Satyabati Swain

Inspirational

3  

Satyabati Swain

Inspirational

ଅଙ୍କୁଶ

ଅଙ୍କୁଶ

3 mins
130


"ଖାଲି ଝିଅ ଜନ୍ମ କରୁଛୁ" ବୋଲି ମୋ ମାଆ ଶୁଣୁଥିଲା ଝିଙ୍ଘାସ । ଲାଗ ଲାଗ ତିନି ଝିଅ ଜନ୍ମ କରି ସମସ୍ତଙ୍କ ରୋଷର କାରଣ ବନିଥିଲା ସେ।। ତିନି ଝିଅରେ ସବା ସାନ ମୁଁ। ଯେତେବେଳେ ପେଟରେ ଥିଲି ଏଥରକ ପୁଅଟିଏ ହେବ ବୋଲି ସମସ୍ତେ ଅନେଇଁ ବସିଥିଲେ।ପଣ୍ଡିତ ଜାତକ ଦେଖି ତୃତୀୟ ଗର୍ଭରେ ପୁତ୍ର ପ୍ରାପ୍ତି ଯୋଗ କହିଥିଲେ। ପରିବାର ସଦସ୍ୟ ତଥା ବନ୍ଧୁ ବାନ୍ଧବ ଖୁସିରେ ଅପେକ୍ଷା କରିଥିଲେ ପୁଅ ହେବ ବୋଲି। ନାମକରଣ ପେଟରୁ ଥାଇ ଦିଆ ସରିଥିଲା ' କାହ୍ନୁ' । କିନ୍ତୁ ପଣ୍ଡିତଙ୍କ କଥା ଭୁଲ୍ ପ୍ରମାଣିତ କରି କାହ୍ନୁ ନ ହୋଇ ମୁଁ ଝିଅ କାନନ ହୋଇ ଜନ୍ମ ନେଲି। ମୋ ମାଆ ଉପରେ ପଡ଼ିଲା ସଭିଙ୍କ ରାଗ ଓ ଗାଳି ତଥା ମୋ ଉପରେ ଅଯତ୍ନ । ମୋ ଭାଗର ଏକୋଇଶିଆ ଅନ୍ନପ୍ରସନ୍ନ କି ଖଡ଼ିଛୁଆଁ ବି କାଟି ଦିଆଗଲା। ମୁଁ ଅବାଞ୍ଛିତ ପିଲାଟିଏ ହୋଇ ବଢିଲି ବିନା ହେପାଜତରେ। ମାଆର କ୍ଷୀର ହେଉ ନଥିବା ସତ୍ତ୍ୱେ ବି ମୋତେ ବିକଳ୍ପ ଖାଦ୍ୟ କିଛି ଦିଆ ଗଲାନି । ପରୋକ୍ଷ ଇଛା ମରି ଯାଉ ଏ ଗ୍ରହ। ଜେଜେ ଓ ଜେଜିମା କହିଲେ ଅଳ୍ପ ରୋଜଗାରକୁ ଆମ ପୁଅ ବେକରେ ବିଧାତା ତିନି ତିନିଟି ଝିଅଙ୍କ ବୋଝ ଦେଲା । ବଙ୍କା ହୋଇଯିବ ଆମ ପୁଅର ଅଣ୍ଟା। ମରି ଯାଆନ୍ତା କି ଏ ସାନ ଝିଅଟା।  ମୁଁ କିନ୍ତୁ ଯେତେ ଅଯତ୍ନ ହେଲେ ବି ମରି ନ ଥିଲି।ମୋତେ ମାଆ ଛାତିର ଅଳ୍ପ ଟିକକ ଅମୃତ ଖାଇ ଭୋକିଲା ପେଟରେ ବଞ୍ଚିବାକୁ ହେଲା । କିନ୍ତୁ ସେଇ ଅମୃତ ଖାଇ ମୃତ୍ୟୁଞ୍ଜୟୀ ହୋଇ ଗଲି।

 ବଢିଲି ଅଣେ ବଣେ ଗଛ ବଢିଲା ପରି। ମାଆ କିନ୍ତୁ ଅନ୍ୟ ମାନଙ୍କ ପରି କାନନ ଡାକି ମୋତେ ପେଟରେ ଥିବା ବେଳୁ ଦିଆ ଯାଇଥିବା ନାଁ କାହ୍ନୁ ଡାକୁଥିଲା। ହୁଁ ଜଗତ ଫୁଲେଇ ଝିଅ ଜନ୍ମ କରି ପୁଅ ନାଁ ରେ ଡାକିଲେ ଝିଅଟା ପୁଅ ହୋଇ ଯିବ ନା କଣ ? ଏପରି କେତେ କଣ ଶୁଣି ବହୁତ ମୁହଁ ମୋଡା ଖାଇଛି ମୋ ମାଆ।  ଡ୍ରାମାରେ ପ୍ରହ୍ଲାଦ ହୋଇ ଯେବେ ମେଡେଲ ପାଇଥିଲି ସେଦିନ ମୋ ମାଆ କାନ୍ଦି ପକେଇ କହିଥିଲା , ପୁଅ ମୋର କଣ ହେବ ? ତୁ ତ ମୋ ପୁଅ। ଖୁବ୍ କଟୁକ୍ତିର ଶିକାର ହୋଇଥିଲି ଯେଉଁଦିନ ବାପାଙ୍କ ସାଇକେଲରେ ହପିଙ୍ଗ୍ କରି ଶିଖିବା ପାଇଁ ଚେଷ୍ଟା କରିଥିଲି ମନକୁ ମନ ; ଶିଖିଥିଲି ବି। ବାପାଙ୍କୁ ଜର ବେଳେ ଡାକ୍ତର ଖାନାକୁ ସାଇକେଲରେ ନେଲା ବେଳେ ମାଆ କହିଥିଲା ଦେଖ୍ ମୋ ଝିଅ କାହ୍ନୁ ପୁଅ କାମ କରୁଛି ନା ନାହିଁ ?

ସେଦିନ ସମସ୍ତେ ମୋତେ ଅଣ୍ଡିରିଟା କହିଥିଲେ ଯେଉଁ ଦିନ କବାଡି ଖେଳିଥିଲି ପୁଅ ପିଲାଙ୍କ ସହ। ଘୋଡା ମୁହିଁ ବାପା ନାଁ ପକେଇବ କହିଥିଲେ ସାଇ ଭାଇ ।ଯେଉଁଦିନ କ୍ରିକେଟରେ ପିଟିଥିଲି ଲାଗ ଲାଗ ଚାରିଟି ଛକା ପୁଅ ମାନଙ୍କ ଦଳରେ ପୁଣି ଅନ୍ୟ ଏକ ପୁଅ ଦଳ ବିପକ୍ଷରେ ଖେଳି। ମୋତେ ପୁଅ ପୁଅ ପୁଅ ଉଲୁଗୁଣା ଶୁଣି ଶୁଣି ମୋ ଭିତରୁ ଝିଅ ମନ ଟି ହିଁ ସମ୍ପୂର୍ଣ୍ଣ ମରି ଯାଇଥିଲା। ମୁଁ ନିଜକୁ ପୁଅ ପରି ଗଢୁଥିଲି ଏବଂ କହିବାକୁ ଗଲେ ଶରୀର ଛାଡି ଆତ୍ମାରୁ ଏବଂ ପ୍ରତିଟି କାର୍ଯ୍ୟ କଳାପରେ ମୁଁ ପୁଅ ହିଁ ହୋଇ ଯାଇଥଲି। ପାଠ ଶାଠ ,ଖେଳ କୁଦ ସବୁଥିଲେ କପ୍ ଆଣି ଘରେ ଗଦେଇ ଦେଲା ବେଳେ କେହି ଖୁସି ନ ହୋଇ ବରଂ କହୁଥିଲେ ଯେତେ ଯାହା ହେଲେ " ଝିଅଟିଏ ତ"। ମୋ ମାଆ ବାବା କିନ୍ତୁ ମୋ ସଫଳତାରେ ଖୁବ୍ ଆନନ୍ଦିତ ହେଉଥିଲେ ଏବଂ ମୋତେ ପ୍ରତିଟି କାର୍ଯ୍ୟରେ ପ୍ରୋତ୍ସାହନ ଦେଉଥିଲେ।। ମାଆ ତ କହୁଥିଲା "ମୋର ପୁଅ କଣ ଦରକାର । ଯେଉଁମାନେ ପୁଅ ଜନ୍ମ କରିଛନ୍ତି ମୋ ଝିଅ କାହ୍ନୁ ପାସାଙ୍ଗରେ ପଡିବେ କି ? ମୁଁ ଖୁସି ଯେ ମୋର ତିନୋଟି ଝିଅ ନୁହେଁ ତିନିଟି ମାଣିକ ଜନ୍ମି ଛନ୍ତି।" ଏବେ ମୁଁ ଜଣେ ପ୍ୟାସନ ଡିଜାଇନର। କପଡା ସିଲେଇ ଦୋକାନଟିଏ ଖୋଲିଛି ଏଗାର ଜଣ ଯୁବକ ଯୁବତୀ ଏମ୍ପ୍ଲେଇଙ୍କୁ ନେଇ। ସବୁଥିରେ ନିଜକୁ ପୁଅ କରି ସାରି ଯେତେବେଳେ ମୋତେ ବିବାହ କରିବାକୁ କୁହାଗଲା ତ ମୁଁ ମୋ ଗାର୍ଲ ଫ୍ରେଣ୍ଡ୍ ନାଏଗ୍ରା କୁ ବିବାହ କରିବି ବୋଲି କହିଲି । ବେଦ ଅଶୁଦ୍ଧ ହୋଇଗଲା ! ମୋ ଉପରେ "ଅଙ୍କୁଶ" ! ତୁମେ ଚାହିଁଲ ପୁଅ ।ଝିଅ ହୋଇ ପୁଅ ହେଲି। ପୁଅଙ୍କ କାମ କଲି ତ ଝିଅଟିଏ ବିବାହ କରିବାରେ ଏତେ ଆପତ୍ତି କାହିଁକି ?  ମୁଁ ମୋ ଭଳି ଜିଇଁବାକୁ ଚାହେଁ । ତୁମ ମାନଙ୍କ ଇଛାରେ ବହୁତ ହୋଇଗଲା ବଞ୍ଚିବା । ଏବେ ମୋତେ ମୋ ଭଳି ବଞ୍ଚିବାକୁ ଦିଅ । ମୁଁ ନାଏଗ୍ରାକୁ ବାହା ହେବି। ଏଣିକି ମାନିବାକୁ ବାଧ୍ୟ ନୁହେଁ ତୁମ କଥା। ନାଏଗ୍ରା ଓ ମୁଁ ସମସ୍ତଙ୍କ କଥା ନ ଶୁଣି କୌଣସି" ଅଙ୍କୁଶ"କୁ ନ ମାନି ଆଜୀବନ ଜୀବନ ସାଥୀ ବନ୍ଧନରେ ବାନ୍ଧି ହୋଇଗଲୁ। କୌଣସି ଟିପ୍ପଣୀକୁ ଆମେ ଡରିବୁ ନାହିଁ। ଆମକୁ ଆମ ଭଳି ବଞ୍ଚିବାକୁ ଦିଆ ଯାଉ । ତେଣୁ ଦୟାକରି ଆମକୁ ନେଇ କୌଣସି ପ୍ରଶ୍ନ ଉଠାଅନି।



Rate this content
Log in

Similar oriya story from Inspirational