STORYMIRROR

Dr Jharana Satapathy

Classics Inspirational

4  

Dr Jharana Satapathy

Classics Inspirational

ଅନ୍ୟ ଏକ ସଚିନ୍

ଅନ୍ୟ ଏକ ସଚିନ୍

2 mins
288

 

ପାଦରୁ ଯୋତା ଖୋଲି ଘର ଭିତରକୁ ପ୍ରବେଶ କରି ଟିଭିଟାକୁ ଅନକରି ଅଭିରାମ ବାବୁ ଡାକ ପକାଇଲେ ଆରେ ସଚିନ କୁଆଡେ ଗଲୁ ? ପାଣି ଗିଲାସେ ଆଣିଲୁ !

ଏହାଶୁଣି ମିକି ମେଡମ ସଚିନର ମାଆ ରୋଷେଇ ଘର ଭିତରୁ ଝମଝମ ଛମଛମ ହୋଇ ଆସି କହିଲେ କଣ ମ ଏତେ ଜୋରରେ ଡାକପକାଉଛ ? ପାଣି ପିଇବ ପରା ନିଅ। ଆମ ସଚିନ ଖେଳିବାକୁ ଯାଇଛି। ଜାଣିନ କି ତୁମେ ଏଇଟା ପରା ତାର ଖେଳିବା ସମୟ। 

ଆଉ ତାର କ' ଣ କାମକି ଦିନରାତି କ୍ରିକେଟ୍ ପାଗଳ ! ସତେ ଯେମିତି ସଚିନ ତେନ୍ଦୁଲକର ହୋଇ ଦେଖାଇଵ ! ଖାଲି ଖେଳ ନିଶା। ସବୁବେଳେ ସେ ପିଲା କ୍ରିକେଟ୍ ରେ ହିଁ ମାତୁଛି। କେତେବେଳେ ଘରେ ରହିବାର ଦେଖୁନି। କ'ଣ ହେବ ସେ ପିଲା ଡାହା ବାଳୁଙ୍ଗା !

ଓଃ ...ଆହା .....ତୁମେ କଣ କହିଲ ତାର କ୍ରିକେଟ୍ ନିଶା ! ଅଫିସରୁ ଆସୁ ଆସୁ ସ୍ପୋର୍ଟସ ଚେନେଲ ଲଗାଇ କ୍ରିକେଟ୍ ମେଚ୍ ଦେଖୁଛ। ଏପଟେ ପୁଅକୁ ନାଲି ଆଖି ଦେଖାଉଛ। ଖାଲି ଗରଗର ହେଉଛ। ସିଏ ଟିକେ ଖେଳିବାକୁ ଯାଇଛି ସେଠୁ ତୁମର କଣ ଗଲା ? 


ଦେଖୁନ ମିରା କାନ୍ଥ ସାରା କେମିତି ସଚିନ ତନ୍ଦୁଲକରର ଫୋଟ ଟାଣିଛି। ଆଉ ଟିକେ ବି ଜାଗା ନାହିଁ। କହିଲେ କହୁଛି ମୁଁ ସଚିନ ତନ୍ଦୁଲକରର ବଡ ଫେନ୍। 

କ୍ରିକେଟ୍ ଖେଳିବା ପାଇଁ ଭଲ ଭଲ ବ୍ରାଣ୍ଡ୍ରେଟ ବେଟ୍ ଦରକାର ପୁଣି ମହାଶୟକୁ। ଗୁଣଵନ୍ତ ପୁଅକୁ ତୁମେ ହିଁ ଵିଗାଡି ଦେଇଛ। ଆସୁ ଆସୁ ମତେ ଘରେ ରଖେ ଦେବନି । ପାପା ଚାଲ ବଜାରକୁ ଯିବା କ୍ରିକେଟ୍ ଵେଟ୍ ଆଣିବା। ଏମିତି ଘରେ ଚାରି ପାଞ୍ଚଟି ଵେଟ୍ ରଖିଛି। ଆହୁରି ମନ ପାଉନି। ପୁଣି ଏମ୍ ଆର୍ ଏଫ୍, ବି ଡି ଏମ୍ ଭଳି ଭଲ ଭଲ କମ୍ପାନିର ବେଟ୍ ଦରକାର। ଏଡିକି ବକଟେ ଛୁଆ ସଳା ମତେ ବ୍ରାଣ୍ଡ୍ରେଟ ବେଟ୍ ଆଣିବାକୁ କହୁଛି। ମୁଁ ତା ବୟସରେ କେତେ କ୍ରିକେଟ୍ ମେଚ୍ ଖେଳିଆସିଛି। କାଠ ଖଣ୍ଡିଏରେ ବେଟ୍ ତିଆରି କରି ଆମେ ସାଙ୍ଗସାଥୀ ମିଶି ଖେଳୁଥିଲୁ। ଠିକ୍ ସମୟରେ ଆସି ପାଠ ପଢୁଥିଲୁ। ଦିନରାତି ଏ କ୍ରିକେଟ୍ ନିଶା ନ ଥିଲା। 

***************************************

ଓଃ ....ନୋ.... ଏତେ ସହଜିଆ କେଚଟିକୁ ଵିରାଟ କୋଇଲି ଛାଡିଦେଲା। ଏତେ କମ୍ ରନ୍ ରେ ଇଣ୍ଡିଆ କଣ ଏ ମେଚ୍ ଟି ଜିତିପାରିବ ? ହେ ଆଉ କଣ ଦେଖିବ ମଣିଷ ! ଟିଭିଟାକୁ ବନ୍ଦକର। 

କ'ଣ ହେଲା ପୁଅର କ୍ରିକେଟ୍ ଖେଳକୁ ନେଇ ଗରଗର ହେଉଛ ଏପଟେ ଟିଭି ଦେଖି କହୁଛ ଗୋଟିଏ କେଚ୍ ଛାଡିଦେଲା। ତୁମେ ତ ଗୋଟେ କ୍ରିକେଟ ପାଗଳ ଆଉ ପୁଅକୁ କହୁଛ କେତେ ! ବାପା ବି ପୁଅଠାରୁ କମ୍ ନୁହଁ। ସେହି ସଚିନର ବାପାଟି ତୁମେ ! ହଁ ହିନ୍ଦୀରେ ଗୋଟିଏ ଢଗ ଅଛି ଜିସକେ ବାପ ଚଢେ ଘୋଡା, ଉସକା ବେଟା ବି ଥୋଡା ଥୋଡା ।

****************************

ମମି କବାଟ ଖୋଲ....। ଆଜି କି ହେଇଚି ଖେଳ ଜାଣିଛ ମମି ଆଜି ମାରିଚାଲିଲି ଖାଲି ଚୌକା ଛକା। ଏକାଥରକେ ନାଦି ଚାଲିଲି । ଆଜି ମତେ ନିଜକୁ ନିଜେ ସଚିନ ତେନ୍ଦୁଲକର ଭଳି ମନେହେଲା। ଯାହା ହେଉ ପଛେ ମାରି ଚାଲିଲି ଶେଷରେ ବେଟ୍ ଟି ଦୁଇ ଫାଳ ହୋଇଗଲା। 

ପୁଅର କଥା ଶୁଣି ଅଭିରାମ ବାବୁ ରାଗରେ ନିଆଁବାଣ ହୋଇ ନାଲି ଆଖି ଦେଖାଇ କହିଲେ ଆରେ କଣ କଲୁ ଲଫନ୍ଗା ଵେଟ୍ ଟାକୁ ଦୁଇଗଡି କରିଦେଲୁ। ତୋ ପାଇଁ ପରା ଆଠଦଶଦିନ ତଳେ କିଣି ଆଣିଥିଲି। 


ତୁମେ କ୍ରିକେଟ୍ ପାଗଳ ହୋଇ ପୁଅ ନା ଦେଇଛ ପରା ସଚିନ୍। ସିଏ କ୍ରିକେଟ୍ ବେଟ୍ ନ ଭାଙ୍ଗିଲେ ଆଉ ଭାଙ୍ଗିବ କିଏ ?


ସେଠୁ କଣ ହେଲା ! ଜାଣିନ କି ତୁମେ ପାପା ମୋ ଉପରେ କାହିଁକି ରାଗୁଛ ? ହଁ ମମି ଠିକ୍ କଥା କହୁଛନ୍ତି ମୋ ନାମ ପରା ସଚିନ ମୁଁ ବଡ ହୋଇ ସଚିନ ତେନ୍ଦୁଲକର ଭଳି ଖେଳି ଦେଖାଇଦେବି। ଆଜି ଗୋଟେ ବେଟ୍ ଭାଙ୍ଗିଲି ବୋଲି ମତେ ଏତେ ପାଟି କରୁଛ ଆଗକୁ ତ ମତେ ଆହୁରି ଖେଳିବାର ଅଛି । କେତେ ବେଟ୍ ର ଅବସ୍ଥା ଏମିତି ହେବ।


 ଜାଣିନ କି ତୁମେ ------


"ସବୁଖେଳ ଠାରୁ ବଳି ଭିନ୍ନ ଖେଳ ନାମଟି ତାର କ୍ରିକେଟ୍


ବଡହେଲେ କାହା ଭଳି ହେବି ରଖିଛି ମନ ଭିତରେ ସିକ୍ରେଟ୍"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics