STORYMIRROR

Dr Jharana Satapathy

Inspirational Others

3  

Dr Jharana Satapathy

Inspirational Others

ଅଳ୍ପ ଵିଦ୍ୟା ଭୟଙ୍କରୀ

ଅଳ୍ପ ଵିଦ୍ୟା ଭୟଙ୍କରୀ

4 mins
341


ଆଇ ତୁମେ ମତେ ଛୋଟବେଳୁ କେତେ ନୂଆ ନୂଆ କାହାଣି ଶୁଣେଇ ଆସିଛ । କେଉଁ ଦିନ କେଉଁ କାହାଣୀମାନ ବୁଢୀ ଅସୁରଣୀ କାହାଣୀଠୁ ଆରମ୍ଭ କରି ପଞ୍ଚତନ୍ତ୍ର କାହାଣୀ ଆଉ ରଜାରାଣୀ କାହାଣି ଏମିତି ବହୁତ କିଛି। 


କିନ୍ତୁ ଆଇ ଅଵଲକୋରା କାହାଣୀକୁ ପୁନଃ ଉଦ୍ଧାର କରିବା ପାଇଁ ଏକ ପ୍ରତିଯୋଗିତା ଆୟୋଜନ ହେଉଛି। ମୁଁ ଏଥିରେ ଭାଗ ନେଇଛି। ଏହି କାହାଣୀକୁ ସ୍ବର ସଂଯୋଜନା ଦେଇ ମୋ ମୋବାଇଲରେ ରେକଡିଙ୍ଗ କରିବାକୁ ଚାହୁଁଛି । 


କହିଲ ଆଇ ମୁଁ କାହାଣୀ ବର୍ଣ୍ଣନା କରି ମୋର ସୁନ୍ଦର ସ୍ବର କଣ ଦେଇପାରିବି ? 


ଆରେ ତୁ ଏ କି କଥା ମତେ ପଚାରୁଛୁ ରେ କନ୍ହେଇ ?


 ତୁ ମୋହର କାହାଣୀ ଶୁଣି ଶୁଣି ମୋଠୁ ଵଳିଗଲୁଣୁ। ତୁ ଏତେ ସୁନ୍ଦର ମନଗଢ଼ା କାହାଣୀ ମତେ କହୁଛୁ।


ଅଵଲକୋରା କାହାଣୀକୁ ନୂଆ ଢାଞ୍ଚାରେ ତୋଠୁ ମୁଁ ଆଜି ଶୁଣିଵି। ତୁ ଆରମ୍ଭ କର। ମୁଁ ଜାଣିଛି ତୁ ନିଶ୍ଚୟ କହିପାରିବୁ। 


------ ତାହାହେଲେ ଆରମ୍ଭ କରୁଛି ଆଇ ପକା କମ୍ବଳ ପୋତ୍ ଛତା ଶୁଣ୍ ଅବଲୋକରା କହିବି କଥା।


ମଦନର ନିତିଦିନିଆ କାମ ହେଲା ଗାଁ ଲୋକଙ୍କୁ ବିଶ୍ବାସରେ ବିଷ ଭରିବା ଏବଂ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଗଣନା କରି ଲୋକମାନଙ୍କର ଅର୍ଥ ଶୋଷିନେବା । ବିଭିନ୍ନ ବେଶରେ ଲୋକଙ୍କୁ ଠକିବା । କିନ୍ତୁ ଏ କଥା ସଭିଙ୍କୁ ଅଛପା ଥାଏ । କିଛି କାମ ଧନ୍ଧା ନ ପାଇ ପେଟ ପାଟଣା ପାଈଁ ସବୁ ଉପାୟ ମାନ ଖୋଜେ । ନୂଆ ନୂଆ ଯୋଜନା ମଦନର ମୁଣ୍ଡକୁ ଜୁଟୁଥାଏ । ଏଭଳି ଭାବେ ସେ ଗୋଟିଏ ଜାଗାରୁ ଆଉ ଗୋଟାଏ ଜାଗା ବୁଲୁଥାଏ । ଏ ଗାଁରୁ ସେ ଗାଁ ହେଉଥାଏ ।


ମଦନ ପ୍ରତିଦିନ ସକାଳୁ ସକାଳୁ ଶୁଆଟିକୁ ଧରି ଗଛ ମୂଳେ ବସିଯାଏ । ରାସ୍ତାକଡରେ ଗଛତଳେ ଟିକେ ଛାଇ ଦେଖି ନିଜ ବ୍ୟାଗରୁ ଗଣନା ସମ୍ପର୍କୀୟ ବିଭିନ୍ନ ଜିନିଷ ଗୋଟେ କପଡା ଉପରେ ରଖି ଗ୍ରାହକଙ୍କ ଆସିବା ବାଟକୁ ଅପେକ୍ଷା କରିଥାଏ । ସେଥିରେ ଥାଏ ଗୋଟେ ଶୁଆ କିଛି ଟିପାଚିଠା ଇତ୍ୟାଦି ...। ଶୁଆଟିକୁ ପଞୁରିଭିତରେ ରଖିଥାଏ ଏବଂ ତାକୁ ବାହାରକୁ କାଢି ଯା ଆସ କରୁଥଵା ଅଗଣିତ ଲୋକଙ୍କ ଆଡକୁ ଚାହିଁରହେ । ଜଣେ ଖ୍ୟାତନାମା ଶୁଆପାଞି ଜ୍ୟାେତିଷ ହିସାବରେ ସମସ୍ତେ ଜାଣନ୍ତି ।


ଲୋକଙ୍କସମସ୍ୟା ଯଥା -------

ବିବାହ, ଅର୍ଥଲାଭ,ଯଶଲାଭ,ଜମିଜମାବେପାର,ପରିକ୍ଷାଫଳ, ଭାଗ୍ୟ ଓ ଭବିଷ୍ୟପ୍ରଭୃତି ନାନା ସମସ୍ୟାର ସମାଧାନ କରୁଥାଏ । ତା ଚାରିପଟେ ଲୋକ ସବୁବେଳେ ଭିଡ ଲଗାଇଥାନ୍ତି । କେବଳ ଲୋକଙ୍କ ମୁହଁକୁ ଦେଖି ତାଙ୍କ ବିଷୟରେ ଅନୁମାନ କରି କହିବାରେ ଭାରି ଅଭ୍ୟସ୍ତ ଥାଏ ।ସବୁବେଳେ ଲୋକଙ୍କ ଭାବଭଙ୍ଗୀ ଅନୁଧ୍ୟାନ କରି ଅନେକ କଥା ଜାଣିପାରୁଥିଲା ।ଏ କାମରେ ସେ ଏମିତି ଦକ୍ଷ ହୋଇଯାଇଥିଲା ଯେ ଗରାଖର ଚାଲିଚଳନ ଦେଖି ତାର ଅତୀତ,ବର୍ତମାନ ଓ ଭବିଷ୍ୟତ କହି ଦେଉଥିଲା । ହାବୁଡୁବୁ ହୋଇ କଣ କଣ କହିଦେଉଥିଲା ।


ଲୋକେ ତାକୁ ବିଶ୍ବାସ କରନ୍ତି। କିନ୍ତୁ ସେ ଲୋକମାନଙ୍କ ସହିତ ବିଶ୍ବାସଘାତକତା କରେ କେତେବେଳେ କେଉଁ କଥାମାନ କହି । ଭାଗ୍ୟ ଭବିଷ୍ୟ ଗଣନାକରି ଯାହା ଆସେ ତାହା କହିଦିଏ କଥାଟା ବେଳେବେଳେ ସତ ହୋଇଯାଏ । କହୁ କହୁ କହିଦିଏ ।


ମଦନ ସମୟ ପାଇଲେ ନିଜ ଅତିତ କଥା ଭାବେ । ଦିନେ ସେ କାହାକୁ କିଛି ନ କହି ଗାଁରୁ ଲୁଚି ଲୁଚି ଚାଲି ଆସିଥିଲ। । କେମିତି ଚୋରି ବିଦ୍ୟା ଶିଖି ଲୋକଙ୍କ ଘରୁ କଳାକନା ବୁଲାଉଥିଲା । ଏଥିରେ ସେ ଏମିତି ଅଭ୍ୟସ୍ତ ହୋଇଯାଇଥିଲା କେତେବେଳେ କେଉଁ ରୂପରେ ଚୋରିକରୁଥିଲା । ମନେ ମନେ ଭାବୁଥାଏ ଯଦି ଧରା ପଡିଥାନ୍ତି ଅବସ୍ଥା ଯାହା ହୋଇଥାନ୍ତା.......ଯାହା ହୋଇଛି ଠିକ୍ ହୋଇଛି ସେଠାରୁ ଚାଲିଆସିଛି ହଉ କେହି ଜାଣିନାହାନ୍ତି ।


ଓଃ କି ଶାନ୍ତିରେ ଏଵେ ଗଛମୂଳେ ବସୁଛି । ଲୋକଙ୍କୁ ବୁଲେଇ ବଙ୍କେଇ କଥା କହି ପଇସା କିଛି ରୋଜଗାର ହେଇଯାଉଛି ,ଲୋକମାନଙ୍କର ତ ପ୍ରବଳ ବିଶ୍ବାସ ରହିଛି । କେତେ ବଡ ବଡ ଲୋକ ଭକ୍ତ ହୋଇ ଗାଡି କରି ଆସୁଛନ୍ତି । ନାଁ ମଧ୍ୟ କମାଇଛି। 


ସେ ଦିନ ପୂର୍ବ କଥା ଭାବି ଭାବି ଵହୁ ସମୟ ହୋଇଯାଇଥିଲା । ମଦନ ନିଜର ପେଡିପୁଟୁଳା ବାନ୍ଧିବାକୁ ଆରମ୍ଭ କଲା । ଏହି ସମୟରେ ଏକ ଗ୍ରାହକଟିଏ ସେଠାକୁ ଆସିଲା । ଚାଲାକ ମଦନ ଗ୍ରାହାକଟିକୁ ଦେଖି ଅଟକିଗଲା । ଚୋର ମନତ ସବୁବେଳେ ଗଣ୍ଠିଲିରେ । ଚିନ୍ତା କଲା ଭାଗ୍ୟ ଓ ଭବିଷ୍ୟ ଵିଷୟରେ ଵୁଝିବାକୁ ଆସିଛି। ପଞ୍ଜୁରୀ ଭିତରୁ ଶୁଆ ଟାକୁ କାଢି ଲେଖାଥିବା କିଛି କାଗଜ ଚିଠା ତଳେ ବିଞ୍ଚେଇଦେଲା ମଦନ। ଶୁଆଟି କାଗଜ ଚିଠା ମଧ୍ୟରୁ ଗୋଟିଏ ଚିଠା ପାଟିରେ ଆଣି ମଦନକୁ ଦେଲା । ତାପରେ ମଦନ ଖଡିରେ ଗାରଟାଣି ଏପଟ ସେପଟ ହିସାବ କରି କହିଲା, ଲୋକଟିକୁ ଦେଖି ମଦନ କହିଲା ତୁ ବାଟରେ ଯିବା ସମୟରେ ଏକ ଛକ ନିକଟରେ ବରଗଛ ମୂଳେ ତତେ ଏକ ଗାଡି ଧକା ଦେବ କିନ୍ତୁ ତୋର କିଛି ହେବ ନାହିଁ ।


କହୁ କହୁ ଲୋକଟି ଚାଲିବା ଆରମ୍ଭ କଲା ପ୍ରକୃତରେ ଜ୍ୟାେତିଷର କଥା ସତ କି ମିଛ ଏହା ଜାଣିବା ପାଇଁ। ମଦନ ସଙ୍ଗେ ସଙ୍ଗେ ତାର ରୂପ ବଦଳାଇ ଏକ ଗାଡିଟିକୁ ଧରି ଯାଇ ଲୋକଟିକୁ ଧକ୍କା ଦେଇଥିଲା । କିନ୍ତୁ ମଦନ ସେଦିନ ନକଲି ଧାଡିଟାକୁ କାଡିବାପାଇଁ ଭୁଲି ଯାଇଥିଲା । ଫଳରେ ଲୋକଟିକୁ ଧକ୍କା ଦେବା ସମୟରେ ତା ନକଲି ଦାଢି ତଳେ ପଡିଯାଇଥିଲା । ସେ ଲୋକଟି ତାର ଅସଲି ପରିଚୟ ଜାଣିପାରିଲା ସେ ସେହି ଗାଁର ମଦନ ବୋଲି ।


ଗାଁରେ ଚୋରି ପରଠାରୁ ଆମେ ତତେ ସନ୍ଦେହ କରି ଖୋଜୁଥିଲୁ। ତତେ ଆମେ ଗାଁରେ ଖୋଜି ଖୋଜି ପାଉନଥିଲୁ। ଏବେ ନିଜ ବେଶ ବଦଳାଇ ଭାଗ୍ୟ ଓ ଭବିଷ୍ୟ ଗଣନା କରୁଛୁ । ଲୋକମାନଙ୍କୁ ଭୁଆଁ ବୁଲାଉଛୁ । କେତେ ଟଙ୍କା ରୋଜଗାର କଲୁଣୁ ଏହି ଭାଗ୍ୟ ଭବିଷ୍ୟ ଗଣନା କରି ?


ଆଜି ଠିକ୍ ହାବୁଡରେ ପଡିଗଲୁ । ସେ ଲୋକଟି ମଦନକୁ ଉତ୍ତମ ମଧ୍ୟମ ଦେଇ ତାକୁ ଠିକ୍ ପାନ ସିଖାଇଦେଲା । ତୁ କେତେ ଲୋକଙ୍କର ବିଶ୍ବାସରେ ଏମିତି ବିଶ୍ବାସଘାତକତା କରିଛୁ । କ'ଣ ତତେ କେହି ଚିହ୍ନିଁ ପାରିବେନି ବୋଲି ଭାବିଛୁ ।


ବୁଝିଲୁ ପୁଅ ଅତି ପରିଚୟ ସର୍ମାନହାନୀ ! କ'ଣ ଭୁଆ ବୋଲାଉଛୁ ଲୋକମାନଙ୍କୁ । ଚୋରି ପରଠାରୁ ତତେ ଖୋଜୁଥିଲୁ । ତୁ ଅନ୍ଧାରରେ ବାଡିବୁଲାଉଛୁ । ଅଳପ ବିଦ୍ୟା ଭୟଙ୍କରୀ ଜାଣିଥା । ତୋ କୁର୍ମର ଫଳ ତୁ ଆଜି ଭୋଗିବୁ । ଏହି ଘଟଣାମାନ ଦେଖି ଆଖପାଖରେ ଥିବା ଲୋକମାନେ ମଦନ ଓରଫ ଶୁଆ ପାଞିବାଲାକୁ ଭଲଭାବରେ ଉତ୍ତମ ମଧ୍ୟମ କରିଥିଲେ ।


ଆଜି ପରା ଦୁନିଆରେ ଲୋକମାନେ ଅନ୍ଧବିଶ୍ବାସର ସମୁଖୀନ ହୋଇରହିଛନ୍ତି । ସମାଜ ବଦଳୁଛି । ପେଟ ପୋଷିବା ପାଈଁ ନିଜେ କେଉଁ ମାଧ୍ୟମରେ ଲୋକମାନଙ୍କୁ ଠକିଥାନ୍ତି । ନିରିହ ଜନସାଧାରଣ ସେମାନଙ୍କ କଥାକୁ ବିଶ୍ବାସ କରିଦିଅନ୍ତି । ପେଟ ପୋଷିବା ପାଈଁ ଏହା ଏକ ବୃତ୍ତି ଆଉ କିଛି ନୁହଁ । ଲୋକମାନଙ୍କୁ ବିଶ୍ବାସରେ ବିଷ ଭରିଦିଅନ୍ତି ଏବଂ ଭାଗ୍ୟ ଭବିଷ୍ୟତ ଗଣନା କରନ୍ତି ।


#Non-Stop November


Rate this content
Log in

Similar oriya story from Inspirational