STORYMIRROR

Sunanda Mohanty

Tragedy Action Others

4  

Sunanda Mohanty

Tragedy Action Others

ଅଲିଭା ଦାଗ

ଅଲିଭା ଦାଗ

1 min
178

ଦେହର ଦାଗ ଲିଭିଯାଏ ହେଲେ ଭଲ ହେଉ କି ଖରାପ ମନ ର ଦାଗ ଅଲିଭା ରହେ। ସେଦିନ ଦାଣ୍ଡ ଦୁଆରେ ଶୋଇଥିବା ଷଣ୍ଢ ଟି ଉଠୁନଥିଲା ।ତୋରାଣି ମୁଁହ ପାଖେ ଥୋଇଲେ ବି ଖାଉ ନଥିଲା, ତ ଘରୁ ବାହାରିବାକୁ ରାସ୍ତା ବି ନଥିଲା ଯେତେ ଯାହା କଲେ ବି ଚଙ୍କୁ ନଥିବା ଜଂତୁଟାକୁ ଦୁଇପାହାର ଦେବାରୁ ସେ ଯେଉଁ କଷ୍ଟ ରେ ଠିଆ ହେଲା ।ବର୍ଣ୍ଣନା ଅସମ୍ଭବ, କିଏ ବାଡେଇଦେଇଥିବାରୁ ପଛ ଫଡ଼ିଆ ଦୁଇଟି ଖସି ଯାଇଥିଲା ତ ପୁଣି କିଛି ବାଟରେ ପଡିଗଲା।ପଶୁ ଡାକ୍ତର ଡାକିବାକୁ ବି ସମୟ ନଥିଲା, କାର ହର୍ଣ୍ଣ ଦେଇ ଚାଲିଥିଲା, ତ ଆମେ ଗନ୍ତବ୍ୟ ସ୍ଥାନକୁ ଚାଲିଗଲୁ।ଫେରିଲା ବେଳକୁ ତା ପାଇଁ କିଛି ବ୍ୟବସ୍ଥା କରିବାକୁ ଭାବି କରିହେଇନଥିଲା, କାରଣ ଷଣ୍ଢ ସେଠି ନଥିଲା, କାହାକୁ ବି ପଚାରି ହେଉନଥିଲା ପଡୋଶୀ ମନକୁ କହିଥିଲେ ମରିଗଲା ।ଷଣ୍ଢ ତାକୁ ନିଆଗଲା ତୁମ ଭାଗ ପାଞ୍ଚଶହ ଦେବ, ଟାଂକା ଦେଇଦେଇଥିଲେ ବି ତାକୁ ବାଡେଇବା ଦୃଶ୍ୟ ଆଖିରୁ କଣ ହୃଦୟରୁ ଯାଉନଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy