STORYMIRROR

smrutiranjan bal

Comedy

4  

smrutiranjan bal

Comedy

ଅମର ପ୍ରେମ

ଅମର ପ୍ରେମ

2 mins
520


ଦିନେ ରାମବାବୁ ଶୋଇଲା ଅବସ୍ଥାରେ ହଠାତ୍ ନିଦ ଭାଙ୍ଗିଗଲା । ଧଡପଡ୍ ହୋଇ ଉଠି ପଡିକି ମନେ ମନେ ଖୋଜିବାକୁ ଲାଗିଲେ । କିନ୍ତୁ ପାଇଲେ ନାହିଁ ତା ପରେ ପାଟି ଚିଲ୍ଲେଇକି କହିଲେ ଏଇଠି ଥିଲା କାହିଁ ନାହିଁ କୁଆଡେ ଗଲା ।  ରାମବାବୁଙ୍କ ପାଟି ଶୁଣି ତାଙ୍କ ଧର୍ମପତ୍ନୀଙ୍କ ନିଦ ଭାଙ୍ଗିଗଲା । ତାପରେ କିଛି ସମୟ ସ୍ଥିର ଭାବରେ ରାମବାବୁଙ୍କୁ ପଚାରିଲେ କଣ ଖୋଜୁଛ । 


ରାମବାବୁ ଇତସ୍ଥତ ହୋଇ ଉତ୍ତର ଦେଲେ ଏଇଠି ଥିଲା କାହିଁ ପାଉନି ତାକୁ କୁଆଡେ ଗଲା ।ତାଙ୍କ ଧର୍ମପତ୍ନୀ କହିଲେ କିଏ ଥିଲା କୁଆଡେ ଗଲା ।  ରାମବାବୁ କହିଲେ ସିଏ ଏଇଠି ଥିଲା କିନ୍ତୁ ହଠାତ୍ ତା କଥା ଭାବି ଭାଵି ମୋ ନିଦ ଭାଙ୍ଗିଗଲା ଆଉ ସେତିକି ବେଳୁ ତାକୁ ଖୋଜୁଛି ପାଉନି ।


 ଧର୍ମପତ୍ନୀ କହିଲେ ହଇଓ ତା ନାଁ କହିଲେ ସିନା ମୁଁ ବି ତମ ସହ ମିଶିକି ଖୋଜନ୍ତି । ରାମବାବୁ କହିଲେ ମୋତେ ଲାଜ ଲାଗୁଛି କହିବାକୁ କାଳେ ତମେ ଖରାପ ଭାବିବ ।

ଧର୍ମପତ୍ନୀ କହିଲେ ମୁଁ ତମକୁ ପୂର୍ଣ୍ଣ ପ୍ରତିଶୃତି ଦେଉଛି ମୁଁ ମୋ ପତ୍ନୀ ଧର୍ମ ପାଳନ କରି କହୁଛି ତମ ଦୁଃଖରେ ସାଥି ଏବଂ ତମ ସୁଖରେ ବି ସାଥି ତେଣୁ ନିର୍ଦ୍ୱନ୍ଦରେ କୁହ ମୁଁ କିଛି ଭାବିବିନି ବରଂ ସାହାଯ୍ୟ କରିବି ।


ରାମବାବୁ ଅତି ସରମରେ କହିଲେ ମୋ ପ୍ରେମିକା ।

 ଧର୍ମପତ୍ନୀ କହିଲେ ପ୍ରେମିକା ମାନେ କୋଉ ପ୍ରେମିକା ତା ନାଁ କଣ କାହିଁ ସେ ଏଠି କୋଉଠି ଥିଲା ।ମୁଁ କାହିଁ କେବେ ଦେଖିନି ତ । ରାମବାବୁ କହିଲେ ହଁ ସିଏ ଏଇଠି ଥିଲା । ମୁଁ ଯୁଆଡେ ଥାଏ ସେ ମୋ ସହ ସାଥିରେ ଥାଏ । ମୁଁ ଶୋଇଲା ବେଳେ ସେ ମୋ ମୁଣ୍ଡ ଉପରେ ଶୁଏ ।


    ଧର୍ମପତ୍ନୀ କହିଲେ ସିଏ ଏଇଠି ଥିଲା ଆଉ ପୁଣି ରାତିରେ ଶୋଇଲା ବେଳେ ମୁଣ୍ଡ ଉପରେ ଶୁଏ ମୁଁ ତ କାହିଁ କେବେ ଦେଖିନି । ହୋଉ ହେଲା ଯଦି କହୁଛ ତାହା ହେଲେ ତା ନାଁ କୁହ ।  ରାମବାବୁ ଟିକେ ମୁରୁକି ମୂରୁକି ହସିକି କହିଲେ ସିଏ ହେଉଛି ମୋର ସିଏ ଯିଏ ମୋ ହୃଦୟରେ ଥାଏ , ମୋ ସପନରେ ଥାଏ ,ମୋ ପ୍ୟାକେଟରେ ଥାଏ , ମୋ ସ୍ପନ୍ଦନରେ ଥାଏ ।ଯୋଉଠି ମୁଁ ସିଏ ସେଇଠି ଥାଏ ।ତା ନାଁ ହେଲା ମୋବାଇଲ୍ ।


    ଏମନ୍ତ ଖୋଜାଖୋଜି ଭିତରେ ରାତି ପାହିଗଲା ।ସକାଳ ହେଲା । ଧର୍ମପତ୍ନୀ ରାମବାବୁଙ୍କ ଦେହରେ ହାତ ପକେଇକି ଦେଖିଲେ ରାମବାବୁଙ୍କ ଦେହରେ ପ୍ରବଳ ଉତ୍ତାପ ।ଧର୍ମପତ୍ନୀ ଚିନ୍ତା କଲେ କେମିତି ଏ ରୋଗକୁ ଭଲ କରିବେ । ଗୋଟେ ଗାଡି କରି ଡାକ୍ତରଙ୍କ ପାଖକୁ ନେଲେ ଡାକ୍ତର ରାମବାବୁଙ୍କ ଦେହର ତାତି ଦେଖି କହିଲେ ରକ୍ତ ପରୀକ୍ଷା କରିବାକୁ । କିନ୍ତୁ ଧର୍ମପତ୍ନୀ ରାତିରେ ଘଟିଥିବା କାହାଣୀ ସବୁ କହିଲା ପରେ ଡାକ୍ତର କହିଲେ ଏ ରୋଗ ଆଉ ଭଲ ହେବନି ଏହା ଏକ ସଂକ୍ରମଣ ରୋଗ । ଯାହାକୁ ଥରେ ହୁଏ ଆଉ ଭଲ ହୁଏନା । ଏହାକୁ ଆଧୁନିକ ପୃଥିବୀର ଅମର ପ୍ରେମ ରୋଗ ବୋଲି କୁହାଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from smrutiranjan bal

Similar oriya story from Comedy