ଅନ୍ୟ ଦୁନିଆଁ
ଅନ୍ୟ ଦୁନିଆଁ
ଘରେ ଥିବା ପଞ୍ଜୁରୀ ଭିତରେ ଶୁଆ ତିନୋଟି ଖୁବ ଆରାମରେ ଅଛନ୍ତି ବୋଲି ମିତା ଭାବୁଥିଲା ବେଳେ ନିକିତା ଶୁଆଙ୍କୁ ଖାଇବାକୁ ଦେଉ ଦେଉ ଆନମନା ହୋଇଯାଏ ଏବଂ କହେ ମାଆ ପଞ୍ଜୁରୀ ଖୋଲି ଏ ତିନିଜଣଙ୍କୁ ଉଡାଇ ଦେଲେ କେମିତି ହୁଅନ୍ତା!ନିଜ ସ୍ୱାଧୀନରେ ରହିବା ନିଶ୍ଚୟ ପକ୍ଷୀଙ୍କର ପ୍ରଥମ ପସନ୍ଦ. ତୁ ଏତେକଥା କେମିତି ଜାଣିଲୁ ନିକିତା, ଏଭିତରେ ତୁ ଖୁବ ବଡ଼ ହୋଇଗଲୁଣି ଦେଖୁଛି. ହଁ ମାଆ. ତୁମେ ତ ଘର ଦେଇଛ, ଖାଇବା ପିନ୍ଧିବା ଦେଇ ପାଠ ପଢ଼େଇ ଦେଇ ମତେ ସବୁ ଦେଇଛ ତଥାପି ମତେ ଲାଗେ ମୁଁ ବନ୍ଦୀ. ଏମିତି କଥା ତୋ ତୁଣ୍ଡକୁ କେମିତି ଆସୁଛି ନିକିତା? ମତେ ଟିକେ ଘର କାମରେ ସାହାଯ୍ୟ ସହଯୋଗ କରୁ ବୋଲି ଯଦି ଏମିତି ଭାବୁଛୁ ତେବେ ଚାଲ ତୋ ବୁଢ଼ୀ ମାଆ ପାଖେ ତତେ ପୁଣି ଗାଁରେ ଛାଡ଼ି ଦେଇ ଆସିବି. ନିକିତା କହେ ନାଇଁମା ବୁଢୀମା ପାଖେ ଅଛି କଣ?ଖାଲି ତାଠୁ ପାଉଥିବା ସ୍ନେହ ଶ୍ରଦ୍ଧା ତୁମେ ମତେ ସବୁ ଦେଇଥିଲେ ମଧ୍ୟ୍ ମତେ କାହିଁକି ଯେ ବନ୍ଦୀ ଭଳି ଏ ଜୀବନ ଲାଗୁଛି ବୁଝିପାରୁନି. ମିତା ଘଡିଏ ଚାହିଁଲେ ନିକିତା ମୁଁହଁକୁ ଆଉ ଖୋଲିଦେଲେ ପିଞ୍ଜୁରୀ. କହିଲେ ଏଥର ତୁ ଖୁସିତ!ମୋ କଥା ଶୁଣି ତମେ ଶୁଆ ତିନୋଟିଙ୍କୁ ସିନା ଉଡେଇ ଦେଲ ମାଆ କିନ୍ତୁ ତୁମ ଜୀବନ ପରିଧିକୁ ଧସେଇ ପଶିଆସୁଥିବା ସେଇ ଝିଅଟାକୁ ମୁଁ ଏଠିକି ଆସିବା ବନ୍ଦ କରିନପାରି ତୁମ ସହ ବିଶ୍ୱାସଘାତକତା କରିଛି ମାଆ. ଭାବୁଛି କୋଉଦିନ କଫିରେ ବିଷ ମିଶେଇ ଦେଇଦେବି ତାକୁ. ହେଲେ ଡର ହୁଏ ମାଆ. ସେ ଝିଅ ବଦଳରେ ଯଦି ବାବୁ ସେ କପ ପିଇଦିଅନ୍ତି!ତମେ ମତେ କ୍ଷମା କରିବନି. ଏତେବେଳ ଯାଏଁ ନିକିତା କଥାକୁ ହାଲକା ଭାବେ ନେଉଥିବା ମିତା ସଜାଡି ହୋଇ ବସିଲେ ଓ ପଚାରିଲେ କାହା କଥା କହୁଛୁ ନିକିତା? କୋଉ ଝିଅ? ସେଇ,ଯିଏ ତୁମେ ଅଫିସ ଚାଲିଯିବା ପରେ ଏ ଘରକୁ ଆସେ. ବାବୁଙ୍କ ସଙ୍ଗେ ତୁମ ବେଡ଼ରୁମରେ କେତେ ଯେ ଗପସପ ହୁଏ ଆଉ କଫି, ଚା, ପାନୀୟ ତଥା ଭଳି ଭଳି ଜଳଖିଆ ଦେବାରେ ଡେରି ହେଲେ ମତେ ଗାଳିଦିଏ. ଦିବ୍ୟାଙ୍ଗ କହେ. ମୋ ଗୋଡ଼ାଟା ଟିକେ ଛୋଟ ସତ ହେଲେ ମୋ ହାତ, ଆଖି ନାକ ପାଟି ଏସବୁ ତ ଠିକ ଅଛି ନା ମାଆ. ତା କଥା ସହି ସହି ନିର୍ଜୀଵ ପାଲଟି ଗଲେଣି ମୋ ସହ ସେମାନେ. ହଉ ହଉ ମୁଁ ତାକୁ କହିବି ସେ ଆଉ ତତେ ଗାଳି ଦେବ ନାହିଁ. ତୁମେ ସେ ଝିଅକୁ ଚିହ୍ନିଛ ମାଆ? ତେବେ ତାର ତୁମେ ନଥିଲା ବେଳେ ଆସିବା କଣ ଉଚିତ! ଆରେ ବାବୁ ତୋର ଯୋଉ ବିଜିନେସ କରନ୍ତି ସେଥିରେ ସେ ବାବୁଙ୍କୁ ସାହାଯ୍ୟ କରେ ତ!ତମେ ଯେତେ ଯାହା କୁହ ମାଆ ତା ଢଙ୍ଗଢାଙ୍ଗ ସହ ବାବୁଙ୍କର ତା ପ୍ରତି ଏତେ ଦରଦ ମତେ ଜମାରୁ ପସନ୍ଦ ନୁଁହଁ. ନିକିତାକୁ ବୁଝେଇଦେଲେ ମିତା.
ନିକିତା ସେଦିନ ଲୁଚେଇ ଲୁଚେଇ ଅନେକ କାନ୍ଦିଥିଲେ. ଶୁଆ ତିନୋଟିଙ୍କୁ ଉଡାଇ ଦେଇ କଷ୍ଟ ପାଉଥିଲେ. ରାତିରେ ଶୋଇବାର ଅଭିନୟ କରି ପରେଶଙ୍କ ସବୁ ସତ ଜାଣିଥିଲେ. ଖୁବ ଡେରି ରାତିରେ ଉତ୍ସାହର ସହିତ ପରେଶ କାହା ସହ ଚାର୍ଟିଂ କରିବା ଦେଖି ଓ ଶୁଣି ତା ପରଦିନ ଅଫିସରୁ ଚଞ୍ଚଳ ଫେରିଆସି ସେହି ଝିଅ ଉର୍ବଶୀକୁ ଭେଟିବା ସହ ତାକୁ ଚିହ୍ନିଥିଲା ଭଳି ବ୍ୟବହାର କଲେ. ନିକିତା ଆଶ୍ଚର୍ଯ୍ୟ ଆଖିରେ ମିତାଙ୍କୁ ଚାହିଁଥିଲା ବେଳେ ମିତା ତାଙ୍କ ଜିନିଷ ପତ୍ର ସଜାଡୁଥିଲେ ଓ ନିକିତାକୁ ମଧ୍ୟ ତା ଜିନିଷ ପତ୍ର ସଜାଡ଼ିବାକୁ କହିଥିଲେ. ତାଙ୍କର ବଦଳି ହୋଇଯାଇଥିବାରୁ ସେ ନୂଆ ସ୍ଥାନକୁ ଯାଉଛନ୍ତି ବୋଲି ନିକିତା ବୁଝିଥିଲେ ମଧ୍ୟ ପରେଶ କହୁଥିଲେ ବଦଳିର କଣ ପ୍ରୟୋଜନ? ବହୁତ ଶୀଘ୍ର ମୁଁ ତୁମକୁ ଛାଡ଼ପତ୍ର ଦେଇଦେବି.ମିତା ସଫା ସଫା ଶୁଣେଇ ଦେଇଥିଲେ ସେସବୁର ଆବଶ୍ୟକତା ନାହିଁ. ମୁଁ ତୁମକୁ ସ୍ବାଧୀନତା ଦେଇ ନିଜକୁ ବନ୍ଦୀପକ୍ଷୀ ହେବାରୁ ମୁକ୍ତ କରିବା ପାଇଁ ଯାଉଛି. ନିକିତା ପଦେ କିଛି କହିନଥିଲା. ନୂଆ ଘରେ ନୂଆ ଜାଗାରେ ରହିବାକୁ ତାକୁ ଖୁବ ଭଲ ଲାଗୁଥିଲେ ବି ମିତା ଯେବେ ତାକୁ ନେଇ ଥରେ ବୁଲି ଆସିବାକୁ ଗାଁକୁ ନେଇ ଯାଇଥିଲେ,ମିତାଙ୍କ ବାପାଙ୍କ ଗାଁରେ ସମସ୍ତେ ପରେଶଙ୍କୁ ଖୋଜୁଥିଲା ବେଳେ ମିତା କିଛି କହିବା ପୂର୍ବରୁ ନିକିତା କହୁଥିଲା ମିତା ମାଆଙ୍କ ପାଖରେ ମୁଁ ଅଛି ତ ବାବୁ କାହିଁକି ଆସିବେ. ଏବେ ନିକିତା ନିଜକୁ ବନ୍ଦୀ ପକ୍ଷୀ ପରି ଭାବିବା ପରିବର୍ତ୍ତେ ଘରୋଇ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ପାସ କରି ମୁକ୍ତ ବିହଙ୍ଗୀ ପରି କଲେଜ ଯିବା ବେଳେ ମିତା କହୁଥିଲେ ଅନ୍ୟ କାହାକୁ ଭଲପାଇବା ପୂର୍ବରୁ ନିଜକୁ ଭଲପାଇବୁ ନିକିତା. ମିତାଙ୍କୁ ଜାବୁଡି ନିକିତା କହୁଥିଲା ତମେ ମୋ ଜୀବନ ମାଆ.
