Lopamudra Mishra

Abstract

2  

Lopamudra Mishra

Abstract

ଅଳିଆ

ଅଳିଆ

1 min
367


     ଅଳିଆ ସଫା ହେଇଗଲା ଅଳିଆ, ଆବର୍ଜନା କାହିଁକି ତିଆରି ହେଉଛି ? କିଏ ସୃଷ୍ଟି କରୁଛି ? ଲୋକମାନେ ଖୁବ୍ ଖୁସି ହେଇ କହୁଛନ୍ତି, " ଯାହା ହେଇଛି ଠିକ୍ ହେଇଛି l ଅଳିଆ ସଫା ହେଇଯାଇଛି l " ଲୋକେ ଏବେ ଆଶ୍ଵସ୍ତ ଯେ ଏମାନଙ୍କୁ ହତ୍ୟା କରାଯିବା ପରେ ଆଉ କେଉଁଠି ବଳାତ୍କାର ଓ ବର୍ବରତା ଘଟିବନାହିଁ l 


    ଲୋକେ ଭୁଲ୍ ଥିଲି l ପ୍ରତି ଘରୁ ଅଳିଆ ବାହାରିଲା l ବାପାମାଆଙ୍କ ମୁଣ୍ଡର ଅଳିଆ ପିଲାମାନେ ମୁଣ୍ଡେଇଲେ l ଶିକ୍ଷକଙ୍କ ଅଳିଆ ଛାତ୍ରଛାତ୍ରୀଙ୍କ ପାଖକୁ ଆସିଲା l ନେତାମନ୍ତ୍ରୀ, ବଡ଼ ବଡ଼ିଆମାନେ ନୂଆ ନୂଆ ଅଳିଆ ତିଆରି କରି ଚାଲିଲେ l ସେ ଅଳିଆ ସବୁ ଏକାଠି ହେଲା l ବିରାଟ ଅଳିଆ ଗଦାଟେ ମୁଣ୍ଡ ଟେକୁଥିଲା l 


  ଅଗ୍ନୀଉତ୍ସବ ଆଗକୁ ଥିଲା, ସୁପର୍ ମ୍ୟାନର ମୁଖା ପିନ୍ଧା କିଛି ମହିଳା ମଶାଲ ଧରି ଆସିଲେ l ଅଳିଆ ଗଦାରେ ନିଆଁ ଲାଗିଲା l ଅଳିଆ ଗଦା ହୁତ୍ ହୁତ୍ ହେଇ ଜଳିଗଲା l ସେ ନିଆଁର ତାପ କିନ୍ତୁ ସଭିଙ୍କ ହୃଦୟରେ ଶୀତଳତା ଭରି ଦେଉଥିଲା l



Rate this content
Log in

Similar oriya story from Abstract