STORYMIRROR

Rashmi Ranjan Nayak

Abstract

1  

Rashmi Ranjan Nayak

Abstract

ଅକୁହା କଥା

ଅକୁହା କଥା

1 min
622


କେତେବେଳେ ଦେଖିଛନ୍ତି କି ସେ ହୃଦୟ କୁ କେତବେଳେ ଶୁଣିବାକୁ ଚେଷ୍ଟା କରିଛନ୍ତି କି ସେ କଣ କହିବାକୁ ଚାହୁଁଛି।କେତେବେଳେ ପଚାରି ଛନ୍ତି କି କ'ଣ ଚାହୁଁଛି ସେ।କେଉଁ ଅବସ୍ଥାରେ ଅଛି ସେ ହସୁଛି ଯଦି ସତରେ ନାଁ ମିଛରେ।ନାଁ.....କେବେନୁହେଁ

ସତ କହିଲି ନାଁ......

ବାରମ୍ବାର ଅବିଶ୍ୱାସ ର ବହ୍ନି ରେ ଜଳିବା ପରେ ଆଜି ଶେଷ ଅବସ୍ଥାରେ କୁଟାଖିଅ କୁ ସହାରା କରି ଧୀରେ ଧୀରେ କମ୍ପୁଛି ଆଜି ସେ ହୃଦୟ ଟି।ଆଶା ଭରଷା ଓ ବିଶ୍ୱାସ କୁ ଭଲସେ ଦେଖିଲା ପରେ ବୁଝି ପାରିଛି ସେ ଦୁନିଆ କୁ ଆଉ ଦୁନିଆର ଲୋକଙ୍କୁ।ବୁଝିପାରିଛି ଏ ସମାଜ କୁ ଏବଂ ପ୍ରତେକଟି ମୁହୂର୍ତ୍ତରେ ବଦଳୁଥିବା ବହୁରୂପୀ ଚେହେରା ଧାରୀ ଙ୍କୁ।

ଗୁମୁରି ଗୁମୁରି କାନ୍ଦୁଛି ସେ ନାଁ କାହାକୁ କହିପାରୁଛି ନାଁ କିଏ ସେ କଥା ଶୁଣିପାରୁଛି।

...ଶୁଣିବ ବା କିଏ.. ବୁଝିବ ବା କିଏ।

ନିରବି ଯିବାକୁ ବହୁତ ଥର ଚେଷ୍ଟା କରି ବିଫଳ ହୋଇଯାଇଛି।

କିଛି କଥା କୁ ମନେମନେ ଗପି ଚାଲିଛି ମନକୁ ଟିକେ ହାଲକା କରିବା ପାଇଁ ମାତ୍ର ବିଫଳ ହୋଇଛି।ଅକୁହା କଥା ଲାଗୁଛି ସେମିତି ରହିଯିବ ବୋଧେ ସବୁଦିନ ପାଇଁ। ପକ୍ଷୀ ଆଜି ଉଡିଯାଇଛି ଆଉ ଗଛ ବି ମୃତ ପ୍ରାୟ।

ଖାଲି ଅପେକ୍ଷା ଏକ ଝଡ଼କୁ ଯିଏ ଆସିବ ଆଉ ଏ କଥା ଆଉ କାହାଣୀ ର ଅନ୍ତ କରିବ ସବୁଦିନ ପାଇଁ।ନାଁ କାହାକୁ କଷ୍ଟ ଲାଗିବ ନାଁ କାହା ଆଖିରେ ଲୁହର ଧାର ଆସିବ।ନାଁ କିଏ ମନେରଖିବ ନାଁ କିଏ ହୃଦୟରେ ସାଇତିବ।

ବାସ ସେ ଅକୁହା କଥା ସେମିତି ରହିଯିବ ଆଉ ସେ ହୃଦୟ ନିରବି ଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract