Kalyani Nanda

Abstract

1  

Kalyani Nanda

Abstract

ଅବୁଝା ମଣିଷ

ଅବୁଝା ମଣିଷ

2 mins
169


ତା. 02/04/2020, ଗୁରୁବାର,

ଲକ୍ ଡାଉନ, ନବମ ଦିବସ

ଡିଅର ଡାଏରୀ,

ଆଜି ରାମ ନବମୀ । ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ତିଥି। ସବୁଥର ମୁଁ ଓ ସୁଜାତା ଏଇ ରାମ ନବମୀ ରେ ସକାଳୁ ସକାଳୁ ମନ୍ଦିର ଯାଇ ପୂଜା କରି ଆସୁ ଥିଲୁ । କିନ୍ତୁ ଏଥର ଲକ୍ ଡାଉନ ପାଇଁ ଆଉ ମନ୍ଦିର ନ ଯାଇ ଘରେ ସମସ୍ତେ ମିଶି ପୂଜା କରିବୁ ବୋଲି ସ୍ଥିର କଲୁ । ଘରେ ପୂଜା କରାହେଲା, ଭଲ ଭାବରେ ରୋଷେଇ କରି ଖିଆଯାଏ ପିଆ ବି କଲୁ। ସତରେ ଏଥର ଘର ଲୋକ ଙ୍କ ସହ ପୂଜା କରିବାରେ ଏକ ନିଆରା ଆନନ୍ଦ ମିଳିଲା । ରାମାୟଣ ବି ଦେଖିଲୁ। ମୁଁ ନିଉଜ ଦେଖିଲି । ନିଉଜ ରେ କେତେକ ସ୍ଥାନର ବହୁତ ଲୋକ ମନ୍ଦିର ପାଖରେ ପୂଜା କରିବାକୁ ଗହଳି କରି ଥିବା ଦେଖାଉ ଥାଏ। ଆଉ ମୁଁ ଭାବୁଥାଏ, ସରକାର ଲକ୍ ଡାଉନ କରି ସମସ୍ତଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଥଚ ଏମାନେ କିଛି ନ ମାନି ପୂଜା କରିବେ ବୋଲି ବିନା ମାସ୍କ ରେ ଘରୁ ବାହାରି ଆସିଛନ୍ତି । ପୋଲିସକୁ ବି ମାନୁ ନାହାନ୍ତି । ଲୋକେ କଣ ପାଇଁ ସରକାରଙ୍କ ନିୟମ କୁ ମାନୁ ନାହାନ୍ତି? ଘରେ ପୂଜା କଲେ କଣ ଠାକୁର ଶୁଣିବେନି ଭକ୍ତ ର ଡାକ ?ମନ୍ଦିର ରେ ପୂଜା କଲେ ଭଗବାନ ଖୁସି ହେବେ ଆଉ ଘରେ ପୂଜା କଲେ ରାଗି ଯିବେ ? ଯେଉଁ ପ୍ରଭୁ ରାମ ଙ୍କୁ ପୂଜା କରିବେ ବୋଲି ଲୋକେ ସରକାରଙ୍କ ନିର୍ଦ୍ଦେଶ ନ ମାନି ଘରୁ ବାହାରି ଆସିଛନ୍ତି ସେଇ ମର୍ଯ୍ଯାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଉତ୍ତମ ଗୁଣ ଗୁଡିକରୁ ଗୋଟିଏ ହେଲେ ମାନନ୍ତି । ତାଙ୍କର ସହନଶୀଳତା, ଧୈର୍ଯ୍ଯ, ନମ୍ରତା, କର୍ତ୍ତବ୍ଯ ବୋଧ ଆଦି ଗୁଣ କୁ ଯଦି ଅନୁସରଣ କରନ୍ତେ ତା ହେଲେ ତାଙ୍କ ପ୍ରତି ଉପଯୁକ୍ତ ପୂଜା ହୁଅନ୍ତା । ଧୈର୍ଯ୍ଯ ସହ ଘରେ ରହି ସରକାରଙ୍କ ନିର୍ଦ୍ଦେଶ ମାନିବ ଘର ଭିତରେ ରହି ବା ଦେଶ ପାଇଁ କଣ କର୍ତ୍ତବ୍ଯ ନୁହଁ? ସେବା , ତ୍ଯାଗ ନୁହଁ?କିନ୍ତୁ ଏ କଥା କିଏ କାହାକୁ ବୁଝାଇବ ? ଅସହିଷ୍ଣୁ , ଅବୁଝା କାହୁଁ ବୁଝିବେ ଯେ ମନ୍ଦିର ହେଉ ବା ଘରେ ହେଉ ଠାକୁରଙ୍କୁ ଯେଉଁଠାରେ ପୂଜା କଲେ ସେ ଭକ୍ତର ଡାକ ଶୁଣିବେ । ଆଶ୍ଚର୍ଯ୍ଯ ! ଦୀର୍ଘ ଶ୍ୱାସ ଟିଏ ନେଇ ଟିଭି ବନ୍ଦ କରି ଠାକୁର ଙ୍କୁ ପ୍ରାର୍ଥନା କଲି, " ପ୍ରଭୁ ଏମିତି ଅବୁଝା ଲୋକଙ୍କୁ ସଦ୍ ବୁଦ୍ଧି ଦିଅ । ସଂସାର କୁ ଏଇ ବିପଦରୁ ରକ୍ଷା କର ।" ସର୍ବେ ଭାବନ୍ତୁ ସୁଖିନଃ। ଜୟ ଶ୍ରୀରାମ ।


Rate this content
Log in

Similar oriya story from Abstract