ଅପେକ୍ଷା
ଅପେକ୍ଷା
ମାଆ ମାଆ ଡାକ ଶୁଣି ଦାଣ୍ଡ କବାଟ ଖୋଲି ଦେଖିଲେ ଜରି ଗୋଟାଳି ଝିଅ ଟି, ପାଣି ମୁନ୍ଦେ ମାଗୁଛି ପିଇବାକୁ, ନୁଖୁରା ବାଳ, ଅଲରା ଅସନା ରୂପ ଭେକ, କୋଟରରେ ପଶିଯାଇଛି ଆଖି, କେତେ ଅବା ବୟସ ହେବ, ଏ ବୟସ ରେ ପାଠ ପଢିବାକୁ ଯିବା ପରିବର୍ତ୍ତେ ଗୋଟଉଛି ଜରି, ବୁଲି ବୁଲି ପନ୍ଦର କୁ ପନ୍ଦର, ଦୁଃଖ ଲାଗିଲା ସୁମୀ ଙ୍କୁ, ନିଜ ଝିଅ କଥା ମନେ ପଡିଗଲା, ତା ପିଲାଦିନେ, ଛାଡିକି ଗଲେ ବି କେତେ କଥା ବୁଝି କି ଯିବାକୁ ପଡେ, ସୁଷମ ଖାଦ୍ୟ ଯୋଗାଡ଼ି, ପାଣି ବଟଲ,ଟରକିସ ଇତ୍ୟାଦି ସଜେଇ ରଖି ଫେରିଲା ଯାଏଁ ଚିନ୍ତାରେ ଥାଏ l
ମାଆ ମୁନ୍ଦେ ପାଣି କହି ଝିଅଟି ନଥ କରି ବସିପଡିଲା, ତ ଦୌଡ଼ିଗଲେ ସୁମୀ ନେଇ ଆସିଲେ ପାଣି ସହ କିଛି ଟୀଫିନ, ଖୁସିରେ ଖାଇ ପାଣି ପି ଝିଅଟି ଓଃ କହି ଉଠୁଥିଲା, ତ ତା ହାତ ଧରି ବସାଇଦେଲେ ସୁମୀ, କହିଲେ ଆମ ଘରେ ପ୍ରବଳ ସଉଦା ଜରି, ଆଜି ନେଇଯା, ଝିଅଟି ପୁଣି ଖୁସି ହେଇଗଲା, ସୁମୀ ପଚାରିଲେ ମାଆ ପାଠ ପଢ଼ିବୁ, ତ ଝିଅଟି କହୁଥିଲା, ନାଇଁ ମାଆ,ସ୍କୁଲ ଝିଅ ପିଲାମାନେ ସ୍ଲୋଗାନ ଦେଇ ଯାଉଥିଲେ ସୁସ୍ଥ ପରିବେଶ ପାଇଁ ପ୍ଲାଷ୍ଟିକ ଜରି ବର୍ଜ୍ଜନ କର, କିନ୍ତୁ ମୁଁ ଦିଖିଛି ସ୍କୁଲ ରେ ପ୍ରତିଦିନ ପ୍ଲାଷ୍ଟିକ ଜରି ଭର୍ତ୍ତି, ହେଲେ ମୁଁ ତ କାମରେ ଦେଖେଇ ଦଉଛି, ହଁ ଯେ ମାଆ, ମାଗଣା ବହି ଡ୍ରେସ, ଚାଉଳ, ଜୋତା ପାଇ ପଢିଲେ ଅନ୍ତତଃ ବିଦେଶ ରେ ଥିବା ବାପା ପାଖକୁ ଚିଠି ଲେଖିତ ପାରନ୍ତୁ, ଖୁସିରେ ଫିକ କରି ହସି ଜରି ନେଇ ଚାଲିଗଲା l
ତା ପରଦିନ ପଲିଥିନ ଟିଏ ବଢାଇ ସଉଦା ଲିଷ୍ଟ ସହ ଦୁଇଶହ ଟଙ୍କିଆ ଟି ଫେରେଇବାକୁ ଆସିଥିଲା, ତ ସୁମୀ କାନ୍ଦି ପକେଇଥିଲେ, ଝିଅଟିର ସଚୋଟ ପଣିଆରେ, ଆଉ ଡ୍ରେସ ସହ କିଛି ଖାଦ୍ୟ ଓ ପଇସା ଦେଇ କହିଥିଲେ, ପାଠ ପଢିବାକୁ ରାଜି ହେଇଯା ଝିଅ, ହଉ ମୋ ମାଆ କୁ ପଚାରି ଆସେ କହି ଏଯାଏଁ ଫେରିନି ମିତା l