Pramod Kumar Jena

Inspirational Tragedy

3  

Pramod Kumar Jena

Inspirational Tragedy

ଅନ୍ଧ ପୁଟୁଳି

ଅନ୍ଧ ପୁଟୁଳି

2 mins
584


ଅନ୍ଧ ପୁଟୁଳି

ପେଁ କରି ହର୍ଣ୍ଣ୍ ମାରି ମଟର୍ ସାଇକେଲ୍ ଜଗୁଭାଇ ପାନ ଦୋକାନ ଆଗରେ ଅଟକିଲା l ମଟର୍ ସାଇକେଲ୍ ପଛପଟୁ ଟୁକୁନା ମାଆ ଓହ୍ଲାଇ ଆସି ଜଗୁ ଭାଇଙ୍କୁ ମାଗିଲେ, ଘର ଚାବିଟା ଦେଲ l ବିରକ୍ତି ଆଉ ଘୃଣାରେ ମୁହଁକୁ ବିକୃତ କରି ଜଗୁଭାଇ ଶ୍ରୀମତିଙ୍କୁ ଘର ଚାବିଟି ବଢାଇଦେଇ ପାନ ଭଙ୍ଗାରେ ଲାଗିଲେ l ସାମ୍ନା ବେଞ୍ଚରେ ସୁବଳିଆ ବସିଥିଲା l ମାଆ ପୁଅଙ୍କୁ ମଟରସାଇକେଲରେ ଦେଖି ପଚାରିଲା, କ’ଣ ଭାଉଜ ! ମଟରସାଇକେଲ୍ ? ପୁଣି ବିଶିକେଶନଙ୍କ ସାଙ୍ଗରେ ? ହୁଁ l ମୁହଁ ଛିଞ୍ଚାଡି ଉତ୍ତର ଦେଲେ l ୟାଙ୍କ ମୁହଁକୁ ଚାହିଁ ବସିଥିଲେ, ସାରା ଜୀବନ ଏମିତି ସାଇକେଲ୍ ଟିଣି ଟିଣି ଶୁଣୁଥାନ୍ତି l ଦେଖ ମୋ ପୁଅକୁ l ଏବେ ମଟର ସାଇକେଲ୍ ଆଣିଛି l

: କ’ଣ ଜଗୁଭାଇ ! ପୁଅ ପାଇଁ ମଟରସାଇକେଲ୍ କିଣିଲ ? କ’ଣ କହିଲନି ତ ? କହିବେ କ’ଣ ମ ? ପାଞ୍ଚ ହଜାର ଟଙ୍କା ଦେବା ପାଇଁ ପ୍ରାଣ ଛାଡି ଯାଉଥିଲା l ପୁଅ ସିନା ଯୋଗାଡ କରି ଦେଇଥିଲା ବୋଲି ? କାନ ଫୁଲ ବନ୍ଧା ପକେଇ ଦେଇଛି ପାଞ୍ଚ ହଜାର l ଆଉ ନ ହେଲେ ଏମିତି ଗାଡି କ’ଣ ପାଞ୍ଚ ହଜାର ଟଙ୍କାରେ

ମିଳିଥାଆନ୍ତା ? ମହାରାଣୀଙ୍କ ଢାଞ୍ଚାରେ ଚାବି ପେନ୍ଥାଟିକୁ ରାସ୍ତା କଡରୁ ନୂଆ କିଣିଥିବା ଭ୍ୟାନିଟି ବ୍ୟାଗରେ ରଖି ଫୁର୍ର୍ କିନା ପୁଅ ସାଙ୍ଗରେ ଉଡିଗଲେ l ଏ ସବୁ ଦେଖୁଥିଲେ ଆଉ ଶୁଣୁଥିଲେ ବି ସୁବଳିଆ ଘଟଣାର କିଛି ଟେର ପାଇଲା ନାହିଁ l

*** *** ***

ହଠାତ୍ ଦିନେ ପୋଲିସ୍ ଭ୍ୟାନ୍ ଗାଆଁ ଭିତରକୁ ଭୁଷ୍ କିନା ପଶି ଆସିଲା l ପାନ ଦୋକାନ ଆଗରେ ବସିଥିବା ଲୋକମାନେ ଆଖି ତରାଟି କଥାବାର୍ତ୍ତା ହେଲେ, “ଇରେ ପୁଲିସି ଆମ ଗାଆଁରେ କାହିଁକି ?” କେତେ ପ୍ରକାର କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲା l କିଏ କହିଲା ପ୍ରଧାନ ଗାଡି କେଶ୍, କିଏ କହିଲା ମହାନ୍ତି ଘର ଶାଶୁ ବୋହୁ ଝଗଡା, ପୁଣି କିଏ କହିଲା ମନ୍ତ୍ରୀ ଫନ୍ତ୍ରୀ ଆସିବେ ବୋଧେ l ଗାଆଁ ଆଡୁ ସୁବଳିଆ ଦୌଡି ଆସି କହିଲା, ଜଗୁଭାଇ ! ତୁମ ପୁଅକୁ ପୋଲିସ୍ ଖୋଜୁଛି l ଦୋକାନଟାକୁ ଧଡ୍ କରି ବନ୍ଦ କରି ଘରମୁହାଁ ଦୌଡିଲେ

ଜଗୁ ଭାଇ l ଯାଇ ଦେଖନ୍ତି, ଟୁକୁନାକୁ ପୋଲିସ୍ ବାନ୍ଧି ସାରିଲାଣି l ତା’ ମାଆ କାନ୍ଦି କାନ୍ଦି ପୋଲିସକୁ ନେହୁରା ହେଉଛି l ତାଙ୍କ ଭିତରୁ ଜଣେ ପୋଲିସ୍ ବାଲା ଟୁକୁନା ମୁହଁରେ ଗୋଟେ ଶକ୍ତ ଚାପୁଡା ମାରି କହିଲା, ପାଞ୍ଚହଜାର ଟଙ୍କାରେ ତୋ ବୋପା ମଟରସାଇକେଲ୍ ଚଢିଥିଲା ? ମଟରସାଇକେଲ୍ ଗାଡିରେ ଲଦି ଟୁକୁନାକୁ ଧରି ପୋଲିସ୍ ଚାଲିଲା l ଘଟଣା ଯେ ଚୋରୀ ଗାଡିର ଏ କଥା ଜଗୁଭାଇକୁ ବୁଝିବାକୁ ବେଶି ଡେରି ଲାଗିଲାନି l ଟୁକୁନା ମାଆ ଜଗୁଭାଇକୁ ହଲେଇ ଭୋ ଭୋ ହୋଇ କାନ୍ଦୁଥାଏ, ‘ମୋ ପୁଅ’ l

ବାରମ୍ବାର କହିଲି, ସେ ପୁଅ ସୁଆଗ ଛାଡ l ପିଲାଟା ଅବାଟରେ ଯାଉଛି l କ’ଣ ଶୁଣିଲ ? ଏବେ

ହେଲା ? କାନଫୁଲ ଗଲା, ମଟରସାଇକେଲ୍ ଗଲା, ପୁଅ ଗଲା, ଆଉ ଯୋ ଇଜ୍ଜତ୍ ଟିକକ ବଞ୍ଚିଥିଲା, ସେତକ ବି ଗଲା l


Rate this content
Log in

Similar oriya story from Inspirational