Aliva Lenka

Drama Romance Classics

4.8  

Aliva Lenka

Drama Romance Classics

ଅନାମିକା ସମ୍ପର୍କ

ଅନାମିକା ସମ୍ପର୍କ

2 mins
257


ସନ୍ଧ୍ୟା ହେଇ ଆସୁଥାଏ, ଆକାଶ ଟା ଧୀରେ ଧୀରେ ନାଲି ଦେଖା ଯାଉଥାଏ. ଅସ୍ତ ଯାଉଥିବା ସୂର୍ଯ୍ୟ ବି ସତେ କେତେ ସୁନ୍ଦର!!ବାଲକୋନୀ ରେ ବସି ପ୍ରକୃତି ର ସୌନ୍ଦର୍ଯ୍ୟ କୁ ଉପଭୋଗ କରୁଥିଲେ ଆୟୁଷ୍ମାନ. ହାତ ରେ ଥିଲା ଗୋଟେ ଇଂରାଜୀ ଉପନ୍ୟାସ. ଉପନ୍ୟାସ ରୁ ଆଖି ହଟି ଯାଇ କେତେବେଳେ ଆକାଶ ରେ ଉଡିଯାଉଥିବା ପକ୍ଷୀ ମାନଙ୍କ ଉପରେ ରହିଯାଇଛି ସେଇଟା ଜଣା ନାହିଁ. ଆଜି ଅନେକ ଦିନ ପରେ ଆୟୁଷ୍ମାନ ଏମିତି ନିରୋଳାରେ ବସିଛନ୍ତି. କର୍ମମୟ ଜୀବନ ଟା କେତେ ଶୀଘ୍ର ବୟସର ଶେଷ ସୀମାରେ ପହଂଚି ଯାଏ, ଜଣା ପଡେ ନାହିଁ. ଟେବୁଲ ଉପରେ ବହିଟାକୁ ରଖି, ସେ ଭିତରକୁ ଗଲେ ଚାହା ବନେଇବା ପାଇଁ. କାନ୍ଥରେ ଲାଗିଥିବା ଏକ ଫୋଟୋ ଉପରେ ନଜରଟା ଅଟକି ଗଲା. ସେଇ ଫୋଟୋ ସହ ତାଙ୍କ ସାମ୍ନାରେ ଆଙ୍କି ହୋଇଗଲା ପୁରୁଣା କିଛି ସ୍ମୃତି, ଅନୁଭବ ଓ ଏକ ସୁନ୍ଦର ଚେହେରା. ସେ ଯାଇ ଚାହା ତିଆରି କରିଲେ, ଯେତେ ଯେତେ ଚାହା ର ରଙ୍ଗ ଗାଢା ହେଉଥାଏ ସେତେ

ଅଧିକା ସେ ଚେହେରା ଟା ଆଖିରେ ଭାସି ଆସୁଥାଏ. ଗରମ ଚାହା କପ ଟା ଧରି ଆୟୁଷ୍ମାନ ଯାଇ ପୁଣି ବାଲକୋନୀ ରେ ବସିଗଲେ.

ଅନୁରାଧା

ସେ ଚେହେରା ର ନା, ଆଉ ତାଙ୍କର ଅତି ପ୍ରିୟ. ସେଇ ଯଉ ଫୋଟୋ ଟା ଘରେ ସଜା ହେଇଛି ସେଇଟା ଅନୁରାଧା ହିଁ ଦେଇଥିଲା. ତା ସହ ଆୟୁଷ୍ମାନ ଙ୍କର କି ସମ୍ପର୍କ ଥିଲା? ତାର ଉତ୍ତର ଦି ଜଣ ଙ୍କ ପାଖେ ନଥିଲା. ଏତେ ବର୍ଷ ବିତିଗଲାଣି, ସେ ଏବେ କଉଠି ଜଣା ନାହିଁ. ଠିକ ହିଁ ଥିବ ନିହାତି. ବୟସ ର ଛାପ ଆସିଯାଇଥିବ. କିନ୍ତୁ ଏବେ ବି ସେମିତି ସୁନ୍ଦର ଥିବ.

ଅନୁରାଧା ଠୁ ଅଧିକା ତାଙ୍କୁ ଆଜି ଯାଏଁ କେହି ବୁଝିପାରିନି, କିଛି ନ କହିଲେ ବି ସେ ବୁଝି ଯାଏ ସବୁ. ବହୁତ ଅଳ୍ପ ଦିନ ର ସମ୍ପର୍କ କିନ୍ତୁ ବହୁତ ଗଭୀର. ଦି ଜଣ ଙ୍କୁ ଜଣା ଥିଲା ସେମାନେ ଏକାଠି ରହି ପାରିବେନି ସେ ପାଇଁ ବୋଧେ ଦି ଜଣ ଙ୍କ ଭିତରେ ରାଗ, ଅଭିମାନ କିଛି ନଥିଲା, ଥିଲା କେବଳ ଅମାପ ବୁଝାବଣା ସହ ନିସ୍ଵାର୍ଥପର ଭଲ ପାଇବା. ଏମିତି ଅନେକ କିଛି ଭାବୁ ଭାବୁ ଆୟୁଷ୍ମାନ ଭାବିଲେ ଏତେ ଦିନ ହେଲାଣି ଅନୁରାଧା କେମିତି ଅଛି ଟିକେ ଜାଣିବେ. ଅନୁରାଧା ର ନମ୍ବର ଥିଲା, ଫୋନ ଲଗେଇଲେ କିନ୍ତୁ ଲାଗିଲାନି. ତାପରେ ମନେ ପଡିଲା ତାର ଘର ଲ୍ୟାଣ୍ଡ ଲାଇନ ନମ୍ବର ବି ଥିଲା, ସେଥିରେ ଫୋନ କରିଲେ. କିଛି ସମୟ ରିଙ୍ଗ ହେଲା ପରେ ସେପଟୁ ଶୁଭିଲା "hello".

ଆୟୁଷ୍ମାନ ଭାବିଲେ ଘର ଲୋକ କେହି ବୋଧେ, ପଚାରିଲେ "ଆଜ୍ଞା, ଅନୁରାଧା ନାୟକ ଅଛନ୍ତି "??.

ସେପଟୁ ପ୍ରତିଉତ୍ତର ରେ ଯାହା ଆସିଲ ସେ ବିଶ୍ୱାସ କରିପାରିଲେନି. ଦୁଇ ମାସ ହେଲା ଅନୁରାଧା ର ମୃତ୍ୟୁ ହେଇଯାଇଛି !. ନିଜକୁ ଏକ ପାପୀ ଭଳି ଅନୁଭବ କରିଲେ ସେ . ତାପରେ ସେ ଯାହା ଜାଣିବା କୁ ପାଇଲେ ସେଥିରେ ତାଙ୍କ ଆଖିରୁ ଧାର ଧାର ଲୁହ ବହିଗଲା, ଗଳା ରୁଦ୍ଧ ହେଇଗଲା, ଲାଗିଲା ଯେମିତି ସେ ହାରିଗଲେ ଅନୁରାଧା ପାଖ ରୁ.

ଆଉ ସେ କିଛି ନ କହି ଫୋନ କାଟି ଦେଲେ.

 ଅନୁରାଧା । ସତରେ ସବୁ ଠୁ ଅଲଗା ମଣିଷ ଟିଏ ଥିଲା.

ସେ ଯେତେବେଳେ ଜାଣିଲେ କି, ମୃତ୍ୟୁ ଆଗରୁ ଅନୁରାଧା ନିଜ ଘର କୁ ଏକ ସଂସ୍ଥା କୁ ଦାନ କରିଦେଇଛି ଏବଂ ସେ ଘର ଟା ଏବେ ଏକ ଵୃଦ୍ଧାଶ୍ରମ ହେଇଯାଇଛି. ଆଉ ସେ ଵୃଦ୍ଧାଶ୍ରମ ର ନା ଦିଆ ଯାଇଛି ' Ayushman Old age Home'.

ସେତେବେଳେ ତାଙ୍କ କାନ ରେ ବାଜୁଥିଲା ଅନୁରାଧା କହିଥବା କେତୋଟି କଥା " ଶୁଣ, ଯାହା ବି କର ମୋତେ ଭୁଲିଯିବନି ହେଲା, ମୋତେ ମନେ ରଖିବା ପାଇଁ ହିଁ ମୁଁ ତୁମ କୁ ଏଇ ଫୋଟୋ ଟା ଦଉଛି. ଏଇ ଫୋଟୋ କୁ ଦେଖିବ ତ ମୋ କଥା ଭାବିବ. ଆଉ ଦେଖିବ ଆଗ କୁ ମୁଁ ବି ତୁମ ପାଇଁ ଏମିତି କିଛି କରିବି, ଯେମିତି ତୁମେ ସବୁବେଳେ ମୋ ପାଖେ ରହିବ ".


Rate this content
Log in

Similar oriya story from Drama