ଆଖୁ
ଆଖୁ


ଆଖୁ
"ଜୀବନ ଗୋଟେ ଆଖୁଖଣ୍ଡ l ସେଥିରେ ଶେଷ ବିନ୍ଦୁ ମଧୁରତା ଥିବା ଯାଏଁ ଚୋବେଇ ଚାଲ l ", ମୋକ୍ଷଦା କହୁଥିଲା ବିକ୍ରମକୁ l ବିକ୍ରମ ବିରକ୍ତ ହେଲା ଓ କହିଲା, "ମୋତେ ଶୋଷ ନାହିଁ ମୋକ୍ଷଦା l ମୋତେ ମିଠା ବି ଭଲ ଲାଗେନି l ଜୀବନକୁ ଟାଣି ଓଟାରି ଆଗକୁ ନେବା ମୋ ପାଇଁ ସମ୍ଭବନୁହେଁ l ମୋତେ ଟିକେ ଦୟାକର ଓ ଏଠୁ ଚାଲିଯାଅ l "
ମୋକ୍ଷଦା କେଶ ସଜାଡ଼ିଲା, ଘରପିନ୍ଧା ପୋଷାକଟି ବଦଳାଇ ଜିନ୍ସ୍ ଓ ପିଙ୍କ୍ ଟପ୍ ପିନ୍ଧିନେଲା l ବିକ୍ରମର କପାଳରେ ହାଲ୍କା ଚୁମ୍ବନଟେ ଆଙ୍କିଦେଇ କବାଟ ଠେଲି ବାହାରକୁ ଚାଲିଗଲା l
ଛୁଟିଦିନ, ବିକ୍ରମ ସାରାଦିନ ଶେଜ ଉପରେ ଗଡୁଥିଲା l ମୋକ୍ଷଦାର ଖବର କିଛି ତା' ପାଖରେ ନଥିଲା l ସଞ୍ଜ ନଇଁ ଆସୁଥିଲା l ବିକ୍ରମକୁ ଚା', କଫି କିଛିର ଆବଶ୍ୟକତା ନଥିଲା l ତା'ର ଭୋକ, ଶୋଷ ସବୁ କୁଆଡ଼େ ଯେମିତି ଉଭାନ ହେଇଯାଇଥିଲା l ସେ ଟି.ଭି. ଖୋଲିଲା l ଟି.ଭି.ରେ ବ୍ରେକିଂ ନିୟୁଜ୍, 'ଦୁଃସାହସିକ ବାଇକ୍ ଷ୍ଟଣ୍ଟ୍ ର କରୁଣ ପରିଣତି l ପୋଲ ତଳକୁ ଖସିଲା ବାଇକ୍ l ଚାଳିକା ଯୁବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ l ଯୁବତୀଙ୍କ ନାମ ମୋକ୍ଷଦା ପାତ୍ର l "
ବିକ୍ରମ ଟିଭି ଉପରକୁ ରିମୋର୍ଟ୍ ଫିଙ୍ଗିଦେଲା ଓ ମୋବାଇଲ୍ ଉଠେଇ ରାସ୍ତା ଉପରକୁ ଦୌଡ଼ିଲା