ଅକୁହା କଥା
ଅକୁହା କଥା
ସରୋଜ ଓ ସରିତା ହାଇସ୍କୁଲ୍ ସହପାଠୀ । ଖୁବ୍ ଶାନ୍ତ , ଶିଷ୍ଟ ସରଳ ସ୍ବଭାବ ର ପିଲାଦୁହେଁ । ପିଲାବେଳ ସାଙ୍ଗ। ଏକା ଶ୍ରେଣିରେ ପଢନ୍ତି । ସରିତା ଠୁ ସରୋଜ ଟିକେ ଭଲ ପଢେ । ଗୁରୁଜୀଙ୍କ ପ୍ରିୟ ଛାତ୍ର । ସରିତା ଘର ପାଖାପାଖି ସରୋଜ ର ଘର । କେବେ କେମିତି ସରିତା ସରୋଜ ଘରକୁ ଆସେ କିଛି ଡାଉଟ୍ କ୍ଲିଏର କରିବା ପାଇଁ। ସରୋଜ ବି ସରିତା ଘରକୁ ଯାଏ କିଛି ବହି ଖାତା ମାଗିବା ପାଇଁ। ସରିତା ବାପ ସରୋଜ କୁ ଖୁବ୍ ଭଲ ପାଆନ୍ତି , ସରିତାକୁ ଉଦାହରଣ ଦେଇ ବୁଝାଇଥାନ୍ତି ସରୋଜ ଭଳି ପଢିବା ପାଇଁ ।
ସରୋଜ ସରିତା କେତେବେଳେ ଯଉବନର ଆକର୍ଶିରେ ଗୁଡାଇ ହୋଇଯାଇଥାନ୍ତି ବୁଝିବା ଆଗରୁ ଦୁହେଁ ଦୁହିଙ୍କ ଖୁବ୍ ନିକଟତର ହୋଇଯାନ୍ତି । ସରୋଜ ସ୍କୁଲ୍ ରେ ବେଳେବେଳେ ଅନ୍ଯ ମନସ୍କ ହୋଇପଡେ । ସରିତା ବି ତଳମୁହାଁ ହୋଇ ଶ୍ରେଣୀ ଗୃହରେ ଟେବୁଲ୍ ଉପରେ ବହିକୁ ଅନାଇ ବସିରହେ । ସରୋଜ ସରିତାଙ୍କ ଏତେଟା ମିଳାମିଶା, ନିକଟତର ହେବା ସରୋଜ ବାପାଙ୍କୁ ପସନ୍ଦ ଆସେନି । ବ
େଳେବେଳେ ଖୁବ୍ ଚିଡନ୍ତି । ଇଆଡୁ ସିଆଡୁ ବକିଯାନ୍ତି । ଥରେ ଦୁଇଥର ଶ୍ରେଣୀ ଶିକ୍ଷକ ମଧ୍ୟ ଦୁହିଁକୁ ବୁଝାଇଛନ୍ତି ଓ ପଢାପଢିରେ ଯୋର ଦେବାକୁ ପରାମର୍ଶ ଦିଅନ୍ତି।
ଦିନେ କୌଣସି ଏକ ପ୍ରମାଣ ପାଇ ସରିତା ବାପ ସରିତାକୁ ଖୁବ ପିଟିଛନ୍ତି । କଅଁଳିଆ ଦେହରେ ଛାଟର ନାଲି ଦାଗ ସ୍ପଷ୍ଟ ବାରିପାରେ ସରୋଜ । ନିଜ ମନ କଥା ସରିତାକୁ କହିଦେବାକୁ ଠିକ୍ କରେ । ହେଲେ ସ୍କୁଲ୍ ର ଗହଳିଚହଳି, କୋଳାହଳ ଭିତରେ କହିବ ବା କେଉଁଠି । କିଛି ସ୍ଥିର କରିପାରୁ ନ ଥିଲା ସରୋଜ।
ଦିନେ ଖାଇ ଛୁଟିବେଳେ ଗୋଟେ ମୌକା ପାଏ ସରୋଜ , ସରିତା ଶ୍ରେଣୀ ଗୃହ ବାହାରକୁ ଯାଇଥିଲା ବେଳେ ତା ବ୍ୟାଗରୁ ଗୋଟିଏ ଖାତା ଚୋରାଇ ନେଲା । ନିଜ ମନକଥା ଆଙ୍କି ନେଲା ସରିତା ଖାତାରେ । ମନରେ ଅହେତୁକ ଭୟ , ଥରିଥରି ନେଇ ସରିତା ବ୍ୟାଗରେ ଭରିଦେଲା । ତୁରନ୍ତ ସ୍କୁଲ୍ ପ୍ରଧାନ ଶିକ୍ଷକଙ୍କୁ ଦେହ ଖରାପ ବାହାନା କରି ସ୍କୁଲ୍ ରୁ ଘରକୁ ଫେରିଲା ।