ଅବୁଝା ଏ ମନ (ଭାଗ -୬)
ଅବୁଝା ଏ ମନ (ଭାଗ -୬)
ପରେ ରୋମିଙ୍କ ଘରେ ଯାହା ଘଟିଲା, ରାଜାର ମା' ଘରକୁ ଫେରି ରାଜାକୁ ସେସବୁ ବିଷୟରେ ଅବଗତ କରାଇଥିଲେ । ଏବଂ ତାଙ୍କର କ୍ରୋଧକୁ ସେ ନିଜ ପୁଅ ନିକଟରେ ପ୍ରକାଶ କରିଥିଲେ |
ସବୁକିଛି ଶୁଣିବା ପରେ ରାଜା ମଧ୍ୟ ଚିଡି ଯାଇଥିଲେ , ଆଉ କହିଥିଲେ , ଦେଲ ସବୁକିଛି ବିଗାଡି ଦେଲ ମା' , ଏବେ କ'ଣ ତମେ ଏମିତି କରି ଶାନ୍ତି ପାଇଗଲ କି ?? । ମୁଁ ତୁମକୁ କ'ଣ କହିକି ପଠେଇଥିଲି , ଆଉ ତମେ କ'ଣ କହିଦେଇ ଆସିଲ ଯେ । ମା' ତୁମର କ'ଣ ଏଇଟା କହିବା ଦରକାର୍ ଥିଲା ଯେ , ମୁଁ ଏବଂ ରୋମିଙ୍କର ଆଗରୁ ପ୍ରେମ ସମ୍ପର୍କ ଅଛି ? । ମୁଁ ତୁମକୁ ଭଲରେ କହିକି ପଠେଇଥିଲି ନା , ଏସବୁ ତାଙ୍କୁ କିଛି ବି କହିବେ ନାହିଁ | ତୁମେ ତଥାପି ……! , ତୁମେ ସବୁକିଛି ନଷ୍ଟ କରିଦେଲ ମା', ତୁମେ ତ ତୁମ ପୁଅର ଖୁସିର ସାମାନ୍ୟତମ ଯତ୍ନ ନେଇପାରିଲ ନାହିଁ । ଏବେ କେଜାଣି କ'ଣ ଯେ ପରିସ୍ଥିତି ସେଇଠି ସୃଷ୍ଟି ହେଉଥିବ ।
ଏସବୁ ପୁଅ ମୁହଁରୁ ଶୁଣିବା ପରେ ରାଜାର ମା' କହିଛନ୍ତି - “ମୁଁ ତାଙ୍କ କଥାରେ କ୍ରୋଧିତ ହେଇଗଲି , ତେଣୁ ମୁଁ ରୋମିର ମାତାଙ୍କୁ ସବୁକିଛି କହିଲି | ମୁଁ ତୁମ ଆଦେଶରେ ତୁମର ଇଚ୍ଛାକୁ ସମ୍ମାନ ଦେଇ , ତୁମର ଭଲ ପାଇବାକୁ ଗ୍ରହଣ କରି ସମ୍ପର୍କ ମାଗିବାକୁ ସେଠାକୁ ଗଲି , ମୁଁ ତୁମ ବିଷୟରେ ଚିନ୍ତିତ ଥିଲି ବୋଲି ତ ତୁମର ଗୋଟେ କଥାରେ ସେଠାକୁ ଚାଲିଗଲି , କାରଣ ମୁଁ ତୁମର ଯତ୍ନ ନେଉଥିଲି , ତୁମକୁ କଷ୍ଟ ହେବା ପରି କିଛି କରିବାର ଚିନ୍ତାରେ ମଧ୍ୟ ନଥିଲି | କିନ୍ତୁ ଯେତେବେଳେ ସେଠି ମୁଁ ସବୁକିଛି କହିଲି , ରୋମିର ମା' ବାରମ୍ବାର ଗୋଟେ କଥାକୁ ଦୋହରାଇ ଥିଲେ କି ସେ ସଂପର୍କକୁ ଗ୍ରହଣ କରିବେ ନାହିଁ । ସେ ଏବେ ତାଙ୍କ ଝିଅର ବିବାହ ପାଇଁ ଇଚ୍ଛୁକ ନୁହଁନ୍ତି , ହଁ ସେ ଚାହିଁଥିଲେ ବିବାହକୁ ବିଳମ୍ବରେ କରିବେ ବୋଲି ବି ତ ପ୍ରତିଶ୍ରୁତି ଦେଇ ପାରିଥାନ୍ତେ , କିନ୍ତୁ ସେ ସେମିତି କରି ନଥିଲେ , ବରଂ ସେ ରୋକ୍ ଠୋକ୍ ଭାବରେ ମନା କରିଥିଲେ । ଯାହଫଳରେ ମୁଁ ସବୁକିଛି କହିବାକୁ ବାଧ୍ୟ ହେଇଥିଲି ।
ହେଲେ ଏସବୁ କହିବା ଫଳରେ ମୁଁ ଗୋଟେ କଥା ଜାଣି ପାରିଲି ଯେ , ରୋମି ତମ ସଂପର୍କକୁ ନେଇକି ସେତିକି ଯତ୍ନବାନ୍ ନୁହେଁ , ଯେତିକି ତୁମ ପାଖରେ ମୁଁ ଦେଖୁଚି , ଏ ସଂପର୍କକୁ ଆଗକୁ ନେବା ପାଇଁ । ଏଇଟା ମୁଁ ରୋମିର ବିରୋଧରେ ରହି କହୁନି , ବରଂ ମୁଁ ଯାହା ସେଠି ଅନୁଭବ କରିଛି ସେଇଟା କହୁଛି । ତା'ର ମା' ତାକୁ ସେଠାରେ ଡାକି ପଚାରିଥିଲେ , ଯାହାର ଉତ୍ତରରେ ସେ ସେତେବେଳେ ସିଧା ସିଧା ମନା କରିଦେଇଥିଲା ଯେ ସେ ଏ ସଂପର୍କ ବିଷୟରେ କିଛି ବି ଜାଣି ନାହିଁ । କି ତୋ ସହିତ ତା'ର ପୂର୍ବରୁ କିଛି ବି ସଂପର୍କ ନାହିଁ । ବର୍ତ୍ତମାନ ମୁଁ କହୁଚି ଶୁଣୁ ମୁଁ କେବେବି ସେଠିକି ଆଉ ଅପମାନିତ ହେବାକୁ ଯିବି ନାହିଁ | ତେଣିକି ତମର ଯାହା ଇଚ୍ଛା ତୁମେ କରିପାର ।
ବର୍ତ୍ତମାନ ତୁମେ ବଞ୍ଚୁଛ କିମ୍ବା ମର, କିନ୍ତୁ ମୁଁ ପୁନର୍ବାର ନିଜକୁ ଅପମାନିତ କରିବାକୁ ଯିବି ନାହିଁ | ଏହା କହି ରାଜାର ମା' କ୍ରୋଧରେ ଚାଲିଯିବାକୁ ବସିଲେ । ହଠାତ୍ ସେତେବେଳେ ରାଜା ତାଙ୍କୁ ଅଟକେଇ କହିଲେ , ମା' ଦେଖ ତୁମେ ତୁମ ଭାବନାରେ ଠିକ୍ ଅଛ , କିନ୍ତୁ ହୁଏତ ରୋମି ସେତେବେଳେ ଡରିଯାଇ ମନା କରିଥିବ , ଆମର ସଂପର୍କକୁ ସିଏ ବି ସେତିକି ଗୁରୁତ୍ୱ ଦିଏ । ନହେଲେ ତୁମେ କୁହ ମା' , ଯଦି ସେ ସଂପର୍କକୁ ଗୁରୁତ୍ୱ ଦେଉ ନଥାନ୍ତା , ତେବେ କେବେବି ମୋ ଘର ଲୋକଙ୍କୁ ମୁଁ ତାଙ୍କ ଘରକୁ ନେଇ ପ୍ରସ୍ତାବ ପକେଇ ବିବାହ କରିବା ପାଇଁ ଯେଉଁ ନାଟକ ରଚିବି କହିଛି , ସେଥିରେ ସେ ସମ୍ମତି ଦେଇ ନଥାନ୍ତା ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

