Dharitri Das

Inspirational

4.0  

Dharitri Das

Inspirational

ଅଲିଅଳି ଝିଅ

ଅଲିଅଳି ଝିଅ

3 mins
239


ଏକଦା ଏକ ନିପଟ ମଫସଲ ଗ୍ରାମରେ ମଦନ ସାହୁ ନାମକ ଏକ ବ୍ୟକ୍ତି ବାସ କରୁଥିଲେ। ଗାଁଟିର ନାମ ଥିଲା ମଧୁବନ। ମଦନ ସାହୁଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ମିନତୀ,ପୁଅ ବସନ୍ତ, ଓ ଝିଅ ବାସନ୍ତି। ପୁଅଟି ବଡ଼ ଓ ଝିଅଟି ସାନ। ଭାରି ହସଖୁସିର ପରିବାର ଥିଲା। ବାପା ମାଆ ପିଲା ଦୁହିଁଙ୍କୁ ଅତି ଯତ୍ନରେ ପାଳି ପୋଷି ମଣିଷ କରିବାକୁ ଚେଷ୍ଟାକରି ଶେଷରେ ସଫଳ ହୋଇ ପାରିଥିଲେ। ପୁଅଟି ଜଣେ ଇଂଜିନିୟର ଓ ଝିଅଟି ଏକ ଡାକ୍ତର ହୋଇଯାଇଥିଲେ। ଝିଅଟି ସାନ ଏବଂ କୋଡପୋଛା ହୋଇଥିବାରୁ ଅଲିଅଳି ଥିଲା। ଟିକେ ଯିଦିଆ ଥିଲା।ତା ବାପାବି ତାର ଯିଦ ପୂରଣ କରିଵାରେ ମାହୀ ଥିଲେ। ପିଲା ଦୁହିଁଙ୍କି ନେଇ ବାପା ମାଆ ଗର୍ବରେ ଫାଟି ପଡୁଥିଲେ । ପିଲା ମାନେ ଯେହେତୁ ବଡ଼ ହୋଇ ଯାଇଥିଲେ ତେଣୁ ସେମାନଙ୍କ ସହ ବନ୍ଧୁ ଭାବରେ ବାପା ମାଆ କାଳ 

କାଟୁଥିଲେ।

      ଯେତେବେଳେ ପୁଅ ଇଂଜିନିୟରିଂ କରୁଥିଲା ସେତେବେଳେ ଜଣେ ସୁଜାତା ନାମ୍ନୀ ଝିଅ ଆସି ତାକୁ ଭଲ ପାଉଛି ବୋଲି କହିବାରୁ ସେ ତାକୁ କହିଥିଲା ମୁଁ ତୁମକୁ ମୋ ମାଆର ନମ୍ବର ଦେଉଛି ନିଅ କଥାହେବ ଯଦି ମୋ ମାଆ ତୁମକୁ ପସନ୍ଦ କରେ ତେବେ ମୁଁ ତୁମ କଥା ଭାବିବି କାରଣ ମୁଁ ଚାହେଁ ମୋ ମାଆ ପସନ୍ଦର ଝିଅକୁ ବିବାହ କରିବାକୁ। ତାପରେ ମାଆକୁ ଫୋନରେ ଏହିକଥା ମଧ୍ୟ ଜଣାଇଥିଲେ। ଏକଥା ଶୁଣି ମାଆ ନିଜକୁ ଧନ୍ୟ ମନେ କରିଥିଲେ। ଏବଂ କହିଥିଲେ ନାହିଁରେ ସେମିତି କାହିଁକି କହୁଛୁ ବରଂ ତୁ ଯେଉଁଠି ପସନ୍ଦ କରିବୁ ମୁଁ ସେଇଠି ତୋର ବିବାହ କରାଇଦେଇ ଖୁସି ହେବି। ପୁଅ କହିଥିଲା" ମା' ତମେ ଭାରି ଚାଲାକ ଖସି ଯିବାକୁ ଚାହୁଁଛ। ହେଲେ ମୁଁ ତୁମକୁ ଖସିବାକୁ ଦେଲେ ତ।"

     କିଛିଦିନ ଗଲା ଦିନେ ବାପାମାଆ ବସି ଝିଅର ବିବାହ କରିବା କଥା ଆଲୋଚନା କରିଥିଲେ। ତେଣୁ ସେ ଝିଅକୁ ଡାକି ଏ ବିଷୟରେ ମତାମତ ନେବାକୁ ଚାହିଁଥିଲେ। ମାଆ ପଚାରିଥିଲେ"ଝିଅରେ ଆମେ ତୋର ବିବାହ ନିମିତ୍ତ ବରପାତ୍ର ଖୋଜିବୁ ବୋଲି ସ୍ଥିର କରିଛୁ। ତେଣୁ ତା ପୂର୍ବରୁ ତୁ ଯଦି କେଉଁଠି କାହାକୁ କଥା ଦେଇଥାଉ ତେବେ କହ"। ଏକଥା ଶୁଣି ଝିଅ ଟିକେ ଲାଜେଇ ଯାଇଥିଲା ଏବଂ କହିଥିଲା" ମାଆ ମୋ ବାପାମାଆ ମୋତେ ଏତେ ଅଲିଅଳିରେ ବଢ଼ାଇଛନ୍ତି। ମୋର ସବୁତକ ଅଭାବ ପୂରଣ କରିଛନ୍ତି। ମୋ ପାଇଁ କିପରି ବରପାତ୍ର ଲୋଡ଼ା ସେମାନେ କ'ଣ ଖୋଜି ପାରିବେନି ଯେ ମୁଁ ନିଜେ ପସନ୍ଦ କରିବି। ଆଉ ବାକି ରହିଲା କଥା ଦେବା କଥା। ତମକୁ ନ ପଚାରି ମୁଁ କାହାକୁ କଥା ଦେବି ଏକଥା ତମେ କେମିତି ଭାବି ପାରିଲ। ମାଆ କହିଲେ ନାହିଁରେ ଆଜିକାଲି ପ୍ରାୟ ଅନେକଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳୁଛି ତ ସେଥିପାଇଁ ପଚାରିଦେଲି।

      ଝିଅଟି କହିଲା ନାହିଁ ମାଆ ସେ ଦାୟିତ୍ୱ ମୁଁ ତୁମ ଦୁହିଁଙ୍କ ପାଇଁ ରଖିଛି। ତୁମେ ଯେଉଁଠି ପସନ୍ଦ କରିବ ମୁଁ ସେଇଠି ହିଁ ବିବାହ କରିବି। ଏକଥା ଶୁଣି ବାପା ମାଆ ଦୁହେଁ ଝିଅକୁ କୁଣ୍ଢାଇ ପକାଇଲେ। ସେମାନଙ୍କ ଆଖିରୁ ଆନନ୍ଦାଶ୍ରୁ ଝରଝର ହୋଇ ଝରି ଯାଇଥିଲା। ମା' କହିଥିଲେ ସତରେ ଝିଅ ମୁଁ ଓ ମୋର ମାତୃତ୍ୱ ଆଜି ଧନ୍ୟ ହୋଇଗଲା। ତୁମ ଦୁହିଁଙ୍କ ପରି ସଂସ୍କାରି ପୁଅ ଓ ଝିଅକୁ ମୋ ଗର୍ଭରେ ଧରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଯୁଗେଯୁଗେ ମୋତେ ତୁମ ଦୁହିଁଙ୍କ ପରି ସନ୍ତାନ ସନ୍ତତି ମିଳୁଥାଉ ବିଭୂପାଦେ ମୋର ଏତିକି ମିନତୀ।

      ତାପରେ ଏକ ସୁନ୍ଦର ସୁଶୀଳ, ଡାକ୍ତର ଚାକିରୀ କରିଥିବା ପିଲା ଯୋଗାଡ଼ କରି ପ୍ରଥମେ ବାସନ୍ତୀର ବାହାଘର ଖୁବ ଧୁମଧାମରେ କରିଥିଲେ। କିଛିଦିନ ପରେ ପୁଣି ଏକ ସୁନ୍ଦରୀ କନ୍ୟା ଠିକ କରି ପୁଅଟିକୁ ବିବାହ କରାଇଦେଇ ଥିଲେ। ବର୍ଷ କେଇଟାରେ ନାତି ନାତୁଣୀ ଖେଳାଇବାର ସୌଭାଗ୍ୟ ମଧ୍ୟ ମିଳିଥିଲା। 

      ସତରେ ଭାଇ କହିଲ ଦେଖି ଆଜିକାଲି ଯୁଗରେ କେତେଜଣ ପୁଅଝିଅ ବାପାମାଆଙ୍କୁ କନ୍ୟାଦାନ କରିବାର ସୁଯୋଗ ଦେଉଛନ୍ତି। ତେଣୁ ଏ ପୁଅଝିଅକୁ ଧନ୍ୟବାଦ ଦେବାକୁ ହେବ କାରଣ ପ୍ରକୃତରେ ସେହିମାନେ ହିଁ ବାପାମାଆଙ୍କର ସୁଯୋଗ୍ୟ ସନ୍ତାନ ଯେଉଁମାନେ ବାପା ମାଆଙ୍କର ଆଶା ଭରସା, ଆକାଂକ୍ଷାକୁ ପୂରଣ କରିବାର ସୁଯୋଗ ଦେଇଥାନ୍ତି। ଉଚ୍ଚ ଶିକ୍ଷିତ ହୁଅନ୍ତୁ ବା ଅର୍ଦ୍ଧ ଶିକ୍ଷିତ ହୁଅନ୍ତୁ ବା ସମ୍ପୂର୍ଣ୍ଣ ଅଶିକ୍ଷିତ ହୁଅନ୍ତୁ ଝିଅ ଯଦି ବାପା ମାଆଙ୍କୁ କନ୍ୟାଦାନ କରିବାର ସୁଯୋଗ ଦିଏ ତେବେ ତାଙ୍କର ପୂର୍ବ ପୁରୁଷଙ୍କର ଆଶୀର୍ବାଦ ତା ଉପରେ ଅଜାଡି ହୋଇ ପଡ଼ିଥାଏ। ପ୍ରକୃତରେ ସେହି ଝିଅଟି କନ୍ୟାରତନ ଭାବେ ସମାଜରେ ଆଦୃତ ହୋଇଥାଏ।ପ୍ରକୃତରେ ତାକୁ ହିଁ କହିବା ଅଲିଅଳି ଝିଅ।



Rate this content
Log in

Similar oriya story from Inspirational