jyotsna mayee panda

Tragedy Crime

3  

jyotsna mayee panda

Tragedy Crime

ଅଲିଭା ଦାଗ

ଅଲିଭା ଦାଗ

5 mins
267


(କ୍ଷମା କରିବେ ଜୀବନ ଅଵିଧାନ ର ନାରୀ ହେଉଛି ଗୋଟେ ଛୋଟିଆ ଶବ୍ଦ କିନ୍ତୁ ଅର୍ଥ ଟା ଖୁବ ବ୍ୟାପକ ମୋ ଭଳି ଅକିଞ୍ଚନ କେବେ ତାର ପ୍ରକୃତ ଅର୍ଥ ବାହାର କରି ପାରିବ କି ନାଇଁ ଜାଣେନା କିନ୍ତୁ ସାଦା ଚେଷ୍ଟିତ........

ନା ଅର୍ଥ ନାହିଁ ଏବଂ ଅରୀ ଅର୍ଥ ବଇରୀ ବା ଶତ୍ରୁ.... ପୃଥିବୀ ରେ ଯାହାର ଶତ୍ରୁ କେହି ନାହିଁ ବୋଧେ ସେ ହେଉଛି ନାରୀ, ଠିକ ସେ ପ୍ରକୃତି ଭଳି l କିନ୍ତୁ ଏ ବ୍ୟାପକ ପରିଭାଷା ଟା ଖାଲି ବ୍ୟବହାର ଯୋଗ୍ୟ ବ୍ୟାକରଣ ଆଉ ସେ ସୁନ୍ଦର ଜୀବନ ଅଵିଧାନ ରେ ବିଲୁପ୍ତ ପ୍ରାୟ ଏକ ଛୋଟିଆ ଶବ୍ଦ ହୋଇ ରହିଯାଇଛି l ସେଇ ନାରୀ ଯୁଗେ ଯୁଗେ ଲାଂଛିତା, ଅପମାନିତ, ତଥା ଚିର ଅବହେଳିତା.....ଠିକ ସେ କୁନ୍ତୀ, ଦ୍ରୌପଦୀ, ଆଉ ସୀତା ଭଳି l ନାରୀ ଜାଗରଣ ର ଡିଣ୍ଡିମ ପିଟୁଥିବା ସେ ସମାଜ ର ସଭ୍ୟ ତଥା ଶିକ୍ଷିତ ଠିକାଦାର ମାନଙ୍କୁ ମୋର ଗୋଟେ ପ୍ରଶ୍ନ... ଉନବିଂଶ ଶତାଦ୍ଦୀ ର ନାରୀକୁ ତୁମେ ଉନ୍ନତି ର ଶିଖରେ ପହଁଚେଇ ପାରିଛ ହେଲେ ମୁଁ ଗୋଟେ ପ୍ରଶ୍ନ କରୁଛି ସେ ପୁରୁଷ ପ୍ରଧାନ ସମାଜ କୁ ଆଜି କାହିଁକି ନାରୀ ସବୁବେଳେ ଡରି ଡରି ଚଳେ ସେ ରକ୍ତ ପିପାସୁ କାମାନ୍ଧ ପୁରୁଷ କୁ l ମୁଁ ଭାବୁଛି ଯେଉଁଦିନ ଗୋଟେ ନାରୀ ରାତ୍ରି ର ସେ ଶୂନଶାନ ପ୍ରହର ରେ ବି ବୀଚ ରାସ୍ତା ରେ ଚାଲି ଏକା ନିଜ ଘର କୁ ସୁରକ୍ଷିତ ହୋଇ ଆସିପାରିବ ସେଦିନ ଜାଣିବି ଯେ ଏ ନାରୀ ଜାଗରଣ ସଫଳ ରୂପାୟନ ହୋଇ ପାରିଛି l ଆଜି ଠିକ ସେମିତି ଅବସ୍ଥା ରେ ସେ ନିରୀହ ପ୍ରକୃତି.......... ସେ ବି ସେ ନାରୀ ଠୁ କଣ କମ ଦୁଃଖୀ.?? ...ପ୍ରତିବାଦ ଶକ୍ତି ତାର ନାହିଁ ଭାବିଛି ଏ ବୁଦ୍ଧି ବିବେକ ଭରା ମଣିଷ.... କିନ୍ତୁ ସେ କେବେ ଦେଖିନି ସେ ପ୍ରକୃତି ଆଉ ନାରୀ ର ସେ ବିକଟାଳତଥା ଉଗ୍ର ରୂପ କୁ.......... ବୋଧେ କରୋନା ରୂପ ରେ ଆଜି ଭୋଗିବାକୁ ପଡୁଛି ତାର ଅପମାନ ର ବହ୍ନି କୁ..... ଦିନେ ଯାହା ର ଅଶ୍ରୁ ରେ ରାବଣ ର ସ୍ୱର୍ଣ ଲଙ୍କା ଧ୍ୱଂସ ପାଇଥିଲା ଏବଂ ଯାହା ର ଅପମାନ ର ବହ୍ନି ରେ ସେ ବିଶାଳ କୁରୁବଂଶ ଧ୍ହଂସ ପାଇଥିଲା ଆଜି ବି ଜଳୁଛି ସେ ନାରୀ ସେ ପ୍ରତିହିଂସା ର ନିଆଁ ରେ...... ସବୁବେଳେ ନିଜକୁ ତିଳ ତିଳ କରି ଜାଳୁଛି କେତେ ବେଳେ ନିର୍ଭୟ l, ଛବି, କୁନ୍ଦୁଲି ପୀଡିତା, ନେତ୍ରୀ ବାତ୍ତା ଭଳି... ସେ ନିଷ୍ଠୁର ପୁରୁଷ ର କମ୍ସlନ୍ଧ ବହ୍ନି ରେ ଆଉ ସେ ଆଜି ଚିର ମୁକ୍ତି ପାଇଁ ସତ ଚେଷ୍ଟିତ l

                                  ସେଦିନ ସୀମା ଖୁବ ଖୁସି.. ଏ କରୋନା ରେ ସୁନ୍ଦର ସମ୍ବଲପୁରୀ ମାସ୍କ ଟେ ତା ମୁହଁ ରେ ପିନ୍ଧିବା କୁ......... କେତେ ଦିନ ରୁ ଅପେକ୍ଷା କରିଥିଲା ବୋଧେ ଗୋଟେ ସୁନ୍ଦର ମାସ୍କ ପିନ୍ଧିବା କୁ ଆଉ ଏ ସଭ୍ୟ ମଣିଷ ପାଖରେ ତାର କୁତ୍ସିତ ଚେହେରା କୁ ଲୁଚେଇ ରଖିବାକୁ ଆଜି ବୋଧେ ସେ ବିଶ୍ୱ ନିୟନ୍ତା ଶୁଣିଲେ ତା ଡାକକୁ ସେଥିପାଇଁ ବୋଧେ ଏ କରୋନା ରାକ୍ଷସ କୁ ଏ ସୁନ୍ଦର ଧରା ର ସୁରକ୍ଷା ନିମନ୍ତେ ପଠେଇ ଛନ୍ତି ........ ସେ l ତାର ଆଖି ସାମ୍ନା ରେ ଭାସିଯାଉଛି ଆଜି ସେ ଵିକରାଳ ଅତୀତ ର ଵିକରାଳ ଦୃଶ୍ୟ...... କ୍ଷତ ସିନା ସମୟ ର ମଲମ ଭରି ଦେଇଛି ହେଲେ ସେ ଯନ୍ତ୍ରଣା ରେ ସେ ଏଵେ ବି ଛଟ ପଟ ହେଉଛି ସେ ବିନା ପାଣି ର ମାଛ ଭଳି l ଆଜି ଆଖି ସାମ୍ନା ରେ ପୁଣି ଭାସି ଯାଉଛି ତାର ସେ ସୁନ୍ଦର ପିଲାଦିନ.... କିନ୍ତୁ କେଉଁ ଗୋଟେ ଦୁର୍ବଳ ମୁହୁର୍ତ ତା ଜୀବନ କୁ ଆଜି ଖିନ୍ନ ଭିନ୍ନ କରି ରଖି ଦେଇଛି l ସେସବୁ ଭାବିଲେ ତାର ଉଷ୍ଣ ଛାତି ଟା କ୍ରୋଧ ର ବହ୍ନି ରେ ଜର୍ଜରିତ ହୋଇ ପଡୁଛି ଏବେବି.... ଏମିତି ଲାଗୁଛି ସେ ପ୍ରତିଶୋଧ ର ନିଆଁ ରେ ଏବେବି ଜଳୁଛି ସେ..... ନ୍ୟାୟ ପାଇଁ l ମନେ ପଡୁଛି ସେ ସୁନ୍ଦର ମୁହୂର୍ତ୍ତ.. ଯେଉଁଦିନ ସେ ହାତ ରେ ମେହେନ୍ଦି ଆଉ ଗୋଡ଼ ରେ ନାଲି ଅଳତା ଲଗାଇ ସlଦବ ବୋହୁ ପରି ନିଜକୁ ସଜାଇ ଏକା ଅଜଣା ପୁରୁଷ ର ହାତ ଧରି ଚାଲି ଯାଇଥିଲା ସେ ସ୍ବପ୍ନ ରାଇଜ କୁl କେତେ ସପ୍ନ ବୁଣିବ ବୋଲି ତାର ସେ ସୁନ୍ଦର ମେହେନ୍ଦି ଲଗା ହାତ ରେ...... କିନ୍ତୁ କିଏ ଜାଣିଥିଲା ତାର ଏ ଅର୍ଦ୍ଧ ପୋଡା ଭବିଷ୍ୟ କଥା ଟା...... ସେଦିନ ତାର ଠିକ ମନେ ଅଛି ସେ ଘଟଣା... କେତେ ସୁନ୍ଦର ସଂସାର ରେ ଏକ ଛୋଟିଆ ନୀଡ ଟେ ରଚିବ ବୋଲି ସେ ସ୍ୱାଧୀନ ଙ୍କ ହାତ ଧରି ଅଗ୍ନି କୁ ସାକ୍ଷୀ ରଖି ଇହ କାଳ ପରକାଳ ର ଦେବତା ରୂପେ ଗ୍ରହଣ କରିଥିଲା ସେ ସlତ ଫେରା ରେ ସାତ ଶପଥ ନେଇ... l ବାହା ଘର ପରେ କେତେ ସୁନ୍ଦର ସପ୍ନ ନେଇ ଆସିଥିଲା ସ୍ୱାଧୀନ ର ଘର କୁ କିନ୍ତୁ ସେ ଚର୍ତୁର୍ଥୀ ରାତିରେ ଜାଣି ସାରିଥିଲା ସେ ସ୍ୱାଧୀନ ର ପାସବିକାତl କୁ... କିନ୍ତୁ ସେ ସମାଜ ରେ ନିଜ ବାପା ମା ମୁଣ୍ଡ କୁ ତଳ ନ କରିବାପାଇଁ ସେ ସହୁଥିଲା ସେ ସବୁ ଯାତନା ଓ ଲଂlଛନା କୁ ଠିକ ସେ ପ୍ରକୃତି ଭଳି...... କିନ୍ତୁ ଦିନେ ସୀମା ଟପିଗଲା ସେ ଯାତନା.... ଗୋଟେ ପୁରୁଷ ର ହାତ ସିନା ଧରିଥିଲା ହେଲେ ଆଜି ସେ କେତେ ପୁରୁଷ ର ଊଚିଷ୍ଟ ହୋଇ ଗୋଟେ ଭୋଗ୍ୟ ବସ୍ତୁ ହୋଇ ସାରିଲାଣି ତାର ସମ୍ପୂର୍ଣ ସତୀତ୍ୱ କୁ ବିସର୍ଜନ କରି l ପ୍ରତେକ ରାତିରେ ସ୍ୱାମୀ ମଦ୍ୟ ପାନ କରି ଅନ୍ୟ ପୁରୁଷ ସାଙ୍ଗ ରେ ନେଇ ଆସେ ତାପରେ ତାର ପାଶବିକ ଅତ୍ୟାଚାର ଆରମ୍ଭ ହୋଇଯାଏ ସୀମା ଉପରେ l ଆଉ ସେ ନବବିବାହିତl ସୀମା ସେସବୁ ଆଖିବୁଜି ସହି ଚାଲେ.... ହେଲେ କେତେ ଦିନ ଆଉ ଏ ଅତ୍ୟାଚାର ସାହିବ ସେ.... ଦିନେ ବାପ ଘରୁ ଦି ଲକ୍ଷ ଟଂକା ଆଣିବା ପାଇଁ ଜିତ ଧରିଲେ ସ୍ୱାଧୀନ ଆଉ ତାର ପ୍ରତିବାଦ କରିବାରୁ ସେ ମାତାଲ ଅବସ୍ଥା ରେ ଗୋଟେ ବୋତଲ ଏସିଡ଼ କୁ ସମ୍ପୂର୍ଣ ରୂପେ ଢାଳି ଦେଲେ ତାର ସୁନ୍ଦର ଚେହେରା ରେ ଆଉ ତାପରେ ତାର ଏ ଅବସ୍ଥା l ନ୍ୟାୟ ପାଇଁ ଦୀର୍ଘ ଦଶ ବର୍ଷ କୋଟ କୁ ଦୌଡିବା ଖାଲି ସାର ହେଲା ଆଉ ସେ ଏଵେ ନିର୍ଦ୍ୱନ୍ଦ ରେ ବୁଲୁଛି ଏ ସମାଜ ରେ l ଆଉ ଗୋଟେ କମ୍ପାନୀ ର ଦୟା ର ପାତ୍ରୀ ହୋଇ ଚାକିରୀ ଟେ କରୁଛି ସେ ଉଚ୍ଚ ଶିକ୍ଷିତା ସୀମା l ହେଲେ ଆଜିବି ଏ ଦରପୋଡା ମୁହଁ ବହୁତ ପ୍ରତାରଣା ଦିଏ କିନ୍ତୁ ଆଜି ସେ ଏ କରୋନା ପାଇଁ ତାର ଏ ବିଭତ୍ସ ମୁହଁ କୁ ସେ ସୁନ୍ଦରିଆ ମାସ୍କ ଭିତରେ ଲୁଚେଇ ପାରୁଛି l ଆଉ ସେ ଦରପୋଡା ହୃଦୟ କୁ ଟିକେ ଶାନ୍ତି ଦେଉଛି......

(ଆଜି ମୋ ଜୀବନ ର ଗୋଟେ ସ୍ମୃତି ଲେଖିବି କି ନାହିଁ... ଏମିତି ବହୁତ ଭାବିବା ପରେ ମୋ ପ୍ରିୟ ପାଠକ ମାନଙ୍କ ସହ ସେଆର କରିବାକୁ ଚାହୁଁଛି ସେଥିପାଇଁ କିଛି ଖରପ ଭାବିବେ ନି କେହି ସେଦିନ ମୋ ଭିତରେ ଏକ ଲେଖିକା କୁ ଜନ୍ମ ଦେଇଥିଲା.. ଆଜି କିଛି ଲେଖିବିନି ଭାବୁଥିଲି ହେଲେ ଖଟ ରେ ଥାଇ ଆଖି ମଳି ଯେବେ ଆଜିର ବିଷୟ ଟି ପଢ଼ିଲି ହଠାତ ସେ ହାଇସ୍କୁଲ ଜୀବନ ରେ ନାରୀଜାଗରଣ ବିଷୟ ରେ ଲେଖିଥିବା ଲେଖା ମନେ ପଡିଗଲା ଆଉ ସେ ମୁଖ୍ୟ ଅତିଥି ଆଉ ସମସ୍ତ ଗୁରୁ ଙ୍କୁ.... ଯୋଉ ମlନେ ତାଙ୍କ ତାଳି ରେ ମୋତେ ଅଭିବାଦନ ଜଣେଇ ଥିଲେ ଆଉ ଜଣେ ସୁ ଲେଖିକା ହେବାର ନୂତନ ପ୍ରେରଣା ଟେ ଭରି ଦେଇଥିଲେ.... କିନ୍ତୁ ପରବର୍ତୀ ଜୀବନ ରେ ଜଣେ ସୁ ଲେଖିକା ହେବି ବୋଲି କେବେ ଭାବିନି ନିଜକୁ.ଏ କର୍ମ ଜଂଜାଳ ଭିତରେ.. .. ଜୀବନ ଦିପହରେ ଆଜି ଉପନୀତ... ଆଉ ଜଣେ ସୁ ଲେଖିକା ହୋଇ ପାଠକଙ୍କ ମନ କୁ କିଣିନେବାର ସାମର୍ଥ୍ୟ ବୋଧେ ମୋ କଲମ ରେ ନାହିଁ.... ହେଲେ ବି ଆଶା ଆଜିର ସେ ପୁରୁଣା ସ୍ମୃତି ର ସିଂଧୁକ ରୁ କିଛି ଲେଖା ଆପଣ ମାନଙ୍କୁ ଭଲ ଲାଗିବ ।



Rate this content
Log in

Similar oriya story from Tragedy