STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଅଭିମାନ

ଅଭିମାନ

1 min
189

ଜୀବନରେ ଅନେକ ଲୋକ ଆସନ୍ତି ।କିଏ ଶାନ୍ତି ଦିଏ ତ ପୁଣି କିଏ ଅଶାନ୍ତି ଭରି ଦିଏ। ବହୁ ବର୍ଷ ତଳର କଥା ଗୋଟେ ପରିବାର ରେ ଦୁଇ ଭାଇ ରହୁ ଥିଲେ।ଜଣେ ଶ୍ୟାମ ଅନ୍ୟର ନାମ ଦାମ।ହେଲେ ଦୁଇ ଜଣ ଭାରି ଅଭିମାନୀ ଥିଲେ।ବେଳେ ବେଳେ ଜଣେ କିଛି ସଫଳତା ପାଇଲେ ଅନ୍ୟ ଜଣ ଙ୍କ ଅଭିମାନ୍ କରେ।କେତେ ଦିନ ବିତି ଗଲା।ଦୁହେଁ ବଡ଼ ହେଲେ ବାହା ହେଲେ ।ବାପା ଙ୍କ ଶେଷ ସମୟ ଆସିଲା ବାପା ତାଙ୍କର 

ସମସ୍ତ ସମ୍ପତିକୁ ଦୁଇ ପୁଅ ନାମରେ ଲେଖାଇ ଦେଲେ।ବାପା ଆର ପାରି କୁ ଚାଲି ଗଲେ।ହେଲେ ସମ୍ପତ୍ତି ପାଇ ମଧ୍ୟ ଦୁଇ ଭାଇ ବାପା ଙ୍କ ଉପରେ ଅଭିମାନ କଲେ। କହିଲେ ବାପା ଆମ ପାଇଁ କିଛି ରଖି ନାହାନ୍ତି।ଆମେ ତାଙ୍କର ଏତେ ସେବା କଲୁ ହେଲେ ତା ବଦଳରେ ସେ ଅଳ୍ପ. କିଛି ସମ୍ପତ୍ତି ଆମ ପାଇଁ ରଖି ଥିଲେ।ଦୁଇଭାଇ ବାପା ଙ୍କ ଉପରେ ଅଭିମାନ କରି ଆଉ ଶ୍ରାଦ୍ଧ ଦେବେ ନାହିଁ ଭାବିଲେ।ଦୁହେଁ ଶେଷ ରେ ଆଉ ଶ୍ରାଦ୍ଧ ଦେଲେ ନାହିଁ।ବାପା ଙ୍କ ଆତ୍ମା ଶାନ୍ତି ପାଇଲା ନାହିଁ। ଥରେ ବାପା ସ୍ବପ୍ନ ରେ ଆସି କହିଲେ,ଶୁଣ ପିଲେ ତୁମ କୁ ଜନ୍ମ ଦେବା ପାଇଁ କେତେ ଦେବତା ଙ୍କୁ ଆମେ ଡାକିଛୁ।ତୁମ ପାଠ ପଢା ପାଇଁ ଆମେ ସବୁ ସମ୍ପତ୍ତି ବିକି ଦେଇଛୁ।ଶେଷ ରେ ତୁମ ପାଇଁ ଜୀବନ ସାରା ଆମେ କଷ୍ଟ ସହିଛୁ।ଆଜି ତୁମେ ସମ୍ପତ୍ତି ପାଇଁ ଅଭିମାନ କରିଛ।ଆମେ ସବୁ କିଛି ତୁମ ଉଚ୍ଚ ଶିକ୍ଷା ପାଇଁ ସାରି ଦେଇଛୁ କଣ ଏହା ଆମ ଭୁଲ ଥିଲା ,ତୁମେ ଦୁହେଁ ନିଜେ ନିଜକୁ ପଚାର? ତା ପର ଦିନ ଦୁଇ ଭାଇଙ୍କ ଅଭିମାନ ଦୂର ହେଲା ।ସେମାନେ ନିଜ ଭୁଲ ବୁଝି ବାପାଙ୍କୁ କ୍ଷମା ମାଗିଲେ।

ଆମେ ମଧ୍ୟ ନିଜ ସ୍ୱାର୍ଥ ପାଇଁ ସବୁ ଅଭିମାନ ଛାଡିବା ଉଚିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational