Suvram Prusty

Abstract Inspirational Thriller

4.5  

Suvram Prusty

Abstract Inspirational Thriller

ଅବଶୋଷ

ଅବଶୋଷ

3 mins
377


      ଜୀବନରେ କିଛି ଗୋଟେ ଘଟି ଗଲେ ତା ପୂର୍ଣ୍ଣ ବାର ଫେରି ଆସେନି । ତା କେବଳ ଏକ ସ୍ମୃତି ହୋଇ ରହିଯାଏ । ଯାହାକୁ ପରେ ଆମେ ଖାଲି ଝୁରି ହେଉ ତାହା ହିଁ ଅବଶୋଷ । 


   ରାକେଶ ଏବଂ ରୀନା ଯାଆଁଳା ଭାଇ ଭଉଣୀ । ଜନ୍ମ ସିନା ସମାନ ଦିନରେ ହେଲେ ଦୁହିଁ ଙ୍କର ପ୍ରକୃତି ସଂପୂର୍ଣ୍ଣ ବିପରୀତ । ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ସର୍ବଦା କଳି । ଘର ଖାଲି ଉଠୁଥାଏ ପଡ଼ୁଥାଏ । ଦୁହିଁ ମଧ୍ୟରେ ପ୍ରେମ କେବେ ଦେଖାଯାଇନି । ଭାଇ ଭଉଣୀ ଦୁହେଁ କଲେଜ୍‌ରେ ସମାନ ଶ୍ରେଣୀରେ ପାଠ ପଢ଼ନ୍ତି । ରୀନା ବହୁତ ଭଲ ପାଠ ପଢ଼େ ହେଲେ ରାକେଶ ଟିକେ ପାଠରେ ଦୁର୍ବଳ । ଏଥିପାଇଁ ରୀନା ସବୁବେଳେ ରାକେଶକୁ ଗଧ କହିକି ଚିଡ଼ାଏ । ରାକେଶ ମଧ୍ୟ କେତେକଣ କହିଦିଏ । ଦୁହେଁ ସାଙ୍ଗ ହୋଇ ପ୍ରତିଦିନ ବାଇକ୍ ରେ କଲେଜ ଯାଆନ୍ତି । ରାକେଶର ଖେଳକୁଦ ରେ ବେଶି ଆଗ୍ରହ ଥାଏ । 


   ହଠାତ ଦିନେ କ୍ଲାସ୍‌ ସରିଗଲା ପରେ ରୀନା ରାକେଶ କୁ ଅପେକ୍ଷା କରିଛି । ସାଙ୍ଗ ହେଇ ଘରକୁ ଯିବାକୁ । ହେଲେ ରାକେଶ ବିଳମ୍ବ କରୁଥାଏ । ରୀନାର ପୁଣି ଘରକୁ ଗଲେ ନୋଟ୍ ଲେଖି ସାରିବାର ଅଛି କାହିଁକିନା ପରଦିନ କଲେଜ୍‌ ରେ ନୋଟ୍ ସବୁ ଚେକିଙ୍ଗ ହେବାର ଥିଲା । ରୀନା ଭାବିଲା ରାକେଶ ର ବୋଧେ କ୍ଲାସ ଚାଲିଛି ସେଥିପାଇଁ ବିଳମ୍ବ ଘଟୁଛି । ବହୁ ସମୟ ଧରି ଅପେକ୍ଷା କଲା ପରେ ରାକେଶ ଏ ସାଙ୍ଗ କୁ ଦେଖି ଡାକିଲା ରୀନା ଏବଂ ରାକେଶ କଥା ପଚାରିଲା । ରାକେଶ କ୍ରିକେଟ ଖେଳୁଛି ବୋଲି ସାଙ୍ଗ ଟି କହିଲା । ଏହା ଶୁଣି ରୀନା ରାଗରେ ପୁରା ପ୍ରଚଣ୍ଡ ହୋଇଗଲା ଏବଂ ରାକେଶ ର ଫେରିବା ବାଟକୁ ଜଗି ବସିଲା । ରାକେଶ ଖେଳି ସାରି ଫେରିବା ବେଳକୁ ରୀନା ତାକୁ କଟକଟ କରି ଚାହିଁ ରହିଥାଏ । ରାଗରେ କହିଉଠିଲା ରୀନା, ତୋର କ'ଣ ସମୟ ଜ୍ଞାନ ନାହିଁ । ମୁଁ ଘରକୁ ଯିବା ପାଇଁ ଦେଢ ଘଣ୍ଟା ହେଲାଣି ଅପେକ୍ଷା କରିଛି । ଆଉ ବାବୁ ଆମର କ୍ରିକେଟ୍ ଖେଳରେ ବ୍ୟସ୍ତ ଥିଲେ । ପ୍ରତି-ଉତ୍ତରରେ ରାକେଶ କହିଲା, ନା' ନାହିଁ ମୋର ସମୟ ଜ୍ଞାନ । ଯଦି ଡେରି ହେଉଥିଲା ଏକା ଘରକୁ ପଳେଇଲୁଣି । ପଣ୍ଡିତିଆ ବାହାଦୂରୀ ତ' ବହୁତ ମାରୁ ଆଉ ଏକା ଯିବାକୁ କ'ଣ ଡର ଲାଗୁଛି । ଏହା ଶୁଣି ଆହୁରି ରାଗିଗଲା ରୀନା | ରୀନା କହିଲା, ହଁ ଏକା ମୁଁ ଯାଇ ଆସି ପାରିବି ତୋର କିଛି ଆବଶ୍ୟକତା ନାହିଁ । ଦୁହିଁଙ୍କ ମଧ୍ୟରେ ଝଗଡ଼ା ପୁରା ବିଶାଳ ରୂପ ଧାରଣ କଲା । ସେଦିନ ସିନା ସାଙ୍ଗ ହେଇ ଘରକୁ ଫେରିଲେ । ହେଲେ ତା' ପର ଦିନଠୁ ସାଙ୍ଗହୋଇ କଲେଜ ଯିବା ସହ କଥାବାର୍ତ୍ତା ବି ବନ୍ଦ ହୋଇଗଲା । ରୀନା ଅଟୋରେ ଯିବା ଆସିବା ଆରମ୍ଭ କରିଦେଲା । ରାକେଶ ପୂର୍ବ ପରି ବାଇକ ରେ ଯିବା ଆସିବା କଲା । ମାଁ ଯେତେ ବୁଝେଇଲେ ଦୁହେଁ ବୁଝିବାକୁ ନାରାଜ । କିଛି ଦିନ ପରେ ଟିକେ ରାଗ କମି ଯାଇଥାଏ । ରୀନା ରାକେଶ ସହ କଥା ହେବାକୁ ଚାହିଁଲା ହେଲେ ରାକେଶ ଡ଼ରରେ କଥା ହେବାକୁ ସାହାସ କଲାନାହିଁ । 


        ଏକଦା ରାକେଶ କଲେଜ ଯାଇ ନଥାଏ । ହଠାତ ଘରେ ଆସି ଖବର ପହଞ୍ଚିଲା ରୀନା ର ଅଟୋ ଦୁର୍ଘଟଣା ରେ ମୃତ୍ୟୁ ହେଇଯାଇଛି । ପୁରା ପରିବାର ସ୍ତବ୍ଦ । ଛାତି ପିଟି କାନ୍ଦୁଥାଏ ରାକେଶ । କାସ୍‌ ଶେଷଥର ପାଇଁ ହେଲେ କଥା ହେଇ ଯାଇଥାନ୍ତି । ମୋ ପାଇଁ ଆଜି ଏମିତି ଘଟିଲା । ତୁ ଫେରିଆ ରୀନା ତୁ ଫେରିଆ । ଆଉ କେବେବି ତୋ ସହ ଝଗଡ଼ା କରିବିନି । 


         ହଠାତ ଆସି ମା' ଡାକିଲେ ରବିବାର କଲେଜ ନାହିଁ ବୋଲି କ'ଣ ଏତେ ସମୟ ଶୋଇବୁ । ଦିନ ନ' ଟା ବାଜିଲାଣି ଜଲ୍ଦି ଉଠୁ ରୀନା ଉପମା କରିଛି ଖାଇବୁ । ଚେଇଁ ଉଠିଲା ରାକେଶ । ଝାଳରେ ବୁଡିଥାଏ ସାରା ଶରୀର । ଏ' କ'ଣ ସେ ସ୍ଵପ୍ନ ଦେଖୁଥିଲା । ସଙ୍ଗେ ସଙ୍ଗେ ଖଟରୁ ଓହ୍ଲାଇ ଦୌଡିଗଲା ରୀନା କୁ ଖୋଜିବାକୁ । ତାକୁ ଯାଇ ଜାବୁଡି ଧରି ଛୋଟ ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦିଲା । ଏହା ଦେଖି ରୀନା ସହ ସାରା ପରିବାର ଆଚମ୍ବିତ । ରାକେଶ ର ଏ' କି ରୂପ । ଆଜି ସୂର୍ଯ୍ୟ କେଉଁ ଦିଗରେ ଉଦୟ ହେଉଛି କି ?


        ଭଗବାନ ରାକେଶ କୁ ସିନା ଦ୍ଵିତୀୟ ସୁଯୋଗ ଦେଲେ ହେଲେ ସମସ୍ତଙ୍କୁ ମିଳି ନପାରେ । ତ' ରାଗ ୠଷା ଭୁଲି ମିଶି ଚଳିବା ଏବଂ ଭଲ ପାଇବା ବାଣ୍ଟିବା । କାହିଁକିନା କିଏ ଜାଣେ କିଏ କେତେବେଳେ ଏ' ଦୁନିଆରୁ ବିଦାୟ ନେଇଯିବ ଏବଂ କେବଳ ଏକ ଅବଶୋଷ ହିଁ ରହିଯିବ । 


Rate this content
Log in

Similar oriya story from Abstract