ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଛଅ) -ଡକ୍ଟର କୃତ୍ତିବାସ ନାୟକ
ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଛଅ) -ଡକ୍ଟର କୃତ୍ତିବାସ ନାୟକ
ଆଧୁନିକ ପ୍ରକାଶନ ଶୈଳୀ ୟୁନିକୋଡ଼ ମାଧ୍ୟମରେ ଲେଖିବାରେ ଦକ୍ଷତା ଆସିବା ପରେ ତାକୁ କେମିତି ପ୍ରକାଶନ ସଂସ୍ଥାକୁ ପଠାଯାଇ ପାରିବ, ସେକଥା କହିଦେବାକୁ ମୋ ଆଖପାଖରେ କେହି ନାହାନ୍ତି | ତେଣୁ ମୋର ଲେଖାଗୁଡିକୁ କେବଳ ଫେସବୁକ ଓ ୱଟସପ ମାଧ୍ୟମରେ ପ୍ରସାରଣ କରି ଆସୁଥିଲି | ଥରେ ପ୍ରତିଲିପି ଅନୁଷ୍ଠାନରୁ ମେସେଜ ପାଇ ଲେଖା ପଠାଇବାକୁ ଆଗ୍ରହୀ ହେଲି | ତାଙ୍କ ଫୋନରେ ଯୋଗାଯୋଗ କରିବାରୁ ସଂଯୋଜକ ମହାଶୟ ଅତ୍ୟନ୍ତ ନିଷ୍ଠାର ସହ ମୋତେ ଲେଖା ପ୍ରେରଣ କରିବାର କୌଶଳ ଶିଖାଇ ଦେଲେ | ପ୍ରକୃତରେ ସେଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ ରହିଗଲି | ବିଭିନ୍ନ ସମୟରେ ମୁଁ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହୁଏ, ତାଙ୍କୁ ଫୋନ କରିବାରୁ ସେ ମୋତେ ଅତ୍ୟନ୍ତ ନମ୍ର ଓ ଭଦ୍ର ସହକାରେ ସେ ସବୁ ଅସୁବିଧାକୁ ଦୂର କରିବାରେ ସହାୟତା କଲେ | ଫଳରେ ମୁଁ ଲକଡାଉନ ପିରିୟଡ ମଧ୍ୟରେ ଅର୍ଥାତ ଏପ୍ରିଲ ମାସ 27 ତାରିଖରୁ ତାଙ୍କ ପାଖକୁ ସଫଳତା ସହ ଲେଖା ପଠାଇ ପାରିଲି | ଆମେରିକା ଦର୍ଶନ ଶୀର୍ଷକ ଭ୍ରମଣ କାହାଣୀକୁ ମୁଁ କାବ୍ୟ ଆକାରରେ ଲେଖି ପୁସ୍ତକର ପାଣ୍ଡୁଲିପିକୁ ତାଙ୍କ ପୃଷ୍ଠାରେ ପ୍ରକାଶ କରିଥିଲି | ପୁଣି କାରୋନା ଆତଙ୍କ ସଂପର୍କରେ ଗୋଟାଏ ନାଟକ ଶୀର୍ଷକ- “କି ମାଡ ମାଇଲୁ ଭାଇ” ପ୍ରାକାଶ କରିଥିଲି | ଏଥିରେ ଫଟୋ ଲଗାଇବାର ବ୍ୟବସ୍ଥା ଥାଏ ସତ, କିନ୍ତୁ ତାହା ମୁଁ କରିପାରି ନଥିଲି | ସଂଯୋଜକ ବନ୍ଧୁ ସେ କାମଟିକୁ ମୋ ପାଇଁ କରି ଦେଇଥିଲେ | ତାପରେ ମୁଁ ତାଙ୍କର ଆୟୋଜିତ କବିତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଉଦ୍ଦେଶ୍ୟରେ 100ଟି ନୂଆ ପଲ୍ଲୀଗୀତ ପ୍ରେରଣ କରିଥିଲି | ତାହା ପ୍ରଥମ ଶ୍ରେଷ୍ଟ ଦଶଜଣଙ୍କ ମଧ୍ୟରେ ଥିବାରୁ ମୋତେ ଅନୁଷ୍ଠାନ ତରଫରୁ ଅର୍ଥ ସହ ସୁନ୍ଦର ପ୍ରମାଣ ପତ୍ର ପ୍ରାପ୍ତ ହୋଇଥିଲା | ସେହିପରି ଶିଶୁ କବିତା ମହୋତ୍ସବରେ ଅଂଶ ଗ୍ରହଣ ପୂର୍ବକ 100ଟି ଶିଶୁ ଉପଯୋଗୀ କବିତା ତାଙ୍କ ପୃଷ୍ଠାରେ ପ୍ରକାଶିତ କରିଥିଲି | ତାହା ମଧ୍ୟ ପୁରସ୍କୃତ ହୋଇଥିଲା | ଧୀରେ ଧୀରେ ପ୍ରତିଲିପି ସହ ମୋର ଘନିଷ୍ଠତା ବଢି ଚାଲିଲା | ନିୟମିତ ତାଙ୍କ ପୃଷ୍ଠା ପାଇଁ 113ଟି ଜୀବନ ଦର୍ଶନ କବିତା ପ୍ରେରଣ କରିଥିଲି | କବିତା ମହୋତ୍ସବରେ ଅଂଶ ଗ୍ରହଣ କରି କବିତା ଜ୍ଞାନଞ୍ଜଳି ଶୀର୍ଷକରେ 100ଟି କବିତା ପଠାଇଥିଲି | ତାହା ତାଙ୍କ ପୃଷ୍ଠାରେ ପ୍ରକାଶିତ ହୋଇଛି | ଗଳ୍ପ ପ୍ରତିଯୋଗିତାରେ ହାଲୁକା ଫୁଲୁକା ଲଳିତଗଳ୍ପ 20ଟି, ନାଟକ ମହୋତ୍ସବ ଉଦ୍ଦେଶ୍ୟରେ ନାଟକ “ବିଧାତାର ଘଟସୂତ୍ର ଓ ନାଟକ ପ୍ରକୃତ ଶିକ୍ଷା ପ୍ରେରଣ କରିଥିଲି | ପରବର୍ତ୍ତୀ ସମୟରେ ସଦାନନ୍ଦବାବୁଙ୍କ ସଂସାର ଶୀର୍ଷକରେ 61ଟି ଶିକ୍ଷଣୀୟ ଧାରାବାହିକ ଗଳ୍ପ 19- 07-20 ସୁଦ୍ଧା ପ୍ରତିଲିପିକୁ ଦେଇଥିଲି | ରୋଷେଇବାସ ଧାରାବାହିକ ଗଳ୍ପରେ 5ଟି ଅଧ୍ୟାୟରେ ଡବଡ଼ବି ମାଉସୀ ଶୀର୍ଷକ ଲେଖା ଓ କବିତା ସଂଗ୍ରହ ଶୀର୍ଷକରେ 100ଟି କବିତା ମଧ୍ୟ ପ୍ରତିଲିପି ପୃଷ୍ଠାରେ ପ୍ରକାଶିତ ହେଲା |
ଅଗଷ୍ଟ ମାସରେ ଷ୍ଟୋରୀ ମିରରର ସଂଯୋଜିକା ମୋତେ ପୁଣି ଲେଖା ପଠାଇବାକୁ କହିଲେ | ଦୁଇବର୍ଷ ତଳୁ ସେମାନେ ମୋ ନାମକୁ ରେଜିଷ୍ଟ୍ରେସନ କରିଥିଲେ ସତ, କିନ୍ତୁ ମୁଁ ପଠାଇ ପାରୁ ନଥିଲି | ସେଥିପାଇଁ ଆମର ଦୁର୍ବଳ ନେଟୱାର୍କ ମଧ୍ୟ ସହଯୋଗ କରି ପାରୁ ନଥିଲା | ଯାହାହେଉ ସେ ମାଡାମଙ୍କ ସହାୟତାରେ ଷ୍ଟୋରୀ ମିରରକୁ ଗୋଟାଏ ଦୁଇଟା କବିତା ପଠାଇବାରେ ସଫଳ ହେଲି | କିଛିଦିନ ପରେ ତାଙ୍କ ପ୍ରତିଯୋଗିତା “ଦେଶ ବନ୍ଦନା”ରେ ଅଂଶ ଗ୍ରହଣ କରି ପ୍ରଥମ ପୁରସ୍କାର ଲାଭକଲି | ସେ କବିତାଟି ଥିଲା ଉତ୍କଳ ବନ୍ଦନା | ସେଥିପାଇଁ ମୁଁ 48ଟି ନୂଆ ଦେଶ ବନ୍ଦନା ଅଗଷ୍ଟ ମାସର 25 ତାରିଖରୁ 31 ତାରିଖ ମଧ୍ୟରେ ପାଠାଇବାକୁ ସମର୍ଥ ହୋଇଥିଲି | ସେହି ପୁରସ୍କାର ବାବଦରେ ମୋତେ ସେମାନେ ଲିଟେରରୀ କ୍ୟାପଟେନ ଉପାଧିରେ ସମ୍ମାନିତ କରିଛନ୍ତି | ପରବର୍ତ୍ତୀ କାଳରେ ମୁଁ ତାଙ୍କର ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛି, ଯଥା-“ଶବ୍ଦରୁ ସୃଜନ” 30ଟି କବିତା, “କବିତା ପର୍ବ”-30ଟି କବିତା,”ଗୁରବେ ନମଃ”-5ଟି କବିତା, ଗଲ୍ପାୟନ ପ୍ରତିଯୋଗିତାରେ 15ଟି ଗଳ୍ପ, କବିତାୟନ ପ୍ରତିଯୋଗିତାରେ 32ଟି ନୂଆ କବିତା, ଗଜାଣାୟ ନମଃ- 3ଟି କବିତା, କବିତା ଆଳାପର 5ଟି ମହାସପ୍ତାହ ପ୍ରତିଯୋଗିତାରେ ନିର୍ଦ୍ଧାରିତ ବିଷୟ ଉପରେ 42ଟି କବିତା, ହଣ୍ଟଷ୍ଟୋରି ପାଇଁ ଗଳ୍ପ, ଫ୍ରି ଇଣ୍ଡିଆ ପାଇଁ ଦେଶ ବନ୍ଦନା, ଚିଠିରେ ଚିଠିରେ ପ୍ରେମ ପାଇଁ ଗଳ୍ପ, ସିଧାକଥା ଏକ ବିଶେଷ ପ୍ରଯୋଜିତ ପ୍ରତିଯୋଗୀତା ପାଇଁ 100ଟି କବିତା ଲେଖି ପଠାଇଥିଲି | ସେଗୁଡିକ ମଧ୍ୟରୁ ମୁଁ ସିଧାକଥା ପ୍ରତିଯୋଗୀତାରେ ପ୍ରଥମ, ଶବ୍ଦରୁ ସୃଜନରେ ପ୍ରଥମ, ଗଳପାୟନରେ ଦ୍ଵିତୀୟ, ଫ୍ରି ଇଣ୍ଡିଆରେ ତୃତୀୟ, କବିତାୟନରେ ସପ୍ତମ ପୁରସ୍କାର ଲାଭ କରିବାର ସୌଭାଗ୍ୟ ଅର୍ଜନ କଲି | ଏହି ଦୁଇଟି ଅନୁଷ୍ଠାନର ଲକ୍ଷଲକ୍ଷ ପାଠକ ସମଗ୍ର ବିଶ୍ଵର ବିଭିନ୍ନ ଅଞ୍ଚଳରରେ ଥାଇ ପଢିବାର ସୁଯୋଗ ପାଇ ପାରୁଛନ୍ତି | ସତରେ ଏକାନ୍ତ ବାସ ମୋ ପାଇଁ ଏକ ପ୍ରକାର ଆଶୀର୍ବାଦ ସଦୃଶ କାମ କରିଦେଲା |
