STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଅନୁପ୍ରାଣିତ

ଅନୁପ୍ରାଣିତ

2 mins
222


କେତେ ଜଣ ଅଛନ୍ତି ଯାହାଙ୍କ ବ୍ୟକ୍ତିତ୍ୱ ଦ୍ୱାରା ମୁଁ ଖୁବ୍ ଅନୁପ୍ରାଣିତ ହୋଇଛି।ସେମିତି ଜଣେ ଅଗ୍ରପୂଜ୍ୟ ମହିଳା ଜାହାଙ୍କଠାରୁ ପ୍ରତିକୂଳ ପରିସ୍ଥିତି ରେ କିପରି ଧୈର୍ଯ୍ୟ ଓ ଦୃଢ଼ତା ରଖି ଜୀଇଁବାକୁ ପଡେ ଶିଖିଥିଲି।ଇଛାଶକ୍ତି ଓ ନିଷ୍ଠା ପୂର୍ବକ ଅଧ୍ୟବସାୟ ଯେ କୌଣସି ସଫଳତା ଆଣିଦିଏ;ଏହାର ଅନେକ ଉଦାହରଣ ରହିଛି।ମାତ୍ର ପ୍ରତିକୂଳ ପରିବେଶ,ସମାଜର ଅନ୍ଧ ଦୃଷ୍ଟି ଭଙ୍ଗୀକୁ ଭାଙ୍ଗିବାର ମାନସିକତା ଓ ଧୈର୍ଯ୍ୟ ଅଛି ହାତ ଗଣତି କେଇ ଜଣଙ୍କର।ସେମାନଙ୍କ ମଧ୍ୟରେ ଯଦି ମହିଳା ଜଣେ ଅଛନ୍ତି ତ ଆଶ୍ଚର୍ୟ୍ଯ କରିଦିଏ ଯେ କୌଣସି ଆଶାକାମୀ ମଣିଷଙ୍କୁ।ସେମିତି ଜଣେ ଭାରତୀୟ ମହିଳା ବୈଜ୍ଞାନିକ ବିଷୟରେ ମୋ ସ୍ୱଳ୍ପ ଜାଣିବାରୁ କେଇ ଧାଡି ଆସନ୍ତୁ ଜାଣିବା।


★କେମେଷ୍ଟ୍ରି ଖୈରା★


କୋଲକାତା ବିଶ୍ୱବିଦ୍ୟାଳୟର ସବୁଠାରୁ ମର୍ଯ୍ୟାଦା ଜନକ ଓ ଲୋଭନୀୟ ଚୌକି ଥିଲା କେମେଷ୍ଟ୍ରି ଖୈର୍ ପ୍ରଫେସର ପଦ।ଏହି ପଦ ପାଇଁ ଅସାଧାରଣ ପୁରୁଷ ବ୍ୟକ୍ତିଙ୍କ ଭିତରୁ ଚୟନ ହେଉଥିଲା ବେଳେ ଜଣେ ମହିଳା ଏହି ପଦରେ ରହିବା ପୁଣି ଉଣେଇଶି ଶହ ବାସ୍ତରୀ ମସିହାରୁ ଉଣେଇଶି ଶହ ବୟାଅଶୀ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ରହିବା ବିସ୍ମୟପ୍ରଦ କଥା ନିଶ୍ଚିନ୍ତ।


ଏହି ବିସ୍ମୟ ମହିଳା ଜଣଙ୍କ କୋଲକତାର ଏକ ବଙ୍ଗାଳି ପରିବାରରେ ଜନ୍ମ ନେଇଥିଲେ ।ସେ ପିଲା ଦିନେ ଅସାଧାରଣ ମେଧାବିନୀ ଛାତ୍ରୀ ଥିଲେ।ବିଜ୍ଞାନ ପ୍ରତି ତାଙ୍କ ଆକର୍ଷଣ ମାତ୍ରାଧିକ ଥିଲା।ପରାଧୀନ ଭାରତ ପୁଣି ବାଳିକା ଶିକ୍ଷାପ୍ରତି ସାମାଜିକ କୁଣ୍ଠିତ ଭାଵ ପରିବେଶରେ ସ୍କଟିଶ ଚର୍ଚ୍ଚ କଲେଜରେ ଅଧ୍ୟୟନ କରି

ରସାୟନ ଶାସ୍ତ୍ରରେ ଅନର୍ସ ସହିତ ସ୍ନାତକ ଡିଗ୍ରୀ ହାସଲ କରିବା ଏକ ବିରଳ କୃତିତ୍ୱ ଥିଲା।ତତ୍ପରେ ସେ ଉଣେଇଶି ଶହ ଅଠତିରିଶି ମସିହାରେ ଅର୍ଗାନିକ୍ କେମେଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।କୋଲକତା ବିଶ୍ୱ ବିଦ୍ୟାଳୟରେ ସେ ପ୍ଲାଷ୍ଟ ପ୍ରଡକ୍ସନ ଓ ସିଂଥେଟିକ୍ ଅର୍ଗାଅନିକ୍ କେମେଷ୍ଟ୍ରିରେ ଗବେଷଣା କରିଥିଲେ।


କୋଲକତା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଲେଡି ବ୍ରାବୌରନେ କଲେଜର ରସାୟନ ବିଭାଗ ପ୍ରତିଷ୍ଠାତା ମୁଖ୍ୟ ଭାବେ ନିଜ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ।ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଯିଏ କି ବିଜ୍ଞାନରେ ଡକ୍ଟରେଟ୍ ଡିଗ୍ରୀରେ ଭୂଷିତ ହୋଇଥିଲେ।ତାପରେ କୋଲକତା ବିଶ୍ୱବିଦ୍ୟାଳୟର ବିଜ୍ଞାନ କଲେଜର ରିଡର୍ ଓ ପରେ ରସାୟନ ଶାସ୍ତ୍ରର ଖୈରା ପ୍ରଫେସରସିପ୍ ରେ ଯୋଗ ଦେଇଥିଲେ।


ଶିକ୍ଷା ଓ ଗବେଷଣାର ପ୍ରସାର ପାଇଁ ଭାରତ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଦ୍ୱାରା ରସାୟନ ପ୍ରାକୃତିକ ଉତ୍ପାଦନ ନିମନ୍ତେ ତାଙ୍କୁ ସ୍ୱତନ୍ତ୍ର ସଂଯୋଜକଭାବେ ନିଯୁକ୍ତି ଦିଆ ଯାଇଥିଲା।ଭାରତ ପରି ଉପମହାଦେଶରେ ଔଷଧୀୟ ପ୍ଲାଣ୍ଟ ଉପରେ ଗ୍ରନ୍ଥ ଲେଖିବା କ୍ଷମତା ତାଙ୍କୁ ପ୍ରଦାନ କରାଯାଇଥିଲା।ଏହା ଇତିହାସ ରଚିବା ପାଇଁ ଯଥେଷ୍ଟ ଥିଲା ସେ ମହିଳା ଜଣଙ୍କ ପାଇଁ।ରସାୟନ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତ୍ୟନ୍ତ ପ୍ରଶଂସନୀୟ ଅବଦାନ ପାଇଁ ତାଙ୍କୁ "ଶାନ୍ତି ସ୍ୱରୂପ ଭଟ୍ଟନାଗର" ପୁରସ୍କାରରେ ପୁରସ୍କୃତ କରା ଯାଇଥିଲା।ଏହି ସମ୍ମାନଜନକ ପୁରସ୍କାର ଲାଭ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା।ସେ ମଧ୍ୟ "ପଦ୍ମବିଭୂଷଣ" ଉପାଧିରେ ଭୂଷିତ ହୋଇଥିଲେ।


ସବୁବେଳେ ରସାୟନ ବିଜ୍ଞାନ କିପରି ଜନ କଲ୍ୟାଣ

କାରୀ ହୋଇ ପାରିବ ସେ ସବୁବେଳେ ଚେଷ୍ଟିତ ଥିଲେ।ସେ ମଧ୍ୟ "ପ୍ରଥମ ଭାରତୀୟ ମହିଳା ବୈଜ୍ଞାନିକ ଯିଏ କି ଭାରତୀୟ ବିଜ୍ଞାନ କଂଗ୍ରେସ ସଙ୍ଗଠନକୁ ସାଧାରଣ ସଭାପତି"ଭାବେ ନିର୍ବାଚିତ ହୋଇଥିଲେ।ନିଜର ଅସାଧାରଣ ବୈଜ୍ଞାନିକ ସଫଳତା ପାଇଁ ସେ ପ୍ରତି ଭାରତୀୟ ହୃଦୟରେ ଚିର ସ୍ମରଣୀୟା ହୋଇ ରହିଥିବେ।


ସେ ଆଉ କେହି ନୁହନ୍ତି ଆମ ପ୍ରିୟ ଚିରସ୍ମରଣୀୟା "ଅସୀମା ଚାଟାର୍ଜୀ।"


ସେ ହିଁ ତ ଜଗତକୁ ଦେଖାଇ ଦେଲେ ପୁରୁଷଙ୍କଠାରୁ ମହିଳା କୌଣସି କ୍ଷେତ୍ରରେ କମ୍ ନୁହେଁ।


ସେ ପାହାଚ ତିଆରି କରି ଯାଇଥିଲେ ବୋଲି ଆଜି ଲକ୍ଷ୍ୟ ଲକ୍ଷ୍ୟ ଝିଅ ବିଜ୍ଞାନ ପଢି ସବୁ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରି ନିଜକୁ ପ୍ରତିଷ୍ଠିତ କରି ପାରୁଛନ୍ତି।


ସେହି ଯୋଗଜନ୍ମା ମହିଳାଙ୍କୁ ମୋର କୋଟି ନମନ।


Satyabati swain,balikuda,jagatsinghpur.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational