STORYMIRROR

Satyanarayan Sahoo

Abstract Tragedy Thriller

3  

Satyanarayan Sahoo

Abstract Tragedy Thriller

ଅନ୍ୟଜଣେ ଘିନୁଆ କଥା

ଅନ୍ୟଜଣେ ଘିନୁଆ କଥା

2 mins
127

ମୁଣ୍ଡରେ ଗୋଟାଏ କଳା କନା ବାନ୍ଧି ଦେବାପରେ ଘିନୁଆଁ ଭାବିଲା ତାକୁ ବାବୁ ମାନେ କଣ ଗୋଟାଏ ଉପହାର ପ୍ରଦାନ କରିବେ । ଯାହା ସେ , ଦେଖିନି । ମନରେ କେତେ ଆଗ୍ରହ ପ୍ରକାଶ ପାଇଛି। ବାବୁ ମାନଙ୍କୁ ମନେ ମନେ ସହସ୍ର ସହସ୍ର ସଲାମ ଅର୍ପଣ କରିଛି । ସେ ଜାଣେନି, ଯେ ଫାଶୀ ଦଣ୍ଡ ବିଷୟ ରେ । ଫସୀ ଆଗରୁ ମୁଣ୍ଡକୁ ଢାଙ୍କୁଡ଼ି ଦେଇ ବେକରେ ଫାଶୀ ଦୌଡା ପକାଇ ଝୁଲାଇ ଦିଆଯାଏ , ବୋଲି ସେ ଜାଣେନା । 

ବେଶ୍ ସରଳ ନିରୀହ ଲୋକଟି ସେ । ତାକୁ ଅକାରଣରେ କାହିଁକି ଫାସୀ ଦିଆଯିବ ? ସାମ୍ପ୍ରତିକ ସମାଜର ଧନୀକ ଶ୍ରେଣର ଲୋକେ ତାକୁ ଫସାଇ ଦେଇଛନ୍ତି ବୋଲି ସେ

ଜାଣେ ନାହିଁ ।  ତାକୁ କୁହାଯାଇଛି ଯେ ଚାଲ ବେ , ସାଲା , ବାବୁମାନେ ବିଚାର କରି ତୋତେ ଯାହେଲେ ଦେବେ ।ଶେଷରେ ସେ ଯାଇଛି ଯେ ଯାଇଛି । ଘରେ ତାର ସ୍ତ୍ରୀ ଓ ଛୁଆ ପିଲାଏ ଭୋକ ଉପାସରେ ଆଉଟୁ ପାଉଟୁ ହେଇ ସେ ପାରିକୁ ଚାଲି ଯାଇଥିବା ବିଷୟ ତାକୁ ଜଣା ନଥାଏ ।  ତାର ଅପରାଧ କଣ ଯେ ସେ ଫାଶୀ ପାଇବ ? ତାକୁ ବାବୁ ମାନେ ଯାହାହେଲେ ପ୍ରାଇଜ ଟିଏ ପନ୍ଦର ଦିନ ଭିତରେ ଦେବେ ବୋଲି କୁହାଯାଇ ଭୁଲାଇ ନେଇ ଜିଅଲ ଖାନାରେ ଭର୍ତ୍ତିକରି ଦିଆ ଯାଇଛି । କଣ ବିଚାର ହେଉଛି କଳା କୋଟ ପିନ୍ଧା ଶୋଷକ ଓ ଶାସକ ମାନେ କଣ ବା ବିଚାର କରି ତାକୁ ଦେଉ ଅଛନ୍ତି ଦେଖିବା ଲାଗି ସେ ବର୍ଷ ବର୍ଷ ଧରି ଖୁଆଡର ନିରନ୍ଦ୍ର କୋଠରୀ ମଧ୍ୟରେ ରହି ବହୁ ଦୁଃଖକଷ୍ଟ ସହି ଜୀବନ ଅତିବାହିତ କରିଥିଲେ ସୁଦ୍ଧା କାହା ପାଖେ ଆକ୍ରଶରଖି ନାହଁ । ଦୀର୍ଘ ପନ୍ଦର ବର୍ଷ ପରେ ଆଜି କୋର୍ଟରେ ଶେଷ ନିଷ୍ପତ୍ତି ଶୁଣାଇବା ପରେ ସେ ପାଇଛି ଫାଶୀ । ଫାଶୀ ପୂର୍ବରୁ ପ୍ରତ୍ୟେକଙ୍କୁ ନିଜ ନିଜ ଶେଷ ଇଛା ବିଷୟ ରେ ପଚରା ଯାଏ ।ତାକୁ ତାର ଶେଷ ଇଛା ପଚାରି ଵାରୁ ସେ କହିଛି , ବହୁ ବର୍ଷ ଧରି ବିଲରେ କିଛି ହେଲେ ଲଗାଇ ନାହଁ , ଏ ବର୍ଷ ବର୍ଷା ଭଲ ହୋଇଛି , ଏ ଥର ସେ ଜମିରେ ଭଲ ଭଲ ଫସଲ ଲଗାଇବ ବୋଲି ଆଶା କରୁଛି । ଏହିସବୁ ବିଷୟ ସେ ବାବୁ ମାନଙ୍କୁ ଜଣାଇଚି । ଅନ୍ଧା କାନୁନ୍ ହାତରେ ସେ କ୍ରୀଡନକ ସାଜି ଥିବା କଥା ବୁଝି ପାରି ନାହିଁ । ଶେଷରେ ସୂର୍ଯ୍ୟ ଉଦିତ ହେବା ପୂର୍ବରୁ ତାକୁ ନେଇ ଫାସିରେ ଚଢାଇ ଦିଆଯାଇଛି । ସେ ସିନା ଭାବୁଥିଲା ଯେ, ତାର ହାତରେ କଣ ଗୋଟାଏ ଜିନିଷ ପକାଇ ଦିଆଯିବ ! କିନ୍ତୁ ହଠାତ୍ ବେକରେ ରଶିର ଫାସ ଓ ଗୋଡ ତଳରୁ ମାଟି ଖସି ଯିବା ପରେ ତାର ମନୋଭାବ କିପରି ହୋଇଥିବ କିଏ ଭାବିବ ବା କହିବ ? କେବଳ ସେହି ଜାଣୁ ଥିବ ଭାବୁଥିବ। ! କଣ ଘଟିଲା ? କଣ କେଉଁଠି ଭୂମି କମ୍ପ ହେଲାକି କାହିଁକି ତାକୁ ଅକାରଣରେ ଏତେ ଦଣ୍ଡ ଦିଆଯାଇଥିଲା ? ଶେଷକୁ ତା' ର ପ୍ରାଣ ଦଣ୍ଡ ପରି ଏତେ ଭୀଷଣ ଦଣ୍ଡ ଦିଆଯାଇ କାହିଁକି ମାରି ଦିଆ ଗଲା ? ଧନ୍ୟ ଆମର ଶାସନ ପ୍ରଣାଳୀ ଓ ଆଜିର ବିଧି ବ୍ୟବସ୍ଥାକୁ । ସେ ନିଜେ ନିସ୍ପେଷଣ ସହି ଚାଷ କାମ କରି ଅନ୍ୟ ମାନଙ୍କୁ ଅନ୍ନ ଭୋଗ ଯୋଗାଇ ଦେଉ ଥିଲା । ସେ ସାଧା ସିଧା ପ୍ରକୃତିର ଓ ତାର ନିରୀହ ପଣିଆ ପାଇଁ ଅନ୍ୟ ମାନଙ୍କ ଈର୍ଷା ଓ ଆକ୍ରୋଶର ଶିକାର ହୋଇ ଶେଷକୁ ଅନ୍ୟ ମାନେ ତାକୁ ଫସାଇ  ଫାଶୀ ଦଣ୍ଡରେ ଚଢାଇ ଦେଲେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract