The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Basanti Pattnaik

Abstract

2  

Basanti Pattnaik

Abstract

ଅହମିକା

ଅହମିକା

2 mins
249



ଅବାକ ହୋଇ ଚାହିଁରହିଥିଲି, ନାରୀଟି ଉଚ୍ଚ ସ୍ୱରରେ ଚିତ୍କାର କରିଚାଲିଥାଏ ଦେଖିଲି ଗୋଟିଏ କଣରେ କ୍ଷୀଣକାୟ ଶରୀର ସ୍ତ୍ରୀ ଲୋକଟି ତାର ପ୍ରତିତ୍ୱର ଦେଉଥାଏ, ସମ୍ପର୍କ ରେ ଦୁଇ ଜଣ ମା, ଝିଅ ବୋଲି ଅନୁଭବ କଲି, ଝିଅ ଟି ତାର ମା କୁ ବାଲ୍ୟ କାଳ ରେ ଘଟିଥିବା ସମସ୍ତ ଘଟଣା ବଳିକୁ ଅତି ପ୍ରାଞ୍ଜଳ ଭାବରେ ବର୍ଣନା କରୁଥାଏ । କିପରି ତାର ମା ଯୌବନ କାଳରେ ଜେଜେ ଓ ଜେଜେମା ଙ୍କୁ ମାନସିକ ଅତ୍ୟାଚାର କରୁଥିଲା ସେ ବିଷୟରେ ମନେ ପକାଇ ତାଛଲ୍ୟ କରୁଥିଲା ମା ଟି କିନ୍ତୁ ଏହାକୁ ଖଣ୍ଡନ କରୁଥିଲା ମା କହିଲେ 

ସେ ଶାଶୁ ନଣଦ ର ଅତି ପ୍ରିୟ ଥିଲେ, ସେ ଜୀବନରେ 

ବହୁତ କଷ୍ଟରେ ସ୍ୱଳ୍ପ ଦରମାରେ ବିଶାଳ ପରିବାର ର ଦାୟିତ୍ୱ ତୁଲାଉ ଥିଲେ ବୋଲି ବୁଝାଉଥିଲେ ।      


ଝିଅ ଟି କିନ୍ତୁ ବୁଝିବାକୁ ନାରାଜ ଥିଲା, ମୁଁ  ଆକଳନ କରୁଥିଲି  କିଏ ମହାନ ଝିଅ ନା ମା? କାରଣ ଜଣେ ଜେଜେ ଜେଜେମା ଙ୍କୁ 

ସନମାନ ଜଣାଉଛି, ତାଙ୍କ ଉପରେ ହେଇଥିବା ଅତ୍ୟାଚାରକୁ ଅନ୍ୟାୟ ବୋଲି ବିବେଚନା କରୁଛି, ମୁଁ ଭାବିଲି ଯାହା ହଉ 

ଏମିତି ନାତୁଣୀ ସମସ୍ତଙ୍କର ହେବା ଉଚିତ ।


     ମା ବଖାଣୁଥିଲେ ମୁଁ ବଡ଼ଲୋକ ଘର ଝିଅ ଥିଲି, ମୋ ବାପା ମାଟି ଘରର ପୁଅ ସହିତ ବିଭା କରାଇଦେଲେ, ମୋ ଘରେ ଚାକର 

ପୂଜାରୀ ଥିଲେ, ମାଟିଘରେ କାଠ ଚୁଲା ଫୁଙ୍କି ରୋଷେଇ 

 କରିବାକୁ ପଡୁଥିଲା, ଏତେ ବଡକୁଟୁମ୍ବ ଘରେ ଚାକର 

ପରି ଖଟୁଥିଲି,ଯେତେବେଳେ ଏଙ୍କର କଟକ ବଦଳି ହେଲା 

ମୁଁ ନିଶ୍ୱାସ ମାରିଲି, ନଣଦ ଦିଅର କୁ ପେଟରୁ କାଟି ଟଙ୍କା ପଠାଉଥିଲି, ନିଜ ଗହଣା ଦେଇ ସେମାନଙ୍କ ର ବିବାହ କରାଇଲି, ଆଉ ଅଧିକ କଣ କରିଥାନ୍ତି? 


            ମା ଟିର ଭି ସଂସାର ପାଞ୍ଚ ପୁଅ ଝିଅକୁ 

ନେଇ ଥିଲା, ସେମାନଙ୍କ ର ଭବିଷ୍ୟତ ପାଇଁ ସଂଚୟ ଜରୁରୀ ଥିଲା ବୋଲି କହିଚାଲିଥିଲେ । ଆଜି ସବୁ ପିଲା ପ୍ରତିଷ୍ଠିତ ଚାକିରୀ କରୁଛନ୍ତି । ମା ଝିଅ କୁ କହିଲେ ତୁ କୋଟିପତି ଘରର ବୋହୁହେଇଛୁ 

ଆମେ ଏତେ ଉଚ୍ଚ ଘରେ ବାହା କରେଇଛୁ । 


              ମୁଁ ଭାବୁଥିଲି ଯେଉଁଠି ମା ତାର  କର୍ତଵ୍ୟ ବିଷୟରେ ବୁଝାଉଛି । ନିଜ ଗହଣା ଦେଇ ନଣଦ ର ବିବାହ କରାଇଛି, ସ୍ୱଳ୍ପ ବେତନ ରୁ ଟଙ୍କା ପଠାଇ ବୋହୂର ଭୂମିକା ତୁଲାଇଛି ତାର କେଉଁଠି ଭୁଲ ରହିଲା? ଝିଅ ଟି କାହିଁକି ମା କୁ ଚିଲେଉଛି?  


             ମା  ମଝିରେ ମଝିରେ କହୁଥିଲେ ତୁ  କୋଟିପତି ବୋଲି ଆମକୁ ବଡ଼ିମା ଦେଖାଉଛୁ? ସମସ୍ତଙ୍କୁ ପାଟିରେ ଚପାଇବୁ ବୋଲି ଭାବିଛୁ? ଝିଅ ର ଚିଲେଇବା କାରଣ କଣ ଭାବୁଥିଲି ।ମା ଓ ଝିଅ 

ଭିତରେ ଏତେ ତିକ୍ତତା କାହିଁକି?କାରଣ ଟି ଖୋଜିବାକୁ ଚେଷ୍ଟା କରିଲି । ବଡ଼ ଭାଇ ର ଆର୍ଥିକ ପରିସ୍ଥିତି ଏତେ ଭଲ ନୁହେଁ । ଅନ୍ୟମାନେ ବେଶ ସମ୍ଭାନ୍ତଶିଳ ସେମାନଙ୍କ ସହିତ ଭଉଣୀ ର ଅତି ସୁ ସମ୍ପର୍କ 

ବଡ ଭାଇ ଓ ଭାଉଜ ଅତି ସ୍ୱାଭିମାନଶିଳ ବ୍ୟକ୍ତି ସେମାନେ ଏମାନଙ୍କର ପାଖରେ ମୁଣ୍ଡ ନୁଆଁନ୍ତି ନାହିଁ କାରଣ ସେମାନେ ଜାଣନ୍ତି ସଚ୍ଚୋଟ ପଣିଆ ଏଭଳି ଏକ ଧନ ଯାହାକୁ କୋଟି କୋଟି ଟଙ୍କା 

କିଣି ପାରିବନି । ମୁଁ ବୁଝି ପାରିଲି ନଣଦର କୋଟି କୋଟି ଟଙ୍କା ତାଙ୍କୁ କିଣି ପାରିନି । ସେଥିପାଇଁ ସେ ବାପ ଘରକୁ ଆସି ଏହି ବିଳାପ କରୁଛି 

ବଡ ପୁଅ ବୋହୁ ପ୍ରତି ସମର୍ଥନ ଥିବା ଶାଶୁ ର ମେରୁଦଣ୍ଡ କୁ ଚିତ୍କାରକରି ହଲାଇ ଦେବାକୁ ଚେଷ୍ଟା କରୁଅଛି । ବାପ ଘରେ ଥିବା ଅଧିକାରକୁ ଚିତ୍କାର ମାଧ୍ୟମରେ ସୂଚେଇ ଦଉଛି । ନିଜେ ଜଣେ ଭଲ ବୋହୁ ବୋଲି ସୂଚେଇ  ତାର ମା କୁ କହୁଛି । 


             ମୁଁ ସ୍ୱତଃ ପ୍ରଶ୍ନ କଲି କିଏ ଭଲ ବୋହୁ?? ମା ନା ଝିଅ । ଏହି ଚିତ୍କାର କଣ ପାଇଁ? ଜଣେ ଅତି ଧୀର ସ୍ଥିର ଭାବରେ ନିଜର ମହନୀୟତାକୁ ବଖାଣି ପାରିଵ । ଚିତ୍କାର କରି ମହାଵଳି ହୋଇ ସମସ୍ତଙ୍କୁ ଚପାଇ ରଖିବାର ପ୍ରୟାସ ଏକ ସୁଲକ୍ଷଣlଯୁକ୍ତ ନାରୀ ର 

ପରିଚୟ କି??



Rate this content
Log in

Similar oriya story from Abstract