Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Inspirational

4  

Satyabati Swain

Inspirational

ଅଣ୍ଡିରି ଚଣ୍ଡି

ଅଣ୍ଡିରି ଚଣ୍ଡି

5 mins
24K


ଅଣ୍ଡିରି ଚଣ୍ଡି


ଲୋକେ ମୋତେ ଦେଖିଲେ ଟୁପୁ ଟାପ୍ ହେଉଥିଲେ।କେହି କେହି ତ ସିଧା ସିଧା କହୁଥିଲେ,ହଇଲୋ ବାପା ନାଁ ସହ ଗାଁ, ଭୁଇଁର ନାଁ ପକେଇବୁ ନା କଣ?ମାଈ ପିଲାଟା ଏମିତି ହୁମ୍ ଦମ୍ ଡିଆଁ ଡେଇଁ କଣ?ସକାଳ ହେଉ ହେଉ ଦୌଡୁଛି ନଈ ପଠାକୁ।ଟୋକାଙ୍କ ସଙ୍ଗେ ଦୌଡ଼ ପ୍ରତିଯୋଗିତା କରୁଛି।ବାଗୁଡି,କବାଡି,ଫୁଟ୍ ବଲ୍,କ୍ରିକେଟ ଖେଳୁଛି?ଅଣ୍ଡିରାଙ୍କ ପରି ସାଇକେଲ୍ ଚଲେଉଛି।ପେଣ୍ଟ ଗଞ୍ଜି ପିନ୍ଧୁଛି।ସବୁ ରଙ୍ଗ ଢଣ୍ଡ ଅଣ୍ଡିରାଙ୍କର ଲୋ ମା। ଜମା ଏ ପେଖେନା ବାହାର କରନା।ତୁ ଝିଅ ପିଲାଟେ ମନ ରଖ, ଝିଅ।


ମୁଁ ଅବଜ୍ଞା କରି କୁହେ କଣ ହେଲା ସେଇଠୁ?କିଏ କହିଛି ଝିଅ ହେଲେ ଖେଳ କୁଦ,ଦୌଡାଦୌଡ଼ି କରି ପାରିବେ ନାହିଁ?ତୁମ ସେ ଆଗ କାଳିଆ ଢଙ୍ଗ ଛାଡ଼।ଯୁଗ ଯାଇ କେଉଁଠି ପହଞ୍ଚିଲାଣି,ଇଏ ଧରିକି ବସିଛନ୍ତି ପୁଅ-ଝିଅ।


ହେଇତିବା ଦେଖ ଏ ଟୋକିକି।'ପର୍ଶୁ' ନନା ଟା ପୁରା ମୁହଁ ବଡା କରି ଦେଇଛି।ତୁ ଖାଲି ଅଣ୍ଡିରି ଚଣ୍ଡି ନୁହଁ ଲୋ ମୁଖୁରା ବି।ଦେଖିବ ଏ ଟୋକି ଦିନେ ବାପର ତ ନାକ କାଟିବ ତ କାଟିବ, ଆମ ଗାଁ ନାଁ ବି ତଳେ ପକେଇବ।ଏଡିକି ଉଦଣ୍ଡି,ମୁହେଁ ମୁହେଁ ଜବାବ ଦେଉଛି।ଏଇଟା ଗୋଟେ ଝିଅ ନୁହେଁ କଳଙ୍କ ଜନ୍ମ ନେଇଛି।ବାପାର ଗଳଗ୍ରହ।ୟା ଦେଖା ଶିଖା ଆମ ଝିଅ ମାନେ ଏଇଆ କରିବେ।ଶେଷକୁ ବାଛନ୍ଦ ହୋଇ ଘରେ ବସି ବୁଢ଼ୀ ହେବେ। ଏମିତି ଅଣ୍ଡିରି ଉଦଣ୍ଡିକୁ କିଏ ବୋହୁ କରିବାକୁ ରାଜି ହେବ।ବିସ୍ମିତା! ତୁ ଯାହା କରେ ପଛେ 

 ଅଣ୍ଡିରା ଗୁଣ ଛାଡ଼।


ପର୍ଶୁଟା ବି ସେମିତି। ବଢ଼ିଲା ଝିଅଟାକୁ ଉଦା ଛାଡି ଦେଉଛି।ଆକଟ କରୁନାହିଁ।ଘର କୋଣେ ଝିଅ ସୁନ୍ଦର।ବାହାରକୁ ଛାଡି ନଷ୍ଟ କରି ଦେଲା ଜାଣ ଝିଅଟାକୁ।ହଇରେ ପର୍ଶୁ!ବିସ୍ମିତାକୁ କାହିଁକି ଏତେ ସ୍ୱାଧୀନତା ଦେଉଛୁ।ଆଜି କାଲି ବେଳକାଳ କଣ ମାଲୁମ ଅଛି ଟି ତୋତେ ନା ନାଇଁ?ଝିଅଟିକୁ କାଇଦା କର।


ନନା କୁହନ୍ତି ଛୁଆଟା ବଡ଼ ହେଲେ ବଳେ ବୁଦ୍ଧି ହୋଇଯିବ ନାହିଁ।ଖେଳ କୁଦକୁ ତାର ଭାରି ଶରଧା।ଖେଳୁ।ତୁମର କଣ କ୍ଷତି କରୁଛି?


ହଇଓ ଗୋସେଇଁ!ତୁମରି ମୁହଁ ପାଇ ତା ହେଲେ ସେ ଏମିତି ହୋଇଛି,ଆମେ କହୁଛୁ ଝିଅଟିର ଦୋଷ।ଆମର କ୍ଷତି ହେଉ ନାହିଁ।ତୁମ ଝିଅ ଦେଖା ଦେଖି ସମସ୍ତେ ସେମିତି ହେବାକୁ ଚାହିଲେଣି।ଅଣ୍ଡିରା ବେଶ,କେଶ

,ପୋଷାକ ପିନ୍ଧିବାକୁ ମନ ବଳେଇଲେଣି।ତୁମ ଝିଅ ସାଇକେଲ୍ ଚଢି ସ୍କୁଲ ଯାଉଛି ବୋଲି ଆମ ଝିଅ ସାଇକେଲ୍ ଚଢିବେ କହିଲେଣି।ଏ ଗୁଡାକ ସବୁ ତୋ ଝିଅ ପ୍ରଭାବ।କ୍ଷତି କଥା ପଚାରୁଛି।ତୋ ଘରେ ସେ ସୁଆଗ ରଖ ପର୍ଶୁ।ଝିଅକୁ ଆକଟ କର।ନଲେ ଭଲ ହେବନି।


ନନା ମୋର ସବୁ ଶୁଣନ୍ତି କିନ୍ତୁ ମୋତେ କେବେ ବାରଣ କରି ନାହାନ୍ତି,ଖେଳେନା କି ଦୌଡା ଦୌଡ଼ି କରନା ବୋଲି।ବୋଉ ଟିକେ ଗୁଉଁ ପୁଉଁ ହୁଏ।ଲୋକଙ୍କ କଥା ଶୁଣି ମନ ଊଣା କରେ।ଝିଅଙ୍କ ସଣ୍ଠଣା ଶିଖ ବୋଲି କୁହେ।


ଏମିତି ଲୋକଙ୍କ କଥା ମୁହଁ ମୋଡା ଶୁଣି ଶୁଣି ମୁଁ ବଡ଼ ହେଉଥିଲି।ଘର ଆମର ଭର୍ତ୍ତୀ ହେଉଥିଲା କପ୍ ରେ।ମୋ ସାର୍ ମାନେ ଭାରି ଖୁସି ହେଉଥିଲେ ମୋ ଉପରେ।ଯେତିକ ଜମ୍ପ,ରେସ୍ ଓ ଥ୍ରୋ ଥିଲା ସବୁଥିରେ ମୋ ପାଇଁ କପ୍ ଥୁଆ।ଜିଲ୍ଲା,ଜିଲ୍ଲାରୁ ରାଜ୍ୟ ସ୍ତରୀୟ ପ୍ରତିନିଧିତ୍ୱ କରି ମୁଁ ଆମ ସ୍କୁଲର ଗୌରବ ବଢ଼ାଉ ଥାଏ।ପାଠ ସେତେ ଭଲ ହୁଏ ନାହିଁ ମୋର। ସବୁବେଳେ ଖେଳ କୁଦରେ ମୋ ମନ।


ମୁଁ ଯେଉଁ ସମୟ କଥା କହୁଛି ସେତେବେଳେ ସମାଜ ବ୍ୟବସ୍ଥା ଅତି ନିଷ୍ଠୁର ଥିଲା ଝିଅଙ୍କ ପାଇଁ।କୌଣସି କଥାରେ ଟିକେ ସ୍ୱାଧୀନତା ନଥିଲା।ସମାଜର ବିଧି ବିଧାନ କଠୋର ମନୋବୃତ୍ତି ଥିଲା ଝିଅଙ୍କ ପାଇଁ।କାଁ ଭାଁ ଝିଅ ପାଠ ପଢ଼ିବାର ସୁବିଧା ପାଉଥିଲେ।ଝିଅ ମାନଙ୍କ ଗୋଡ଼ରେ ଜଞ୍ଜିର ବନ୍ଧା ହୋଇଥିଲା।ବାହାରକୁ ଛାଡିବା ଏକ ପ୍ରକାର ନାଁ ଥିଲା।


ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମୁଁ ମୋ ଲକ୍ଷ୍ୟ ପଥରୁ ହଟି ନଥିଲି।ଏପରିକି ମୁଁ ଉଦଣ୍ଡି ଓ ଅଣ୍ଡିରି ଚଣ୍ଡି କହି କହି ତାଙ୍କ ପିଲାଙ୍କୁ ମୋ ସହ ସାଙ୍ଗ ହେବାକୁ ଛାଡୁ ନଥିଲେ;କାଳେ ମୋ ସାଙ୍ଗରେ ପଡି ଖରାପ ହୋଇଯିବେ ବୋଲି।ଏଣୁ ଗାଁ କିବା ସ୍କୁଲରେ ଏକାଦଶ ପାସ୍ କରିବା ଯାଏ ମୋର ଗୋଟିଏ କେହି ସାଙ୍ଗ ନ ଥିଲେ।


ଏପରି ଉଦଣ୍ଡି ଅଣ୍ଡିରି ଚଣ୍ଡି ଆଖ୍ୟା ପାଇ ମୁଁ ମୋ ସ୍କୁଲ ଜୀବନ ଶେଷ କରି କଲେଜରେ ପାଦ ଥାପିଲି।ସେଇଠି ମୋର ପ୍ରକୃତ ଜୀବନ ଆରମ୍ଭ ହେଲା।କଲେଜ ପିଇଟି ଶର୍ମା ସାର୍ ଙ୍କ ଆଖି ଖୋଜି ନେଇଥିଲା ମୋ ଖେଳୁଆଡ଼ ମନକୁ।ତାଙ୍କରି ସହାୟତାରେ ମୁଁ ସାରା ଦୁନିଆଁରେ ମୋ ସ୍ବାକ୍ଷର ଥାପି ପାରିଲି।ହଁ ସେଠି ବି ପ୍ରିୟା ପ୍ରୀତି ପୋଷଣ ଥିଲା।ନାମୀ ଦାମୀ ଲୋକଙ୍କ ସୁପାରିଶ ଥିଲା ଜାତୀୟ ସ୍ତରରେ ଖେଳିବା ପାର୍ଥି ପାଇଁ।ସବୁଥିରେ ଭଲ ରେକର୍ଡ କରିଥିଲେ ମଧ୍ୟ ମୋତେ ରେସ୍ ,ଜମ୍ପ କି କୌଣସି ଥ୍ରୋ ରେ ପ୍ରତିଯୋଗୀ ଭାବେ ମନୋନୟନ କରାଗଲା ନାହିଁ।

ପ୍ରଥମେ ମୋତେ ରାଜ୍ୟ ସ୍ତରରେ ବି ସୁଯୋଗ ମିଳି ନଥିଲା।ଏପରି କାହିଁକି ପଚାରିବାରୁ ଶର୍ମା ସାର୍ କହିଲେ-ଦେଖ ବିସ୍ମିତା! ଯୋଗ୍ୟ ଛାତ୍ର ଛାତ୍ରୀଙ୍କତାଲିକା

କରି ଉପରକୁ ପଠାଇବା କେବଳ ମୋ କାମ।ଚୟନ ପ୍ରକ୍ରିୟା ମ୍ୟାନେଜିଙ୍ଗ୍ କମିଟ୍ ଉପରେ ନିର୍ଭର କରେ।


କିନ୍ତୁ ସାର୍ ମୁଁ ତ ସର୍ବାଗ୍ରେ ଥିଲି।କଟିଲି କେମିତି?


ଏଠି ପ୍ରିୟା ପ୍ରୀତି ଚିହ୍ନା ମୁହଁ ଓ ଅର୍ଥ କାମ କରେ।ଏଥିରୁ ତୁମର କୌଣସିଟି ନାହିଁ ବିସ୍ମିତା।


ତାହେଲେ ରାଜ୍ୟ ସ୍ତରୀୟ ଖେଳରୁ ବାଦ୍ ପଡ଼ିବି ସାର୍।


ମୋଟା ମୋଟି ସେଇଆ ଧରିବାକୁ ପଡିବ।


ମୁଁ ସେଦିନ ଭୋ ଭୋ କାନ୍ଦି ପକାଇଲି।ଏଇ ଖେଳ ପାଇଁ କଣ କଣ ସଙ୍ଘର୍ଷ କରିବାକୁ ନ ପଡିଛି ମୋତେ।ପ୍ରତି ମୁହୂର୍ତ୍ତରେ ବାକ୍ୟବାଣରେ କ୍ଷତାକ୍ତ ହୋଇଛି ମୁଁ।ହୋଇଛନ୍ତି ମୋ ନନା ଓ ବୋଉ।ଏବେ ତ ସେ ସ୍ୱପ୍ନ ସମାଧି ନେବ।ମୋ କାନ୍ଦ ଦେଖି ଶର୍ମା ସାର୍ କହିଲେ ଗୋଟିଏ ବିଭାଗ ଏବେ ସୁଦ୍ଧା ଖାଲି ପଡିଛି।କୌଣସି ପ୍ରତିଦ୍ବନ୍ଦି ନାହାନ୍ତି ସେଥିରେ।ତୁମେ ଚାହିଁଲେ ସେଥିରେ ଯାଇ ପାର।


ମୁଁ ଅତି ଉତ୍ସାହିତ ହୋଇ କହିଲି କେଉଁ ବିଭାଗ ସାର୍,ମୁ ଯିବି।


କିନ୍ତୁ ତୁମର ସେ ବିଷୟରେ ଅଭିଜ୍ଞତା ନାହିଁ।


କେଉଁ ବିଷୟ ସାର୍?


ପଂଚାଵନ କେଜି ଭାର ଉତ୍ତୋଳନ ମହିଳା ତାଲିକା ଏବେ ବି ଶୁନ।ତୁମେ ଚାହିଁଲେ ମୁଁ ଚେଷ୍ଟା କରି ସେଥିରେ ତୁମ ନାଁ ଦେଇ ପାରେ।ସେଥିପାଇଁ ତୁମର ଟେଷ୍ଟ ନେବେ ଚୟନ କର୍ମକର୍ତ୍ତା।ତୁମେ ତ ଭାର ଉତ୍ତୋଳନ ଜାଣିନ।


ମୋ ମୁହଁଟି ଶୁଖିଗଲା।ସତେତ ଏଇ ଭିଭାଗରେ ମୁଁ ତ କେବେ ଅଂଶ ଗ୍ରହଣ କରିନି।ବିନ୍ଦୁ ବିସର୍ଗ ଜାଣିନି,କେମିତି ନେବି।


ସାର୍ ମୋ ମନକୁ ପଢି କହିଲେ ଖେଳ ହେବାକୁ ଆହୁରି ଏକୋଇଶି ଦିନ ବାକି ଅଛି।ମୋର ଜଣେ କୋଚ୍ ଚିହ୍ନା ଅଛନ୍ତି,ଯଦି କହିବ ତାଙ୍କୁ କହି ଶିଖିବାର ସୁଯୋଗ ସୃଷ୍ଟି କରିପାରେ।


ମୁଁ କାଳ ବିଳମ୍ବ ନ କରି କହିଲି ପାରିବି ସାର୍।ମୋତେ ସୁଯୋଗ ଦିଅନ୍ତୁ।ପ୍ରଥମେ କୋଚ୍ ରାଜି ହେଉ ନଥିଲେ।କିନ୍ତୁ ମୋର ଆଗ୍ରହ ମନୋବଳ ଦେଖି କହିଲେ ଠିକ୍ ଅଛି କାଲି ଭୋର ପାଞ୍ଚଟାରୁ ଦୌଡ଼ିବା।ଦୌଡାରେ ତୁମେ ମୋତେ ଯଦି ହରାଇ ଦିଅ ତାହେଲେ ତୁମକୁ ଭାର ଉତ୍ତୋଳନ ଶିଖାଇ ପାରେ।


ଆଶାର ବଳିତାଟିଏ ଜଳିଲା ମୋ ମନ ଭିତରେ।କୋଚ୍ ରଖିଥିବା ଦୂରତା ଅତିକ୍ରମ କରିବା ସମୟର ଢେର ପୂର୍ବରୁ ପହଞ୍ଚି କୋଚ୍ଙ୍କୁ ଅନେକ ପଛରେ ପକାଇ ଦେଲି।କୋଚ୍ ଖୁସି ହୋଇ ମୋତେ ଶିଖାଇବା ଦାୟିତ୍ୱ ନେଲେ।ପନ୍ଦର ଦିନ ପରେ ମୋର ପରୀକ୍ଷା ନିଆ ଗଲା।ପଂଚାଵନ କେଜି କଣ ଅନାୟାସରେ ମୁଁ ସତୁରୀ କେଜି ଉଠାଇ ନିଜର ସାମର୍ଥ୍ୟ ପ୍ରତି ପାଦନ କଲି।


ବାସ୍ ସେଇ ଦିନଠାରୁ ବିସ୍ମିତା ମିଶ୍ର ଭାରଉତ୍ତୋଳନ କାରୀ ଭାବେ ଗୋଟେ ଷ୍ଟାର ହୋଇଗଲା।ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଭାରତକୁ ଦେଇ ବିସ୍ମିତା ହୋଇଗଲା ଭାର ଉତ୍ତୋଳନକାରୀ ବିସ୍ମୟ ରାଣୀ।।ଜାତୀୟ,ଆନ୍ତର୍ଜାତୀୟ କ୍ଷେତ୍ରରେ ଖାଲି ଓଡିଶା ନୁହେଁ ଭାରତକୁ ବି ଗର୍ଵ ଗୌରବ ଆଣିଦେଲି ବାରମ୍ବାର।ମାଗଜିନ୍,ନିୟୁଜ ପେପର୍ ସବୁଥିରେ ବିସ୍ମିତା ମିଶ୍ରଙ୍କ ବିସ୍ମୟ କର ଯାତ୍ରାର କାହାଣୀ ଛାଇଗଲା।ସମ୍ମାନ,ଚାକିରି ଓ ବଡ଼ ଫ୍ଲାଟ ଦିଲ୍ଲୀରେ ବି ରହିବାକୁ ମିଳିଲା।


ସଫଳତା ନ ମିଳିବା ଯାଏ ମୁଁ ସମ୍ପୂର୍ଣ୍ଣ ଅଜଣା ଥିଲି।ଏପରିକି କଲେଜ ମନୋନୟନ କାରୀ କର୍ମକର୍ତ୍ତା ମୋ ନାଁ କାଟି ଉଡେଇ ଦେଇଥିଲେ।ପୂଜ୍ୟ ଶର୍ମା ସାର୍ ଓ କୋଚ୍ ଅରବିନ୍ଦ ସାରଙ୍କ ପ୍ରେରଣା ପ୍ରୋତ୍ସାହନ ମୋତେ ରାତାରାତି ନାମ,ଅର୍ଥ,ପ୍ରତିଷ୍ଟା ଅଜାଡି ପକାଇଲା।


ଯେଉଁ ଦିନ ସ୍ୱର୍ଣ୍ଣ ପଦକ ଜିତିଲା ପରେ ପ୍ରଥମ ଥର ଗାଁ କୁ ଗଲି ମୋ ଗାଁ ଓ ମୋ ଆଖ ପାଖ ଅଞ୍ଚଳ ମୋତେ ସ୍ୱାଗତ କରୁଥିଲେ।ଗର୍ଵ କରୁଥିଲେ ମୁଁ ସେଇ ଗାଁର ଅଞ୍ଚଳର ଝିଅ ବୋଲି।ଗାଁ ରେ ଯେଉଁମାନେ ମୋତେ ଉଦଣ୍ଡି,ଅଣ୍ଡିରି ଚଣ୍ଡି କହୁଥିଲେ ସେଇମାନେ ଆଜି ଆସି ମୋତେ କହିଲେ ଆମେ ଜାଣିଲୁ ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଆମ ବିସ୍ମିତା ଦିନେ ନାଁ କମେଇଁବ।


ମୁଁ ସବୁ ଶୁଣି ବିସ୍ମିତ ହେଲି ନାହିଁ।କାରଣ ଏଇଟା ଆମ ଲୋକଙ୍କ ପ୍ରକୃତି।ଆଉ ସତ କହିବାକୁ ଗଲେ ପରୋକ୍ଷରେ ଏଇମାନେ ମୋତେ ପ୍ରେରଣା ଦେଇଛନ୍ତି ଜିତିବା ପାଇଁ।


ଗାଡ଼ିରେ ଥାଟପାଟ ଭିତରେମୋତେ ଶୋଭା ଯାତ୍ରାରେ ନେଇ କେବଳ ଚିଅର୍ସ କରି କହୁଥିଲେ ବିସ୍ମିତା ମିଶ୍ର ଆମ ଗାଆଁର ଝିଅ।ଆମରି ଗର୍ଵ।ବିସ୍ମିତା ମିଶ୍ର ଆମରି ଝିଅ।ଗାଡ଼ିରେ ଗୋଟିଏ କଡେ ମୋ ନନା ଓ ଅନ୍ୟ ପଟେ ମୋ ବୋଉ ବସିଥିଲେ।ସେମାନଙ୍କ ଆଖି ବାମ୍ଫେଇ ଯାଉଥିଲା ଖୁସିରେ।


Satyabati swain,balikudajagtsinghpur



Rate this content
Log in

More oriya story from Satyabati Swain

Similar oriya story from Inspirational