STORYMIRROR

Himalini Hota

Inspirational

4  

Himalini Hota

Inspirational

ଅନୁତାପ

ଅନୁତାପ

7 mins
275

ପାହାଡ଼ ର ପାଦ ଦେଶରେ ଏକ ଶବର ବସ୍ତି ।ବସ୍ତି ରେ ରୁହୁଥିଲେ ଆଠ ରୁ ଦଶ ପରିବାର ।ଜଙ୍ଗଲ ରୁ ଫଳ ମୂଳ, ଲାଖ ଝୁଣା,ଜଙ୍ଗଲୀ ଚେରମୁଳିକା ସଂଗ୍ରହ କରି ତାକୁ ବିକ ନିଜର ଜୀବିକା ପ୍ରତିପୋଷଣ କରୁଥିଲେ ସେ ବସ୍ତି ର ଲୋକମାନେ।ତତ୍ସହିତ ପାହାଡ଼ ଉପରେ କିଛି କିଛି ଜାଗାକୁ ପୋଡି ମାଣ୍ଡିଆ ,ସୁଆଁ ,କାଙ୍ଗୁ ଆଦି ଆଦାୟ କରୁଥିଲେ ପୋଡ଼ୁ ଚାଷ ଦ୍ୱାରା।ସେଇ ଆଠ ରୁ ଦଶ ପରିବାର ମଧ୍ୟରେ ବାସ କରୁଥିଲା ଅଜୟ ହେମ୍ବ୍ରମ ନିଜ ପରିବାର କୁ ନେଇ ,ପରିବାର କହିଲେ ସେ ତା ତିରିଲା ଆଉ ତାର ଗୋଟେ ନନୀ।ଭାରି ଆଦର  କରୁଥାଏ ନନୀ କୁ ସିଏ।ପାଠ ଦୁଇ ଅକ୍ଷର ପଢେଇବା ପାଇଁ ସବୁବେଳେ ଚେଷ୍ଟା କରୁଥାଏ ନନୀ କୁ ତାର। ନିଜେ ତ ସିଏ ମୂର୍ଖ କିନ୍ତୁ ତାର ଆଶା ତାର ନନୀ କେମିତି ଦୁଇ ଅକ୍ଷର ପଢିବ। ଅନୁନ୍ନତ ଅଞ୍ଚଳରେ ବିଦ୍ୟାଳୟ ର ବ୍ୟବସ୍ଥା ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ସେ ନିଜ କାନ୍ଧରେ ବୋହି ବୋହି ନିଜ ନନୀ କୁ ନେଇ ଦୂରରେ ଥିବା ଏକ ଛୋଟିଆ ସହର ର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢେଇବାକୁ ମନସ୍ତ କରିଥିଲା ହେମ୍ବ୍ରମ। ସୁରୁଜ ନ ଉଁଉଣୁ ଯାଉ ଲୁଣ ଟିକେ ଖାଇ ବାପା ଝିଅ ପଟା ମୁଣା ଧରି ବାଟ ଚଲା ଆରମ୍ଭ କରୁଥିଲେ। ବାଟ ସାରା ଜଙ୍ଗଲୀ ଫୁଲ ତୋଳି ତୋଳି ନନୀ ତାର କେତେବେଳେ ଚାଲି ତ ଆଉ କେତେବେଳେ ତାର ବୁଆ ର କାନ୍ଧରେ ବସି ବାଟ ଚାଲୁଥାଏ। ନନୀ କୁ ବିଦ୍ୟାଳୟ ରେ ଛାଡି ଜଣେ ବାବୁ ଘରେ କାମ କରେ ଅଜୟ ହେମ୍ବ୍ରମ।କାମ ସରିଲା ପରେ ବାବୁ ଘରୁ ରୁଟି କି ଭାତ ମୁଠେ ନେଇ ନନୀ କୁ ଦେଇ ଆସେ।ଏବଂ ସନ୍ଧ୍ୟା ବେଳେ କାମ ସାରି ନନୀ କୁ ଧରି ନିଜ ଶବର ବସ୍ତି ଅଭିମୁଖେ ଫେରି ଆସୁଥିଲା ହେମ୍ବ୍ରମ। ଏମିତି ଦିନ ସବୁ ଗଡି ଚାଲୁଥିଲାଏ।ନନୀ ବି ବହୁତ ଭଲ ପାଠ ପଢୁଥିଲା ବିଦ୍ୟାଳୟରେ ।ବୁଆ କୁ ତାର ଅଙ୍କ ମାନଙ୍କର ହିସାବ ବତେଇଦେଲା ବେଳକୁ ଖୁସିରେ ଦୁଇ ଟୋପା ଲୁହ ଝରି ପଡୁଥିଲା ଅଜୟ ହେମ୍ବ୍ରମ ର । ବଜାର ବାଟ ଓ ସାଉକାର କୁ ସୁଧ ଗଣିଲା ବେଳକୁ ତାର ଆଉ ଅସୁବିଧା କିଛି ହେବନି ଭାବି।ବିଦ୍ୟାଳୟରେ ପ୍ରଥମ ହେଉଥିଲା ନନୀ।ମଝିରେ ମଝିରେ ବାବୁ ଘର ଆଡ଼େ ମଧ୍ୟ ବୁଲେଇ ନେଉଥିଲା ନନୀ କୁ ଅଜୟ ହେମ୍ବ୍ରମ।ବାବୁ ବାବୁଆଣି ଖୁବ ସ୍ନେହ କରୁଥିଲେ ନନୀ କୁ। ନନୀ କୁ ମଧ୍ୟ ବାବୁ ଘର ପରିବାର ବହୁତ ଭଲ ଲାଗେ।ଛୁଆ ବେଳୁ ପତ୍ର କୁଡ଼ିଆ ରେ ବଢି ଆସୁଥିବା ନନୀ କୁ ବାବୁ ଘର ସହରୀ ସଭ୍ୟତା ର ଚକଚକ୍ୟ ଭରା ଘର ବହୁତ ଭଲ ଲାଗୁଥିଲା।ମଝିରେ ମଝିରେ କେବେ କେବେ ସେ ତାଙ୍କ ଘରେ ରହିଯାଉଥିଲା ଖୁସିରେ, ବୁଆ ସହ ତା ବସ୍ତି କୁ ନ ଯାଇ। ଖୁସୀର ଦୁନିଆ ଏମିତି ଚାଲିଥିବା ବେଳେ ଦୁଃଖର କଳା ବାଦଲ ମାଡି ଆସିଥିଲା ବାବୁ ଘର ପରିବାର ଉପରକୁ ।ଗୋଟିଏ ସଡ଼କ ଦୁର୍ଘଟଣା ରେ ବାବୁ ହୋଇଯାଇଥିଲେ ଆକାଶର ଚିକି ମିକ ତାରା।ବାବୁ ଆଣି ଙ୍କ ସହ ମିଶି ସେଦିନ ବହୁତ କାନ୍ଦିଥିଲା ନନୀ।ତା ପର ଠାରୁ ସେ ବାବୁଆଣି ଙ୍କ ଅନୁରୋଧ ରେ ବାବୁ ଆଣି ଙ୍କ ପାଖରେ ରହିଯାଇଥିଲା ତାଙ୍କୁ ସହାଚର୍ଯ୍ୟ ଦେବା ପାଇଁ।ବୁଆ କେବଳ କାମ ସାରି ଏକା ଗାଁ କୁ ଚାଲିଯାଉଥିଲା, ,ଘରେ ତା ମା ଏକା ରୁହେ।ବାବୁଆଣି ଙ୍କ ଠାରୁ କେତେ ସ୍ନେହ ପାଇଲେ ମଧ୍ୟ ତାର ମା ର ପଣତ କାନି ର ବାସ୍ନା କୁ ଝୁରି ହେଉଥିଲା ନନୀ। ବାବୁଆଣି ବହୁତ ଥର ପ୍ରସ୍ତାବ ଦେଇଥିଲେ, ତା ବୁଆ କୁ ତିରିଲା କୁ ଆଣି ଏଠାରେ ରଖିବା ପାଇଁ ,ମା କିନ୍ତୁ ମନା କରିଦିଏ, ତାକୁ ଏ ସହର ର ଚlକଚକ୍ୟ ଭରା ଜୀବନ ଆଦୌ ଭଲ ଲାଗେ ନାହିଁ।ସ ତା ଜଙ୍ଗଲ ଭଲ ତ ସେ ଭଲ। ଜଙ୍ଗଲ ତାରି ମା ।ସେମାନେ ସହରକୁ ଗଲା ପରେ ଦିନସାରା କାଠ ପତର ଜଙ୍ଗଲୀ ଫଳ ଶାଗ ପତର ସଂଗ୍ରହରେ ଦିନ ବିତି ଯାଏ ତାର ।ସହରୀ ଲୋକ ଙ୍କ ର ମାନସିକତା କୁ ଘୃଣା କରେ ସେ ।କିନ୍ତୁ ଝିଅ ଯେହେତୁ ପାଠ ପଢୁଛି ସହରରେ ସେ ସବୁ କୁ ଆଖି ବୁଜି ସହି ଯାଉଥିଲା ସେ। ବାବୁଆଣି ଏଥର ତା ପଢା ଖର୍ଚ୍ଚ ସବୁ ତୁଲାଉ ଥିଲେ।ତା ବୁଆ କୁ ମଧ୍ୟ ଆଗ ଠାରୁ ଅଧିକ ଟଙ୍କା ଦେଉଥିଲେ  ଘର ଖର୍ଚ୍ଚ ପାଇଁ। ବୁଆ ଏବେ ହେଇଯାଇଥିଲା ବାବୁଆଣି ଙ୍କ ହାତର କାଷ୍ଠ ପୁତ୍ତଲିକା।ଏମିତି କି ତାଙ୍କର ବିନା ଆଜ୍ଞା ରେ ନିଜର ତିରିଲା ପାଖକୁ ମଧ୍ୟ ଯାଉ ନଥିଲା। ଛୋଟ ଝିଅ ନନୀ ଏସବୁ କିଛି ବୁଝି ନ ପାରିଲେ ମଧ୍ୟ ତାକୁ କେମିତି ଗୋଟେ ଖାପ ଛଡା ଲାଗୁଥିଲା।ବାବୁ ଆଣି ଙ୍କ ତା ବୁଆ ପ୍ରତି ଅତ୍ୟଧିକ ସ୍ନେହ ,ଆଉ ଆଖିର ଚାହାଣି କେଜାଣି କାହିଁକି ତାକୁ ବହୁତ ଖରାପ ଲାଗୁଥିଲା।ଦିନେ ଦିନେ ତ ତା ବୁଆ ପାଞ୍ଚ ରୁ ସାତ ଦିନ ଯାଏଁ ଘରକୁ ଯାଉ ନ ଥିଲା ।ମା ତାର ସେଠି ଆଖିରୁ ଲୁହ ଗଡେଇ ବସି ରହୁଥିଲା ବୁଆର ବାଟ ଚାହିଁ ଚାହିଁ। ଦିନେ ବୁଆ ସହ ତାଙ୍କ ବସ୍ତି କୁ ଯାଇଥିବା ସମୟରେ ମାର ଆଖିର ଲୁହ ଓ ବୁଆ ର ଦେଶୀ ମହୁଲି ପିଇ ମା କୁ ବାଡ଼ିଆ ପିଟା ଦେଖି ପରିସ୍ଥିତି ବିଷୟରେ କିଛି କିଛି ବୁଝିବାକୁ ସକ୍ଷମ ହୋଇଥିଲା ତାର ପିଲା ମନ। ସେ ଦିନ ତ ଏପରି ହୋଇଥିଲା ଘର ଭିତରୁ ତାର ମା କୁ ବାଡେଇ ବାଡେଇ ବାହାରକୁ କାଢ଼ିଦେଇଥିଲା ତାର ବୁଆ,ଏ ଘରେ ତାର ଜାଗା ନାହିଁ କହି ।ନନୀ ମା କୁ ଧରି କାନ୍ଦିବାରୁ ନନୀ କୁ ମଧ୍ୟ ଭୀଷଣ ମାଡ଼ ପଡିଥିଲା।ମାଡ଼ ଖାଇ ଗୋଡ଼ ହାତ ଦରଜ କରୁଥିଲା ତାର, ମା ର ପଣତ କାନି ରେ ଲୁହ ଭିଜେଇ ଶୋଇପଡିଥାଏ ନନୀ ।ଆଉ ତାର ପାଠ ପଢିବାକୁ ସହର ରେ ଯାଇ ବିଲକୁଲ ଇଛା ନ ଥିଲା ।ସେଇ ଜଙ୍ଗଲ ରେ ଜନ୍ମ ତାର ସେ ଜଙ୍ଗଲ ରେ ସେ ମରିବ ଦି ଅକ୍ଷର ତ ସିଏ ପଢ଼ିସାରିଥିଲା  ଆଉ ତାର ପାଠ ପଢା ଦରକାର ନାହିଁ ।ତାର ପାଠ ପଢିବା ଯୋଗୁଁ ସେ ତା ବୁଆ କୁ ହରେଇ ସାରିଥିଲା ବୋଲି ମନେ ମନେ ବହୁତ ଦୁଃଖିତ ହୋଇ ତା ନିଜର ପଢା ହିଁ ସବୁ ଅନର୍ଥ ର କାରଣ ଥିଲା ବୋଲି ଭାବୁଥିଲା ସେ।।ସେ ଆଉ କେବେ ତା ମା କୁ ଛାଡି ଯିବ ନାହିଁ ନିଷ୍ପତ୍ତି କରିଥିଲା ମନେ ମନେ । ଯେଉଁ ସହର ର ଚାକଚକ୍ୟ ସଭ୍ୟତା ତା ଠାରୁ ଓ ତା ମା ଠାରୁତା ବୁଆ କୁ ଛଡେଇ ନେଇଥିଲା ସେ ସହର କୁ ଯାଇ ତାର ଆଉ ପାଠ ପଢିବା କୁ ଜମା ଇଛା ନ ଥିଲା । ସେ ଯେ ବୁଆ ର କଥା ମାନି ପାଠ ପଢି ବହୁତ ବଡ଼ ଭୁଲ କରିଛି ସେ ପାଇଁ ବହୁତ ଅନୁତାପ ବି କରୁଥିଲା।ଏବଂ ତାର ମା କୁ ବୁଝେଇବାକୁ ବହୁତ ଚେଷ୍ଟା କରିଥିଲା। ବୁଆ ତାର ଯେତେ ବାଧ୍ୟ କରିଥିଲେ ମଧ୍ୟ ସେ ଆଉ ପଢିବାକୁ ଯାଇ ନଥିଲା ବରଂ ଯେତିକି ପଢ଼ିଛି ସେତିକି ରେ ହିଁ ରହିଯିବାକୁ ଉଚିତ ମନେ କରିଥିଲା।ସେ ମନା କରିବା ପରେ ବୁଆ ତାର ଏକା ଏକା ସହରକୁ ଚାଲିଯାଇଥିଲା ।ଏବଂ ବାବୁଆଣି ଙ୍କ ଘରେ ସବୁଦିନ ପାଇଁ ରହିଯିବ କହି ଚାଲିଯାଇଥିଲା।  ବାବୁ ଆଣି ଙ୍କ ପ୍ରଦତ୍ତ ପୁଳା ପୁଳା ଟଙ୍କା

ଓ ବାବୁଆଣି ଙ୍କ ମିଛ ପ୍ରେମ ତାକୁ ଅନ୍ଧ କରି ସାରିଥିଲା।

ନିଜର ପରିବାର କୁ ବଞ୍ଚେଇବା ପାଇଁ ତିଳେ ମଧ୍ୟ ଇଛା ନ ଥିଲା ତାର ବୁଆ ର।ଏପଟେ ନିଜ ର ବୁଆ କୁ ନିଜ ହସ ଖୁସୀ ର ପରିବାର କୁ ଫେରେଇ ଆଣିବା ପାଇଁ ଅପ୍ରାଣ ଚେଷ୍ଟା ଚଳେଇଥାଏ ନନୀ।କିନ୍ତୁ ଛୋଟ ପିଲା ଯେହେତୁ ତାର କଥା ବା କିଏ ଶୁଣିବ କାହିଁକି। ନନୀ ଥିଲା ବହୁତ ଚାଲାକ ବସ୍ତି ମୁଖିଆ ଙ୍କ କାନରେ କଥା ପକେଇଥିଲା ସେ ଏବଂ ବସ୍ତି ର ନିୟମ ଅନୁସାରେ ବସ୍ତି ର କିଛି ଲୋକ ,ମୁଖିଆ ଓ ତା ମା କୁ ଧରି ସହରଭିମୁଖେ ବାବୁଆଣି ଙ୍କ ଘରକୁ ବାହାରିଥିଲେ ସେମାନେ।

କିନ୍ତୁ ବାବୁଆଣି ଥିଲେ ନ ଛୋଡ ବନ୍ଧା, ତାଙ୍କ ଆଖିକୁ ମା ଝିଅ ର କାନ୍ଦ ଦେଖାଯାଇନଥିଲା କେତେ ଆକୁଳ ହୋଇ ବାବୁ ଆଣି ଙ୍କ ଗୋଡ଼ ତଳେ ପଡି କାନ୍ଦି ଥିଲା ସେ।ବସ୍ତି ମୁଖିଆଙ୍କର ଧମକ ବି କିଛି କାମରେ ଆସିନଥିଲା ।ଶେଷରେ ନିରୁପାୟ ହୋଇ ମା ଝିଅ ଲେଉଟି ଥିଲେ ଘରକୁ ଆଖିରେ ଆଖିଏ ଲୁହ ଧରି।ତା ବୁଆ ର ପଥର ହୃଦୟ ବିଲକୁଲ ବି ତରଳି ନ ଥିଲା।ସେ ଯେମିତି ବାବୁଆଣି ଙ୍କ ପ୍ରେମ ରେ ଅନ୍ଧ ହୋଇ ତାଙ୍କର ଗୁଲାମ ପାଲଟି ଯାଇଥିଲା। ବାବୁଆଣିଙ୍କୁ ସିନା ବୁଆ ଏତେ ଭଲ ପାଉଥିଲା ।ବାବୁ ଆଣି ଙ୍କର କିନ୍ତୁ ଉଦେଶ୍ୟ ଥିଲା କିଛି ଅଲଗା ତାଙ୍କର ଦରକାର ଥିଲା କେବଳ ସାନ୍ନିଧ୍ୟ ।ଦୈହିକ ବାସନା ରେ ଅନ୍ଧ ହୋଇ ଯାଇଥିଲେ ବାବୁଆଣି।ଆଉ ସେଇ ନିଆଁ ରେ ପତଙ୍ଗ ସାଜି ଝାସ ଦେଉଥିଲା ତା ବୁଆ। ଠାକୁରଙ୍କୁ ଡାକିବା ଛଡା ଆଉ କିଛି ଉପାୟ ନ ଥିଲା ତାଙ୍କ ପାଖରେ।

ନିଜ ବସ୍ତି ରେ ଅତି ଦୁଃଖ ରେ ପର ଘରେ କାମ ପାଇଟି କରି ଅତି ଦୁଃଖ ରେ ଜୀବନ ଅତିବାହିତ କରୁଥିଲେ ମା ଝିଅ।

ଦୁଃଖ ପରେ ସୁଖ ଆସେ ।କାହା ପାଖରେ ଦୁଃଖ କିମ୍ବା ସୁଖ ବେସି ଦିନ ରହେ ନାହିଁ। ଦିନେ ମଧ୍ୟ ରାତ୍ରୀରେ କବାଟରେ କାହାର କରା ଘାତ ରେ ମା ଝିଅ ଚମକି ଉଠି କବାଟ ଖୋଲି ଦେଖିଲା ବେଳକୁ, ଦୁଆର ପାଖରେ ଠିଆ ହେବାର ଦେଖିବାକୁ ପାଇଥିଲେ ଅଜୟ ହେମ୍ବ୍ରମ କୁ ରକ୍ତାକ୍ତ ଅବସ୍ଥାରେ।ଦୁଆର ଖୋଲିଦେବା କ୍ଷଣି କଚାଡି ହୋଇ ପଡିଯାଇଥିଲା ସେ ଚେତା ହୀନ ହୋଇ।ମୁଣ୍ଡରେ ତାର ଲାଗିଥିଲା ଆଘାତ।ରକ୍ତ ଝରି ପଡୁଥାଏ ଦେହ ସାରା। ରକ୍ତ ବୋହି ଆସୁଥିଲା ଦେହରେ ହୋଇଥିବା ଛୋଟ ବଡ଼ ଆଘାତ ରୁ ।ମା ଝିଅ ସେ ଫେରି ଆସିଥିବା ରୁ ଯେତିକି ଖୁସୀ ହେଇଥିଲେ ତା ଠାରୁ ଅଧିକ ଦୁଃଖୀ ହେଇଥିଲେ ତାର ଏପରି ଅବସ୍ଥା କୁ ଦେଖି ।

ସାଙ୍ଗେ ସାଙ୍ଗେ ନନୀ ଯାଇ ବସ୍ତି ମୁଖିଆ ଙ୍କୁ ଡାକି ଆଣିଥିଲା ଏବଂ ତାଙ୍କ ସହ ବଇଦ କୁ ମଧ୍ୟ। ଚେର ମୁଳି ଓଷ ଓ ସେବା ଶୁଶୁର୍ସା ପରେ କିଛି ଦିନ ଭିତରେ ସୁସ୍ଥ ଲାଭ କରିଥିଲା ସେ ।ଏବଂ ନିଜ ବାଟ ନିଜେ ଖୋଜି ଜୀବନ ଧରି ପଳେଇ ଆସିଥିବାରୁ ତାଙ୍କର କୂଳଦେବୀ ଙ୍କୁ ପ୍ରଣିପାତ ଜଣାଇଥିଲା ।

ଘଟଣା ର ଅନ୍ତ ରାଳ ରେ ଥିଲା ଏମିତି କିଛି କଥା ଯାହାକି ଅଜୟ ହେମ୍ବ୍ରମ ଟିକେ ସୁସ୍ଥ ଲାଭ କଲା ପରେ ସମସ୍ତ ଙ୍କ ଆଗରେ ପ୍ରକାଶ କରିଥିଲା।ଘଟଣା ଦିନ ବାବୁଆଣି ଡେରି ରାତିରେ ତାଙ୍କର ର ଜଣେ ପୁରୁଷ ବନ୍ଧୁଙ୍କ ସହ ଫେରି ମଦ ପିଇ ମାତାଲ ଅବସ୍ଥାରେ ରେ ପ୍ରବଳ ଗାଳି ଗୁଲଜ କରିଥିଲେ ତା ଉପରେ ଏବଂ ପୁରୁଷ ବନ୍ଧୁ ଙ୍କ ସହ ରାତି ବିତେଇଥିଲେ ଯାହାକୁ ଦେଖି ସହିବା ର ଅବସ୍ଥାରେ ନ ଥିଲା ହେମ୍ବ୍ରମ ।କାରଣ ବାବୁ ଙ୍କ ପରେ ତାକୁ ସେହି ଅଧିକାର ମିଳିଥିଲା ।ରାଗ ରେ ଅନ୍ଧ ହୋଇ ଯାଇଥିଲା ସେ । କ୍ରୋଧାନ୍ଧ ହୋଇ ସେ ଯୁବକ ଯିଏ କି ତା ବାବୁଆଣି ଙ୍କ ସହ ଆସିଥିଲା ତା ଉପରକୁ ହାତ ବି ଉଠେଇଦେଇଥିଲା ,ସେଦିନ। ।ବାବୁଆଣିଙ୍କ ମୁଣ୍ଡକୁ ରକ୍ତ ଚଢିଯାଇଥିଲା ହେମ୍ବ୍ରମ ର ଏପରି ଅନାଧିକାର ଆଚରଣରେ।ସେ ବି ଓଲଟା ଜବାବ ରେ ତାକୁ ମାଡ଼ ମାରିଥିଲେ ।ଏହା କେବେ ବି ଆଶା କରିନଥିଲା ହେମ୍ବ୍ରମ ବାବୁଆଣି ଙ୍କ ଠାରୁ।ତା ଶବର ରକ୍ତ ରେ ନିଆଁ ଲାଗିଯାଇଥିଲା। ଗୋଟିଏ ବିରାଟ ବଡ଼ ପଥର ଉଠେଇ ଆଣି ବାବୁଆଣି ଙ୍କୁ ମାରିବାକୁ ଉଦ୍ୟତ ହେଉଥିବା ସମୟରେ ବାବୁଆଣି ଙ୍କ ପେଶା ଦାର ଗୁଣ୍ଡା ଙ୍କ ଦ୍ଵାରା ଆଘାତ ପ୍ରାପ୍ତ ହୋଇଥିଲା ସେ।ଭୟଙ୍କର ଭାବେ ମାଡ଼ ମାରି ଜୀବନ ନେଇଯିବାକୁ ଚେଷ୍ଟା କରିଥିଲେ ସେମାନେ।ଏବଂ ତାକୁ ମୃତ ଭାବି ନିକଞ୍ଚାନ ଜାଗାରେ ପକେଇ ଦେଇ ଚାଲିଯାଇଥିଲେ ସେମାନେ ।କିଛି ସମୟ ଅତିବାହିତ ହେବା ପରେ ସେ ଚେତା ପାଇ ସେଠାରୁ ଜୀବନ ବିକଳରେ ରାତା ରାତି ପଳେଇଆସିଥିଲା ପ୍ରାଣ ବଞ୍ଚେଇ ନିଜ ବସ୍ତିକୁ।

ନିଜର ସ୍ଥିତି ସମ୍ବନ୍ଧରେ ଅଜ୍ଞ ହୋଇ ମସ୍ତ ବଡ଼ ଭୁଲ କରି ଥିବାରୁ ଅନୁତାପ ର ଅନଳ ରେ ଦଗ୍ଧ ଭୁତ ହେଇଥିଲା ସେ।ବାବୁଆଣି ଙ୍କ ର ସ୍ୱାର୍ଥ ଜଡିତ କାମନା କୁ ତା ପରି ସରଳ ନିରୀହ ଆଦିବାସୀ ମୁଣ୍ଡା ବୁଝିବାକୁ ଅସମର୍ଥ ଥିଲା ।ବାମନ ହୋଇ ଚନ୍ଦ୍ର କୁ ହାତ ବଢେଇବାର ଦୁଃସାହସ କରିବାର ଦଣ୍ଡ ପାଇସାରିଥିଲl ହେମ୍ବ୍ରମ। ବସ୍ତିକୁ ନିଜ ପ୍ରାଣ ଧରି ଚାଲିଆସିବା ପରେ ନିଜ ସଂସାରକୁ ପୂର୍ବ ଭଳି ସଜେଇ ଆଗେଇ ନେବା ରେ ପ୍ରୟାସ କରିଥିଲା ହେମ୍ବ୍ରମ।ଏବଂ ତାର ପୂର୍ବ ଦୋଷା ଦୋଷକୁ ନ ଧରି ମା ଝିଅ ମଧ୍ୟ ସଂସାର  ରୂପକ ସମୁଦ୍ରରେ ଭାସୁଥିବା ତରୀ କୁ ଠିକ ରୂପେ ଚଳେଇବାରେ ସାହାଯ୍ୟ କରିଥିଲେ ।



Rate this content
Log in

Similar oriya story from Inspirational