Lalita Mohan Mishra

Inspirational Others

3  

Lalita Mohan Mishra

Inspirational Others

ଅବସାଦ

ଅବସାଦ

4 mins
530


    ନିଳାମ୍ବର ବାବୁଙ୍କର ଘରର କଲିଂବେଲଟା ବାଜି ଚାଲି ଥିଲା ଅନବରତ । ନିଳାମ୍ବର ବାବୁଙ୍କ ପତ୍ନୀ କଲ୍ୟାଣୀ ଅଧା କବାଟ ଖୋଲି ସନ୍ଦିହାନରେ ପଚାରିଲେ ? ଏତେ ରାତିରେ କିଏ ଡାକୁଛି ? ପଡିଶା ଘର ରଥ ବାବୁଙ୍କ ଝିଅ ମୌସୁମୀ ଉତ୍ତର ଦେଲା । ଆଣ୍ଟି ! ବାବାଙ୍କର ଦେହ ଖରାପ .... ବୋଉ ଆଉ ମୋର ବ୍ୟତୀତ ଘରେ କେହି ନାହିଁ । ମଉସା ଆସିଥିଲେ ! ବାପାଙ୍କୁ ଟିକେ ମେଡିକାଲ ନେଇଥାନ୍ତୁ । ନିଳାମ୍ବର ବାବୁ ନେପଥ୍ୟରୁ କହୁଥିଲେ କବାଟ ଖୋଲନାହିଁ । ରାତି ୧୨ଟା ହେଲାଣି... ଯିଏ ଡାକୁଛି ଡାକୁଥାଉ । ପୋଲିସର କଡା ଚେତାବନୀ । ଘରେ କାହାକୁ ପୁରେଇବ ନାହିଁ ସେ ଯେତେ ନିଜର ହେଉନା କାହିଁକି !


   ସହରୀ ଜୀବନ ଆଉ ଗ୍ରାମ୍ଯ ଜୀବନ ଭିତରେ ଏତିକି ଫରକ । ଗ୍ରାମ୍ଯ ଜୀବନରେ ସାହି ପଡିଶା ଯାହାର ଯାହା ଅସୁବିଧା ହେଉନା କାହିଁକି ସମସ୍ତେ ସହଯୋଗ କରିବେ । କିନ୍ତୁ ସହରୀ ଜୀବନରେ ସେସବୁ ନାହିଁ । ସହରୀ ଜୀବନରେ ପଡିଶା ଘରକୁ କିଏ.. ଆସିଲା ଗଲା.. ସେସବୁ ଜାଣିବା ଉଦ୍ଦ୍ୟେଶ୍ୟ ନାହିଁ । ଗ୍ରାମ୍ୟ ଜୀବନରେ ଗାଁ ଜନ୍ତାଳ ବର୍ଷକୁ ଥରଟିଏ ପ୍ରାୟ ଗ୍ରୀଷ୍ମାବକାଶରେ ହୁଏ । ଗ୍ରାମର ସମସ୍ତ ଲୋକ ଚାନ୍ଦା ଭେଦା ଆଦାୟ କରି ଜନ୍ତାଳ କରନ୍ତି । ଗାଁ ର ଶେଷ ମୁଣ୍ଡରେ ଜୋସ୍ନା ରଜନୀରେ ବସି ହସ ଖୁସି ତାସ୍ ଖେଳରେ ସମସ୍ତେ ମଉଜ ମସ୍ତି କରନ୍ତି । ଦୂର ଦୂରାନ୍ତରେ ଥିବା ପୁଅ ବୋହୁ ନାତିନାତୁଣୀ ସେଦିନ କୁ ସମସ୍ତେ ଗାଁ କୁ ଆସନ୍ତି । ସମସ୍ତଙ୍କୁ ସେଦିନ ମିଶିବାର ଗୋଟିଏ ସୁଯୋଗ ମିଳେ । ଜନ୍ତାଳ ସାଙ୍ଗକୁ ଗ୍ରାମ୍ଯ ପରିବେଶ ଓ ପରମ୍ପରାର ଏକ ନୂତନତ୍ବ ଭାବ ଆଣିଦିଏ ।


    ସହରୀ ଜୀବନ ପରମ୍ପରାରେ ସେସବୁ ଦେଖିବାକୁ ମିଳେ ନାହିଁ । ସାହି ପଡିଶାଙ୍କର ଯଦି କୌଣସି ଭୋଜି ଭାତ ଥିବ ତାହାହେଲେ ସେ ନିମନ୍ତ୍ରଣ ପତ୍ର ଖଣ୍ଡିଏ ଦେଇଥିବ । ଅମୁକ ସ୍ଥାନକୁ ଅମୁକ ଦିନ ଅମୁକ ସମୟରେ ଉପସ୍ଥିତ ରହି ପ୍ରିତି ଭୋଜନ କରି ଆମକୁ ଉତ୍ସାହିତ କରିବା ହେବେ । ଆସିଲେ କି ନ ଆସିଲେ, ଖାଇଲେ କି ନଖାଇଲେ କିଏ ପଚାରିବାକୁ ନାହିଁ । ଗାଁ ରେ କିନ୍ତୁ ସେସବୁ ନାହିଁ । ଭୋଜି ଖାଇବାକୁ ଥରେ ନୁହେଁ ଚାରି ଚାରି ଥର ଡାକିବାକୁ ପଡେ । ଗ୍ରାମ୍ୟ ଜୀବନରେ ଆନ୍ତରିକତା ଅଛି । ସହରୀ ଜୀବନରେ "ଦେଖା ସୁନ୍ଦର କଖାରୁ ବଡି" ।


  ମୌସୁମୀର ଡାକରେ ନିଳାମ୍ବର ବାବୁଙ୍କ ପତ୍ନୀ କବାଟ ଖୋଲିଲେ ନାହିଁ । ମୌସୁମୀ ନିରାଶ ହୋଇ ଶିବାଜୀ ନଗରରେ ରହୁଥିବା ଗାଁ ର ସମ୍ପର୍କୀୟ ଦାଦାଙ୍କ ପାଖକୁ ଯାଇଥିଲା । ମୁହଁରେ ଗୋଟିଏ ଓଢଣୀ ଗୁଡେଇ ଏତେ ରାତିରେ ସାଇକେଲରେ ଦାଦାଙ୍କ ପାଖକୁ ଯାଇଥିଲା । ଦାଦା ନାଁ ଶୁଣୁ ଶୁଣୁ କବାଟ ଖୋଲିଲେ । ସମସ୍ତ ବିଷୟ ମୌସୁମୀ ଠାରୁ ଅବଗତ ହେଲେ ଏବଂ ସଙ୍ଗେସଙ୍ଗେ ନିଜର ଗାଡି ବାହାର କରି ମୌସୁମୀକୁ ସଙ୍ଗରେ ଧରି ଆସିଲେ ।

    

    ରଥ ବାବୁ ସେତେବେଳକୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଚାରିଆଡ଼େ କୋକୁଆ ଭୟ । କରୋନା ପାଇଁ ଦୋକାନ ବଜାର ଠାରୁ ଆରମ୍ଭ କରି ଗାଡି ମଟର ସବୁ ବନ୍ଦ । ତଥାପି ମଧ୍ଯ ସେସବୁକୁ ଖାତିର ନ କରି ଗାଁ ର ଦିନବନ୍ଧୁ ଦାଦା ସଙ୍ଗେ ସଙ୍ଗେ ରଥ ବାବୁଙ୍କୁ ମେଡିକାଲ ନେଇ ଗଲେ । ମେଡିକାଲ ନେଲା ବେଳେ ପୋଲିସର କେତେ ଚେକିଂ । ଦିନବନ୍ଧୁ ବାବୁ ସମସ୍ତ ଚେକିଂ ର ସମ୍ମୁଖୀନ ହୋଇ ରଥ ବାବୁଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସମସ୍ତେ ଭାବୁଥିଲେ କରୋନା ହୋଇଥିବ କିନ୍ତୁ ତାଙ୍କ ଠାରେ ସେସବୁ ଲକ୍ଷଣମାନ କିଛି ନାହିଁ । ଗ୍ୟାସ୍ଟିକ୍ ଯୋଗୁ ଛାତିଟା ଜଳାପୋଡ଼ା ହୋଇ ପେଟଟା ଫୁଲି ଯାଇଥିଲା ତା ବାଦେ ତାଙ୍କର ଆଗରୁ ଟିକେ ହାର୍ଟ ପ୍ରୋବ୍ଲେମ୍ ଥାଏ । ଡାକ୍ତରଙ୍କର ଉପଯୁକ୍ତ ଚିକିତ୍ସାରେ ରଥ ବାବୁ ଆରୋଗ୍ୟ ଲାଭ କରିଥିଲେ । ଡାକ୍ତର ମଧ୍ଯ ଘଣ୍ଟାଏ ଦୁଇ ଘଣ୍ଟା ପରେ ସୁସ୍ଥ ଲାଭ କରିବାରୁ ଘରକୁ ପଠାଇ ଦେଇଥିଲେ ।

    

      ମନୁଷ୍ଯ ମନରେ ଅନେକ ସ୍ବପ୍ନ ଅନେକ ସମ୍ଭାବନା । ମନୁଷ୍ଯ ସମାଜରେ ବଞ୍ଚିବା ପାଇଁ ଅନେକ ଲୋକଙ୍କ ସାଥିରେ ବନ୍ଧୁ ବାନ୍ଧି ଥାଏ। ତାର ମୂଳ କାରଣ ହେଉଛି ସମୟ ଅସମୟରେ କିଏ ଟିକେ ସାହାଯ୍ୟ କରିବ । ଅଥଳ ଜଳରାଶି ଘର୍ଘର ନାଦରେ କୂଳ ଲଙ୍ଘି ମାଡି ଆସୁଥାଏ। ଲହଡି ଆଉ ସମୁଦ୍ରର ଗଭୀରତମ ପ୍ରଦେଶର ଢେଉ ଦର୍ଶକର ମନକୁ ଉଲ୍ଲସିତ କରି ଦେଉଥାଏ । ତା ସହିତ ଆଣିଦେଉଥାଏ ଦେହକୁ ଥଣ୍ଡା ଓ ହୃଦୟରେ ଆନନ୍ଦ । ମନରେ ଭରିଦିଏ ଆଉ ପ୍ରାଣରେ ଆଣେ ନବ ପୂଲ୍ଲକର ସଞ୍ଚାର । କଣ ତାର ମନରେ ରହି ଯାଇଛି ଅବଶୋଷ । ଯେ କାହିଁ କେଉଁ ଆଦିମ କାଳରୁ ସେ ନିତି ବାଲୁକା ଉପରେ ଲହଡି ଭାଙ୍ଗି ତାର ଅବସାଦ ମେଣ୍ଟାଉଛି ।


   କଣ ସିଏ ଅଭିଶପ୍ତ ନା ପ୍ରତାରିତ ନା ଲାଞ୍ଛିତା । କାହିଁକି ତା ମନରେ ଏତେ ଅବଶୋଷ ଯେ ! ସେ ନିତି ନିରାଶ୍ରୟା ପରି ମସ୍ତକ ପିଟୁଛି କୂଳରେ। ଏ ପର୍ଯ୍ୟନ୍ତ କ'ଣ ତାର ମନ ଶାନ୍ତ ହୋଇନି ? ନା ଅବଶୋଷ ପୂରଣ ହୋଇ ନାହିଁ ! ଯାହାକି ତାର ଅନ୍ତର ବେଦନା ବୁଝିବା ପାଇଁ ସେ ଶବ୍ଦ କରି ତାର ରାଗର ଜ୍ବାଳା ବା ଅଶାନ୍ତି ଜାହିର କରୁଛି ! କିଏ କହି ପାରିବ ତାର ଦୁଖ କଣ ଆଉ ତାର ଅବଶୋଷ କଣ ! କିଏ ତାର ଏ ଦୁଃଖକୁ ଲାଘବ କରି ପାରିବ ? ବା ଏ ଅଶାନ୍ତ ମନକୁ ଶାନ୍ତ କରି ପାରିବ । ସେତ କାହାଠୁ କିଛି ନିଏନି, ଯିଏ ତାକୁ କିଛି ଦିଏ ସେ ସାଦରେ ଗ୍ରହଣ କରେ । ସତ ହେଲେ କିଛି ସମୟ ପରେ ଫେରାଇ ଦିଏ । କିନ୍ତୁ ତା ପ୍ରତି ବଦଳରେ ଦିଏ ଶାନ୍ତି ମୈତ୍ରୀ ଆଉ ପ୍ରୀତି ।


    ନିସ୍ବାର୍ଥପର ସେବାରେ ତାର ମନ ବିଚଳିତ ନୁହେଁ କି ତାର ଅବଶୋଷ ନାହିଁ । ତଥାପି କିଛି ମନରେ ଆବିଳତା ଅଛି କି ? ଯାହାକି ସେ ପୂର୍ଣ୍ଣ କରିପାରୁନି ? ବା ସେ ତାକୁ ପରିପ୍ରକାଶ କରି ପାରୁନାହିଁ ? ଯାହାବି ହେଉ ସେ ହେଉଛି ସମୁଦ୍ର । ତାର ରାଜା ହେଉଛନ୍ତି ବରୁଣ ଦେବ,କନ୍ୟା ହେଉଛନ୍ତି ମହାଲକ୍ଷ୍ମୀ । ଆଉ ଜାମାତା ସ୍ବୟଂ ଜଗନ୍ମାଥ । ଧନ୍ୟ ତୁମେ ସମୁଦ୍ର ଧନ୍ୟ ତୁମର ସେବା । ସେପରି ଆମକୁ ବୃକ୍ଷ ଗୋମାତା ମୃତ୍ତିକା ନିଃସ୍ବାର୍ଥ ପର ଭାବରେ ଆମର ସେବା କରୁଛନ୍ତି । ଆମେ ତାଙ୍କୁ କିଛି ଦେଉ ନାହୁଁ କିନ୍ତୁ ତାଙ୍କର ଠାରୁ ସବୁ ଗ୍ରହଣ କରୁଛୁ  । ତାଙ୍କର ଅବସାଦ ବୋଲି କିଛି ନାହିଁ । ମନୁଷ୍ଯ ସବୁ ଶିକ୍ଷା ଲାଭ କରି ମନୁଷ୍ଯ କିଛି ଶିଖିଲା ନାହିଁ ବରଂ ମନୁଷ୍ଯ ସଦାସର୍ବଦା ସ୍ବାର୍ଥପର ହୋଇଗଲା । ପରାପର ଭାବରେ ସଦା ନିଜକୁ ତଉଲିଲା । ନିଃସ୍ବାର୍ଥ ପର ଭାବ ରଖିଲା ନାହିଁ । ଯଦି ସେଦିନ ଗାଁ ର ଦାଦା ନ ଆସିଥାନ୍ତେ ତାହାହେଲେ ରଥ ବାବୁଙ୍କର ଅବସ୍ଥା କ'ଣ ହୋଇଥାନ୍ତା ? ତେଣୁ ଆମେ ନିଃସର୍ତ୍ତ ଭଲ ପାଇବା ଏବଂ ସଦାସର୍ବଦା ନିଃସ୍ବାର୍ଥ ପର ସେବା କଲେ ଆମକୁ ଉପରବାଲା ସାହା ହେବ । ଆମର ଅବସାଦ ରହିବ ନାହିଁ ।


Rate this content
Log in

Similar oriya story from Inspirational