Pramod Kumar Jena

Inspirational Abstract

3  

Pramod Kumar Jena

Inspirational Abstract

ଅନୁକରଣ

ଅନୁକରଣ

2 mins
7.4K


ଟିଫିନ୍ ଟାଇମ୍ ହୋଇଥାଏ l ଟିଚର୍ସ୍ କମନରୁମରେ ସବୁ ମିସ୍ ନିଜ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବିଷୟରେ ଅଳ୍ପେ ବହୁତ ଟିପ୍ପଣୀ ଦେଉଥାନ୍ତି l କିଏ ମଜା ନେଉଥାଏ ତ କିଏ ବିରକ୍ତ ହେଉଥାଏ l ଟିଚର୍ସ୍ କମନରୁମର ଏଇଟା ଚିରାଚରିତ ଦୃଶ୍ୟ l ଗତ କାଲି ହୋଇଥିବା ପାରେଣ୍ଟସ୍ – ଟିଚର୍ ମିଟିଙ୍ଗରେ କିଛି ଦୃଶ୍ୟର ପର୍ଯ୍ୟାଲୋଚନା ହେଉଥାଏ l କିଛି ପାରେଣ୍ଟସ୍ ମନ ଦେଇ ଶୁଣୁ ଥିଲେ ତ ଆଉ କିଛି ପାରେଣ୍ଟସ୍ ନିଜର ଡିଣ୍ଡିମ ପିଟୁଥିଲେ l କେମିତି ମ୍ୟାନର୍ସ ସେମାନେ ପିଲାମାନଙ୍କୁ ଶିଖେଇଛନ୍ତି l ତା’ପରେ ଟିଚରମାନଙ୍କୁ ଉପଦେଶ, କ’ଣ କରାଯିବ l ଯେତେବେଳେ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି ଟଲେରଟ୍ ତ କରିବାକୁ ପଡିବ l ହଠାତ୍ କିଏ ଗୋଟେ ଛୁଆ ଜୋରରେ କାନ୍ଦିବା ଶୁଣାଗଲା l ଅବଶ୍ୟ ଏମିତି କେଉଁ କେଉଁ ପିଲା ସବୁଦିନେ କାନ୍ଦନ୍ତି l କିନ୍ତୁ କିଛି ସମୟ ପରେ ଚୁପ୍ ହୋଇ ଯାଆନ୍ତି l କିନ୍ତୁ ମିସ୍ ରୋଜି ଲକ୍ଷ୍ୟ କଲେ ଛୁଆଟିର କାନ୍ଦ ବନ୍ଦ ହେବାର ନାଆଁ ନେଉ ନାହିଁ l ଟିକିଏ ବ୍ୟସ୍ତ ଲାଗିଲା l ଭାବିଲେ ଟିକେ ଯାଇ ବୁଲି ଦେଖି ଆସିବେ l ଯାଇ ଦେଖନ୍ତି ତ ଟିନା କାନ୍ଦୁଛି ଖୁବ୍ ଜୋରରେ l କିଛି ପିଲା ତା’ ଚାରିପଟେ ଘେରି ରହିଛନ୍ତି l

ପାଖକୁ ଗଲେ l ପଚାରିଲେ, କ’ଣ ହେଲା ?

ଗୋଟିଏ ଛୋଟ ଝିଅ ଆସି କହିଲା,

: ମିସ୍………ଟିନାକୁ ଆଦି ଗାଳି କଲା l

: କାହିଁକି ଗାଳି କଲା ? କୁଆଡେ ଗଲା ସେ ?

ଟିନା ପାଖକୁ ଆସିଲେ ସେ l

: କ’ଣ ହେଲା ମାମା ? କାନ୍ଦନା.. ଟିନା ଲୁହ ପୋଛି ପଚାରିଲେ, ମିସଙ୍କୁ କହିବନି ?

ଧକେଇ ଧକେଇ କାନ୍ଦୁ କାନ୍ଦୁ ଟିନା କହିଲା,

: ମମ୍ମି କହିଥିଲା, ଫ୍ରେଣ୍ଡମାନଙ୍କ ସହ ଟିଫିନ୍ ସେଆର୍ କରିବାକୁ l

: ଭଲ ହେଲା l ଅସୁବିଧା କ’ଣ ହେଲା ?

: ମୋ ଠାରୁ ସମସ୍ତେ ଖାଇଲେ l ମୁଁ ଯେତେବେଳେ ଆଦିକୁ ମାଗିଲି, ମୋତେ କହିଲା ଭିକାରୀ l

ପୁଣି କାନ୍ଦିବା ଆରମ୍ଭ କରିଦେଲା l

: ମମ୍ମି ମୋତେ ପ୍ରିନ୍ସେସ୍ ବୋଲି ଡାକନ୍ତି l ଜେଜେମାଆ ଲକ୍ଷ୍ମୀ ବୋଲି ଡାକନ୍ତି l ଆଦି ମୋତେ କହୁଛି ମୁଁ ଭିକାରୀ l କାନ୍ଦ ତା’ର ଆଉ ବନ୍ଦ ହେଲାନି l କୋଳକୁ ଆଉଜେଇ ନେଲେ ଟିନାକୁ l ତା’ କାନ୍ଦରୁ ଜାଣିପାରିଲେ କେତେ କଷ୍ଟ ହୋଇଛି ତା’କୁ l ଆଉ ମନେ ପକାଇଲେ ପାରେଣ୍ଟସ୍-ଟିଚର୍ ମିଟିଙ୍ଗରେ ଲମ୍ବା ଲମ୍ବା ଭାଷଣ ମାରୁଥିବା ଆଦିର ମାଆଙ୍କ କଥା l ‘ଆମେ ଭୁଲିଯାଉ ପିଲାମାନେ ବଡମାନଙ୍କ ଠାରୁ ଯାହା ଶୁଣନ୍ତି ସେୟା କରନ୍ତି l’ ଭାତ ହାଣ୍ଡିରୁ ଭାତ ଚିପିଲା ଭଳି ଜଣା ପଡିଯାଏ କାହା ଘରୁ କିଏ କ’ଣ ଶିଖି ଆସିଛି ?


Rate this content
Log in

Similar oriya story from Inspirational