STORYMIRROR

Anil Pradhan

Drama Horror Inspirational

3  

Anil Pradhan

Drama Horror Inspirational

ଅନ୍ଧବିଶ୍ୱାସର ଶିଙ୍କୁଳି

ଅନ୍ଧବିଶ୍ୱାସର ଶିଙ୍କୁଳି

2 mins
206

ପାହାଡର ପାଦଦେଶରେ ଏକ ଛୋଟିଆ ଗାଁ ଟିଏ ନାମ ତାର ମୋହନପୁର। ଗାଁର ପ୍ରୟ ସମସ୍ତ ଲୋକ ଗରିବ ଶ୍ରେଣୀର। ଗାଁର ଦୁଇ ତିନିଜଣ ହିଁ ହାଇସ୍କୁଲ ପାସ୍ କଳିଥିବେ। ଆଧୁନିକତାର ତିଳେ ମାତ୍ର ଆଲୋକ ଆଜି ମଧ୍ୟ ପଡି ନାହିଁ ମୋହନପୁର ଗାଁରେ। ସ୍ୱାଧିନତାର ଏତେ ବର୍ଷ ପରେ ମଧ୍ୟ ସେମାନେ ବଞ୍ଚିତ ସେମାନଙ୍କ ମୌଳିକ ଅଧିକାରରୁ। ଆଜିବି ବିକାଶ ର ସୂର୍ଯ୍ୟ ଉଦୟ ହୋଇ ନାହିଁ ମୋହନପୁର ଗାଁରେ। ସେଥିପାଇଁ ତ ସେମାନେ ଆଜିବି ଅନ୍ଧ ବିଶ୍ୱାସ ର ଶିଙ୍କୁଳିରେ ବାନ୍ଧି ହୋଇଛନ୍ତି। ଅନେକ ସରକାର ବଦଳିଲାଣି ଅନେକ ସରପଞ୍ଚ ପରିବର୍ତ୍ତନ ହେଲେଣି କିନ୍ତୁ କେହିବି ଅନ୍ଧବିଶ୍ୱାସର ଶିଙ୍କୁଳିକୁ ଛିଣ୍ଡାଇ ମୋହନପୁର ଗ୍ରାମବାସୀ ମାନଙ୍କୁ ମୁକ୍ତ କରିବାକୁ ଚେଷ୍ଟା କରିନାହାଁନ୍ତି।

କିନ୍ତୁ ସବୁଦିନ ସମାନ ଯାଏ ନାହିଁ। କେତେଦିନ ଅବା ଅନ୍ଧବିଶ୍ୱାସର ମେଘ ସଚେତନତା ର ସୂର୍ଯ୍ୟ କୁ ଲୁଚାଇ ରଖିଥାନ୍ତା।

  

 ଦିନକର କଥା ହଠାତ୍ ଦିନେ ଜଣେ ମହିଳା ଙ୍କୁ ଝାଡା ବାନ୍ତି ହେଲା। ସେହି ଗାଁରେ ହିଁ ଝଡାଫୁଙ୍କା କରିଲେ କିନ୍ତୁ ମେଡିକାଲ ଗଲେ ନାହିଁ କାହିଁକି ନା ସେମାନେ ମେଡିକାଲ କୁ ଭୟ କରନ୍ତି । ଆଉ ସେମାନଙ୍କ ଗୋଟାଏ ଭୁଲ୍ ଧାରଣା ଥାଏ ତାଙ୍କ ଗାଁ ଠାକୁରାଣୀ କୋପ କରିବେ। ଦୁଇରୁ ତିନି ଦିନ ପରେ ଯେତେବେଳେ ମହିଳା ଦେହ ଝଡାଫୁଙ୍କା ରେ ଭଲ ନହେଲା ସେତେବେଳେ ଯିଏ ଝଡାଫୁଙ୍କା କରୁଥାଏ ସିଏ କହିଲା ଠାକୁରାଣୀ ଆର ରକ୍ତ ପିଇବାକୁ ଚାହୁଁଛନ୍ତି ତେଣୁ ଆର ଦେହ ଭଲ ହେଉ ନାହିଁ। ତେଣୁ ଏଇ ମହିଳା କୁ ଠାକୁରାଣୀ ଙ୍କ ନିକଟରେ ବଳିଦେବା ନହଲେ ଠାକୁରାଣୀ କୋପ କରିବେ ଆଉ ଗାଁର ଅମଙ୍ଗଳ ହେବ। ଲୋକ ମାନେ ମଧ୍ୟ ନିଷ୍ପତ୍ତି ନେଲେ ଆସନ୍ତା ମଙ୍ଗଳବାର ଦିନ ଅମବାସ୍ୟା ସେଦିନ ରାତିରେ ଆକୁ ବଳିଦେବା। ବଳି ପାଇଁ ସବୁ ପ୍ରସ୍ତୁତି ସରିଥାଏ । ହଠାତ୍ ଖବର ପାଇ ସେଠାକାର ଯୁବ ସରପଞ୍ଚ ଆସି ସେଠାରେ ପହଞ୍ଚିଲେ ଆଉ ବଳିପ୍ରଥାକୁ ବିରୋଧ କରିଲେ ଆଉ ମେଡିକାଲ ନେବା ପାଇଁ ପରାମର୍ଶ ଦେଲେ। କିନ୍ତୁ ତାଙ୍କ କେହି ଶୁଣିଲେ ନାହିଁ । ସେ ନିଜେ ହିଁ ତାକୁ ମେଡିକାଲ ନେବାପାଇଁ ଉଦ୍ୟମ କରିବା ବେଳେ ଲୋକମାନେ ତାଙ୍କୁ ଆକ୍ରମଣ କଲେ। ତଥାପି ସେ ବହୁ କଷ୍ଟରେ ମହିଳାଙ୍କୁ ମେଡିକାଲ ନେଲେ। ଯେହେତୁ ଅନେକ ଦିନରୁ ତାଙ୍କର ଚିକିତ୍ସା ହୋଇ ନଥିଲା ସେଥିପାଇଁ ମହିଳାଙ୍କ ଅବସ୍ଥା ଗୁରୁତର ଥିଲା। ଏପଟେ ଯୁବ ସରପଞ୍ଚ ବ୍ୟସ୍ତ ହେଉଥିଲେ ଯଦି ମହିଳା ସୁସ୍ଥ ନହୁଅନ୍ତି ତାହାଲେ ଗ୍ରାମବାସୀଙ୍କ ସମ୍ମୁଖରେ ଭୁଲ୍ ପ୍ରମାଣିତ ହୋଇଯିବେ। କିନ୍ତୁ ବହୁ ଚେଷ୍ଟା କଲାପରେ ମହିଳା ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଲେ। ଆଉ ସରପଞ୍ଚ ଜଣଙ୍କ ସମସ୍ତ ଙ୍କୁ ସଚେତନ କରାଇଲେ । ମେଡିକାଲ କୁ ନେଇ ଥିବା ଭୁଲ୍ ଧାରଣା କୁ ଦୁର କରିଲେ ଏବଂ ବଳିପ୍ରଥାରୁ ନିବୃତ ରହିବା ପାଇଁ ଆଦେଶ ଦେଲେ। ଧିରେ ଧିରେ ବିକାଶ ର କିରଣ ମୋହନପୁର ଗାଁ ଉପରେ ପଡିବା ଆରମ୍ଭ ହେଲା। ଶେଷରେ ଯୁବ ସରପଞ୍ଚ ମୋହନପୁର ଗ୍ରାମବାସୀ ମାନଙ୍କୁ ଅନ୍ଧବିଶ୍ୱାସର ଶିଙ୍କୁଳି ଛିଣ୍ଡାଇ ସେମାନଙ୍କୁ ମୁକ୍ତ କରିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama