ଟେନସନ୍
ଟେନସନ୍


ନା ନିଜେ ଖୁସିରେ ଅଛି ନା କାହାକୁ ଖୁସି ଦେଇ ପାରୁଛି ।
ଖାଲି ଟେନସନ୍ ।
ନା ନିଜେ ଶାନ୍ତିରେ ଅଛି ନା କାହାକୁ ଶାନ୍ତି ଦେଇ ପାରୁଛି ।
ଖାଲି ଟେନସନ୍ ।
ନା ଆନନ୍ଦରେ ଅଛି ନା କାହାକୁ ଆନନ୍ଦ ଦେଇ ପାରୁଛି
ଖାଲି ଟେନସନ୍ ।
ରାଧୁଆ ଏମିତି ଭାବି ଭାବି ଡିପ୍ରେସନ୍ ରେ ଅଛି । ରାତିରେ ତାକୁ ନିଦ ହେଉନି କି ଭୋକ ମଧ୍ୟ ହେଉନି । କଣ କରିବା ଉଚିତ୍ କଣ ନକରିବା ଉଚିତ୍ କିନ୍ତୁ କରିବ ବା କଣ ଲକ୍ ଡାଉନ୍ ରେ ବେପାର ପୁରା ବୁଡିଗଲା ।
ତାପରେ ତାର ଦିହ ବି ଖରାପ ହେଲା । ଦିନେ ଡାକ୍ତର ପାଖକୁ ଗଲା ନିଜ ରୋଗ ବିଷୟରେ କହିଲା ।ସବୁ ପରୀକ୍ଷା ନିରୀକ୍ଷା ହେଲା ପରେ କିଛି ବି ରୋଗ ବାହାରିଲା ନାହିଁ । ଡାକ୍ତର ବୁଝିବାକୁ ଚେଷ୍ଟା କଲେ ତା ପରିବାର ଏବଂ ଅନ୍ୟ ଘରୋଇ କଥା । ତାପରେ ରାଧୁଆ କହିଲା ତାର ଟେନସନ୍ । ଡାକ୍ତର କହିଲେ ତମର ପୁଅ କେତୋଟି ରାଧୁଆ ଉତ୍ତର ଦେଲା ଗୋଟେ ।
ଡାକ୍ତର କହିଲେ ତାହେଲେ ଟେନ୍ ସନ୍ କଥା କାହିଁକି ଭାବୁଛ ।ରାଧୁଆ ଚିନ୍ତା କଲା ସତ ତ ଏତେ କାହିଁକି ମୁଁ ଭାବୁଛି । ଏମିତି ନିଜେ ଟିକେ ସବୁ ହାଲୁକା ଭାବିବା ପରେ ଧିରେ ଧିରେ ତା ଦିହ ଭଲ ହେଇଗଲା ।