STORYMIRROR

Bishwanath Ojha 008

Classics

3  

Bishwanath Ojha 008

Classics

ଅଧା ଲେଖା କାହାଣୀ

ଅଧା ଲେଖା କାହାଣୀ

6 mins
183


         ଦିଲ୍ଲୀ ଟିକେଟ ହାତରେ ଧରି ରାଗିଣୀ ଅପେକ୍ଷା କରିଥିଲା ସମୟର ଇଙ୍ଗିତକୁ। ଆଉ କେତେଟା ମୁହୁର୍ତ ପରେ ମୃତବତ ପଡ଼ିଥିବା ସମ୍ପର୍କଟିକୁ ସାଉଁଟି ବାକୁ ପଡିବ ତାକୁ ତା ମନର ପଣତରେ. ହୃଦୟର ପାପୁଲିରେ ।

         ପୁଣିଥରେ ଯୋଡିବାକୁ ପଡିବ ସେଇ ସମ୍ପର୍କକୁ ଯେଉଁ ସମ୍ପର୍କ ତାକୁ ଆଘାତ କରୁଥିଲା ପ୍ରତି ରାତିରେ ପ୍ରତି ମୁହୁର୍ତ୍ତ ରେ ପାରମ୍ପରିକ ସ୍ବାମୀ ପୂର୍ଣ୍ଣ ମହାପାତ୍ର ରୂପରେ .।


          ପୂର୍ଣ୍ଣ , ଯିଏ ବୁଝେନା ସ୍ତ୍ରୀ ମନ ତଳର ଭାବନାକୁ, ଅନୁଭବ କରି ପାରେନି ସ୍ତ୍ରୀର କୋମଳ ଭଲ ପାଇବାକୁ ଯେ ବୁଝିବାକୁ ଚେଷ୍ଟା କରେନି ସ୍ତ୍ରୀ ଆଖିର ନିରବ ଇଶାରାକୁ ପ୍ରତି ମୁହୁର୍ତ୍ତ ରେ ଦେଇ ଚାଲିଥାଏ କଷ୍ଟ, ଯନ୍ତ୍ରଣା କେବେ ଶାରୀରିକ ତ କେବେ ମାନସିକ ରୂପରେ ତଥାପି ପୁଣି ଥରେ ଯୋଡ଼ି ବାକୁ ହବ ଅଧା ଛିଡ଼ା ସମ୍ପର୍କକୁ ଆଠ ମାସ ପରେ ।


     ପୁଣି ଥରେ ସେଇ ଯନ୍ତ୍ରଣା.. ପୁଣି ସେଇ ଜୀବନ,

ଲୁହ ପୋଛିଲା ରାଗିଣୀ,ଲୁହ ବିନ୍ଦୁ ଗୁଡ଼ିକ କେମିତି ତତଲା ତତଲା ଲାଗୁଥିଲା ତା ହାତକୁ , ଲୁହ ନୁହେଁ ଯେମିତି ଛାତି ଭିତରୁ ଲହୁ ଝରୁଥିଲା ତାର ।


        ଘୃଣା ଆଉ ଗ୍ଲାନିରେ ଭରି ଯାଉଥିଲା ତାର ହୃଦୟର ଅନ୍ଧାର କୋଠରି, ତଥାପି ସେଇ ଅନ୍ଧାର କୋଠରୀ ଭିତରେ ଦିଶୁଥିଲା ପୂର୍ଣ୍ଣର ସେଇ ସରଳତାର ଭଦ୍ର ମୁଖା ତଳେ ଥିବା ଗୋଟେ ରାକ୍ଷସର ପ୍ରତିଫଳନକୁ ।


    ଏ କୁଆଡେ ଦୁନିଆର ନୀତି ନିୟମ, ସମାଜର ବିଧି ବ୍ରାହ୍ମଣର ମନ୍ତ୍ର ପାଠର ଲକ୍ଷ୍ମଣ ରେଖା ଆଉ ଶଙ୍ଖା ସିନ୍ଦୁର ର ଦାବିପତ୍ର ବାଧ୍ୟ ବାଧକତାରେ ମାନିବାକୁ ପଡିବ ମୃତ ସମାଜର ନିର୍ଦ୍ଧେଶନାମାକୁ। ସ୍ବାମୀ ଯାହା ହେଉନା କାହିଁକି ଯେଉଁ ଭଳି ଟର୍ଚର କରୁନା କାହିଁକି ଯେତେ ଘୃଣା କରୁନା କାହିଁକି ସତୀ ସାଧ୍ୱୀ ପତିବ୍ରତା ଧର୍ମ ପାଳନ କରିବାକୁ ପଡ଼ିବ ନିର୍ଯାତିତ ସ୍ତ୍ରୀକୁ କଥାକଥିତ ଅର୍ଦ୍ଧାଙ୍ଗିନୀକୁ ।

   ଛି ଘୃଣା ରେ ଥରି ଉଠିଲା ରାଗିଣୀ

 ଯେ ବୁଝି ପାରେନା,ପ୍ରେମ୍ କଣ, ଭଲ ପାଇବା କଣ ,ଯତ୍ନ କଣ ସେ କେମିତି ସ୍ବାମୀ ହୋଇ ପାରେ?

   ଯେ ସ୍ନେହ, ଶ୍ରଦ୍ଧା ର ସମ୍ପର୍କ ବୁଝେନା ସେ କେମିତି ପ୍ରିୟ ପୁରୁଷ ହୋଇ ପାରିବ ?

      ଆଖି ଲୁହ ଛୁଉଁ ଥିଲା ରାଗିଣୀର ସେଇ କମ୍ପିତ ଓଠକୁ... କିଛି ଘୃଣା ସହ ପୁଣି ସେଇ ଯନ୍ତ୍ରଣା କଥା ଭାବି ଡରି ଯାଉଥିଲା ରାଗିଣୀ ।

      ଆଉ ଥରେ ଚାହିଁଲା ସେ ଯନ୍ତ୍ରଣା ସିକ୍ତ ଭବିଷ୍ୟତ ରୂପୀ ଫ୍ଲାଇଟ ଟିକେଟ ଆଡ଼େ ଅନ୍ୟମନସ୍କ ଭାବେ ଭ୍ୟାନିଟରୁ କାଢି ଆଣିଲା ଡାଇରୀ ଟିକୁ ତା ଅତି ପ୍ରିୟ ପ୍ରତିଲିପି, ତା ନିଜ ଜୀବନ ର ପ୍ରତିଲିପି ଯିଏ ତା ସୁଖ, ଦୁଃଖ, ପାପ, ପୁଣ୍ୟ ସବୁଥିର ଥିଲା ମୁକସାଖୀ ତା ଯନ୍ତ୍ରଣା ଭରା ନିସଂଗ ଜୀବନର କିଛି ମୁହୁର୍ତ୍ତର ଆପଣାର ସାଥିଟିଏ। ଡାଇରୀଟିକୁ ଖୋଲୁ ଖୋଲୁ ବାହାରି ଆସିଲା ଫଟୋଟିଏ ଶାନ୍ତ କମନୀୟ କଥା କୁହା ଆଖି ସହ ମନ କିଣି ନେଲା ଭଳି ଚେହେରା ଟିଏ, ଚେହେରା ରେ ଝଲସି ଉଠୁଥିଲା ଉଜ୍ଜଳତା ଆପଣା ଛାଏଁ ହସଟିଏ ବାହାରି ଆସିଲା ରାଗିଣୀର ଲୁହ ଭିଜା ଓଠରୁ ବିଶ୍ବ ସାର୍

ବିଶ୍ବ ସାର୍, ତା ଯନ୍ତ୍ରଣାସିକ୍ତ ପ୍ରାଣର ଅମୃତ ସିଞ୍ଚନ

ତା ନିର୍ଯାତିତ ଜୀବନର ଏକ ଆଶାର କିରଣ

ତା ଲୁହଭିଜା ଓଠରେ ଚେନାଏ ହସର ଉଦ ବେଳନ

ରାତିର ସ୍ୱପ୍ନ ଦିନର ଚେତନା ମନର ପ୍ରତିଫଳନ ସକାଳର ସୂର୍ଯ୍ୟୋଦୟ ମଧ୍ୟାହ୍ନର ତପ୍ତ ପ୍ରଖର ଅପରାହ୍ନର ସପ୍ତରଙ୍ଗୀ ସୂର୍ଯ୍ୟାସ୍ତ ପୁଣି ସନ୍ଧ୍ୟାର ରୂପେଲି ଜହ୍ନ, ମଧ୍ୟରାତ୍ର ର ଅଶାନ୍ତ ଚନ୍ଦ୍ରମା ଆଉ ପାହାନ୍ତି ରାତିର ନୂତନ ସୂର୍ଯ୍ୟୋଦୟ ର ପୂର୍ବଭାଷା

ସତ କହିଲେ ଏଇ କେଇଟା ମାସର ପବିତ୍ର ସମ୍ପର୍କର ସ୍ୱତନ୍ତ୍ର ଦସ୍ତାବିଜ୍ ଵିଶ୍ଵ ସାର୍

     ତୁଳନା କରୁଥିଲା ରାଗିଣୀ ଦୁଇ ଜଣଙ୍କ ଭିତରେ....

ଗୋଟିଏ ପଟେ ପୂର୍ଣ୍ଣ ମହାପାତ୍ର ଆଉ ଗୋଟେ ପଟେ ବିଶ୍ବ ସାର୍ ଅଦେଖା ମଣିଷ ଟିଏ ଯାହାକୁ ସେ ଆଜି ଯାଏ ଆଖି ପୁରେଇ ଦେଖିନି,କିନ୍ତୁ ଯିଏ ପ୍ରତି ମୁହୁର୍ତରେ ତା ପାଖରେ ରହିଥାଏ କେବେ ତା ଓଠର ହସ ହେଇ ତାକୁ ହସାଏ ତ କେବେ ସ୍ୱପ୍ନ ଟିଏ ଦେଇ ଯାଏ ଭବିଷ୍ୟତ ପାଇଁ

ଦୁହେଁ ଦୁହିଁଙ୍କ ର ସମ୍ପୁର୍ଣ୍ଣ ବିପରୀତ

ଜଣେ ଅହଙ୍କାର, ଜିଦି , ନିଷ୍ଠୁରତାର ପୂର୍ଣ୍ଣ ଅବୟବତ, ଆଉ ଜଣେ ନିରବ ଭଲପାଇବାର ପୁର୍ଣ୍ଣ କଳେବର

ଜଣେ ନର୍କର ଯନ୍ତ୍ରଣା ହେଲେ ଆଉ ଜଣେ ଯତ୍ନ ଆଉ ଭଲ ପାଇବାର ମହୋଦଧି

ଆପେ ଆପେ ଢଳି ପଡୁଥିଲା ରାଗିଣୀ ବିଶ୍ବ ସାର୍ ଙ୍କ ଅଦୃଶ୍ୟ ଭଲପାଇବାର ମସୃଣ କାନ୍ଧ ଉପରେ

ଡାଏରୀ ର ପୃଷ୍ଠା ଖୋଲିଲା ସେ

ଆଖିରେ ପଡିଲା ନିଜ ହାତ ଲେଖା ଛୋଟ କବିତାଟିଏ .

"କହିପାରିବିନି ତମ ପ୍ରେମରେ ହଜୁନି ବୋଲି,

କହିପାରିବିନି ତମ ଲେଖାରେ ନିଜକୁ ଖୋଜୁନି ବୋଲି,

କହି ପାରିବିନି ତୁମ ମିଠା ହସ ଧାରରେ ଭିଜୁନି ବୋଲି,

କହିପାରିବିନି ତୁମ ବିନା

                  ଘନ ତମସାରେ ଜଳୁନି ବୋଲି

ଆହୁରି ଅନ୍ୟମନସ୍କ ହୋଇ ଉଠିଲା ରାଗିଣୀ ଇଚ୍ଛା ହେଉଥିଲା ଚିରିଦେବା ପାଇଁ ଫ୍ଲାଇଟର ଟିକେଟଟିକୁ ପାଦରେ ଆଡେଇ ଦେଇ ସମାଜର ଘୃଣ୍ୟ ବିଧି ବିଧାନ ମିଶେଇ ଦେଇ ତା ହାତର ଶଙ୍ଖା ମଥାର ସିନ୍ଦୂର, ଚାଲିଯିବା ପାଇଁ ବିଶ୍ବ ସହ ତା ଦୁନିଆକୁ।

     ବିଶ୍ବ ସାର୍ ଙ୍କ ଫଟୋଟିକୁ ଓଠରେ ଛୁଁ ଛୁଁ ଚମକି ଉଠିଲା ରାଗିଣୀ ମୋବାଇଲର ରିଂ ଟୋନରେ ସ୍କ୍ରିନରେ ବିଶ୍ବ ସାର୍ ଙ୍କ ନମ୍ୱର୍ ।

        ରିସିଭ କରୁ କରୁ ଆଉ କେହି ଜଣେ କହୁଥିଲେ ଏ ନମ୍ୱର୍ ଯାହାର ତାଙ୍କର ଆକ୍ସିଡେଣ୍ଟ ହେଇଛି ଏୟାରପୋର୍ଟ ପାଖରେ ।

       ଅକସ୍ମାତ୍ ପୁଳାଏ ଘଡ଼ ଘଡି ଏକା ସାଙ୍ଗରେ ତା ଉପରେ ପଡ଼ିଗଲା ଯେମିତି ଭରି ଆସିଲା ଆଖିରେ ଲୁହ ହେଲେ କାନ୍ଦି ପାରୁନଥିଲା ସେ ଯେମିତି ଜଡ ପାଲଟି ଯାଇଥିଲା ନିସ୍ତେଜ୍ ହେଇ ଯାଉଥିଲା ଜୀବନ୍ତ ଶରୀରଟି ତାର ଭାବି ପାରୁନଥିଲା କିଛି ବୁଝି ପାରୁନଥିଲା କିଛି ବିଶ୍ୱାସ କରିପାରୁ ନଥିଲା ସେ

  ୟେ ବାସ୍ତବ ନା ସ୍ୱପ୍ନ ନା ଏକ ପ୍ରହେଳିକା ହେଲେ ସବୁ ଲାଗୁଥିଲା ଯେମିତି ମିଛ ଭ୍ରମ ଚିତ୍କାର କରି ଉଠିଲା ରାଗିଣୀ,

          ମୋ ବିଶ୍ୱ ସାର୍ ଙ୍କ କେବେ ବି କିଛି ହେଇ ପାରିବନି .କେବେ ବି ନୁହେଁ ଯଦି ଏହା ସତ ହୁଏ ତେବେ ଭଗବାନଙ୍କ ଗଣନା ଭୁଲ ଜନ୍ତୁପତିକ ପଞ୍ଜିକା ଲେଖା ଭୁଲ ଚନ୍ଦ୍ରଗୁପ୍ତଙ୍କ ହିସାବ ଭୁଲ ଭୁଲ କାଳର ଗଣନା

         ଥରି ଉଠୁଥିଲା ରାଗିଣୀର ଛାତି ଭାଙ୍ଗି ଚୁନା ଚୁନା ହୋଇ ଯାଉଥିଲା ତା ପିଞ୍ଜରା ହାଡ଼ ମାଟିରେ ମିଶି ଯାଉଥିଲା ତା ଦମ୍ଭ, ତା ବିଶ୍ୱାସ ।

         ଵିଶ୍ଵାସ କରି ପାରୁ ନଥିଲା ସେ;

ଭଲ ପାଇବାର କଣ ଏଇ ପରିଣତି ହେଇ ପାରେ ??

ଏକ ଅଧା ଲେଖା କାହାଣୀର କଣ ଏମିତି ଯବନିକା ପଡ଼ି ପାରେ?

ଏକ ଅଧା ବାସ୍ତବ ସ୍ୱପ୍ନ କଣ ଏମିତି ଅପୂଣୀୟ ରହିପାରେ ?      

        ଭାବି ପାରୁନଥିଲା ରାଗିଣୀ ପୁଣି ଥରେ ବିଶ୍ବ ସାରଙ୍କ ନମ୍ୱର ରେ ଫୋନ କଲା ସେ.....କେହି ଜଣେ କହିଲେ,

        ଆମେ ତାଙ୍କୁ ଡାକ୍ତର ଖାନା ନେଇ ଯାଉଛୁ ଶୀଘ୍ର ଆସନ୍ତୁ।

     ଚିରି ଦେଲା ରାଗିଣୀ ହାତରେ ଧରିଥିବା ଟିକେଟକୁ ଆଉ ଫେରି ଆସୁଥିଲା ଏଣ୍ଟ୍ରି ଗେଟ ପାଖକୁ ଗେଟ କିପରକୁ ବହୁତ୍ ଅନୁରୋଧ କଲା ପରେ ତାକୁ ଛାଡିଥିଲେ ସେମାନେ.।

          ପାଗେଳି ପାଲଟି ଯାଇଥିଲା ଯେମିତି ରାଗିଣୀ ଚାଲୁଥିଲା ଅନ୍ୟମନସ୍କ ଭାବରେ ଲକ୍ଷ୍ୟ, ଯେତେ ଶିଘ୍ର ବିଶ୍ବ ସାର୍ ଙ୍କ ପାଖରେ ପହଞ୍ଚିବାର  କିଛି ଦିଶୁ ନଥିଲା ତାକୁ ଦିଶୁଥିଲା କେବଳ ବିଶ୍ଵ ସାର୍ ଙ୍କ ଚେହେରା ଶୁଭୁ ନ ଥିଲା ଗାଡ଼ିର ହର୍ଣ୍ଣ ମନେ ପଡ଼ୁଥିଲା ବିଶ୍ବ ସାରଙ୍କ କଥା ,

    ବିଶ୍ବ ସାର୍ କଥା ଦେଇ ଥିଲେ , ତା ଆଖିରୁ ଲୁହ ନ ଶୁଖିବା ଯାଏ କେବେ ତାକୁ ଏକା କରିବେନି ବୋଲି, ତା ଓଠରେ ହସ ନ ଆସିବା ଯାଏଁ, କେବେ ବି ତା ଠୁ ଦୂରେଇବେନି ବୋଲି ହେଲେ କିଛି ଭାବି ପାରୁ ନଥିଲା ସେ ।

ମନରେ କେବଳ ଗୋଟିଏ ଭାବନା

ଭଗବାନଙ୍କ ପାଖରେ ଗୋଟିଏ ପାର୍ଥନା ଜୀବନରେ ପ୍ରଥମ ଥର ପାଇଁ ନିଜ ପାଇଁ କିଛି ମାଗୁଛି ରାଗିଣୀ ଭଗବାନକୁ,

   ନିଜ ଜୀବନ ବଦଳରେ ବିଶ୍ବ ସାର୍ ଙ୍କ ଜୀବନ ଫେରେଇ ଦେବା ପାଇଁ ଗୁହାରି କରୁଛି କେବଳ

ଗୋଟିଏ ଚେଷ୍ଟା ଯେତେ ଶୀଘ୍ର ବିଶ୍ବ ସାରଙ୍କ ପାଖରେ ପହଞ୍ଚି ବାର ।

         ସାୟଦ୍ ଭଗବାନ୍ ଜୀବନରେ ଥରଟେ ତା ଡ଼ାକ ଶୁଣି ନେଲେ. ଅନ୍ୟ ମନସ୍କ ଭାବେ ଚାଲୁଥିବା ବେଳେ ଚଳନ୍ତା ଟ୍ରକ ଆଘାତରେ ଛିଟିକି ପଡ଼ିଲା ରାଗିଣୀ ବହୁ ଦୂରକୁ।

     ରାସ୍ତା ସାରା ଜମି ଉଠିଲା ଗହଳି କିଛି ଲୋକ ଆମ୍ବୁଲାନ୍ସ ରେ ନେଇଗଲେ ହସ୍ପିଟାଲକୁ ଯେଉଁଠି ବିଶ୍ବକୁ ଆଡମୀଟ କରା ଯାଇଥିଲା ।

   ଇଏ ଥିଲା ବିଧି ନିର୍ଦ୍ଧିଷ୍ଟ ଏକ ସଂଯୋଗ .. ଏମିତି ଅନେକ ସଂଯୋଗକୁ ନେଇ ଏଇ ଜୀବନ ... ପାଖା ପାଖି ଦୁଇଟି ବେଡ୍ ରେ ଜିଇଁବା ପାଇଁ ସଂଗ୍ରାମ କରୁଥିଲେ ରାଗିଣୀ ଆଉ ବିଶ୍ଵ ସାର୍

     ଡାକ୍ତରୀ ରିପୋର୍ଟ ଅନୁସାରେ ଆକ୍ସିଡେଣ୍ଟରେ ନଷ୍ଟ ହୋଇ ଯାଇଥିଲା ବିଶ୍ଵ ସାରଙ୍କ ହାର୍ଟ ....

    ଜାଣିଥିଲା ରାଗିଣୀ ସେ ଆଉ ବଞ୍ଚିବନି ବେଶୀ ସମୟ .. ତେଣୁ ଅନୁରୋଧ କରିଥିଲା ଡାକ୍ତର ମହୋଦୟଙ୍କୁ ନିଜ ହାର୍ଟ ବିଶ୍ଵ ସାରଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ

ସୌଭାଗ୍ୟବଶତଃ ବିନା ଅସୁବିଧାରେ ହୃଦୟ ପ୍ରତିରୋପଣ ହୋଇ ପାରିଥିଲା ...

     ଭାଗ୍ୟ ବୋଧେ ରାଗିଣୀ ର ଭଲପାଇବାକୁ ଜୀବିତ କରି ରଖିବାକୁ ଚାହୁଁଥିଲା ତ୍ୟାଗର ଭିତ୍ତି ଭୂମିଉପରେ.ବିଶ୍ୱ ସାରଙ୍କ ଦେହ ଭିତରେ

           ବହୁତ୍ ପୂର୍ବରୁ କଲେଜରେ ଥିଲା ବେଳେ ରାଗିଣୀ  ତାଦେହର ସମସ୍ତ ଅର୍ଗାନକୁ ହସ୍ପିଟାଲକୁ ଦାନ କରି ଦେବାର ରିଜୋଲ୍ୟୁସନ୍ ପତ୍ର ଦେଇଦେଇଥିଲା....କେହି ପଚାରିଲେ କହୁଥିଲା, ମୁଁ ଗଲା ପରେ ଯଦି ମୋ ପାଇଁ ଆଉ କିଏ ଦୁନିଆରେ ବଞ୍ଚି ରହେତ ମୁଁ ବହୁତ୍ ଖୁସି ହେବି,, ଆଉ ଆଜି ନିୟତିର କି ଖେଳ ଯାହା ସହିତ ରହିବା ପାଇଁ ସମାଜ ତାକୁ କେବେ ସ୍ଵୀକୃତି ଦେଇ ନ ଥାଆନ୍ତା ଆଜି ସେ ତାରି ହୃଦୟରେ ରହିଗଲା ତା ଜୀବନ ର ଶେଷ ସମୟ ଯାଏ

       ଫ୍ଲାଇଟ ସମୟ ପାଖେଇ ଆସୁଥିଲା ଆନାଉନସ ହେଇଚାଲୁଥିଲା ରାଗିଣୀର ନାଆଁ .

          ହେଲେ ରାଗିଣୀ ହୋଇ ସାରିଥିଲା ଅଫେରା ରାଇଜର ବାସିନ୍ଦା ଖସିପଡ଼ିଥିଲା ସଯତ୍ନ ସାଇତା ଡାଇରୀଟି ଏୟାର ପୋର୍ଟର ମାର୍ବଲ ପୃଷ୍ଠ ଉପରେ ଅଲଗା ହୋଇ ଗଲା କବିତା ଲେଖା ପୃଷ୍ଠାଟି ଆକାଶରେ ଉଡୁଥିଲା ଏୟାର ଏସିଆର ଫ୍ଲାଇଟ୍ଟ.ଆଉ ରାଗିଣୀ ହସୁଥିଲା ଦୁର ଦିଗବଳୟ ତଳେ ଶାନ୍ତିରେ.ଆତ୍ମ ତୃପ୍ତିରେ କାରଣ ସେ ହୋଇ ସାରିଥିଲା କେବଳ ତା ବିଶ୍ବର ବିନା ଶଙ୍ଖାରେ ବିନା ସିନ୍ଦୁରରେ,,

        ହେଲେ କାହାଣୀ ସରିନଥିଲା ଏଇଠି ଚେତନା ଫେରିବା ପରେ ସବୁ ଜାଣି ପାରିଥିଲେ ବିଶ୍ଵ ବିଶ୍ଵ ସାର୍ ..କେମିତି ବା ଆଉ ରହିପାରିଥାନ୍ତେ ସେ ରାଗିଣୀ ବିନା ..ରାଗିଣୀର ଭଲ ପାଇବା ବିନା ...

      ଏକ ଦୁଃଖଦ(?) ଅନ୍ତ ଘଟିଥିଲା ଜୀବନ କାହାଣୀର ଶେଷ ଅଧ୍ୟାୟରେ ...

     ସେଇ ରାତିରେ ସବୁଦିନ ପାଇଁ ଗାଢ଼ ନିଦରେ ଶୋଇ ଯାଇଥିଲେ ବିଶ୍ଵ ସାର୍ , ରାଗିଣୀକୁ ଟିକେ ପାଇବାର ଆଶାରେ .ଟିକେ ରାଗିଣୀର ଭଲ ପାଇବାରେ ଆଉ ଏକ ଜନ୍ମ ବିତେଇବା ଆଶାରେ ।

       


Rate this content
Log in

Similar oriya story from Classics