STORYMIRROR

Er. Suchismita Satpathy

Tragedy Crime Inspirational

3  

Er. Suchismita Satpathy

Tragedy Crime Inspirational

ଅନୁତାପ

ଅନୁତାପ

4 mins
196


କ୍ରୋଧ,ଏକ ମୁହୂର୍ତ୍ତର ରିଶି ଦୁଇ ମାସ ପରେ ଆସି ଘରେ ପହଞ୍ଚିଲା।ଘରଟା ପୁରା ନିଶୁନ ଲାଗୁଥିଲା ତାକୁ। ଯେମିତି ବହୁତ ବର୍ଷ ହେବ ବନ୍ଦ ପଡିଥିଲା।ଶୀତଦିନ ଥଣ୍ଡାରେ ଘରର ଚଟାଣ ଏତେ ଥଣ୍ଡା ଥିଲା ଯେ ପାଦ ପକାଇବା କଷ୍ଟକର ଥିଲା।ପାହାଡିଆ ଥଣ୍ଡା ସେଥର କିଛି ଭିନ୍ନ ପ୍ରକାରର ଥିଲା।ରିଶିକୁ ଲାଗିଲା ରିମା ତାକୁ କହୁଛି,ଏଥର ଆଉ ବିଜୁଳି ବାବଦକୁ ଅଧିକ ବିଲ ଆସିବ ନାହିଁ କି ତୁମର ଦରମା ପଇସା ସରିବ ନାହିଁ। ୧୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ରିଶି ଦେହରୁ ଝାଳ ବହିଯାଉଥିଲା। ରିମାର ଉପସ୍ଥିତି ତାକୁ ସର୍ବତ୍ର ଅନୁଭୂତ ହେଉଥିଲା।

ନିଜ ଶୋଇବା ଘର ଭିତରକୁ ପଶି ଗଲା।ଦେଖିଲା ଶୀତ ତାପ ନିୟନ୍ତ୍ରିତ ଯନ୍ତ୍ରଟି ଚାରିଆଡୁ ଅଳନ୍ଧୁରେ ଭରି ଯାଇଛି। ସେଠାରୁ ବାହାରକୁ ଆସି ଦେଖିଲା ଫ୍ରିଜଟି ସେମିତି ଖୋଲା ପଡିଛି ଯେମିତି ସେଦିନ ରିମାକୁ ସେଥିରୁ କାଢିଲା ବେଳକୁ ଥିଲା। ଭୋ ଭୋ ହୋଇ କାନ୍ଦି ପକାଇଲା ରିଶି। ପଶ୍ଚାତାପ ଓ ଅନୁତାପର ଅଶ୍ରୁ ଗଡେଇବା ଛଡା ତା ପାଖରେ ଆଜି କିଛି ନ ଥିଲା।ହଁ ଆଉ ଏକ ଜିନିଷ ଥିଲା ,ତାହା ଥିଲା ତା ଦରମା। ପଇସାକୁ ପକେଟରୁ କାଢି ରିମାର ଫଟୋ ପାଖରେ ରଖି ଭୋ ଭୋ ହୋଇ କାନ୍ଦି କହୁଥାଏ ମତେ କ୍ଷମା କରିଦେ ରିମା ।ମୁଁ ତୋ ନିକଟରେ ଦୋଷୀ।ମୋ ଦୋଷର ପ୍ରାୟଶ୍ଚିତ ନାହିଁ।ଏହା କହି ଫ୍ରିଜ ଟି ଚଲେଇଦେଇ ତା ଭିତରେ ପଶିଗଲା ଓ ସେହି ମୁହୂର୍ତ୍ତ କୁ ସ୍ମୃତି ପଟରୁ ଆଣି ଚକ୍ଷୁ ସାମ୍ନାରେ ରଖିଲା ।


ଅନାଥ ଆଶ୍ରମରେ ଲାଳିତ ପାଳିତ ଉଭୟେ ରିମା ଓ ରିଶି। ପିଲାଟି ଦିନରୁ ପଇସା ସଞ୍ଚୟ କରିବା ରିଶି ର ସଉକ୍।କଷ୍ଟେ ମଷ୍ଟେ ପାଠ ପଢି ଏକ କିରାଣୀ ଚାକିରୀ ପାଇଲା ରିଶି।ସମସ୍ତଙ୍କ ସହମତି କ୍ରମେ ରିମାକୁ ବିବାହ କଲା। ବିବାହ ପରେ ଏକ ଭଡାଘର ନେଇ ରହିବା ପାଇଁ ଯୋଜନା କରି ରିଶି କିଛି ଦୂରରେ ଏକ ଘର ନେଲା। କାରଣ ସହର ଭିତରେ ଥିବା ଘର ଗୁଡିକର ଭଡା ବହୁତ ଅଧିକ ଓ ସ୍ୱଳ୍ପ ଦରମାରେ ତାହା ସମ୍ଭବ ନୁହେଁ ଭାବି ଦୂରକୁ ଗଲା।ମାତ୍ର ରିମା ସେଥିରେ ସନ୍ତୁଷ୍ଟ ନଥିଲା।ତାର ମତ ଥିଲା ରିଶି ଅଫିସ ଗଲା ପରେ ଏକୁଟିଆ ତାକୁ ଭଲ ଲାଗିବ ନାହିଁ ସେ ଅନାଥାଶ୍ରମରେ ତା ସାଙ୍ଗ ମାନଙ୍କ ପାଖକୁ ଯିବ ମାତ୍ର ଦୂର ହେଲେ ଯିବା ସମ୍ଭବ ହେବ ନାହିଁ।କିନ୍ତୁ ରିଶି ତା କଥା ଶୁଣି ନଥିଲା।

ସେ ଯାହା ହେଉ ନୂଆ ଘର ,ତାକୁ ସଜେଇବାରେ ଲାଗିପଡିଲା ରିମା।ନୂଆ ଲୋକ ରହିବା ଦେଖି ବିଭିନ୍ନ ବିକାଳିବାଲା ଯାଇ ଡାକନ୍ତି। ରିମାର ସେଥିରୁ ଯାହା ପସନ୍ଦ ଓ ନେଇପାରିବ କିଣି ନିଏ। କିଛି ଦିନ ଭିତରେ ଘରଟିକୁ ବହୁତ ସୁନ୍ଦର କରି ସଜେଇଦେଲା ରିମା। ଇତି ମଧ୍ୟରେ କିଛି ମାର୍କେଟିଂ ପିଲା ମଧ୍ୟ ଆସି ଘରର ଦାମିକା ଜିନିଷ ଯେମିତି ଫ୍ରିଜ, ଏସି,ଗ୍ରାଇଣ୍ଡର ଇତ୍ୟାଦି କିପରି କିସ୍ତୀ ଆକାରରେ କିଣି ପାରିବେ ତାହା ବୁଝେଇଦେଇ ଯାଆନ୍ତି ଏହି ଆଶାରେ କି କିଛି ଲୋକ କିଣିଲେ ସେମାନଙ୍କର କମିସନ ବଢିବ। ସମସ୍ତଙ୍କର ତ ପେଟପାଟଣା ଚିନ୍ତା।

ରିମା ମଧ୍ୟ ମନେ ମନେ ଭାବିଥାଏ ରିଶିକୁ କହି ଫ୍ରିଜ ଓ ଏସି ଦୁଇଟି ଆଣି ଲଗେଇବ।

ଅନାଥାଶ୍ରମରେ ଏସବୁ ସେମାନେ କେବେ ଉପଭୋଗ କରି ନାହାଁନ୍ତି।କେବଳ ଦୂରରୁ ଦେଖିଛନ୍ତି।

ଦିନେ ସନ୍ଧ୍ୟାରେ ରିଶି ଅଫିସରୁ ଆସିବା ପରେ ରିମା ଚା, ଦେଇ କହିବାକୁ ଆରମ୍ଭ କଲା ଓ କିପରି ସୁବିଧା ଓ ସହଜରେ ମାସିକ ଅଳ୍ପ ପଇସା ଦେଇ ଆଣିହେବ ସେକଥା ମଧ୍ୟ କହିଲା।ଏହା ଶୁଣି ରିଶି ବିରକ୍ତି ଭାବ ପ୍ରକାଶ କରି କହିଲା ସେସବୁର ଆବଶ୍ୟକତା କଣ ଅଛି। ଆମର ସ୍ୱଳ୍ପ ଦରମାରେ ଆମେ ସେସବୁ କରିପାରିବା ନାହିଁ। ମାତ୍ର ରିମା ଯିଦି କରିବାରୁ ହଁ ଭରିଲା ମାତ୍ର ତାଗିଦ କଲା ଯେ ଏସିର ବ୍ୟବହାର ବେଶି ନ କରିବାକୁ। କାରଣ ବିଜୁଳି ବିଲ ବହୁତ ଅଧିକ ହେବ। ସେ ସମୟରେ କିଛି ନବୁଝି ରିମା ହଁ ଭରିଦେଲା।


ଘରକୁ ଇସିଲା ଏସି ଓ ଫ୍ରିଜ। ରିମାର ଗୋଡ ତଳେ ଲାଗୁନଥାଏ। ଯେଉଁ ଜିନିଷକୁ ସେ ଆଜି ପର୍ଯ୍ୟନ୍ତ କେବଳ ଦୂରରୁ ଦେଖଖିଥିଲା ତାହା ଆଜି ତା ନିଜର। ଖୁସିରେ କୁଣ୍ଢେମୋଟ ହୋଇ ଯାଉଥାଏ ସେ। କିଛି ଦିନ ଗଲା। ଗରମରୁ କିଛି ମାତ୍ରରେ ରକ୍ଷା ପାଇଲେ ରିଶି ଓ ରିମା। ଥଣ୍ଡା ରୁମରେ କେମିତି ଲାଗେ ତାହା ପ୍ରଥମ ଥର ପାଇଁ ଅନୁଭବ କରୁଥିଲା ରିମା। ରିଶି ଅଫିସ ଗଲାପରେ ସେ ଅନାଥାଶ୍ରମର ତା ସାଙ୍ଗ ମାନଙ୍କୁ ଡାକିଆଣେ ଥଣ୍ଡାଘରେ ବସେଇବା ପାଇଁ ଓ ଫ୍ରିଜରୁ ଥଣ୍ଡା ସରବତ ଦେବା ପାଇଁ। ବହୁତ ଖୁସିରେ ସମୟ କଟିଲା । ମାତ୍ର ରିଶି ଏସବୁକୁ ପସନ୍ଦ କରୁ ନଥିଲା । ସର୍ବଦା ରିମାକୁ ତାଗିଦ କରୁଥାଏ ଯେ ଏସବୁ ଦ୍ୱାରା ଖର୍ଚ୍ଚ ବହୁତ ଅଧିକ ହେଉଛି ମୁଁ ପଇସା ସଞ୍ଚୟ କରି ପାରୁ ନାହିଁ। ବେଳେବେଳେ ବିରକ୍ତହୋଇ ଗାଳିବି କରେ।ଏମିତି ଦୁଇମାସ ଗଲା। ଦିନେ ଦ୍ୱିପ୍ରହର ସମୟରେ ଵିଜୁଳି ବିଭାଗରୁ ଆସି ବିଜୁଳି ବିଲ ଦେଇଗଲେ। ବିଲରେ ଦୁଇମାସର ପାଞ୍ଚ ହଜାର ଦେଖି ରିମାର ମୁଣ୍ଡ କାମ କଲା ନାହିଁ। ନଥ କରି ବସିଗଲା ତଳେ ରିଶିର ଆସିବାକୁ ଅପେକ୍ଷା କରି।


ରିଶି ପହଞ୍ଚି ବା ପରେ ସବୁଦିନ ପରି ଚା ଦେଇ ବିଜୁଳି ବିଲଟି ବଢେଇଦେଲା ରିମା । ବିଲ ଦେଖି ଚା କପଟିକୁ ଫୋପାଡି ଦେଲା ରିଶି। ଏବଂ ଯାହା ମନକୁ ଆସିଲା ଗାଳି ବର୍ଷଣ କରିଗଲା ରିମା ଉପରେ କେବଳ ହାତ ଉଠେଇବାଟା ବାକି ଥିଲା। ତା ପରଦିନ ରାଗ ତମ ତମ ହୋଇ ନଖାଇ ନପିଇ ଯାଇ ବିଜୁଳି ବିଲ ପୈଠ କରି ଆସିଲା। ସେହି ଦିନଠାରୁ କିଛି ଦିନ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ଥିଲା। ବିଲ ବାବଦ ପଇସା ଦେଇ ସାରିବା ପରେ ରିଶି ପାଖରେ ବେଶି ନଥାଏ ତ ସେ ସର୍ବଦା ରିମା ଉପରେ ଗରଗର ହେଉଥାଏ।କିଛି ଦିନ ପରେ ରିମା ଘରର ସଉଦା ଆଣିବା ପାଇଁ କହିବାରୁ ରିଶି ପଇସା ନାହିଁ କହି ବାହାରକୁ ଚାଲିଗଲା। ତା ପଛେ ପଛେ ରିମା ଯାଇ ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲା ମାତ୍ର ରିଶିର ରାଗ ଏତେ ମାତ୍ରାରେ ବଢିଯାଇଥିଲା ଯେ ସେ ହିତିହିତ ଜ୍ଞାନ ଭୂଲି ରିମାକୁ ଟାଣି ଟାଣି ଆଣି ଫ୍ରିଜ ପାଖକୁ ଆସିଲା ଓ ସବୁ କାଢି ତାକୁ ତାଭିତରେ ଜବରଦସ୍ତ ପୁରେଇ ତାଲା ମାରି କହିଲା ଥଣ୍ଡା ଖାଇବାକୁ ଆଣିଥିଲୁ ଏବେ ଥଣ୍ଡା ଖାଆ। ଏହାକହି ବାହାରକୁ ଚାଲିଗଲା। ପାଖରେ ଥିବା ଏକ ଚାଳିରେ କିଛି ଦେଶୀ ମଦ ପିଇଦେଲା। ସେତେବେଳକୁ ସେ ଭୂଲିଯାଇଥିଲା ଯେ ସେ ରିମାକୁ ଫ୍ରିଜ ଭିତରେ ବନ୍ଦ କରିଛି ବୋଲି। ରାତି ଅଧରେ ନିଶାଶକ୍ତ ଅବସ୍ତାରେ ଆସି ଦୁଆର ମୁହଁ ଚଟାଣରେ ଶୋଇଗଲା। ଦୁଇଦିନ ପରେ ତାର ଚେତା ଆସିଲା। ତାର ମନେ ପଡିଲା ସେ ରିମାକୁ ଫ୍ରିଜରେ ବନ୍ଦ କରିଛି ବୋଲି। ଏକ ନିଶ୍ୱାସରେ ଯାଇ ଖୋଲି ଦେଖେତ ରିମା ଆଉ ନାହିଁ। ତିନିଦିନ ବରଫରେ ରହି ଜମାଟ ବାନ୍ଧି ଯାଇଛି । ତାକୁ ଯେତେ ଡାକିଲେ ବି ସେ ଆଉ ନଶୁଣେ।ରିମା କହି ଜୋରରେ ଚିତ୍କାର କରିଉଠିଲା ରିଶି । ସେତେବେଳକୁ ସେ ତା ସ୍ମୃତିରୁ ପ୍ରକୃତ ସମୟକୁ ଫେରିଆସିଥାଏ । ଥଣ୍ଡାରେ ତା ଦେହ ଶିରା ଫାଟିବାକୁ ଲାଗୁଥାଏ । ମନେ ମନେ ଭାବୁଥାଏ ତା ରିମାକୁ କେତେ କଷ୍ଟ ହେଉନଥିବ।ଏମିତି ଅନୁତାପ କରି କହି ହେଉଥାଏ ରିମା ମୋ ପାପର ପ୍ରାୟଶ୍ଚିତ ମୁଁ କରି ତୋ ପାଖକୁ ଫେରୁଛି ,ତୁ ଅନୁଭବ କରିଥିବା ଏଇ ବରଫରେ ତିନିଦିନର ସଂଘର୍ଷକୁ ନେଇ।ଇତି ମଧ୍ୟରେ ରିଶି ର ପ୍ରାଣବାୟୁ ଉଡିଯାଇଥିଲା।


Rate this content
Log in

Similar oriya story from Tragedy