମୟ ଜୀବନରେ ମୋତେ କେବେ ସମୟ ମିଳେନାହିଁ ଏସବୁ ଝାମେଲାରେ ପଡିବା ପାଇଁ । ଦିନକର ଘଟଣା ଆମେ ଉପର ମହଲାରେ ଥାଉ ।ରବିବାର ହୋଇ ଥିବାରୁ ମୁଁ ଘରେ ଥାଏ।ବାହାରେ ଜୋରରେ ପାଟି ହେବାରୁ ମୁଁ ବାଲ୍କୋନୀକୁ ଆସି ଦେଖିଲି ସେହି ସ୍ତ୍ରୀ ଲୋକଟିର ସ୍ୱାମୀ ଖରାପ ଭାଷାରେ ଗାଳି ଗୁଲଜ କରୁଛି ।ଆଉ ଘର ଓନର ତାକୁ ବୁଝାଇ ବାକୁ ଚେଷ୍ଟା କରୁଛନ୍ତି।ମୋ ପିଲାମାନେ ମୋତେ ଘରକୁ ଟାଣି ଆଣିଲେ।ଆସିଲି ଭାରି ସିନା କିନ୍ତୁ ପ୍ରକୃତ କଥାଟି ଜାଣିବାକୁ ମନ ମୋର ଡହଳ ବିକଳ ହେଉଥାଏ ।ଏମିତିରେ କିଛି ଦିନ କଟିଗଲା ।କୈଣସି ପଡୋଶୀଙ୍କ ସହ ସେ ସ୍ତ୍ରୀ ଲୋକର ସମ୍ପର୍କ ବି ନଥାଏ ।


ଦିନକର ଘଟଣା, ବାଲକୋନୀରେ ଲୁଗାସୁଖାଉ ଥାଏ। ସେ ସ୍ତ୍ରୀ ଲୋକଟି ତାଙ୍କ ବାଲକୋନୀରେ ଛିଡ଼ା ହୋଇ ଥାଏ।ମୋତେ ଦେଖି ହସିଦେଇ ପଚାରିଲା କଣ ଆଜି ଛୁଟି ବୋଲି ସଫା ସଫି ? ମୁଁ ବି ହସିଦେଇ ହଁ ଟିଏ ମାରିଲି। ଏମିତି ଆମ ଦୁହିଁଙ୍କର ଦେଖା ହେଲେ ପଦେ ଅଧେ କଥା ହୋଇଯାଉ।ଦିନେ ସ୍କୁଲରୁ ଫେରିବାବେଳେ ଦେଖିଲିସେହି ଦୁଇ ଭାଇ ଜୋରସେ ମାର୍ ପିଟ୍ ହେଉଛନ୍ତି ।ସେ ଦୁଇଜଣଙ୍କୁ ପାଟି କଲା ପରେ ଚୁପ ହୋଇଗଲେ।ମୁଁ ତାଙ୍କୁ ପଚାରିଲି କିରେ ତୁମେମାନେ କଣ ପାଠଶାଠ ପଢୁନ ? ତା ଭିତରୁ ଜଣେ ଉତ୍ତରଦେଲା ଆଡମିସନ ହୋଇନି ।ତୁମ ମାମା କୁଆଡେ ଯାଇଛି କି ? ସେମାନେ କହିଲେ ଆମେ ଜାଣିନୁ ।ସେମାନଙ୍କୁ ଚୁପ ହୋଇ ବସିବାକୁ କହି ମୁଁ ଘରକୁ ଆସିଲି ।ସନ୍ଧ୍ୟାରେ ମା ତାର ଆସିବାରୁ ମୁଁ ତାକୁ ସବୁକଥା କହିଲି ।କଣ ଭାବିଲା କେଜାଣି ମୋତେ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦିଲା।ତାକୁ ବୁଝାଇଲା ପରେ ସେ ତାର ସମ୍ପୁର୍ଣ୍ଣ କାହାଣୀ କହିବସିଲା ।


ମୁଁ ଯେବେବେଳେ ଯୁକ୍ତଦୁଇ ପଢ଼ୁଥିଲି ଜଣକୁ ଭଲପାଇ ତା'ସହିତ ଘରଛାଡି ପଳାଇ ଥିଲି।ଅନ୍ୟ ଜାତିର ଯୁବକ ହୋଇଥିବାରୁ ଘରେ କେହି ଗ୍ରହଣ କଲେନି।ଶାଶୁ ଘରେ ଗ୍ରହଣ କରିଲେ ସତ ,ହେଲେ ମୁଁ ସେଠି ଚଳି ପାରଲିନି,ଚାଷବନ୍ଦୀ ଘର ବହୁତ କାମ।ସେଥିପାଇଁ ମୋ ସ୍ୱାମୀ ମୋତେ କଟକ ନେଇ ଆସିଲେ।ଆଉ ଗୋଟିଏ କମ୍ପାନୀରେ କାମ କଲେ।ଆମ ପରିବାର ଖୁସିରେ ଚାଲିଥିଲା।ମୋର ପ୍ରଥମ ପୁଅଟି ହେବାଯାଏ ।ତା'ପରେ ସେ ପିଇବା ଆରମ୍ଭ କଲେ।ରୋଜ ପିଅନ୍ତି ଆଉ ମୋତେ ପିଟନ୍ତି। ଏମିତିରେ ମୋର ବୟସ ବି କମ୍।ତେଣୁ ପୁଣିଥରେ ଗର୍ଭବତୀ ହୋଇଗଲି।ଆଉ ଏଥର ମୋର ଦୁଇଟି ପୁଅ ଏକାଠି ହେଲେ । ତା ପରର ନିର୍ଯ୍ୟାତନା ଆହୁରି ବଢିବାରେ ଲାଗିଲା।ପ୍ରତିଦିନ ସାଙ୍ଗମାନଙ୍କୁ ନେଇ ଆସିବେ ଆଉ ତାଙ୍କ ଠାରୁ ମୋଟା ଅଙ୍କ ନେଇ ମୋତେ ତାଙ୍କ ସହ ରାତ୍ରି ଯାପନ କରିବା ପାଇଁ କହିବେ।କେତେ ଆଉ ସହିଥାନ୍ତି ଅପା ? ଯେବେବେଳେ ଜାଣିଲି ମୋ ଜୀବନ ଏଇଆ ସେ ନଥିବା ସମୟରେ ତିନି ଛୁଆଙ୍କୁ ଧରି ଘର ଛାଡି ଦେଲି। ଆଉ ପିଲାଙ୍କ ପେଟରେ ଦାନା ଦବା ପାଇଁ ଏଇ କାମକୁ ଆପଣେଇ ନେଲି। ସେଇଠି ଦେଖା ହେଲା ଏଇ ବାବୁଙ୍କ ସହ।ସେ ମୋତେ ଏଇଠି ଆଣି ଘରଭଡା ନେଇ ରଖିଛନ୍ତି।ସେ ମୋ ବାପ ବୟସର ଅପା,ହେଲେ ସେ ମୋ ପିଲାଙ୍କ ପେଟର ଭୋକ ମାରେ ବୋଲି ମୁଁ ତା ଦେହର ଭୋକ ମାରୁଛି। ତାକୁ ସାନ୍ତନା ଦେବାପାଇଁ ମୋ ପାଖରେ ଭାଷା ନଥିଲା। ତଥାପି କହିଲି ମୋ ପାଖକୁ ପିଲାଙ୍କୁ ପଢିବାକୁ ଛାଡ, ଆଉ ନିଜ ଗୋଡର ଠିଆହୋଇ ତାଙ୍କୁ ମଣିଷ କର।ସୌନ୍ଦର୍ଯ୍ୟ ସବୁବେଳେ ତ ତୁମର ନଥିବ ନା ।ଯଦି ଚାହିଁ ବ ମୁଁ ତୁମକୁ ସିଲେଇ ଶିଖାଇ ଦେବି।ମୋତେ ସେ କିଛି କହିଲାନି।


ଏମିତି କିଛିଦିନ କଟିଗଲା।ଦିନେ ସନ୍ଧ୍ୟାରେ ସେ ଦୁଇ ପିଲାଙ୍କୁ ଧରି ଆସିଲା, ଆଉ କହିଲା ମୋ ପିଲାଙ୍କୁ ପଢାଅ ଅପା ମୁଁ ଅଳ୍ପ ପଇସା ଦେବି। ତା'କଥା ଶୁଣି ହସିଦେଲି ।ସେ ପଚାରିଲା ହସିଲ ଯେ ଅପା।ମୁଁ କହିଲି ମୋ ପୁଅ କହେ ପାଠ ଟା ବ୍ୟବସାୟ ନୁହେଁ।ତେଣୁ ପଇସାର କଥା ଉଠିଲା କୋଉଠୁ ? ପିଲାମାନେ ପାଠପଢି ଯଦି ମଣିଷ ହୋଇ ପାରିବେ ସେଇଟା ମୋ ପାଇଁ ସବୁଠାରୁ ବଡକଥା।ତା'ପରେ ମୁଁ ସେମାନଙ୍କର ପାଠପଢ଼ା ଦାୟିତ୍ବ ନେଲି।ପିଲା ଦୁଇଜଣ ମାଟ୍ରିକ ପାଶ୍ କଲିପରେ ଆମେ ସେଠୁ ଘର ଛାଡି ଦେଇଥିଲୁ। ତା ପରେ ଆଜି ପୁଣି ଦେଖାହଲା।ସତରେ ଆଜି ମୋର ହୃଦୟଙ୍ଗମ ହେଲା ସାହାଯ୍ୟ କେବ ବୃଥା ଯାଏନି ।


Rate this content
Log in

Similar oriya story from Inspirational