ଅପେକ୍ଷା
ଅପେକ୍ଷା
ରାମୁ କୁ ଦେଖିବା ପରେ , ମନରେ ଉଙ୍କି ମାରୁଥାଏ ଅନେକ ପ୍ରଶ୍ନ । ଅନେକ କଷ୍ଟ ହେଉଥାଏ ମୋତେ ସତରେ ଜୀବନ କେତେ ଅଧୁରା। କାସ ମୋର ମଧ୍ଯ କେହି ଜଣେ ସାଙ୍ଗ ଥାଆନ୍ତା କି ..!! ସେ ମଧ୍ୟ ମୋ ପାଖକୁ ଆସି ବସି ଥାଆନ୍ତl "କିଛି ମୁହୂର୍ତ୍ତ " । ପଚାରି ଥାଆନ୍ତା ଅନେକ ପ୍ରଶ୍ନ । କହି ଥାଆନ୍ତା ଅନେକ ଗୁଡ଼ିଏ କଥା । ମୋ ସହିତ ହସନ୍ତା ଖେଲନ୍ତା ଆଉ ଦୁଃଖରେ ଭାଙ୍ଗି ପଡ଼ିବା ସମୟରେ ମୋ କାନ୍ଧରେ ମୁଣ୍ଡ ରଖି କୁହନ୍ତା 'ସ୍ୱପ୍ନ ,ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ । ତୁମକୁ ଛାଡ଼ି ରହି ପାରିବି ନାହିଁ । ମନ ହେଉଛି ଏମିତି ତୁମ ପାଖରେ ବସି ସାରା ଜୀବନ କାଟି ଦିଅନ୍ତି । ତୁମେ ଦୁଷ୍ଟାମୀ କରିଲେ କୁହନ୍ତି , ହେ ତୁମେ ଦୁଷ୍ଟ ହେଉଛ । ତୁମ ଓଠରେ ଆଙ୍ଗୁଠି ରଖି କୁହନ୍ତି ଚୁପ୍ .... ପୁରା ଚୁପ୍ ...!!
ମୁଁ ତା କଥା ଶୁଣି କୁହନ୍ତି କଣ ତୁମକୁ ମୋର ଦୁଷ୍ଟାମୀ ଭଲ ଲାଗୁନି କି ?? କୁହ ସ୍ଵାତୀ !! ତୁମେ କଣ ଏଇ ସ୍ଵପ୍ନ ର ସ୍ବପ୍ନନେଇ ବଞ୍ଚିବାକୁ ଚାହୁଁନ ..?? ଧେତ୍ ତମେ ବି ବଡ ଅଜବ ପ୍ରକାରର ଲୋକ । ଏତେ ଦୁଷ୍ଟାମୀ କଣ' ମ ??
ବେଳେବେଳେ ଜୀବନ ଏବଂ ସମୟ ଏହିପରି କିଛି କହିଥାଏ, ଇଚ୍ଛାର ବସ୍ତୁ ଭାଗ୍ୟରେ ନଥାଏ କାରଣ ଆମ ଜୀବନରେ କିଛି ସୀମା ଅଛି | ଜୀବନ ଏବଂ ସମୟ ସେମାନଙ୍କୁ ଅତିକ୍ରମ କରିବାର ପଥରେ ଛିଡା ହୋଇଛି । ପ୍ରଥମ ଦେଖାରେ ସେ ମୋତେ ବହୁତ୍ ପସନ୍ଦ ଲାଗିଥିଲେ । ଆଉ ମୁଁ ଜାଣିନି ସେ "ମୋତେ ପସନ୍ଦ କରୁଥିଲେ କି ନାହିଁ " । କିନ୍ତୁ ସମୟ ଗଡି ଚାଲିବା ସହିତ ସ୍ଵାତୀ ମଧ୍ଯ ପସନ୍ଦ କରିଲେ ମୋତେ । ସମୟ ସାଜିଲା ବାଧକ କାରଣ ସେ ଜାଣିପାରିଥିଲେ ମୁଁ ନୈଷ୍ଠିକ ବ୍ରାହ୍ମଣ। ତୃଣଭୋଜି ପ୍ରାଣୀ ଆଉ ସେ ମାଂସାହାରୀ ପ୍ରାଣୀ କ୍ଷେତ୍ରୀୟ କୂଳରେ ଜନ୍ମ ।
ସ୍ଵାତୀଙ୍କ ବୟସରେ ଆଉ ମୋ ବୟସରେ ଅନେକ ଫରକ ତଥାପି ବନ୍ଧୁଟିଏ ଭାବରେ ସେ ମୋ ସହିତ ଜଡିଦ, କେଜାଣି କିଏ କଣ ଭାବିପାରନ୍ତି... ମୋ ଜାଣିବାରେ ବନ୍ଧୁତ୍ୱ ର କୌଣସି ବୟସ ନଥାଏ,ଜାତି,ଧର୍ମ,ରଙ୍ଗ ନଥାଏ... ତାହା ମୁଁ ପ୍ରମାଣିତ ବି କରିଛି ବୋଲି ସେ ବେଶ ଭଲ ଭାବରେ ଜାଣିଛନ୍ତି ଏବଂ ସମୟ ସମୟରେ ପୁଷ୍ଠି କରନ୍ତି ।
ସେଦିନ ଥିଲା ମୋର ଜନ୍ମଦିନ । ଗଦା ଗଦା ଉପହାର ସହିତ ମେଞ୍ଚା ମେଞ୍ଚା ହୋଇ ଆସୁଛି ଶୁଭେଚ୍ଛା ବାର୍ତ୍ତା । କିଛି ନୀରବ ଦ୍ରଷ୍ଟା ସାଜିଥିବା ପାଠକ ମାନେ ମଧ୍ୟ ସାମ୍ନାକୁ ଆସିଥିଲେ , କିଛି ପୁଅ ଆଉ କିଛି ଝିଅ । ଢେର୍ ସାରା ଶୁଭେଚ୍ଛା ଜଣାଇଲେ । ଅନେକଗୁଡ଼ିଏ ଶୁଭକାମନା ଓ ଶୁଭେଚ୍ଛା ମିଳିଲା । ଅଫିସରେ ମୋ ସହକର୍ମୀ ମାନେ ଅନାଇ ବସିଥାଆନ୍ତି ମୋ ଚ୍ୟାମ୍ବର୍ ପାଖରେ ସାର୍ ଆସିବେ ଆଉ ଶୁଭେଚ୍ଛା ବାର୍ତ୍ତା ଜଣାଇବା ପରେ ମୋ ହାତରେ ରକ୍ତ ଗୋଲାପ ଓ ନୀଳ ଗୋଲାପର ପୁଷ୍ପଗୁଚ୍ଛକୁ ଧରାଇ ଦେଇ ଯିବେ । ସେମାନଙ୍କର ଆଶା ଅନେକ କିଛି ଥାଏ ଆଉ ମୁଁ ପୁରା କରିବାକୁ ମଧ୍ଯ ତତ୍ପର । ପାର୍ଟି ଆରମ୍ଭ ହେବାକୁ କିଛି ସମୟ ଅଛି କୋଳାହଳ ରେ ଅଫିସର କରିଡ଼ର ଗୁଞ୍ଜନ୍ ସୃଷ୍ଟି କରୁଛି । ପାଖରେ ଠିଆ ହୋଇଛନ୍ତି ମୋ ବସ ( ବଡ଼ବାବୁ) କେଜାଣି କାହିଁକି ମୋ ଆଖିରୁ ଝରି ପଡ଼ିଲା କିଛି ଟୋପା ଅଶ୍ରୁ । କେହି କାଳେ ଜାଣି ପାରିବେ ତେଣୁ ମୁଁ ବାହାନା କରି ପ୍ରଥମେ ମୋ ଚଷମାକୁ ଧରି ଧିରେ ଧିରେ ଆଖିର ଲୁହ ଗୁଡlକୁ ପୋଛି ପକେଇଲି । କାରଣ ମୁଁ ବୋଧେ ଅପେକ୍ଷାକୃତ ଭାବେ ରହିଥିଲି କାହାର ଶୁଭେଚ୍ଛା ବାର୍ତ୍ତାର.......
" ଅପେକ୍ଷା "ରେ.....
ଏକା ସହିତ ୨/୩ ଟି ମେସେଜ ଆସିଲା , ଇନବକ୍ସ, ୱାଟସ୍ ଆପ୍ ଓ ମେସେଞ୍ଜର କୁ । ସବୁଥିରେ ଭର୍ତି ନିଆରା ଗିଫ୍ଟ ବକ୍ସ ଯାହା ଲୁକାଇତ ଭାବରେ ଥିଲା । ତାକୁ ମୁଁ ଛୁଇଁବା ପରେ ସେଥିରେ ଲେଖାଥିଲା ଯେ ମୁଁ ଟ୍ରେନର ଶେଷ ଡବା ଭଳି ଶେଷରେ ଆପଣଙ୍କୁ ଆପଣଙ୍କ ଜନ୍ମଦିନର ଶୁଭେଛା ଜଣାଉଛି । ଆଜି ଆପଣଙ୍କ ର ଜନ୍ମଦିନ, ଆଜି ଦିନକୁ ବି ଧନ୍ୟବାଦ, ଆପଣଙ୍କ ପରି ହିତାକାଂକ୍ଷୀ ବନ୍ଧୁଟିଏ ଯୋଉ ମୋତେ ଭେଟି ଦେଇଛି... ମଣିଷ ତ ସ୍ୱାର୍ଥପର, ସେଇ ସ୍ୱାର୍ଥରେ ମୁଁ ବି କହିବି ଏମିତି ବନ୍ଧୁଟିଏ ହେଇ ଥାଆନ୍ତୁ ମୋ ପାଶେ ସର୍ବଦା... ଆପଣଙ୍କ ଆଶୀର୍ବାଦ ଭରା ହାତ ମୋ ମୁଣ୍ଡ ଉପରେ ଥାଉ । ବନ୍ଧୁ ଟିଏ ପରି ସବୁବେଳେ ରହିଥାନ୍ତୁ ମୋ ସହ ସୁଖରେ ଦୁଃଖ ରେ ସବୁ ପରିସ୍ଥିତି ରେ....ସବୁବେଳେ ଏମିତି ରହିଥାନ୍ତୁ ବନ୍ଧୁଟିଏ ହୋଇ.. ଆପଣ.....
ଯେହେତୁ ସେ ଜଣେ ଇଂରାଜୀ ଶିକ୍ଷୟତ୍ରୀ , ତେଣୁ ସେ କିଛି ଇଂରାଜୀ ଭାଷାର ପ୍ରଚଳନ କରି ଦୁଇପଦ ଲେଖିବାକୁ ଭୁଲି ନଥିଲେ । " ମେନି ମେନୀ ରିଟର୍ଣ୍ଣ ଅଫ ଦ୍ ଡେ ... ୱିଶିଂ ୟୁ ଏ ହାପୀ ହlପୀ ବର୍ଥ-ଡେ ସ୍ୱପ୍ନ ବାବୁ ...!!" ଆଉ ଏହାପରେ ନିଜ ସ୍ୱରରେ ସୁନ୍ଦର ହିନ୍ଦୀ ଭାଷାର ଗୀତଟିଏ ଗାଇ ଅଡିଓ ଧ୍ୱନି ର ସମ୍ବାଦ ଶୁଣାଇଛନ୍ତି ...
ଦେଖା ତୁମ କୋ ଜବ ସେ
ତୁମ ପେ ପ୍ୟାର ଆଗେୟା
ଯିତନି ବାର ଦେଖା
ଉତନି ବାର ଆଗେୟା
ତେରେ ସଙ୍ଗ ବିତ୍ ଯାଏ
ମେରୀ ଜିନ୍ଦେଗୀ ସାରି
ଜେସେ ତୁମି ହୋ ସାନ୍ସୋ ସେ ହବାୟେଁ
ବୁନ୍ଦେ ବରଷାଇ ହେ ରବନେ
ୟା ଚାହାତ ବରଷାଇ ହେ
ପେହେଲି ବାର ହୁଇ ହୋ ଜେସେ
ଏସେ ବାରିସ ଆୟି ହେ ।।
ଗୀତଟି ଶୁଣିବା ପରେ ମୁଁ , ମୋ ମୋବାଇଲ କୁ ଓଲଟ ପାଲଟ କରି ଦେଖୁଥାଏ , କଣ ଏତିକି ମାତ୍ର ଶୁଭେଚ୍ଛା ବାର୍ତ୍ତା ଆଉ କିଛି କହିଲେ ନାହିଁ । ପୁଣି ଭାବି ନିଏ ନାଇଁ ... ନାଇଁ , ମୁଁ କିଛି ଛାଡ଼ି ଆସିଛି ବୋଧେ । ଆଉଥରେ ନୀରିଖି ଦେଖିନିଏ । ପୁଣି ଭାବନାରେ ମଜ୍ଜି ଭାବେ କି ଏବେ କିଛି କହିବେ ବୋଧେ । ହଁ ... ହଁ ଆଜି ନିଶ୍ଚିତ ଭାବରେ ସେ ମୋତେ କିଛି କହିବେ କିନ୍ତୁ ଇପ୍ସିତ ଶବ୍ଦ ଶୁଣିବା ପାଇଁ ମୋ କର୍ଣ୍ଣ କେବଳ " ଅପେକ୍ଷା " କରିଥାଏ ।
ସନ୍ଧ୍ୟା ହେଲା , ସବୁ କିଛି ପ୍ରୋଗ୍ରାମ ସରିବାପରେ ମୁଁ ଫେରି ଆସିଲି ମୋ ବସାକୁ । ସେ ଜାଣିଛନ୍ତି ବୋଧେ ମୋ ଫେରିବା ସମୟ । ସେଦିନ ସ୍ଵାତୀ ଗୋଲାପି ରଙ୍ଗର ଶାଢୀ ପିନ୍ଧି ମୋତେ ଫୋନ୍ କରିଥିଲେ । ବହୁତ ସୁନ୍ଦର ଦେଖାଯାଉଥିଲେ ମନରେ ଅନେକ ଶିହରଣ ଖେଳିଗଲା । ଅନେକ ଭାଵନା ମଧ୍ଯ ଆସିଲା । ସ୍ଵାତୀ ମୋତେ ପଚାରିଲେ କଣ ସାର୍ ଆସିଗଲେ ଅଫିସ୍ ରୁ.... ।। ସତରେ ମୋ ହୃଦୟର କୋଣ ଅନୁକୋଣରେ ଖେଳିଗଲା ଢେର୍ ସାରା ପାରିଜାତ ପୁଷ୍ପର ସୁଗନ୍ଧର ଅନୁଭୂତି ।ମୁଁ ହଁ କରି କହିଲି ବହୁତ ଖୁସି ଲାଗିଲା ଆପଣଙ୍କ ,ଗିଫ୍ଟ, ଫୋଟ ,ଆଉ ଗୀତ ପାଇଁ । ହଠାତ୍ ମୋ ମୁହଁରୁ ବାହାରି ଆସିଲା " ସ୍ଵାତୀ ଆଜି ତୁମେ ଖୁବ୍ ସୁନ୍ଦର୍ ଲାଗୁଛ " ଗୋଲାପି ରଙ୍ଗର ଶାଢୀ ଆଉ ସେ କାଜଲ ପୁରିତ୍ ନୟନ ସହିତ , ମଥାର ସେଇ ଛୋଟ ବିଂଦି ଓ ଅଧର ର ସେଇ ଲାଲିମା ମୋ ମନ ଓ ହୃଦୟକୁ କିଣି ନେଇଛି , କିନ୍ତୁ ଗଭାରେ ଗଜରା ମାଳ ନାହିଁ ତ ଟିକେ ଖାଲି ଖାଲି ଲାଗୁଛି । କଣ ଅନୁମତି ମିଳିବ ଏଇ ରକ୍ତଗୋଲାପ କଢ଼ି କୁ ଆପଣଙ୍କ ଗଭାରେ ଖୋସିବା ପାଇଁ ?? । ସ୍ଵାତୀ ସେଦିନ ମୋତେ କହିଥିଲେ " ହଁ ନିଶ୍ଚିତ ଆଉ "
ଏଇ ଦେଖlନ୍ତୁ ତେବେ ...!!
କେମିତି ସ୍ୱପ୍ନ ....??
ଏଇ ଆଇନା ଦେଖନ୍ତୁ ତ କେତେ ସୁନ୍ଦର ଲlଗୁଛନ୍ତି..! କେମିତି ଲାଗିଲା , କଣ ଏତେ ଲାଜ କରୁଛନ୍ତି ଯେ...??
ସ୍ଵାତୀ ଜଣେ ଲାଜକୁଳୀ ଲତା , ସେ ଲାଜ ଲାଜ କଣ୍ଠରେ କହିଲେ ... ହଁ , ଆପଣ ଲଗେଇ ଦେଲେ ଯେତେବେଳେ ,ମୁଁ ସୁନ୍ଦର ଲାଗୁଛି ..! ମୁଁ କିନ୍ତୁ ହସି ହସି କହିଲି " କିନ୍ତୁ ଏଇ କଣ୍ଟା ନଥିଲେ ଆଉ କେତେ ସୁନ୍ଦର ଲାଗି ଥାଆନ୍ତା କହିଲେ ??
ସ୍ଵାତୀ ପୁଣି କିଛି ସମୟ ନୀରବ ଦ୍ରଷ୍ଟା ସାଜିଥିବା ନାୟିକା ଭାବରେ ଚୁପ୍ ରହିଥଲେ । ସେ ମୋ ଠାରୁ କିଛି ଶୁଣିବା ପାଇଁ ଇଚ୍ଛା କରିଥିଲେ । ଆଉ ମୁଁ ସମୟର କରାଳରେ ଜଣେ ବିଭତ୍ସ ରୂପ । ମୋ ବିବେକ ମୋତେ ବାଧା ସୃଷ୍ଟି କରୁଛି , ଇଚ୍ଛା ଥାଇ ମଧ୍ଯ ମୁଁ କହି ପାରୁନି ଯେ " ସ୍ଵାତୀ ମୁଁ ତୁମକୁ ଅନନ୍ୟ ପ୍ରେମ କରୁଛି ବୋଲି ... । ଆଇ ଲଭ ୟୁ ସ୍ଵାତୀ । କିନ୍ତୁ ସେ ମୋ ଠାରୁ ଏପରି କିଛି ଶୁଣିବାକୁ ଇଚ୍ଛା କରିଥିଲେ ଆଉ ମୁଁ ତାଙ୍କୁ ହରାଇବା ସପକ୍ଷରେ ନଥିଲି ତେଣୁ ସର୍ଵ ଶେଷରେ ସେ କହିଲେ .... ଆପଣ କୁହନ୍ତୁ ତ..!
ନାଁ .... ନାଁ .... ଆପଣ ବହୁତ ବ୍ୟସ୍ତ ରହୁଛନ୍ତି , ମୁଁ ଜାଣି ସାରିଛି ଆପଣ ଏଇ....... ମୁଁ ଭାବିଲି, କଥା କଣ ପାଇଁ ହେଉ ନାହାନ୍ତି , ଏଇ ସେ ଗୁଗଲ ତାହାଲେ .... ନାଁ !!
ହଉ ହଉ ଆମେ କିଏ କି ...??
ନା "ମ ଆପଣ ବି ଗୁଗୁଲ...!!
ଆଉ ... ନା..!
ହଁ ... ବା , ଆପଣ ବି ଗୁଗୁଲ... !!
ଇସ୍ ଗୁଗୁଲି...!!
କିଛି ସମୟ ପର୍ଯ୍ୟନ୍ତ ଦୁହେଁ ହସିଲୁ । ମୁଁ କହିଲି ଖାଲି ହସିବେ ନା କିଛି କହିବେ ??? ସେ ପ୍ରତି ଉତ୍ତର ରେ କହିଲେ ନାଇଁ ସ୍ୱପ୍ନ ଆପଣ କୁହନ୍ତୁ ତ...!
ଆପଣ ...??
ଉଁ ... ହୁଁ .... ଆପଣ ..!
ହଉ ବାବା ଆପଣ ଜିତିଲେ ଆଉ ମୁଁ ହାରିଲି ଏବେ କଣ ଶୁଣିବେ କୁହନ୍ତୁ ?? ଏଇ ମୋର ହାର୍ଟ ଟା ଏଇଟା କଣ୍ କହୁଛି ଶୁଣନ୍ତୁ ତ ...
ଧକ୍ ଧକ୍....
ଆଉ ....ଖାଲି ଏତିକି ନୁହେଁ । ମିସ୍ ବି କରୁଛି...!!ମୁଁ ଭାବିଲି ମୋ ଭଲପାଇବା ରେ ଭାଗ କିଏ ବସେଇଲା ..।
ଧେତ୍ ତମେ ବି ବଡ ଅଜବ ପ୍ରକାରର ଲୋକ । ଏତେ ଦୁଷ୍ଟାମୀ କଣ' ମ ??
_"
ଆପଣଙ୍କ ପରି ଝିଅ ଭାଗ୍ୟରେ ଥିଲେ ମିଳେ , ପତ୍ନୀ ହୁଏ , ଯିଏ ଅନେକ ପୁଣ୍ୟ ଅର୍ଜନ କରିଥିବ ,ସେ ଆପଣଙ୍କୁ ଜୀବନସାଥୀ ରୂପରେ ପାଇବ ।
_"ଆପଣ ବି ନା ମୋର ଅଧିକ ପ୍ରଶଂସା କରନ୍ତି ସବୁ ବେଳେ ।ତାହେଲେ ମୋ ସହ ଆପଣଙ୍କ ର କିଛି କଥା ନାହିଁ ।
_"ଅଛି ଯେତେବେଳେ ଆପଣ ଫ୍ରି ହେବେ ।
_"କଣ କରୁଛନ୍ତି ??
_"ଅପେକ୍ଷା "".....
_"କାହାକୁ ??
_"ଆଉ କାହାକୁ ଜଣେ ବ୍ୟସ୍ତ ମଣିଷ ଙ୍କୁ ।କଣ ଭୁଲ୍ କହିଲି କି। ??
_" କିଏ ଭାବୁଛି ସେଇ ବ୍ୟସ୍ତ ମଣିଷ ...??
_"ଯିଏ ବ୍ୟସ୍ତ ଅଛନ୍ତି ଆଉ ରୁହନ୍ତି ।ଯେତେ ବେଳେ , ଜାଣିବି ଫ୍ରି ଅଛନ୍ତି ସେତେବେଳେ କହିବି , ସେ ପର୍ଯ୍ୟନ୍ତ କେବଳ ହିଁ କେବଳ " ଅପେକ୍ଷା" କରିବି....
_"କହିବେନି ତାହେଲେ କିଛି....
_"କଣ କହିବି କିଛି ସେକେଣ୍ଡ ରେ ।
_"ଯାହା କହି ହେବ ।
_" ଆପଣ କହି ଦିଅନ୍ତୁ , ଶୁଣି ନେବି ।
ସବୁବେଳେ ଆପଣଙ୍କ ର ବାହାନା ଏମିତି ...!! ଆପଣ କୁହନ୍ତୁ ଆପଣ କୁହନ୍ତୁ ସବୁବେଳେ କହିଲେ ।
ମୁଁ ଯାହାକୁ ଭଲପାଏ ତାଙ୍କ୍ ପାଖରେ ସମୟ ନାହିଁ ଶୁଣିବାକୁ ,କଥା ହେବାକୁ । ନା ମେସେଜ...., ନା ଫୋନ୍ କରିବାକୁ । ସେ ବହୁତ୍ ବ୍ୟସ୍ତ ।ତେଣୁ " ଅପେକ୍ଷା" କରିବା ଶ୍ରେୟସ୍କର..... ।
ସେଦିନ କିନ୍ତୁ ସେ ମୁହଁରୁ ପ୍ରଥମେ ଶୁଣିବାକୁ ଚାହୁଁଥିଲେ ଆଉ ମୁଁ ସ୍ଵାତୀଙ୍କ ମୁହଁରୁ ..... ଯେ " ଆଇ ଲଭ୍ ୟୁ ବେବୀ ....! ଆଇ ମିସ୍ ୟୁ ଜାନୁ...... ।। କିନ୍ତୁ ମୁଁ ତାଙ୍କୁ ଆଉ ସେ ମୋତେ , ଦୁହେଁ ଦୁହିଁଙ୍କୁ ଅନନ୍ୟ ପ୍ରେମ କରୁ କିନ୍ତୁ କିଛି ଶବ୍ଦ କେବଳ " ଅପେକ୍ଷା" ରେ ରହି ଯାଇଛି ।

