Pratap Chandra Mishra

Abstract Others

4.4  

Pratap Chandra Mishra

Abstract Others

ଅଶାନ୍ତ ସୁଖ

ଅଶାନ୍ତ ସୁଖ

8 mins
414



ସ୍ତାଣୁ ପାଲଟି ବିମଳା ଏକାନ୍ତ ରେ ଝରକା ବାହାରକୁ ଉଙ୍କି ମାରୁଛି।ଅତିପ୍ରିୟ ବର୍ଷା ଛିଟା ଦେହରେ ପଡ଼ିଲେ ସେ ଅନୁଭବ କରେ ଯେମିତି ଧୂପ ଦେଲା ବେଳେ ଅ ଲକ୍ଷ୍ୟ ରେ ଦିଆସିଲି କାଠି ରୁ ନିଆଁ ଝୁଲ ଖସି ଦେହରେ ପୀଡା ଦେଉଛି। ଆନମନା ବିମଳା ଦିନେ ଏମିତି ବର୍ଷା ରେ ଭିଜିବା କୁ ଅତି ପ୍ରିୟ ବୋଲି ଭାବୁଥିଲା। ବୋଉ ଯେତେ ବାରଣ କଲେ ବି ସେ ବାହାରକୁ ଯାଇ ଭିଯିବ ନିଶ୍ଚୟ। ହେଲେ ସେ ଝରକା ବାହାର ର ବର୍ଷା ଦେଖି ଆନମନା ଯେ କେତେବେଳ ରୁ ହୋଇଯାଇଛି ଯେ କେହି ଦେଖିଲେ ବି କହିଦେବ।ଖିଆଲି ବିମଳା ଅତିତ କୁ ନେଇ ବିଲକୁଲ ନିଶ୍ଚଳ ସ୍ଥିର ଚିତ୍ତ ରେ ବର୍ଷା ବିଜୁଳି ମିଶ୍ରିତ କଳା ଆକାଶ କୁ ଚାହିଁ ରହିଛି। ସେ ଖିଆଲ ଭିତରେ ନୁଆଁ ନୂଆଁ ଅଧ୍ୟାପିକା ହୋଇ କଲେଜ ଚାକିରୀ ରେ ଯୋଗ ଦେଇଥିବା ଦିନ ଗୁଡାକ ମନରେ ପଶି ଆସିଛି। ପାଠ ପଢା ସାରିବା ପରେ ଚାକିରୀ ପରୀକ୍ଷା ରେ ସଫଳ ହୋଇ ସେ ଯୋଗ୍ୟ ହୋଇଥିଲା ଇଂରାଜୀ ଅଧ୍ୟାପକ ହୋଇ ଅଧ୍ୟାପନା କରିବା ପାଇଁ ,ବିକ୍ରମ ଦେବ କଲେଜ ରେ ।ମନରେ ଅଦମ୍ୟ ଉତ୍ସାହ।ଘର ଲୋକଙ୍କ ପ୍ରେରଣା ଆଉ ସେ ଝିଅ ଟେ ହୋଇ ଏହି ସଙ୍ଘର୍ଷ ପୂର୍ଣ୍ଣ ବେତାଳିଆ ଚାକିରୀ ଅଭାବୀ ଦୁନିଆରେ ଯେଉଁଠି ହଜାର ହଜାର ବେକାର ଯୁବକ ଯୁବତୀ ବେକାର ସମସ୍ୟା ରେ ପୀଡ଼ିତ,ବିମଳା ସେଥିରୁ ଆଶ୍ୱସ୍ତି ପାଇସାରିଛି। ସେ ବିଦ୍ୟାର୍ଥୀ ଥିବା ସମୟରେ ତାକୁ ପଢ଼ାଉଥିବା ଅଧ୍ୟକ୍ଷ ଓ ଗୁରୁଜନ ଙ୍କୁ ଅନୁସରଣ କରି ଜୀବନ ଯାତ୍ରା ଆରମ୍ଭ କରିବ ବୋଲି ବେଶ ଖୁସି । ହେଲେ କଲେଜ ପରିସର ଶିକ୍ଷା ସୌଧ /ଶିକ୍ଷା ମନ୍ଦିର ହେଲେ କଣ ହେବ? ସେହି କଲେଜ ପ୍ରାଙ୍ଗଣ ଅସାମାଜିକ ଆଡ୍ଡା ହୋଇ ଉଭା ହୋଇଥିବା କଥା ସେ ତିଳେ ବି ଜାଣି ପାରି ନଥିଲା। ସେଠି ରାଜନେତା ଙ୍କ ଦାୟାଦ ଶିକ୍ଷା ନାଆଁ ରେ ପରିଚାଳନା ଦାଇତ୍ୱ ରେ ଥିବା ସେମାନଙ୍କ ବାପା ଓ ଅନ୍ୟାନ୍ୟ କ୍ଷମତା ଶିଳ ଙ୍କ ଆଶ୍ରୟ କୁ ବଳିଷ୍ଠ ବାହୁ ବଳ ଭାବି ପାଠ ନାଁ ରେ ଅରାଜକତା କରିଚାଲିଛନ୍ତି ସେହି କଲେଜ ପରିସର ରେ। ବିମଳା ଶାନ୍ତ,ସରଳ ସ୍ଵଭାବ ର ଝିଅ ଟେ। କର୍ମ ଆଦରି ସେ ତା ପେଶା କୁ ପ୍ରାଧାନ୍ୟ ଦେଇ ନିଜ କର୍ମ କରିଚାଲୁଥାଏ। ଧିରେ ଧିରେ ଜ୍ଞାନୀ ବିମଳା ର ଶିକ୍ଷ୍ୟା ଦାନ ପ୍ରଣାଳୀ ଛାତ୍ର ସମାଜ ରେ ବେଶ୍ ଆଦୃତ ହେବା ଲାଗୁଥିଲା। କିନ୍ତୁ ଅସାମାଜିକ ଲୋକ ଙ୍କ ନଜର ରୁ ନିଜକୁ ଲୁଚାଇ ପାରୁ ନଥିଲା। ସେ ସେମାନଙ୍କ ଲୋଲୁପଦୃଷ୍ଟି ରେ ସର୍ବଦା ରହି ଆସୁଥିଲା। ବିକ୍ରମ ଦେବ କଲେଜ ରେ ଛାତ୍ର ନେତା ଭାବେ ପ୍ରାଧାନ୍ୟ ବିସ୍ତାର କରିଥିବା ଧଣ୍ଡ ଓରଫ ଫଗୁ ସମସ୍ତ ଙ୍କ ପାଇଁ ଆତଙ୍କ ହୋଇ ଥିଲା। ବିଶେଷ କରି ସୁନ୍ଦରୀ ଝିଅ ମାନେ ସେହି କଲେଜ ରେ ବେଶୀ ନିର୍ଯ୍ୟାତନା ପାଉଥିଲେ ଏବଂ କଲେଜ ରେ ଧିରେ ଧୀରେ ପଢିବା କୁ ମନ ବଳାଉ ନଥିଲେ। ଅନ୍ୟତ୍ର ଚାଲି ଯାଇଥିଲେ। କଲେଜ୍ କତୃପକ୍ଷ ଙ୍କ ତାଗିଦ୍ ସେ ଦୃଷ୍ଠ ଙ୍କ ପାଇଁ ; ପରିଚାଳନା ସଦସ୍ୟ ଙ୍କ ଆକ୍ରୋଶ ରେ କୁଆଡେ ମିଳାଇ ଯାଉଥିଲା । କିଛି ବି ଅସ୍ତ୍ର ସେଠି କାମ କରି ନଥିଲା। ଅଧ୍ୟାପକ ଅଧ୍ୟାପିକା ମାନେ ନିଜ ନିଜ ର ଭାଗ୍ୟ ଆଦରି ସେଠି ପଡ଼ି ରହିଥିଲେ। ହେଲେ ବିମଳା ଥିଲା ସାହସୀ ଓ ଧୈର୍ଯ୍ୟ ଶିଳା। ପରିସ୍ଥିତିକୁ ସାମ୍ନା କରିବା ସାହସ ତାଠି ଭରି ରହିଥିଲା। ଅବଳା ବୋଲି ସମାଜ ରେ ଘଟୁ ଥିବା ଅଘଟଣ କୁ ସହଜ ରେ ସେ ନ ନେଇ ଦୃଢ ମୁକାବିଲା କରିବା କୁ ଆଗେଇ ଆସୁଥିଲା।କିନ୍ତୁ ଧଣ୍ଡ,ବିମଳା ର ସୁନାମ ଓ ସୌନ୍ଧର୍ଯ୍ୟ କୁ ଦେଖି ସେ ମନରେ ବିକାର ଗ୍ରସ୍ତ ହୋଇଯାଇଥିଲା। ବିମଳା କୁ ହାତେଇବା ପାଇଁ ବିଭିନ୍ନ ପ୍ରକାର ହରକତ ହଇରାଣ ବି କରିବା ଆରମ୍ଭ କରିଦେଇଥିଲା। ବିମଳା ସବୁ ପ୍ରତ୍ୟାଖ୍ୟାନ କରି ସହିବା ସହ ଚେତାବନୀ ଦେଇଥିଲା ଧଣ୍ଡ କୁ।ସମୟ ଆସିଲେ ଯଦି ଏ ହରକତ ରୁ ନିଜକୁ ନ ସୁଧାରେ ତେବେ ତାର ପରିଣାମ ଭୋଗିବାକୁ ହେବ। ଧଣ୍ଡ , ତାଛଲ୍ୟ କରି ବିମଳା ର କଥାକୁ ହସରେ ଉଡ଼ାଇ ଦେଇ ସେ ଦିନ ଚାଲି ଯାଇଥିଲା।

ଧିରେ ଧିରେ ଧଣ୍ଡ , ବିମଳା ର ସନ୍ନିକଟ ହେବାକୁ ଆହୁରି ହଇରାଣ କଲା।ବିମଳା ଅସହ୍ୟ ହେବାରୁ ସ୍ଥାନୀୟ ପୋଲିସ ରେ ଧଣ୍ଡ ନାଆଁ ରେ ଏତଲା ଦେଇଥିଲା ବିମଳା। ଉତ୍ୟକ୍ତ ଧଣ୍ଡ ମାରାତ୍ମକ ରୂପ ନେଇ ବିମଳା କୁ ଅତର୍କିତ ଭାବେ ଆକ୍ରମଣ କରିବା ପାଇଁ ଆଗେଇ ଆସିଥିବା ବେଳେ କଲେଜ୍ କତୃପକ୍ଷ ପୋଲିସ ଙ୍କ ମିଳିତ ଉଦ୍ୟମ ରେ ଏହି ଆକ୍ରମଣ ରୋକାଯାଇ ପାରିଲା। ପୋଲିସ ର ତାଗିଦ୍ ଧଣ୍ଡ କୁ ସୁଧାରିବା ପାଇଁ ଶକ୍ତ ଥିଲା। ପୁଣି କିଛି ହେଲେ ସିଧା ଜେଲ ରେ ବନ୍ଦୀ କରି କଲେଜ୍ ରୁ ବହିଷ୍କାର କରାଯିବ ବୋଲି ଚେତାବନୀ ବି ଦିଆଗଲା। ସେହି ଥାନା କୁ ବହୁତ୍ ଦିନ ପରେ ଜଣେ ଶକ୍ତ,ଦକ୍ଷ,ଦାଇତ୍ୱ ବାନ ପୋଲିସ ଅଫିସର ଆସି କାର୍ଯ୍ୟ ରେ ଯୋଗ ଦେଇ ଗୁଣ୍ଡା, ଲାଞ୍ଚୁଆ,ଅସାମାଜିକ ବ୍ୟକ୍ତି ମାନଙ୍କ ର ଯମ ପାଲଟି ଯାଇଥିଲେ। ପୂର୍ବ ରୁ ସେ ଜଣେ ନୀର୍ଭିକ,ସାହାସୀ ଓ ଲାଞ୍ଚ ଖୋର୍ ମନ ବୃତ୍ତି ନ ଥିବା ଦକ୍ଷ ପୋଲିସ ଭାବରେ ବେଶ ସୁନାମ ଅର୍ଜିଥିଲେ । ତେଣୁ ରାଜନେତା,ଓ ଅସାଧୁ ମହଲ ରେ ପୋଲିସ ବାବୁଙ୍କ ନାଁ ଶୁଣିଲେ ସମସ୍ତେ ଭୟ ରେ ଥରୁଥିଲେ। ଅନ୍ୟାୟ ଅତ୍ୟାଚାର କରୁଥିବା ଲୋକ କୁ ସେ କଠୋର ଦଣ୍ଡ ବିଧାନ କରିବା କୁ ପଛାଉ ନ ଥିଲେ। ତେଣୁ ସେ କଲେଜ୍ ଥିବା ଇଲାକା ରେ ଏକ ରକମ୍ ଶାନ୍ତ ପରିବେଶ ଧିରେ ଧିରେ ଗଢି ବାକୁ ଯାଉଥିବା ବେଳେ ଧଣ୍ଡ ର ଔଦ୍ଧତ୍ୟ ଥମିବାର ନାଁ ନେଇ ନଥିଲା। ପୁଣି ବିମଳା କୁ ତାର ସାଙ୍ଗ ମାନେ ମିଶି ଅପହରଣ ଯୋଜନା କରିଥିବା ବେଳେ,କୌଣସି ମାଧ୍ୟମ ରୁ ପୁଲିସ ବାବୁ ଏହା ଜାଣି ପୂର୍ବ ସୂଚନା ପ୍ରକାରେ ଧଣ୍ଡ କୁ ବନ୍ଦୀ କଲେ। ବିମଳା କୁ ସତର୍କ ରହିବାକୁ ପରାମର୍ଶ ବି ଦେଲେ। ଧଣ୍ଡ ଉପର ନେତା ଙ୍କ ଛତ୍ର ଛାୟା ରେ ଥିବା ରୁ ସେ ବେଶୀ ଦିନ ବନ୍ଦୀ ରେ ରହିଲା ନାହିଁ। ମୁକ୍ତ ହୋଇ ପୋଲିସ ଅଫିସର ଓ ବିମଳା କୁ ପାନେ ଦେବାକୁ ସ୍ଥିର କରି ସୁଯୋଗ ଅପେକ୍ଷା ରେ ରହିଥିଲା। ବିମଳା ଘରେ ଏ ସବୁ ଅଘଟଣ ଜାଣି, ଘର ଲୋକ ମାନେ ତାର ବିବାହ କରିବା କୁ ମନସ୍ଥ କଲେ। ହେଲେ ବାରମ୍ବାର ବିପଦ ରୁ ରକ୍ଷା କରିଥିବା ପୋଲିସ ବାବୁ ଙ୍କୁ ସେ ତାର ଭାବ ଦିଆନିଆ କରି କେବେ ଠାରୁ ମନ ଦେଇସାରିଥିଲା।ପୋଲିସ ବାବୁ ବି ବିମଳା ର ପ୍ରକୃତି ଦେଖି ସେ ବି ବିମଳା ପ୍ରତି ଢଳି ଯାଇ ଥିଲେ । ଉଭୟ ପ୍ରେମ ରେ ପତିତ ଥିବା ବେଳେ, ହଠାତ୍ ଘର ଲୋକଙ୍କ ବିବାହ କଥା ବିମଳା କୁ ଅସ୍ଥବ୍ୟସ୍ତ୍ କରୁଥିଲା। ଦିନେ ସେ ପୋଲିସ ବାବୁ ଙ୍କୁ ନିଜ ମନକଥା କହି ତାଙ୍କର ସହମତି ଲୋଡିଥିଲା। ପୋଲିସ ବାବୁ ବି ନୀତି ଆଦର୍ଶ ରେ ଜୀବନ ବିତାଉ ଥିଲେ। ସେ ନିଜ ଘରେ ଏ କଥା କହି ଲେ। ବିମଳା ବି ନିର୍ଭୀକ ଭାବେ ନିଜ ବାପା ଓ ମାଙ୍କୁ ଭଲ ପାଇବା କଥା କହିଲା। ଉଭୟ ପରିବାର ସ୍ଵୀକୃତି କ୍ରମେ ନିର୍ଦ୍ଧାରଣ ଶୁଭ ଲଗ୍ନ ରେ ଧୁମ୍ ଧାମ ରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଗଲା।ବିବାହ ପରେ ବିମଳା ପୋଲିସ ବାବୁ ଙ୍କ ସହ ସରକାରୀ ବାସ ଭବନରେ ବୈବାହିକ ଓ ବୃତ୍ତି ଗତ ଜୀବନ ସୁଖ ରେ ଅତିବାହିତ କରିବା କୁ ଲାଗିଲେ। ବିଧି ର ବିଧାନ କିଛି ଅଲଗା ଥିଲା ବେଳେ, ଧଣ୍ଡ ପ୍ରତିଶୋଧ ପରାୟଣ ହୋଇଥିଲା । ସେ ତାର କ୍ରୁରତା ପଣିଆ ଦେଖାଇବା ପାଇଁ ଜଣେ ବୃଦ୍ଧ ବ୍ୟକ୍ତି ଙ୍କ ପୁଅ କୌଣସି କାରଣ ରୁ ପୋଲିସ୍ ଦ୍ଵାରା ଜେଲ ରେ ବନ୍ଦୀ ଥିଲା, ସେହି କର୍ତ୍ତବ୍ୟ ନିଷ୍ଟ ପୋଲିସ ବାବୁ ଙ୍କ ଥାନା ରେ। ତେଣୁ ଧଣ୍ଡ ଚକ୍ରାନ୍ତ କରି ସେହି ବୃଦ୍ଧ ଜଣକୁ ପୋଲିସ ବାବୁଙ୍କ ବସା କୁ ଦାମୀ ସୁନା ଗହଣା ପ୍ୟାକେଟ ଉପହାର ଦେବା କୁ ପଠାଇ ଥିଲା।କାରଣ ପୋଲିସ ବାବୁ ଲାଞ୍ଚ ର ଶକ୍ତ ବିରୋଧୀ ଥିଲେ। କିଛି ନେବାର ତ ଦୂର କଥା, ଟଙ୍କା,ପଇସା,ଉପହାର ଜାଚିବା ଶୁଣିଲେ ଲେ ଉତ୍କ୍ଷିପ୍ତ ହୋଇ ଉଠୁଥିଲେ। ତେଣୁ ତାଙ୍କ ଅନୁପସ୍ଥିତି ରେ ସ୍ତ୍ରୀ ଙ୍କୁ ଉପହାର ଦେଇ ମିଛ ରେ ଫସାଇ ଧଣ୍ଡ ନିଜର ପ୍ରତିଶୋଧ ପୂର୍ଣ୍ଣ କରିବା ଲକ୍ଷ ହାସଲ କରିବ ବୋଲି ଯୋଜନା କରିଥିଲା।ଘର କୁ ଆସିଥିବା ବୃଦ୍ଧ ବ୍ୟକ୍ତି ଙ୍କ ଉପହାର ବିମଳା ନିଜ ପାଖରେ ରଖି ଦେଇଥିଲେ।କାରଣ ସରଳ ବିମଳା ବୁଢ଼ା ବ୍ୟକ୍ତି ଙ୍କ କଥାରେ ବିଶ୍ୱାସ କରି ନେଇଥିଲା ଯେ ପୋଲିସ ବାବୁ ,ତାହା ବଣିକ ଦ୍ଵାରା ବିମଳା ପାଇଁ ଗଢାଇ ପଠାଇଛନ୍ତି ବୋଲି ସୂଚନା ଦେଇଥିବା ଯୋଗୁଁ।ପରବର୍ତ୍ତୀ ସମୟରେ ସେହି ବୃଦ୍ଧ ବ୍ୟକ୍ତି ଥାନା କୁ ଯାଇ ନିଜ ପୁଅ କୁ ବନ୍ଦୀ ମୁକ୍ତ କରିବା କୁ ଗୁହାରି କରିଥିଲା। ଏବଂ ପୋଲିସ ବାବୁ ଅପରାଧୀ କୁ ଛାଡ଼ିବାକୁ ମନା କରିବା ପରେ ସେ ବ୍ୟକ୍ତି ଜଣଙ୍କ ପୁଣି ଅଭିଯୋଗ କଲେ, ଲାଞ୍ଚ ନେଲେ ଆପଣ ,ଲାଞ୍ଚ ଦେଉଥିବା ଲୋକ କୁ ଅପରାଧୀ ଭାବି ତାକୁ ଜେଲ ରେ ରଖୁଛନ୍ତି।ହେଲେ ମୁଁ ମୋର ପୁଅ ର ମୁକ୍ତି ପାଇଁ ମୁଁ ବି ଆପଣଙ୍କୁ ସ୍ଵର୍ଣ୍ଣ ଅଳଙ୍କାର ଦେଇଛି। କାହିଁକି ଆପଣ ମୋ ପୁଅ କୁ ଛାଡ଼ିବେ ନାହିଁ ଓ ଲାଞ୍ଚ ନେଇଥିବା ଆପଣଙ୍କ ନିଜ ଲୋକ କୁ ବି ବନ୍ଦୀ କରୁନାହାନ୍ତି?

ପୋଲିସ ବାବୁ କିଛି ଜାଣି ନଥିଲେ। ସେ ସବୁ କଥା ସେହି ବ୍ୟକ୍ତି ଠାରୁ ଜାଣି, ତାଙ୍କୁ ସାଥିରେ ନେଇ ପୋଲିସ ବାବୁ ନିଜ ବାସ ଭବନ କୁ ଗଲେ। ବିମଳା ଙ୍କୁ ସେହି ଅଳଙ୍କାର ବିଷୟ ରେ ପଚାରି ବୁଝିଲେ। ତାହା ଲାଞ୍ଚ ଥିଲା କହି ବିମଳା ଙ୍କୁ ସିଧା ଥାନା ହାଜତ ରେ ନେଇ ରଖି ମାମଲା ରୁଜୁ କଲେ। ବୃଦ୍ଧ ବ୍ୟକ୍ତି ଜଣଙ୍କ ଅବାକ୍ ହେବା ବେଳେ ଧଣ୍ଡ ବେଶ୍ ଖୁସି ଅନୁଭବ କରୁଥିଲା।ଏଥର ଦୁହିଁଙ୍କୁ ଅଲଗା କରିବା ସଫଳ ହେଲା।ପରବର୍ତ୍ତୀ ଚାଲ ପାଇଁ ପୁଣି ବୁଦ୍ଧି ଖଟାଇବା ଯୋଜନା ଚାଲୁ ରଖିଥିଲା।ବିମଳା ଏତାଦୃଶ ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। କିଛି ଭାବି ପାରୁନଥିଲା ବେଳେ ବିମଳା ର ବାପା ଓକିଲ ସହାୟତା ରେ ବିମଳା କୁ ଜେଲ ରୁ ଘରକୁ ଆଣିଲେ।ମର୍ମାହତ ନିଷ୍ଠା ବାନ ପୋଲିସ ବାବୁ ଭଲ ପାଉଥିବା ପ୍ରାଣ ପ୍ରିୟା ବିମଳା ଙ୍କୁ ନିଜ ଠାରୁ ଦୂରେଇ ବହୁତ୍ କଷ୍ଟ ଅନୁଭବ କରୁଥିଲା ବେଳେ ବାପା ଘର ଲୋକ ମାନେ ଛାଡପତ୍ର ପାଇଁ ଆବେଦନ କରିବାକୁ ମନସ୍ଥ କରୁଥିଲେ। ବିମଳା ଚୁପ୍ ଚାପ୍ ସବୁ ଗୋଳମାଳ ର ସମାଧାନ ଖୋଜୁ ଥିଲା। ସ୍ଵାମୀ ଙ୍କୁ ଫୋନ୍ କରେ ହେଲେ ପୋଲିସ ବାବୁ ଫୋନ୍ ଉଠାଉ ନ ଥିଲେ। କିଛି ଦିନ ଗଲା ପରେ ନବ ବିବାହିତ ଦମ୍ପତ୍ତି ଙ୍କ ଜୀବନ ରେ ଅଶାନ୍ତ ଝଡ଼ ବହି ଚାଲିଥିଲା। ଧଣ୍ଡ ପୋଲିସ ବାବୁ ଙ୍କୁ ରାସ୍ତା ରୁ ହଟାଇବାକୁ ଯୋଜନା କରି , ବିଧାୟକ ଙ୍କ ସଭା ରେ ତଦାରଖ ଦାଇତ୍ୱ ରେ ଥିବା ପୋଲିସ ବାବୁ ଙ୍କୁ ମାରିବା ଯୋଜନା କରିଥିଲା। କିନ୍ତୁ ସୌଭାଗ୍ୟ ବଶତଃ ବୋମା ମାଡ଼ ରୁ ଗୁରୁତର ଭାବେ ଆକ୍ରାନ୍ତ ହେଲା ପରେ ବି ପୋଲିସ ବାବୁ ଙ୍କ ଜୀବନ ରକ୍ଷା ହୋଇଯାଇଥିଲା।

ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଥିଲା ବେଳେ ସେ ମନେ ମନେ ବିମଳା ର ଉପସ୍ଥିତି ଆବଶ୍ୟକ କରିଥିଲେ।ସେଭଳି ବିମଳା ମଧ୍ୟ ଘଟଣା ଜାଣି ମର୍ମାହତ ହୋଇ ଥିଲା। ସେ ବହୁତ୍ ଚିନ୍ତା କଲା ପରେ ଅଜ୍ଞାନ ବଶତଃ କରିଥିବା ଭୁଲ ପାଇଁ ପଶ୍ଚାତାପ କରୁଥିଲା ଏବମ ପୋଲିସ ବାବୁ ଙ୍କୁ ଦେଖା କରିବା କୁ ଉଦ୍ୟତ ହେଉଥିଲା ବେଳେ ବାପା ଛାଡ଼ ପତ୍ର ର ପ୍ରହାର ରେ ବିମଳା ର ପଥ ରୋଧ କରିଥିଲେ।

ହନ୍ତସନ୍ତ ବିମଳା ଅଶାନ୍ତ ମନ ଓ ସ୍ଵାମୀ ଙ୍କ ପ୍ରେମ ମୋହ ଏ ସବୁ ପରେ ପୁଲିସ୍ ବାବୁ ଙ୍କ ଆକ୍ରମଣ କାରୀ ସେହି ଧଣ୍ଡ ହିଁ ସୂତ୍ରଧାର ବୋଲି ପରି ପ୍ରକାଶ ହେବା ନିଶ୍ଚିତ ବୋଲି ବିମଳା ଜାଣି ଆହୁରି ବ୍ୟସ୍ତ ହୋଇ ପଡ଼ିଥିଲା।

ବିମଳା ସବୁ ଜାଣି ସେ ନିଷ୍ପତ୍ତି ନେଲା ଯିଏ ବି ପ୍ରତିରୋଧ କରୁ ସ୍ଵାମୀ ଙ୍କ ପାଖକୁ ଯିବ। ଏବଂ ସେ କାହାକୁ କିଛି ନ କହି ଚାଲି ଯାଇଥିଲା ପୋଲିସ ବାବୁ ଙ୍କ ପାଖକୁ। ପୋଲିସ ବାବୁ ସେତେବେଳକୁ ଧଣ୍ଡ କୁ ଖୋଜୁଥିଲେ ସେହି ଅଘଟଣ ପାଇଁ। ବିମଳା କୁ ଦେଖି ଖୁସି ହେବା ବେଳେ ଧଣ୍ଡ ପୋଲିସ ବାବୁ ଙ୍କ ବସା କୁ ଗୁପ୍ତ ରେ ଯାଇ ଖଳ ସାଙ୍ଗ ମାନଙ୍କୁ ନେଇ ଅତର୍କିତ ଭାବେ ପୁଣି ଆକ୍ରମଣ କରିଦେଇଥିଲା। ଯାହା ଫଳ ରେ ପୋଲିସ ବାବୁ ଧଣ୍ଡ କୁ ସେହିଠାରେ ହିଁ ଗୁଳି କରିଦେଇଥିଲେ।ଏତିକି ବେଳେ ଧଣ୍ଡ ଏ ଆକ୍ରମଣ ରେ ବିମଳା ର ମୁଣ୍ଡ ରେ ଓ ଗୋଡ ରେ ଶକ୍ତ ଆଘାତକରି ଦେଇ ଥିଲା। ଫେରାର ହେବା ବେଳେ ଗୁଣ୍ଡା ମାନେ ପୋଲିସ ଙ୍କ ଦ୍ଵାରା ଗିରଫ ହୋଇ ଥିଲେ।ବିମଳା ଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ।ବିମଳା ର ବାପା ଏ ସବୁ ରେ ଅତିଷ୍ଠ ହୋଇ ଝିଅ ର ଏତାଦୃଶ କାର୍ଯ୍ୟ ପାଇଁ ଅତୃପ୍ତ ଥିଲେ। ଏବଂ ମେଡିକଲ ରୁ ନିଜ ଘରକୁ ନେଇ ଆସିଥିଲେ। ବିମଳା ଘରେ ଶରୀର କୁ ସୁଧାରୁ ଥିବା ବେଳେ ପୋଲିସ ବାବୁ କର୍ତ୍ତବ୍ୟ ପଥରେ ନିଷ୍ଠା ର ସହ କାର୍ଯ୍ୟରତ ଥିଲେ।ଆନମନା ବିମଳା ହଠାତ୍ ଫୋନ୍ କଲ ରେ ଚେଇଁ ଉଠିଲା। ପୋଲିସ ବାବୁ ଫୋନ୍ କରି ଦେହ ସୁସ୍ଥ କଥା ପଚାରି ବୁଝି ଥିଲା ବେଳେ,ବାପା ଝଡ଼ ଭଳି ଆସି ଅଶାନ୍ତ ଲୋକ କୁ ଜୀବନ ସାଥି ରୂପେ ଆଦରି ଥିବା ପ୍ରସଙ୍ଗ କହି ବିତୃଷ୍ଣା ଭାବ ପ୍ରକାଶ କରିଥିଲେ। କିନ୍ତୁ ବିମଳା ବାପା ଙ୍କୁ ନିଜ ସ୍ଵାମୀ ଙ୍କ ସ୍ୱାଭିମାନ ଓ ଗୌରବ ଗାଥା କହି ଯଥା ଶୀଘ୍ର ସ୍ଵାମୀ ଙ୍କ ପାଖ କୁ ଫେରି ଯିବାକୁ ଅନୁରୋଧ କରିଥିଲେ।ଛାଡପତ୍ର ଭଳି କୁସଂସ୍କାର ନଥିପତ୍ର ଭାବ ଭାବନା ରେ ପଡ଼ି ମନାନ୍ତର ଅରଜି ଅନର୍ଥ କରିବା କୁ ଆଗେଇବା ରୁ ବିରତ ରହିବାକୁ ବି ଅଧ୍ୟାପକ ହିସାବ ରେ ପ୍ରାଞ୍ଜଳ ଭାବ ରେ ଘର ର ସଦସ୍ୟ ଙ୍କୁ କହି ଥିଲେ।


ଦେହ ର ସୁସ୍ଥ ତା ଓ କଲେଜ ପରିସର ରୁ ଅଶାନ୍ତ ହଟି ଯାଇଥିବା ଯୋଗୁଁ ସ୍ଥାନୀୟ ଇଲାକାପୁରା ଶାନ୍ତ ପଡିଯାଇଥିଲା। ଟେଲିଭିଜନ ପରଦା ରେ ପୋଲିସ ବାବୁ ଓ ବିମଳା ମେଡମ୍ ଙ୍କ ପ୍ରେମ କାହାଣୀ ଅନନ୍ୟ ଭାବେ ଉପସ୍ଥାପନା ବିଭିନ୍ନ ଚାନେଲ ରେ ଘନ ଘନ ପ୍ରସାରିତ ହେଉଥିଲା।


Rate this content
Log in

Similar oriya story from Abstract