STORYMIRROR

Jyotirmayee Panda

Abstract Romance Fantasy

4  

Jyotirmayee Panda

Abstract Romance Fantasy

ଅବୁଝା ଏ ମନ (ଭାଗ -୧୧)

ଅବୁଝା ଏ ମନ (ଭାଗ -୧୧)

2 mins
275


ଏମିତି ଭାବରେ ରାକେଶ ରୋମିଙ୍କୁ ରାଜାର ବିରୋଧରେ କହି ଉତ୍ସାହିତ କରିବା ସହିତ, ସେଇ ସଂପର୍କକୁ ଦିନକୁ ଦିନ ଦୁର୍ବଳ କରେଇ ତା' ବଦଳରେ ନିଜ ସଂପର୍କକୁ ମଜବୁତ୍ କରୁଥିଲେ । ଯାହାକି ଜଣେ ଉତ୍ତମ ବନ୍ଧୁର କର୍ତ୍ତବ୍ୟ ନଥିଲା , ରୋମି ନିଜର ସରଳତାରେ ସବୁକିଛି ନିଜ ବିଷୟରେ ରକେଶଙ୍କୁ ଜଣେଇ ଦେଇଥିଲେ , କିନ୍ତୁ ରାକେଶ ସେଇ ସରଳତାର ସୁଯୋଗ ଉଠେଇ ନେଇଥିଲେ । ଏବଂ ରାଜାଙ୍କୁ ଛାଡିବାକୁ ରୋମିଙ୍କୁ ବିଶ୍ୱାସ କରେଇଥିଲେ । କିନ୍ତୁ ରୋମି ବାଧ୍ୟ ସହକାରେ ଅନୁଭବ କଲେ ଯେ ମୁଁ କିପରି ଏପରି ପୁରୁଣା ସମ୍ପର୍କକୁ ଭାଙ୍ଗିବି ଯାହା ଏକ ମୁହୂର୍ତ୍ତରେ ଉଭୟଙ୍କ ସହମତି ସହିତ ଜଡିତ ଥିଲା |ଆଉ ଯଦି ବି ଭାଙ୍ଗିବା କଥା ଚିନ୍ତା କରିବି , ତେବେ ଏ ସବୁକୁ ନେଇ ପରିବାର ସଦସ୍ୟଙ୍କୁ ଭାଙ୍ଗିବାର କାରଣ ମୁଁ କ’ଣ ଦର୍ଶେଇବି ?? । ଏମିତି ଏହି ଚିନ୍ତାଧାରାରେ ହଜିଯାଇଥିଲେ ରୋମି ।


ଯାହାକୁ ଦେଖି ରାକେଶ ହଠାତ୍ କହିଥିଲେ , “ମୁଁ ତୁମକୁ ହୃଦୟରୁ ଭଲ ପାଏ ରୋମି , ମୁଁ ତୁମକୁ ବହୁତ ଭଲ ପାଏ , କିନ୍ତୁ ମୁଁ ତୁମକୁ କେବେ ଏ ବିଷୟରେ କିଛି କହି ନଥିଲି କାରଣ ମୁଁ ଭାବିଲି ତୁମେ ତୁମର ପ୍ରେମିକକୁ ଭଲ ପାଅ ଏବଂ ତାଙ୍କୁ ବିବାହ କରିବ | କିନ୍ତୁ ଆଜି ମୁଁ ନିଶ୍ଚିତ ଯେ ତୁମେ ତାଙ୍କୁ ଭଲ ପାଅ ନାହିଁ କି ସେ ତୁମକୁ ଭଲ ପାଏ ନାହିଁ | ନଚେତ୍ ସେ ତୁମକୁ ଏତେ କଷ୍ଟ ଦେଇ ନଥାନ୍ତେ। " କିନ୍ତୁ ତୁମେ ମତେ ବିଶ୍ଵାସ କରି ପାରିବ , ମୁଁ କେବେବି ତୁମର ଖରାପ୍ ଚିନ୍ତା କରେନି , ଯଦି କରିଥାନ୍ତି ତେବେ ହୁଏତ ତମକୁ ଆରମ୍ଭରୁ ହିଁ ରୋକି ଥାଆନ୍ତି , ହେଲେ ମୁଁ ସେମିତି କିଛି ଏଇଥିପାଇଁ କରି ନଥିଲି , କାରଣ ମତେ ଲାଗୁଥିଲା ଯେ ତୁମେ ଉଭୟ ଏକ ଦୃଢ଼ ସମ୍ପର୍କରେ ଅଛ , ଯେଉଁଠିକି କୌଣସି ବାହାର ଲୋକର ସ୍ଥାନ ନାହିଁ ।


ଆଉ ମୁଁ ତୁମ ସମ୍ପର୍କରେ ଜଣେ ବାହାର ଲୋକ ସଦୃଶ୍ୟ ଥିଲି , ତୁମ ମନରେ ମୋ ପାଇଁ ବନ୍ଧୁତା ଛଡ଼ା ଅନ୍ୟ କିଛି ନଥିଲା , ଆଉ ମୋ ମନରେ ପ୍ରେମ , ସେଇ ପ୍ରେମ ଏମିତି ଥିଲା ଯେ , ମୁଁ ତୁମ ଖୁସିରେ ଖୁସି ହେଉଥିଲି । ଯେଉଁଥିପାଇଁ ତୁମ ଦୁହିଁଙ୍କ ସଂପର୍କକୁ ମଧ୍ୟ ଗ୍ରହଣ କରି ନେଇଥିଲି । ଆଉ ତଥାପି ତୁମକୁ ଭଲ ପାଉଥିଲି । ହେଲେ ଆଜି ମୁଁ ଜାଣି ପାରୁଛି ଯେ , ଖାଲି ନାମକୁ ମାତ୍ର ଏ ସଂପର୍କକୁ ଉଭୟ ପଟରୁ ଦୁଇଜଣ ଧରିକି ଚାଲୁଛ , ହେଲେ ସଂପର୍କ ଯେ ସଂପୂର୍ଣ୍ଣ ରୂପରେ ହୁଗୁଳା ଅଛି ।


ଏତିକି କହିବା ପରେ , ରାକେଶ ପୁଣିଥରେ ରାଜାଙ୍କ ବିରୋଧରେ ରୋମିଙ୍କୁ ଉତ୍ସାହିତ କରି ତାଙ୍କୁ ସେଇ ସଂପର୍କ ଭାଙ୍ଗି ଚାଲିଯିବାକୁ କହିଥିଲେ । ଏହାପରେ ସେ ରୋମିଙ୍କୁ କହିଲେ - “ତୁମେ ରାଜାକୁ ଛାଡିଦିଅ , ମୁଁ ତୁମକୁ ଗ୍ରହଣ କରିବି | ମୁଁ ତୁମକୁ ଏତେ ଭଲପାଇବି, ମୁଁ ତୁମକୁ ଏତେ ଭଲପାଇବି ଯେ କେହି କେବେ କାହାକୁ ଏମିତି ଚାହିଁ ନଥିବେ | ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ | ଯଦି ତୁମକୁ ମୁଁ ପାଇବି ନାହିଁ, ତେବେ ମୁଁ ମୋର ଜୀବନ ଦେଇଦେବି ସତ କହୁଚି । "


ରାକେଶ ଏପରି କାର୍ଯ୍ୟ କରି ରୋମିକୁ ନିଜ ଜାଲରେ ଆକର୍ଷିତ କରିବାରେ ଲାଗିଲେ ଏବଂ ରୋମି ତାଙ୍କ ବିଷୟରେ କିଛି ନ ଜାଣି ତାଙ୍କ କଥାରେ ଧୀରେ ଧୀରେ ପ୍ରବେଶ କରିଥିଲେ , ଧୀରେ ଧୀରେ ବଶୀଭୂତ ହେଇଗଲେ | ଏବଂ ତାଙ୍କ ଉପରେ ବିଶ୍ୱାସ କରିବାରେ ଲାଗିଲେ | କିନ୍ତୁ ତଥାପି ରୋମିର ମନରେ ଏକ ଭୟ ବସିଥିଲା ଏବଂ ସେହି ଭୟ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ହିଁ ଥିଲା | ସେ ତଥାପି ଭାବୁଥିଲେ ଯେ ରାଜାଙ୍କ ସହ ତାଙ୍କ ସମ୍ପର୍କକୁ ଭାଙ୍ଗିବା ଉଚିତ୍ ରହିବ କି ନାହିଁ ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Abstract