Lopamudra Mishra

Abstract

2  

Lopamudra Mishra

Abstract

ଆରମାଉସୀ

ଆରମାଉସୀ

1 min
462


           ଆରମାଉସୀ କିଏ ଜାଣିନଥିଲି, କେବଳ ଶୁଣିଥିଲି l ମାଉସୀ ସବୁବେଳେ ତା' ବିଷୟରେ କହେ l ସେ କୁଆଡ଼େ ଗୋଟେ ଡାହାଣୀ, ରାକ୍ଷସୀ, ଚିରୁଗୁଣୀ l ମଉସାଙ୍କର ସେ ପ୍ରଥମ ପତ୍ନୀ l ମଉସାଙ୍କୁ ଦିନେ ଦେଖିଲି ଆରମାଉସୀର କୁଡ଼ିଆରୁ ବାହାରି ଆସୁଥିବାର l କୁଡ଼ିଆ ପଛଆଡ଼େ ଗଲି l ଝର୍କା ଖୋଲାଥିଲା l ଭିତରକୁ ଦେଖିଲି l ତଳେ ଭାତ, ଡାଲି, ତରକାରୀ ବିଛାଡ଼ି ପଡିଥିଲା l ଆରମାଉସୀ ତଳୁ ଭାତ ଉଠେଇ ପାଟିରେ ପୁରାଉଥିଲା l ଡାଲି ତା' ହାତରେ ଉଠୁନଥିଲା l ମୁଁ କିଛି ବୁଝିପାରିଲିନି l ଭୟରେ ସେଠୁ ଚାଲିଆସିଲି l 


      ସେହିଦିନ ଠାରୁ ଆରମାଉସୀକୁ କେହି ଡାହାଣୀ କହିଲେ ମୋତେ କଷ୍ଟ ହୁଏ l 


Rate this content
Log in

Similar oriya story from Abstract