STORYMIRROR

KRUTIBAS NAYAK

Inspirational Others

4  

KRUTIBAS NAYAK

Inspirational Others

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଦଶ)

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଦଶ)

6 mins
171

ଦୁଃଖ ପରେ ସୁଖ, ସୁଖପରେ ଦୁଃଖ ଆସେ, ଶିଶୁ ପୁଣି ଦିନେ ବୁଢା ହେଇଯାଏ; ଏହା ହେଉଛି-ଗୋଟିଏ ପ୍ରାକୃତିକ ପ୍ରକ୍ରିୟା, ପ୍ରକୃତିର ନିୟମ | ସମୟର ଚକ ଅହରହ ଘୂରୁଥାଏ | କେହି କେବଳ ସୁଖଭୋଗ କରି ଏହି ସୃଷ୍ଟିରେ ଚିରଦିନ ପାଇଁ ରହିପାରି ନାହିଁ | ସମସ୍ତଙ୍କ ପାଇଁ ମଙ୍ଗଳମୟ ଭଗବାନ ସବୁ ପ୍ରକାର ସୁଯୋଗ ଦେଇଥା’ନ୍ତି | ଯେଉଁମାନେ ସୁଯୋଗକୁ ନିଜର ଅଜ୍ଞାନତା ବଶତଃ ହରେଇ ଦିଅନ୍ତି, ସେମାନେ ଦୁଃଖକୁ ଜାବୁଡ଼ି ଧରି ରହନ୍ତି | ଆଉ ଯେଉଁମାନେ ଦୁର୍ଯୋଗକୁ ସୁଯୋଗରେ, ବିପଦକୁ ସଂପଦରେ ପରିଣତ କରିବାକୁ ଚେଷ୍ଟା କରନ୍ତି , ସେମାନେ ବିଳମ୍ବରେ ହେଉପଛେ କେବଳ ସୁଖ ହିଁ ଲାଭ କରିଥା’ନ୍ତି | ଏକଥା ବାରମ୍ବାର ବିଭିନ୍ନ କ୍ଷେତ୍ରରେ ପ୍ରମାଣିତ ହୋଇଛି |

ଆମେ ସୁଖ ବୋଲି ଯାହାକୁ ଭାବିଥାଉ, ତାହା ନିଶ୍ଚୟ ଅଳିକ-ଅସ୍ଥାୟୀ, ସେକଥାକୁ ଆମେ ବି ଜାଣିଛୁ : କିନ୍ତୁ ଆନନ୍ଦର ଅର୍ଥ ସଂପୂର୍ଣ୍ଣ ଭିନ୍ନ, ଯାହା ସ୍ଥାୟୀ ଏବଂ ଚିରନ୍ତନ | ଯେଉଁ କାର୍ଯ୍ୟକରି ମଣିଷ ଆତ୍ମ-ସନ୍ତୋଷ ଲାଭକରେ, ନିଜର ସ୍ଵାର୍ଥକୁ ବଳିଦେଇ ସୁଖଲାଭ କରେ, ତାକୁ ହିଁ ଆନନ୍ଦ କୁହାଯାଏ | ପାଇବାରେ ମଣିଷକୁ ସୁଖ ମିଳିଥାଏ ସତ, କିନ୍ତୁ ଦେବାରେ ଯାହା ମିଳିଥାଏ-ତାକୁ ହିଁ କହନ୍ତି ଆନନ୍ଦ |

ଏକଥା ସତ୍ୟ ଯେ, ଆନନ୍ଦ ପାଇବାକୁ ସମସ୍ତେ ହକଦାର ହେଇପାରନ୍ତି ନାହିଁ | ଏଥିପାଇଁ ଯେଉଁ ତ୍ୟାଗ ଓ ନିଷ୍ଠା ଦରକାର, ତାକୁ ଖୁବ କମଲୋକ କରିପାରନ୍ତି |

ସାହିତ୍ୟ କ୍ଷେତ୍ରରେ ଯେଉଁମାନେ ମନ-ଧ୍ୟାନ ଲଗାଇ ଥା’ନ୍ତି, ସେମାନେ ସୁଖ ଅପେକ୍ଷା ଅଧିକ ଆନନ୍ଦ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥା’ନ୍ତି | ବିଳମ୍ବରେ ହେଉପଛେ ତାଙ୍କର କାର୍ଯ୍ୟ ଓ କୃତିକୁ ଲୋକେ ପସନ୍ଦ କରନ୍ତି | ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ନାମକୁ ମନେ ରଖନ୍ତି | ତାଙ୍କର ସାହିତ୍ୟ କୃତିକୁ ସ୍ଵୀକୃତି ଦିଅନ୍ତି | ତାଙ୍କ ଜୀବନ ଜୀବିକା ଓ କୃତି ଉପରେ ଗବେଷଣା ବି କରନ୍ତି | ଗବେଷଣା ଲବ୍ଧ ଜ୍ଞାନକୁ ପୁସ୍ତକ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ବିତରଣ କରିଦିଅନ୍ତି | ଫଳରେ ସେହିକବି ବା ଲେଖକ ନିଶ୍ଚିତ ଭାବରେ କିଛିଦିନ ପାଇଁ ଅମର ହୋଇ ରହିଯାଆନ୍ତି | ଏଭଳି ସୌଭାଗ୍ୟ, କିନ୍ତୁ ସବୁ କବି-ଲେଖକଙ୍କୁ ମିଳି ନ ଥାଏ | ଅନେକ ନିଷ୍ଠାପର ସାଧକ ବି ଆଢୁଆଳରେ ରହି ଯାଆନ୍ତି |

ମୋର ସୌଭାଗ୍ୟ ଜଣେ ଶିଶୁ-ସାହିତ୍ୟିକ ଭାବରେ ମୋର ସାହିତ୍ୟିକ ଜୀବନ ଆରମ୍ଭ କରି ସାହିତ୍ୟର ପ୍ରାୟ ସବୁ ବିଭାଗର କଲମ ଚଳାଇ ସଫଳତା ଲାଭକରି ପାରିଛି | 2003 ମସିହାରେ ଆୟୋଜିତ ଜାତୀୟ ସ୍ତର ପ୍ରତିଯୋଗିତାରେ ମୋର ପ୍ରଥମ ସାଂସ୍କୃତିକ ଉପନ୍ୟାସ ‘ଶୁଭଲକ୍ଷ୍ମୀ’ ସର୍ବଶ୍ରେଷ୍ଠ ବିବେଚିତ ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ କରକମଳରୁ ପୁରସ୍କୃତ ହୋଇଥିଲା |

ସେହିପରି 1992 ମସିହାରେ ଜାତୀୟ ସ୍ତରରେ ଆୟୋଜିତ ଶିଶୁସାହିତ୍ୟ ପ୍ରତିଯୋଗିତାରେ ମୋର ଶିଶୁ ଉପନ୍ୟାସ ‘ବଣଭୋଜି’ ଶ୍ରେଷ୍ଠ ଶିଶୁସାହିତ୍ୟ ଭାବରେ ପୁରସ୍କୃତ ହୋଇଥିଲା | ଜ୍ଞାନପୀଠ ବିଜେତା ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀର ସଭାପତି ଡକ୍ଟର ୟୁ॰ଆର॰ ଅନନ୍ତମୂର୍ତ୍ତିଙ୍କ କରକମଳରୁ ମୁଁ ଅର୍ଥ ଓ ଉପଢୌଙ୍କନ ଲାଭ କରିଥିଲି |

1999 ମାସିହାରେ ଦ୍ଵିତୀୟ ଥରପାଇଁ ଜାତୀୟ ଶିଶୁ-ସାହିତ୍ୟ ପ୍ରତିଯୋଗିତାରେ ମୋର ଶିଶୁକବିତା ପୁସ୍ତକ ‘ଫୁଲସବୁ ଫୁଟିଲେ’ ଶୀର୍ଷକ ପୁସ୍ତକ ଶ୍ରେଷ୍ଠ ଶିଶୁସାହିତ୍ୟ ପୁରସ୍କାର ଲାଭ କରିଥିଲା | ଏହାକୁ ପ୍ରଖ୍ୟାତ ଚଳଚିତ୍ର ଗୀତିକାର ତଥା ପ୍ରଯୋଜକ ଗୁଲଜାର ପ୍ରଦାନ କରିଥିଲେ |

ନିଜ ବୃତ୍ତିରେ ଉତକର୍ଷତା ପାଇଁ ଆକାଶବାଣୀ ଜାତୀୟ ପୁରସ୍କାର ଉତ୍ସବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ମନୀଷ ତିୱାରି, ଆକାଶବାଣୀର ମହା ନିର୍ଦ୍ଦେଶକ ଓ ପ୍ରସାର ଭାରତୀର ମୁଖ୍ୟଙ୍କ ଉପସ୍ଥିତିରେ 2014 ମସିହାରେ ପ୍ରଦାନ କରିଥିଲେ | ଏଥିସହ ଓଡ଼ିଶାରେ ବିଭିନ୍ନ ଅନୁଷ୍ଠାନରୁ ବିଭିନ୍ନ ସମୟରେ ମୁଁ ସମ୍ମାନିତ ଓ ପୁରସ୍କୃତ ହୋଇଛି | ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ଶିଶୁ-ସାହିତ୍ୟ ପାଇଁ ବିଷୁବ ପୁରସ୍କାର ଏବଂ ଶ୍ରେଷ୍ଠ ନାଟ୍ୟକାର ଭାବରେ 2015 ମସିହାରେ ପୁରସ୍କୃତ ହୋଇଛି | ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ତରଫରୁ ମଧ୍ୟ ଶ୍ରେଷ୍ଠ ଶିଶୁ-ସାହିତ୍ୟିକ ସମ୍ମାନ ଓ ପୁରସ୍କାର ପାଇଛି | ଓଡିଆ ଗୀତୀ କବି ସମାଜ ତରଫରୁ ଜିତେନ୍ଦ୍ର ପଟ୍ଟନାୟକ ଗୀତିକବି ସମ୍ମାନ-2016 ଏବଂ ରାଜ୍ୟସ୍ତରୀୟ ସଂସାର ପତ୍ରିକା ସମ୍ମାନ, ଶିଶୁ-ସାହିତ୍ୟ ଲେଖକ ସମ୍ମେଳନ ତରଫରୁ ପ୍ରଫେସର ଜଗମୋହନ ରାଠୋର ସମ୍ମାନ-2016 ତଥା ଓଡିଶାରେ ବିଭହୀନ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତରଫରୁ ବିଭିନ୍ନ ସମୟରେ ସମ୍ମାନ ଓ ପୁରସ୍କାର ଲାଭ କରିଛି | ରୋଟାରୀ ସଂଗଠନ ମଧ୍ୟ ମୋତେ ସ୍ଵତନ୍ତ୍ର ସମ୍ମାନ ପ୍ରଦାନ କରିଛନ୍ତି | ଶ୍ରେଷ୍ଠ ଗୀତିକାର ଭାବରେ ସମ୍ମାନ ଜନକ କସ୍ତୁରୀ ସମ୍ମାନ, ଉତ୍କଳ ବିଶ୍ଵ ବିଦ୍ୟାଳୟ କୁଳପତିଙ୍କ କରକମଳରୁ ବୀରବର ଓତା ସ୍ମୃତି ସମ୍ମାନ 2017 ମସିହାରେ ଲାଭ କରିଛି | ଆଜିଯାଏ 2020 ମସିହା ସୁଦ୍ଧା ମୋର 180 ଖଣ୍ଡ ପୁସ୍ତକ ପ୍ରକାଶ ପାଇ ବେଶ ଲୋକପ୍ରିୟତା ହାସଲ କରିପାରିଛି | ଶତାଧିକ ପୁସ୍ତକରୁ ତିନିଶହ କପି ଲେଖାଏ ରାଜାରାମ ମୋହନ ରାୟ ଲାଇବ୍ରେରୀ ଯୋଜନାରେ କ୍ରୟ କରାଯାଇଛି | ବିଭିନ୍ନ ବେସରକାରୀ ସ୍କୁଲରେ ତୃତୀୟ ଶ୍ରେଣୀରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛଅଟି ପାଠ୍ୟ-ପୁସ୍ତକରେ ମୋର ଲେଖା ସ୍ଥାନ ପାଇଛି | ଏହା ମୋର ପ୍ରକୃତ ଅର୍ଜିତ ସଂପତ୍ତି |

ମୋର ବିପୁଳ ସାହିତ୍ୟ କୃତିକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ଵବିଦ୍ୟାଳୟ ମୋତେ ଜଣେ ଗବେଷକମାନଙ୍କର ମାର୍ଗଦର୍ଶକର ସ୍ଵୀକୃତି ଦେଇଛନ୍ତି | ଚଳିତ ବର୍ଷ ଉତ୍କଳ ବିଶ୍ଵ ବିଦ୍ୟାଳୟ ତରଫରୁ ମୋ ସାହିତ୍ୟକୃତି ଉପରେ ଗବେଷଣା କରିବାକୁ ଜଣେ ଗବେଷକଙ୍କୁ ଅନୁମତି ଦେଇଛନ୍ତି | ଏହି କାରୋନା ଆତଙ୍କ ସମୟରେ ମୋର ସାହିତ୍ୟ କୃତି ସଂପର୍କିତ ଗବେଷଣା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି, ଯାହା ମୋତେ ବିଶେଷ ଆନନ୍ଦ ଦେଇପାରିଛି |

Rate this content
Log in

Similar oriya story from Inspirational