STORYMIRROR

Bishwanath Ojha 008

Romance

4  

Bishwanath Ojha 008

Romance

ଭାବିଜାନ୍

ଭାବିଜାନ୍

6 mins
7


ଜଳୁଛି ନିଆଁ ଖାଲି ନିଆଁ ହୁତୁ ହୁତୁ ହୋଇ ...

ଆଖିରେ ଓଠରେ ଛାତିରେ ନାଭିମଣ୍ଡଳରେ ଦେହର ପ୍ରତିଟି ଅଙ୍ଗରେ ..

ଅସ୍ତବ୍ୟସ୍ତ ଭାବି ଜାନ୍ ଆଧୁନିକତାର ଚମଡା ଖୋଳପା ଭିତରେ ଫିଙ୍ଗି ଦେବାକୁ ନିଜର ଫୁଙ୍ଗୁଳା ଦେହକୁ ରାସ୍ତା କଡ଼ରେ ଆବର୍ଜନା କୁଣ୍ଡରେ ସହର ମଫସଲର ତୀବ୍ର ଗନ୍ଧଯୁକ୍ତ ଗଟର (ନାଳ) ଭିତରେ ..

ଲିଭେଇବାକୁ ଦେହମନାର ନିଆଁ .. ପାଇବାକୁ ପୁଳାପୁଳା ଟଙ୍କା ବିଡାର ଛୁଆଁ ...

ସେଥିପାଇଁ ଖୋଲି ଦେଇଛି ସେ ନିଜ ହାତରେ ନିଜ ପାଦର ଶୃଙ୍ଖଳ ହାତରୁ ଚୁଡ଼ି ଦେହରୁ ଶାଢୀ, ଅନ୍ତର୍ବାସ ଦେହକୁ ଏକ ପଣ୍ୟ ଦ୍ରବ୍ୟ ଭାବି ...

ଦେହର ତ ଗୋଟିଏ ମୂଲ୍ୟ ଅଛି ନା ..

ଯୌବନର ଗୋଟିଏ ଦାମ୍ ଅଛି ନା ..

ତେବେ କଣ୍ ପାଇ ଘୋଡେ଼ଇ ରଖିବ ସେ ତା ଜାନୁ ଯୌବନକୁ ଯାହା ପାଇଁ ମାନବ ବି ପାଗଳ ରାକ୍ଷସ ବି ପାଗଳ ଦେଵତା ବି ପାଗଳ ..

ଦେହକୁ କରିଦେଲା ବଜାରର ଭଡ଼ାଘର କେବେ କେବେ ପାନ୍ଥଶାଳା ..

ଦେହକୁ ଖୋଲିଦେଲା କାଚର ସୋ କେଶ୍ ଭିତରେ ..

ସାମ୍ନାରେ ରଖିଦେଲା ସବସ୍କ୍ରିସନ୍ ଭ୍ୟାଲ୍ୟୁ .. କ୍ୟାଶ ବକ୍ସ..ଆଉ ବକ୍ସ ଉପରେ ଲେଖିଦେଲାନ," ପଇସା ଫିଙ୍ଗ ତାମସା ଦେଖ" ...

ହାଃ ହାଃ ହାଃ ହାଃ ..

 ଭରିଗଲା ବାକ୍ସ ବାସ୍ କେତେ ମୁହୂର୍ତ୍ତରେ ତା ନଗ୍ନ ଦେହର ପ୍ରତିବଦଳରେ .. ପାଗଳ ହୋଇଗଲା ସେ .. ଦେହରେ ଢ଼ାଳି ଦେଲା ସୁଗନ୍ଧିତ ଅତର ..

 ଧରାଇଦେଲା ଦାମୀ କ୍ୟାମେରା,ଟଙ୍କା ପାଗଳ ନିର୍ଲଜ ସ୍ୱାମୀ ହାତକୁ ..ସ୍ଵାମୀ ତୋଳିଲା ସ୍ତ୍ରୀର ଉନ୍ମୁକ୍ତ ଭରା ଯୌବନର ଆଖି ଝଲସା ଫଟୋ .. ହସିଦେଲା ଆଧୁନିକା ନାରୀ (ସ୍ତ୍ରୀ ନୁହେଁ ) .. ସୋସିଆଲ ମିଡିଆରେ ପୋଷ୍ଟ କରିଦେଲା ନିଜର ନଗ୍ନ ଯୌବନକୁ ..

  ଯଦି ସ୍ଵାମୀ ନାହିଁ ପାଖରେ .. ତେବେ କଚେ ପୁଅ ବାର .. ଉଗ୍ର ଆଧୁନିକତାକୁ ଭଲ ପାଉଥିବା ନାରୀଟି ପାଲଟି ଗଲା ଯମୁନା ଅବା ସ୍ମିତା ଅବା ମଧୁ ଭାବି ସାହି ପଡିଶାର ଦେବର ମାନଙ୍କର ...

  ବାସ୍ ଜମିଲା ଖେଳ ..

ଦେବର ହାତରେ କ୍ୟାମେରାରେ ସାଇତି ହୋଇଗଲା ଅନେକ ପୋଜ୍ ର ନଗ୍ନ ବିକଳାଙ୍ଗ ଫଟୋ ..

  ଦେବର ହେଲେ ଖୁସି .. ଭାବି ଜାନ୍ ବି ହେଲେ ଖୁସି ଆଉ ଖୁସି ହେଲେ ସୋସିଆଲ ମିଡ଼ିଆର ନଗ୍ନ ଦେହ ପିପାସୁ ଆଖି ..

ମିଳିଲା ଲାଇକ୍..

ମିଳିଲା କମେଣ୍ଟ .. " ତୁମେ ସତେ କେଡେ ସୁନ୍ଦର୍.. ଥରେ ଚାଲି ଆସନା ମୋ ଗଳିକି.."

ବଢୁଥିଲା ସବସ୍କ୍ରାଇବର୍ ...

ଅନୁପସ୍ଥିତ ସ୍ଵାମୀ ଘରକୁ ଫେରିବା ପରେ ରାତ୍ରିର ହାଲ୍କା ଅନ୍ଧାରରେ ସ୍ତ୍ରୀର ବିକଳ ଆମନ୍ତ୍ରଣରେ ହେଲେ ଚେତନା ଶୂନ୍ୟ ..

 ନାରୀ ମାୟାତ ନାରାୟଣଙ୍କୁ ଆଗୋଚର.. ଛାର ମଣିଷ ବା କେତେ ସମ୍ଭାଳି ପାରିବ ନିଜକୁ ..!!!!!

 ହୁଏତ ପ୍ରଶ୍ନ ଉଠେ ପୁରୁଷ କଣ୍ ନାରୀର ଉଗ୍ର ଆଧୁନିକତା ପାଇଁ ଦାୟୀ ନୁହେଁ କି ? ନକଲେ ଲାଇକ୍ସ ନକଲେ କମେଣ୍ଟସ ନକଲେ ସବସ୍କ୍ରାଇବ ସେ କଣ୍ ଖୋଲି ଫିଙ୍ଗି ଦିଅନ୍ତା କି ଦେହରୁ ପତଳା ଝିନ ବସନ..

ହେଲେ ଏ କଥା ସମୟର ପ୍ରମାଣ..

ସବୁବେଳେ ପୁରୁଷ ଖୋଜେ ନାରୀର ପ୍ରଣୟ .. ସାଜେ ନାରୀର ମୋହିନୀ ରୂପର ଅନ୍ଧ ସ୍ତାବକ ସେଥିପାଇଁ ତ ଦେବ ଦେବ ମହାଦେବ ନାରାୟଣଙ୍କ ମୋହିନୀ କନ୍ୟା ରୂପରେ ହୋଇଥିଲେ ପାଗଳ .. ଦେବରାଜ ପଦବୀରେ ଥାଇବି ଇନ୍ଦ୍ର ଦେବ ଅହଲ୍ୟାଙ୍କ ରୂପରେ ହୋଇଥିଲେ ବିବସ.. ତେବେ ସୃଷ୍ଟି ବା କେମିତି ବାଦ୍ ପଡ଼ନ୍ତା.. ଆଦମ୍ ଇଭ୍ ଙ୍କ ଦେହର ମୋହରେ ଭାଙ୍ଗିଥିଲେ ଭଗବାନ୍ ଙ୍କ ସୀମାରେଖା .. ଲକ୍ଷ୍ମଣରେଖା ..

 ନାରୀ ସୁଧାରେ ସମାଜକୁ ସୁଧାରେ ପୁରୁଷକୁ ଆଉ ଯେଉଁଠି ନାରୀ ପଥଭ୍ରଷ୍ଟା ସେଠି ପୁରୁଷ ପାଲଟେ ରାକ୍ଷସ ..

ପୁରୁଷ ଖୋଜୁଛି ନାରୀର ପ୍ରଣୟ

ନାରୀ ଖୋଜେ ଟଙ୍କା

ଏମିତି ଚାଲେ ଜୀବନ ସଉଦା

ବଞ୍ଚିବା ବଢିବା ଫାଙ୍କା ..

ରିଲ୍ସର ମାୟା ନାରୀକୁ ସଜେଇ ଦେଇଛି ପଣ୍ୟ ଦ୍ରବ୍ୟ .. ଅସ୍ତିତ୍ଵ ହରାଇଛି ବନ୍ଧୁତ୍ୱ ପ୍ରେମିକାତ୍ଵ ସ୍ତ୍ରୀତ୍ଵ ମାତୃତ୍ଵ ଉଗ୍ର ଇଚ୍ଛାର ଭଉଁରୀରେ ..

  ସୋସିଆଲ ପୃଷ୍ଠା ଓଲଟାଇଲେ କେବଳ ନାରୀର ହସ ହସ ଉଗ୍ର ଆମନ୍ତ୍ରଣ.. ଚେତନା ଶୂନ୍ୟ ପାଶବିକ ମିଳନ .. ବେଡ୍ ରୁମ୍ ରୁ ବାଥ୍ ରୁମ୍.. କେଉଁଠି ନାହିଁ ବନ୍ଦ୍ କୋଠରୀର ସଲ୍ଲଜ ମିଳନ ବରଂ ବେଡ୍ ରୁମର ବାଥ୍ ରୁମର ମାଇକ୍ରୋ କ୍ୟାମେରାରେ ଲାଇଭ୍ ଘୃଣ୍ୟ ମାନସିକତା ଫେସ୍ ବୁକ୍ ୟୁଟ୍ୟୁବ୍ ଇନଷ୍ଟାରେ ଘୁରି ବୁଲୁଛି ଗୋଟିଏ ଲାଇକ ଗୋଟିଏ କମେଣ୍ଟ ଗୋଟିଏ ସବସ୍କ୍ରିପ୍ସନ ପାଇଁ ...

 ଯାହା ଗୋଟିଏ ପୁରୁଷର ସୁପ୍ତ ପାଗଳାମିକୁ ଉତ୍ଥିତ କରିବାକୁ ଯଥେଷ୍ଟ ..

 ଗୋଟିଏ ସୁସ୍ଥ ସମାଜକୁ ବାଟବଣା କରିବାକୁ ସକ୍ଷମ ..

ଆଉ ଗୋଟିଏ ଟିନି ଏଜରକୁ ବଳାତ୍କାରୀ ସଜାଇବାକୁ ଯଥେଷ୍ଟ ଇନ୍ଧନ ..

ଦୀର୍ଘଶ୍ୱାସ ଛାଡ଼ିଲା ଆଦିତ୍ୟ ରାସ୍ତା କଡ଼କୁ ଚାହିଁ ..

ସମୟ ବଦଳି ଯାଇଛି ନା ବଦଳି ଯାଇଛି ମାନସିକତା ..

ସ୍ଥାଣୁ ପାଲଟି ଯାଇଛି ବିବେକ ବୋଧ ନା ସ୍ଥାଣୁ କରି ଦିଆ ଯାଇଛି ବିବେକବୋଧକୁ ..

ରୁଗ୍ଣ ପାଲଟି ଯାଇଛି ମଣିଷ ପଣିଆ ନା ଖୋଲା ଦେହକୁ ସାର୍ବଜନୀନ କରିବାର ଭାବନା ମଣିଷ ପଣିଆକୁ ରୁଗ୍ଣ କରିଦେଇଛି ..

 ବୁଝି ପାରୁ ନଥିଲା ତଥାପି ସମାଜର ଚିତ୍ରିତ ପୃଷ୍ଠାରୁ ଖୋଜୁଥିଲା ସେ ପ୍ରେମିକା ଟିଏ ଯିଏ ତାର ଭାବନାକୁ ବୁଝି ତାକୁ ଭଲ ପାଇବା ..

 ସମୟ ଛକରେ ମିଳିଗଲା ସୁନ୍ଦରୀ ସାଥିଟିଏ.. ମୋନିକା ..ଖୁସି ହୋଇଗଲା ଆଦିତ୍ୟ, ଯାହାହେଉ ଏଇ ସାଥୀ ହୋଇଯିବ ତା ଜୀବନ ସାଥୀ ..

 ସମ୍ପର୍କର ସାତ ଦିନ ପରେ ..

ହଠାତ୍ ଦିନେ ଗୋଧୂଳି ଲଗ୍ନରେ ପ୍ରେମିକାର ଜଙ୍ଘରେ ମୁଣ୍ଡ ଦେଇ ଚାହିଁଥିଲା ସେ ..

  --- ଏଇ ଦେଖିବ ମୋ ରିଲ୍ସ .. ଖୁବ୍ ଭାଇରାଲ ହୋଇଛି ସୋସିଆଲ ମିଡିଆରେ ..

 ହସିଦେଲା ଆଦିତ୍ୟ ...

  --- ଦେଖି ଦେଖି ..

ଦେଖୁଥିଲା ସେ ଭିଡ଼ିଓଟିକୁ ଯେଉଁଥିରେ ତା ଦେହରୁ ପ୍ରଥମେ ଖସିପଡ଼ିଲା କଳା ପୋଷାକଟି, ନରମ ନରମ ନୀଆଳି ଛେନାର ଗୀତର ତାଳେ ତାଳେ .. ପରେ ପରେ ଅନ୍ତଃବସ୍ତ୍ରର ସର୍ବାଧିକ ଅଂଶ.. ଛନ୍ଦ ତୋଲୁଥିଲା ସେ ଗୀତର ସ୍ୱରରେ .. ଜିନ୍ସ ପ୍ୟାଣ୍ଟ୍ ର ପଛ ଅଂଶ ପ୍ରାୟ ନଥିଲା ଅଣ୍ଟା ତଳୁ ..  

  ଘୃଣାର ଶିହରୀ ଉଠିଲା ଆଦିତ୍ୟ .. ଫିଙ୍ଗିଦେଲା ମୋବାଇଲ୍ .. ଉଠି ଛେପ ନେନ୍ଦାଏ ଫିଙ୍ଗି ବଦଳେଇ ଦେଇଥିଲା ଜୀବନର ରାସ୍ତା ..

ହା ହା ହା ଏଠି ବାସ୍ତବବାଦୀ ଲଜ୍ଜାଶିଳା ପ୍ରେମିକଟିଏ ଖୋଜିଲେ ବି ମିଳେନା ...

ଉତୁରିଗଲା ପ୍ରେମ ନିଶା ..

ବୈଦିକ ମନ୍ତ୍ର ହୋମନିଆଁକୁ ସାକ୍ଷୀ ରଖି ବାଛିନେଲା ଏକ ଜୀବନ ସାଥି ମାଳବିକା ...

 ହେଲେ ବାସର ରାତିରେ ସେ ବି ଦେଖିଲା ରିଲସ୍ ମାୟାରେ ବାୟା ତା ଜୀବନସାଥିକୁ .. ଛାତିରୁ ଖସି ପଡିଲା ଲୁଗା .. ଅଜଗର ପରି ଗୁଡେଇ ହୋଇ ପଡିଲା ସେ ତାର ସାରା ଦେହରେ ..

ଭାବିଥିଲା ଆଦିତ୍ୟ ଏ ତାର ସାଥିର ପ୍ରେମ .. ବାସର ରାତିର ମାୟା ହେଲେ ଯେତେବେଳେ ପାଖେଇ ଆସିଲା ମିଳନର ଶେଷ ପର୍ବ ହଠାତ୍ ଚାଲିଗଲା ଲାଇଟ୍.. ବିବ୍ରତ ହୋଇ ଉଠିଲା ତା ଜୀବନ ସାଥୀ ..ଥାକ ଉପରୁ ତୋଳି ଆଣିଲା ମୋବାଇଲ୍.. ସେଭ୍ କରିନେଲା ଉତ୍ତୋଳିତ ଭିଡ଼ିଓକୁ ..

  --- ୟା କୁ ମୁଁ ପୋଷ୍ଟ କରିଦେଉଛି ମୋ ଫେସ୍ ବୁକ୍ ରେ .. ଓକେ ହୋ ଗୟା..

କେମିତି ଉତ୍କ୍ଷିପ୍ତ ହୋଇ ଉଠିଲା ଆଦିତ୍ୟ ..

   ହାତରୁ ଛଡାଇ ନେଇ ଭାଙ୍ଗିଦେଲା ସେ ମୋବାଇଲଟିକୁ .. ବାସର ଶେଯ ପାଲଟିଗଲା ଯୁଦ୍ଧ କ୍ଷେତ୍ର .. ସମ୍ପର୍କ ରିଲ୍ସ ଭିତରେ ହରାଇଦେଲା ଅସ୍ତିତ୍ଵ .. ତାପରେ ଡିଭୋର୍ସ ବିବାହ ବିଚ୍ଛେଦ ..

ମନକୁ ବୁଝି ପାରୁଥିବା .. ବନ୍ଦ୍ ଘରର ଝାପସା ଆଲୁଅରେ ପ୍ରେମ ପରସୁଥିବା ସ୍ତ୍ରୀ ଟିଏ ବି ମିଳେନା ଖୋଜିଲେ ...

 ଜୀବନ ପ୍ରତି କେମିତି ବିତୃଷ୍ନା ଭାବ ସୃଷ୍ଟି ହେଲା ଆଦିତ୍ୟର , ଯେଉଁଠି ପ୍ରେମିକାଟିଏ ମିଳେନା ସ୍ତ୍ରୀଟିଏ ମିଳେନା ସେଠି ସନ୍ତାନ ପ୍ରତି ମୋହ ଥିବା ଲୋଭ ଥିବା ମାଆ ଟିଏ ମିଳିବ ବା କେମିତି ..???

 ସୋସିଆଲ ମିଡିଆର ପ୍ରତ୍ୟେକଟି ପୃଷ୍ଠାରେ ସେ ଦେଖୁଥିଲା ନାରୀ ମାନଙ୍କର ବସ୍ତ୍ର ହରଣ ଯେଉଁଠି ଦୁର୍ଯ୍ୟୋଧନ କେହି ନୁହନ୍ତି ଦୁର୍ଯ୍ୟୋଧନ ସେଇ ନାରୀ ...

 କେଉଁଠି ପୁଅକୁ ଡ୍ୟାନ୍ସ ପାର୍ଟନର କରି ସେ କରୁଛି ଶୃଙ୍ଗାର ଟିପି ଟିପି ବରଷା ପାନିର ଗୀତରେ ତ ଆଉ କେଉଁଠି ସ୍ଵାମୀ ଆଣିଥିବା ଅନ୍ତଃବସ୍ତ୍ରକୁ ଦେଖାଇ କହୁଛି , କୁହନ୍ତୁ ତ ବନ୍ଧୁମାନେ ୟା କୁ ପିନ୍ଧିଲେ ମୁଁ କେମିତି ଦିଶିବି ???

 ଖାଲି ଏତିକି ନୁହେଁ ବେଲି ଡ୍ୟାନ୍ସ ନାଆଁରେ ନାଭିର ଉପସ୍ଥାପନା ବ୍ରେଷ୍ଟ୍ ଡ୍ୟାନ୍ସ ନାଆଁରେ ଉନ୍ମୁକ୍ତ ବ୍ରେଷ୍ଟର ଅସ୍ବାଭାବିକ କମ୍ପନ .. ଆଉ ଶରୀରର ନିଷିଦ୍ଧାଞ୍ଚଳର ସ୍ପଷ୍ଟ ଉନ୍ମୋଚନ ..

ଛି .. ଛି ...

ପାଲଟି ଯାଇଛନ୍ତି ନାରୀ ନାଁ ନାଁ ଭାବିଜାନ୍ ମାନେ ଅନ୍ଧାରୀ ଘରର ବାବା ..

ସତୁରୀ ପ୍ରତିଶତ ରୁଗ୍ଣ ମାନସିକଧାରୀ ନାରୀ ପାଇଁ ଅବଶିଷ୍ଟ ତିରିଶି ପ୍ରତିଶତ ସାମାଜିକି ନାରୀ ଭୋଗୁଛନ୍ତି ମାନସିକ ଯନ୍ତ୍ରଣା... ଜଳୁଛନ୍ତି ଅବିଶ୍ଵାସର ଗଭୀର ନିଆଁରେ .. ମୂଲ୍ୟହୀନ ହୋଇ ଯାଉଛନ୍ତି କିଛି ଭୂଲ୍ ନକରି ଭୁଲ୍ ର ଇଲାକାରେ .....

  ଦୁଃଖରେ ଅବଶୋଷରେ ଅବସାଦରେ ଶିହରୀ ଉଠିଲା ଆଦିତ୍ୟ ..ସବୁଠି କେବଳ ରୁଗ୍ଣ ମାନସିକତାର ଖୋଲାଖୋଲି ଆମନ୍ତ୍ରଣ .. ଭଲ ଲାଗୁନଥିଲା ସାମାଜିକ ବିଧି ବ୍ୟବସ୍ଥାରେ ଏହିପରି ନାରୀ ମାନଙ୍କର ଉପଦ୍ରବ ..ବିନା ବିଚାରରେ ବିନା ଆମନ୍ତ୍ରଣରେ ଏମାନେ ଧସେଇ ପଶୁଛନ୍ତି ନିର୍ଲଜ ଭାବରେ ..ଯାଯାବର କରିଦେଉଛନ୍ତି ଜୀବନ ଶୈଳୀକୁ .. ଅଡ଼ୁଆ କରିଦେଉଛନ୍ତି ସମ୍ପର୍କର ସୂକ୍ଷ୍ମ ଡୋରକୁ ..

ମାତୃତ୍ଵ କବର ନେଇଛି ରିଲ୍ସର ରଙ୍ଗୀନ ମାୟାରେ ..

ସ୍ତ୍ରୀତ୍ଵ ଅସ୍ତିତ୍ଵ ହରାଇଛି ରିଲ୍ସର ଶରୀର ଉନ୍ମୋଚନର ମାନସିକତା ..

ପ୍ରେମିକାତ୍ୱ ସ୍ଥିତି ଶୂନ୍ୟ ହୋଇ ଯାଇଛି ରିଲ୍ସର ତୀବ୍ର ଆକର୍ଷଣରେ ଆମନ୍ତ୍ରଣରେ ..

ଆଉ ସମ୍ପର୍କ ବିକଳାଙ୍ଗ ହୋଇ ଯାଉଛି ଟଙ୍କାର ଉପାର୍ଜନର ନିଶାରେ ..

ତେବେ କଣ୍ ପୁଣି ଥରେ ଏ ସମାଜ ପାଲଟି ଯିବ ଆଦି ମାନବ ମାନଙ୍କର ଚରାଭୁଇଁ ଆଉ ଏଇ ଭାବିଜାନ୍ ମାନେ ଆଧୁନିକତାର ଖୋଳପା ଭିତରେ କରିବେ ନଗ୍ନ ଦେହର ବ୍ୟବସାୟ ..

 ଜାଣେନା ତଥାପି ପ୍ରତୀକ୍ଷା କରିଛି ଆଦିତ୍ୟ ଏକ ଭଲ ପାଇବାର ଝିଅଟିର ଭଲ ପାଇବା ପାଇବାକୁ .. ଯିଏ ବୁଝିପାରୁଥିବ ସ୍ନେହ ସମ୍ପର୍କ ଭଲପାଇବାକୁ ?? ପାରିବାରିକ ମାନସିକତା ଆଉ ସାମାଜିକ ସଂସ୍କୃତିକୁ ନିର୍ଦ୍ଧିଷ୍ଟ ସୀମାରେଖା ଭିତରେ ରିଲ୍ସ ମାୟାରେ ନୁହେଁ ରିଅଲ ଲାଇଫର ମାୟାରେ ...

ହେଲେ ଡ଼ର ଲାଗୁଛି ଏଇ ଭାବିଜାନ୍ ମାନଙ୍କ ମାୟାଜାଲରୁ ବାହାରି ଭଲ ପାଇବା କଣ୍ ନିଜର ସ୍ଥିତି ଜାହିର କରିପାରିବ ପବିତ୍ରତାର ସୁଗନ୍ଧ ବିଞ୍ଚି ଆଉ ଆଦିତ୍ୟକୁ ମିଳିପାରିବ ନିର୍ଭେଜାଲ ଭଲପାଇବା ପରଷି ପାରୁଥିବା ଝିଅଟିଏ ?



Rate this content
Log in

Similar oriya story from Romance