Kanan Bala Nayak

Tragedy

4  

Kanan Bala Nayak

Tragedy

ଅନାମ

ଅନାମ

3 mins
287



  ସେ ସବୁଦିନ ଆସେ । ସେ ଗ୍ରୀଷ୍ମର ଉଦୁଉଦିଆ ଖରା ହେଉ କି ଧାରା ଶ୍ରାବଣର ଘନ ଘନ ବର୍ଷା ହେଉ କି ମାଘ ମାସର ବାଘ ପରି ଶୀତ ହେଉ କାହାକୁ ସେ ଖାତର କରେନି । ତିନି ବର୍ଷ ହେଲାଣି ସେ ପ୍ରତ୍ୟେକ ଦିନ ମାଉସୀ ଙ୍କ ସମାଧି ନିକଟକୁ ଆସେ । କିଛି ସମୟ ସମାଧିର ଚଉରା ଉପରେ ବସେ । ସମାଧିରେ ଥିବା ମାଉସୀ ଙ୍କ ପ୍ରତି ମୂର୍ତ୍ତିକୁ ଅନାଏ । ଯେମିତି ସେ ମାଉସୀଙ୍କୁ ଅନେକ କିଛି କହୁଛି । ତା ଭାଷା କେହି ବୁଝି ପାରନ୍ତି ନାହିଁ । ଖାଲି ମାଉସୀ ଙ୍କ ବ୍ୟତୀତ । ସେଇଥି ପାଇଁ ତ ମାଉସୀ ଗଲା ପରେ ବି ସେ ଆସେ, ତା ମନ କଥା କହେ । ଆଉ କିଛି ସମୟରହି ଚାଲିଯାଏ । ସେ ଗୋଟେ ଅନାମ ।


   ତା ମାଆ ଗୋଟେ ଉଦଣ୍ଡ ସହରୀ ଟୋକାର ଗାଡ଼ି ତଳେ ଆସିଯିବା ପରେ ,ଖାଦ୍ୟ ବିକଳରେ ରାସ୍ତା କଡ଼ରେ ପଡ଼ି ଛଟ ପଟ ହେଉଥିବା ବେଳେ ମାଉସୀ ତାକୁ ଉଠାଇ ଆଣିଥିଲେ । ତା ପର ଠାରୁ ତାକୁ ନିଜ ପିଲା ପରି ପାଳିଥିଲେ ମାଉସୀ । ସେ ନଖାଇବା ପର୍ଯ୍ୟନ୍ତ ମାଉସୀ କେବେ ଖାଉ ନଥିଲେ । ମାଉସୀଙ୍କ ପିଲା ମାନେ ମଧ୍ୟ ତାକୁ ବହୁତ ଭଲ ପାଉଥିଲେ । ସେ ମଧ୍ୟ ତାଙ୍କ ପିଲା ମାନଙ୍କୁ ଆପଣାର ଭାବୁଥିଲା । କେବେ କୌଣସି କ୍ଷତି ପହଞ୍ଚାଉ ନଥିଲା । ପ୍ରତ୍ୟେକ ଦିନ ସକାଳୁ ସମସ୍ତେ ଉଠିବା ପୂର୍ବରୁ ସେ ଉଠେ ଓ ମାଉସୀ ଙ୍କ ପାଖକୁ ଯାଇ ତାଙ୍କୁ ଉଠାଏ । ତାପରେ ଦିନ ସାରା ମାଉସୀ ଙ୍କ ପଛ ପଛେ ବୁଲେ । ମାଉସୀ ଯୁଆଡେ ଯାଆନ୍ତି ତାଙ୍କ ପଛେ ପଛେ ଯାଏ । ତା ଦୁନିଆ କହିଲେ ମାଉସୀ । ମାଉସୀଙ୍କ ସ୍ନେହ ପ୍ରେମ ପାଇ ସେ ତା ମାଆକୁ ଭୁଲି ଯାଇଥିଲା ।  


  ମାଉସୀ ତା ନାଁ ରଖିଥିଲେ ଅନାମ । ମାଆର ଦୁଃଖକୁ ଭୁଲି ମାଉସୀ ଙ୍କ ସହ ଖୁସିରେ ଦିନ କାଟୁଥିବା ବେଳେ ହଠାତ୍ ପୁଣି ଥରେ ତା ଜୀବନରେ କଳାବାଦଲ ଟେ ଘୋଟି ଆସିଥିଲା । ମାଉସୀ ହଠାତ୍ ଅସୁସ୍ଥ ହୋଇ ପଡିଲେ । ତାଙ୍କ ପିଲା ମାନେ ମାଉସୀ ଙ୍କୁ ଭୁବନେଶ୍ବର ନେଇ ସେଠାରେ ଅନେକ ଡକ୍ଟରଙ୍କୁ ଦେଖାଇଲେ । ହେଲେ ମାଉସୀ ଭଲ ହେବା ପରିବର୍ତ୍ତେ ତାଙ୍କ ଦେହ ଦିନକୁ ଦିନ ଅଧିକ ଖରାପ ହେଲା । ମାଉସୀ ଙ୍କ ଘରର ସମସ୍ତ ସଦସ୍ୟ ଓ ଗାଁ ସାହି ପଡିଶାର ସମସ୍ତ ଲୋକ ମାଉସୀ ଙ୍କୁ ଦେଖିବା ପାଇଁ ଭୁବନେଶ୍ବର ଗଲେ । ହେଲେ ତାକୁ ସାଥିରେ ନେବା କଥା କେହି ଥରୁଟିଏ ହେଲେ ବିଚାର କଲେ ନାହିଁ । ସେ ମଧ୍ୟ ଥରଟିଏ ହେଲେ କାହାକୁ କହି ପାରିଲାନି ତାକୁ ସାଥିରେ ନେବା ପାଇଁ । କେମିତି କହି ଥାଆନ୍ତା ଯେ?ଈଶ୍ୱର ତାକୁ କଥା କହିବାର ଶକ୍ତି ଦେଇ ଥିଲେ ସିନା? 


  ମାଉସୀ ଙ୍କ ଗୋଟେ ଝଲକ ପାଇବା ପାଇଁ ସେ ବ୍ୟସ୍ତ ହୋଇ ପଡୁଥାଏ । ହେଲେ ତା ବ୍ୟସ୍ତତା ବୁଝିବାର ଶକ୍ତି କାହା ପାଖରେ ନଥିଲା । ନ କହିଲେ କେହି କ'ଣ କାହାର ମନର ବେଦନା କୁ ବୁଝିପାରେ? କହିବାର ସାମର୍ଥ୍ୟ ତ ତା ପାଖରେ ନଥିଲା । ତେଣୁ ସେ ମାଉସୀଙ୍କର ଗୋଟେ ଝଲକ ପାଇବା ପାଇଁ ସାରା ଜୀବନ ପାଇଁ ବଞ୍ଚିତ ହୋଇଥିଲା‌ । ମାଉସୀ ହସ୍ପିଟାଲରୁ ଆଉ ଘରକୁ ଫେରି ନଥିଲେ । ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କ ପିଲା ମାନେ ତାଙ୍କ ମରଶରୀରକୁ ଆଉ ଗାଁ କୁ ନଆଣି ପୁରୀ ସ୍ବର୍ଗ ଦ୍ବାରରେ ଦାହ କରି ଦେଇ ଥିଲେ । ମାଉସୀଙ୍କ ଦଶାହ କାମ କରିବା ପାଇଁ ତାଙ୍କ ପିଲା ମାନେ ଗାଁ କୁ ଫେରିଥିଲେ । ଘର ଆଗରେ ଗାଡ଼ି ଶବ୍ଦ ଶୁଣି ମାଉସୀ ଫେରି ଆସିଲେ ଭାବି ସେ ଦଉଡ଼ି ଆସିଥିଲା । ହେଲେ ଗାଡି ଭିତରୁ ମାଉସୀ ଙ୍କୁ ନ ଓହ୍ଲାଇବାର ଦେଖି ଗାଡ଼ି ଚାରି ପଟେ ଦଉଡ଼ି ବୁଲିଥିଲା । ତାକୁ ସେମିତି ଏପଟ ସେପଟ ଦଉଡୁ ଥିବାର ଦେଖି ମାଉସୀ ଙ୍କ ବଡ଼ ଝିଅ ତାକୁ ଆଉସୀ ପକାଇ ରଡ଼ିକରି କାନ୍ଦିଥିଲେ । ତାଙ୍କ କାନ୍ଦ ଦେଖି ତାକୁ ଆଉ ବୁଝିବାକୁ ବାକିରହିଲାନି ଯେ ମାଉସୀ ଆଉ କେବେ ଫେରିବେନି ବୋଲି ।


  ତା ଆଖିରୁ ମଧ୍ୟ ଧାର ଧାର ଲୁହ ବହିବାକୁ ଲାଗିଲା । ଆଉ ସେଇ ଲୁହ ତା ଆଖିରୁ ଆଜି ଯାଏ ଶୁଖିନି । ମାଉସୀଙ୍କ ଦଶାହ ପରେ ତାଙ୍କ ପିଲା ମାନେ ସମସ୍ତେ ଯେ ଯାହା କର୍ମକ୍ଷେତ୍ର କୁ ଫେରିଗଲେ । ମାଉସା ଙ୍କୁ ତାଙ୍କ ପୁଅ ତା ସହ ନେଇଗଲା । ମାଉସୀ ଙ୍କ ଘରେ ତାଲା ପଡ଼ିଗଲା । ହେଲେ ସେ କୁଆଡେ ଗଲାନି । ସେଇ ଗାଁରେ ରହିଲା । ଦିନର ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ସବୁଦିନ ମାଉସୀ ଙ୍କ ସମାଧି ପାଖକୁ ଆସେ ଓ ସମାଧି ଉପରେ ଚାରିଗୋଡ ମେଲାଇ ବସେ‌ । ଗାଁ ଲୋକେ ତାକୁ ଦେଖି କହନ୍ତି ଅନାମ ତା ମନର ଅବ୍ୟକ୍ତ ବେଦନା ସବୁ ମାଉସୀ ଙ୍କ ପାଖରେ ପ୍ରକାଶ କରୁଛି । ଆଉ ଅନାମ ହେଉଛି ମାଉସୀ ଙ୍କର ଠିକ୍ ପୁଅ । ସ୍ନେହ ମମତାର ସମ୍ପର୍କ କଣ ତାହାର ସର୍ବୋତ୍କୃଷ୍ଟ ପ୍ରଣାମ ହେଉଛି ଅନାମ । ମାଉସୀ ଓ ଅନାମର ସମ୍ପର୍କର କିଛି ନାଁ ନଥିଲା । ନାଁ ସେ ସମ୍ପର୍କ କୁ କିଛି ନାଁ ଦେଇ ସେଥିରେ ବାନ୍ଧି ହୋଇଥାଆନ୍ତା । ଅନାମ ଓ ମାଉସୀ ପ୍ରମାଣ କରି ଦେଇଥିଲେ ଗୋଟେ ମଣିଷ ସହ ଗୋଟେ ପଶୁର ବି ମାଆ ପୁଅ ଠୁ ବଳି ସମ୍ପର୍କ ଗଢ଼ି ଉଠିପାରେ ।  


  ମାଉସୀଙ୍କ ଯିବାର ତିନି ବର୍ଷ ପରେବି ଅନାମର ସବୁ ଦିନ ତାଙ୍କ ସମାଧି ପାଖକୁ ଆସିବା ଟା ଏଇ କଥା ସୂଚାଇ ଦେଉଛି ଯେ ଦୁନିଆରେ କିଛି ସମ୍ପର୍କ ଏମିତି ଅନାମ ହୋଇରହିବା ହିଁ ଭଲ କାରଣ ଏଇ ନାମ ହୀନ ସମ୍ପର୍କରେ ଯେଉଁ ସ୍ନେହ, ପ୍ରେମ ଓ ଭଲ ପାଇବାରହିଥାଏ ତାହା ନାମ ଯୁକ୍ତ ସମ୍ପର୍କରେ କାହିଁ?


Rate this content
Log in

Similar oriya story from Tragedy