STORYMIRROR

Sonali Garnayak

Drama

3  

Sonali Garnayak

Drama

ଅପେକ୍ଷାର ଅନ୍ତ

ଅପେକ୍ଷାର ଅନ୍ତ

3 mins
207

ଆଶ୍ୱାସନାକୁ କାଲି ପୁଅ ଘର ଦେଖିବାକୁ ଆସୁଛନ୍ତି ବୋଲି ବାପା ତାଙ୍କ ରୋକଠୋକ ନିଷ୍ପତ୍ତି ଶୁଣାଇ ଦେଇଗଲେ |ତା ନାହିଁ ହଁ ର ଉତ୍ତରକୁ ବହୁତ ଦିନ ହେବ ସମାଲୋଚନା କରି କରି ଆଉ ତାଙ୍କ ପାଖରେ ଧର୍ଯ୍ୟ ନାହିଁ |ବୟସର ଗତି ଅନୁସାରେ ତାଙ୍କ ବାର୍ଦ୍ଧକ୍ୟର ଆମନ୍ତ୍ରଣ ଆଉ ତାଙ୍କ ପକ୍ଷରେ ଶଯ୍ୟ ନୁହେଁ |ଏଇଟା ତାଙ୍କ ଶେଷ ନିଷ୍ପତ୍ତି, ଆଜି ଯଦି ଏଥିରୁ ସେ ଓହରିଯିବ ତେବେ ସେ ଜୀବନ ହାରିଦେବେ ବୋଲି ଧମକ ମଧ୍ୟ ଦେଇଯାଇଛନ୍ତି |ଆଶ୍ୱାସନାର ବୟସ ମଧ୍ୟ ସାଧାରଣ ଝିଅଙ୍କ ବିବାହ ବୟସରୁ ଅତିକ୍ରାନ୍ତ ହୋଇସାରିଛି |ପାଉଡର, ସ୍ନୋର ପ୍ରଲେପ ତା ବୟସ୍କିଆ ଚର୍ମକୁ ସିନା ଘୋଡେଇ ରଖିଛି ହେଲେ କେତେ ଦିନ ଏମିତି ଆଉ ଦିନେ ନା ଦିନେ ସତ୍ୟର ଉନ୍ମୋଚନ ହେବ |ବହୁ ଖୋଜା ଖୋଜି କରି ଭଲ ପାତ୍ରଟିଏ ଯୋଗାଡ଼ କରିଛନ୍ତି ଆଶ୍ୱାସନାର ବାପା ସମୀର ବାବୁ |ପିଲା ଟି ପାଠ ସାଠ ଦି ଅକ୍ଷର ପଡିଛି, ଗାଁରେ ପ୍ରବଳ ଜମିବାଡ଼ି ଯେଉଁଥିରୁ ପ୍ରତିବର୍ଷ ଭରଣ ଭରଣ ଧାନ, ଗହମ, ମୁଗ, ବିରି ଉତ୍ପାଦନ ହେଉଛି,ଆଉ ଏ ସବୁ ଟନ ଟନ ବିକ୍ରି ହୁଏ ବାହାର ରାଜ୍ୟକୁ ତାର ସମସ୍ତ ହିସାବ କିତାବ କରେ ମଧ୍ୟ |ସମୀର ବାବୁଙ୍କ ପିଉସୀ ପୁଅ ଭାଇ ଏ ପ୍ରସ୍ତାବଟି ଆଣିଦେଇଛନ୍ତି |ଝିର ବୟସ ଜାଣି ମଧ୍ୟ ପୁଅ ବାପା, ମା ରାଜି ହୋଇଛନ୍ତି |ତା ସହ ଗୋଟାଏ ବୋଲି ଝିଅ ଯାହା ତାଙ୍କ ଜୀବନ କାଳରେ ଅର୍ଜିଛନ୍ତି ସମୀର ବାବୁ ସବୁ ଦେବେ ବୋଲି କଥା ଦେଇଛନ୍ତି |

      ସବୁ ଠିକ୍ ହେଲା ଯେ ହେଲେ ଆଶ୍ୱାସନା ମନ ଭିତରେ କେବଳ ଯାଗା ସଂକେତନ ଙ୍କ ପାଇଁ, ଯାହାକୁ ସେ ମନ ପ୍ରାଣ, ହୃଦୟ ଏବଂ ଶରୀର ସବୁ କିଛି ସମର୍ପି ସାରିଛି |ତାକୁ ହିଁ ତ ସ୍ୱାମୀ ରୂପରେ ପାଇବାକୁ ଦିନ ରାତି ସ୍ବପ୍ନ ଦେଖିଛି |ଏ ବିଲ, ତୋଟା ମାଳ, ନଦୀ, ଗାଡ଼ିଆ, ପକ୍ଷୀ ଏ ସମସ୍ତେ ତା ପ୍ରେମର ମୁକ ସାକ୍ଷୀ |ଏଇ ତ କିଛି ଦିନ ଆଗରୁ ଏମାନଙ୍କ ଆଗରେ ସଂକେତନଙ୍କ ହାତ ଧରି କେତେ କଥା ଗପିଛି ସେ ଏଠି ବସି କେତେ ଅଭିମାନ, ଛଳନା ସବୁକିଛି ତ ଆଖି ତାଡି ତାଡି ଦେଖିଛନ୍ତି ଏମାନେ, ହେଲେ ଆଜି ମୁକ କାହିଁକି? ମୁକ ହେବିନି! କେମିତି ସଂକେତନ ଫେରି ଆସି ମୋ ହାତ ବାପାଙ୍କ ଠୁ ମାଗିନେବେ ବୋଲି କଥା ଦେଇ ଯାଇଛନ୍ତି ଯେ ଯାଇଛନ୍ତି ତାପରେ ଥରୁଟେ ହେଲେ ଦେଖା ନାହିଁ କି ଚିଠି ନାହିଁ |ବରଷ ବରଷ କରି ପାଞ୍ଚ ବର୍ଷ ହେଲାଣି ସେ ତା ଚିଠି ଲେଖି ଲେଖି ତା ଦୁଃଖ ଆଉ ପରିସ୍ଥିତି ତାଙ୍କୁ ଜଣାଉଛି ହେଲେ ଉତ୍ତର କେବଳ ଏକ ଅବିରତ ଆଶ୍ୱାସନା ଛୁଟି ମିଳୁନି, ଛୁଟି ନେଇ ବହୁତ ଶୀଘ୍ର ପହଂଚିଯିବି |ଆଉ ସେ ଚିଠିର ଉତ୍ତର କୁ ଭରସି ରହଛି ଆଜିଯାଏ ଆଶ୍ୱାସନା, କଉଠି ନା କଉଠି ତା ମନ କୋଣରେ ସେ ବିଶ୍ୱାସ ଥାଏ ସଂକେତ ନିଶ୍ଚୟ ଆସିବ |

ଏ ଗାଁ ଙ୍କୁ ଆସି ଗାଁର ପରିଭ୍ରମଣ କରୁଥିବା ସହରୀ ବିଦେଶୀ ଥିଲା ସଂକେତ |ସରକାରଙ୍କ ପାଖରେ ଅପିଲ କରିଥିଲେ ମୋନାହର ପୁର ଗାଁକୁ ଗଲେ ତାର ଏକ ଲେଡି ଆସିଷ୍ଟାଣ୍ଟ ଦରକାର ଯିଏକି ରନ୍ଧା ବଢ଼ା କରିବ ଏବଂ ତା ଘର କାମ ସବୁ କରିବ ତା ବଦଳରେ ମୋଟା ଅଙ୍କର ଦରମା ଦିଆଯିବ |ସେହି ଗାଁର କିଛି ଲୋକକୁ କୁହା କୁହି କରି ଚୟନ ହୋଇଥିଲା ଲେଡି ଆସିଷ୍ଟାଣ୍ଟ ରୂପରେ ଆଶ୍ୱାସନା |ଏମିତି ଭାବରେ ସଂକେତ ବାବୁଙ୍କର ସେବା ଯତ୍ନ କରୁ କରୁ କେତେବେଳେ ତାଙ୍କ ହୃଦୟରେ ଘର କରିସାରିଥିଲା ଆଶ୍ୱାସନା |ଏତେ ବଡ଼ ଅଜଣା ଅଚିଂହା ଗାଁରେ ତାର ଏକା ସାହା ଭରସା ତ ଥିଲା ଏଇ ଆଶ୍ୱାସନା |ବାଟ ଜଗି ବସିଥାଏ କେତେବେଳେ ସେ ଫେରିଲେ ତା ପାଇଁ ଖାଇବାକୁ ବାଢିଦବ ଆଉ କହିବ କାମ କରି କରି ଦୁର୍ବଳ ହୋଇଗଲଣି ବଳେଇ ବଳେଇ ଖାଇବାକୁ ଦେବ, ଶ୍ରଦ୍ଧାରେ ତାଙ୍କ ଲୁଗାପଟା କାଢି ନେଇ ପରିଷ୍କାର କରି ରଖିଦେଇଥିବ ସଂକେତ ଅଫିସ ଯିବା ପୂର୍ବରୁ, ଏମିତି ଜ୍ୱର ମୁଣ୍ଡ ବିନ୍ଧା ହେଲେ ଦେହ ମୁଣ୍ଡ ଆଉଁସି ଦିଏ |ଏମିତି ଏକା ରାତି ଜ୍ୱରରେ ସଂକେତ ଦେହ ପୁରା ଶୀତଳ ପଡୀସାରିଥିଲା, ଆଶ୍ୱାସନା ଦେଖିଲା ତା ପାଖରେ ଆଉ କିଛି ଉପାୟ ନାହିଁ ସଂକେତକୁ ବଞ୍ଚାଇବା ପାଇଁ ସେଥିପାଇଁ କିଛି ନ ଭାବି ତା କୁମାରୀତ ର ବଳିଦାନ ଦେଇଦେଇଥିଲା |ଏ ସବୁ ଜାଣିବାପରେ ସଂକେତ କଥା ଦେଇଥିଲା ସେ ନିଶ୍ଚୟ ଆଶ୍ୱାସନାକୁ ନିଜର କରିବ ତାକୁ ଠକି ଦେବନି କାରଣ ସେ ତାକୁ ଜୀବନ ଦାନ ଦେଇଛି |ତାପରେ ବଦଳି ହୋଇଚାଲିଯାଇଥିଲା ସଂକେତ ଆଉ ତା ପରଠୁ ତାର ଦେଖା ନାହିଁ କି ଦର୍ଶନ ନାହିଁ |ଆଶ୍ୱାସନା ଭାବିସାରିଛି ଆଉ ଅପେକ୍ଷା କରିବନି ସଂକେତର କାରଣ ସେ ବୁଝିସାରିଛି ସେ ତାକୁ ଠକି ଦେଇ ଯାଇଛି, ବିଦେଶୀ ବାବୁଙ୍କର ତ ଏ ଗୋଟାଏ ଖେଳ ସବୁ ନେବା ପରେ କଥା ଦେଇ ଆଉ ଫେରନ୍ତିନି |ଆଜି ତାକୁ ସେ ଅପେକ୍ଷାର ଅନ୍ତ ଘଟାଇ ବାପାଙ୍କ କଥାରେ ରାଜି ହେବାକୁ ପଡିବ, ହଁ ରାଜି ହେବାକୁ ପଡିବ............



Rate this content
Log in

Similar oriya story from Drama