STORYMIRROR

Krushnapriya Mohapatra

Tragedy Action Fantasy

3  

Krushnapriya Mohapatra

Tragedy Action Fantasy

ଅଭିମାନ

ଅଭିମାନ

3 mins
180

ବେଶି ଯାହାକୁ ଭଲ ପାଉଥିବ ସେଇ ଲୋକର ଟିକେ କଡ଼ା କଥାରେ ଆଖିରୁ ଲୁହ ଝରି ଆସେ ଆଉ ସେଇ ଲୋକର ଓଠ ରୁ କଅଁଳ କଥାପଦେ ଶୁଣିବାକୁ ମନ ଚାହିଁ ରହିଥାଏ।

- ଅଭିମାନରେ ସୁଲୀ ଆଖିରୁ ଲୁହ ପୋଛିଲା ତା ଭାଗ୍ୟରେ ଏତେ ସୁଖ କାଇଁ ନିରିମାଖି ହେଇ ଜନ୍ମ ହୋଇଥିଲା ହୀନିମାନ ଜୀବନ ନେଇ ବଞ୍ଚିଛି। କେତେଦିନ ଆଉ ସହିବ ଭୋକ ଉପାସରେ ପଡ଼ି ପଡ଼ି ମରି ଯାଆନ୍ତା ହେଲେ । ଭଗବାନ ବି ଭାରି ନିଷ୍ଠୁର ଯାହାକୁ ନେବା କଥା ନେଉନାହାଁନ୍ତି। ଯାହାର ଏଇ ଦୁନିଆଁରେ ରହିବା ଜରୁରୀ ତାକୁ ଅତି ଶୀଘ୍ର ନେଇ ଯାଉଛନ୍ତି।

 ଜନମ ହଉ ହଉ ମା ତାର ଆଖି ବୁଜିଲା,ସେତେବେଳେ ମା ବଦଳରେ ଆଈ ଅଜା ପାଳି ପୋଷି ବାହା କଲେ ଅଜା ଆଈ କେବେ ଠାରୁ ସଂସାର ଛାଡ଼ିଲେଣି।

ମା ମରିବା ପରେ ବାପା ଆଉ ଥରେ ବାହା ହୋଇଗଲା।

କେବେ ତାକୁ ଖୋଜି ନ ଥିଲା।

ଅଜା ଆଈ ଭଲ ଘର ଭଲ ବର ଦେଖି ବାହା କଲେ ଯେ ସ୍ୱାମୀ ତାର ରୁପ ସୁନ୍ଦର ଦେଖି କିଛି ଯାନୀ ଯଉତୁକ ନ ମାଗି ବାହା ହୋଇଥିଲା।

ହେଲେ ବଉଁଶରେ ପାଣି ଦବାକୁ ଜଣେ ରହିବା ଦରକାର ସେଥିପାଇଁ ମା ହେଇ ନ ପାରିବାରୁ ସ୍ୱାମୀ ତାର ଆଉ ଥରେ ବାହା ହୋଇ ଘରକୁ ସଉତୁଣୀ ନେଇ ଆସିଲା। ସେଇଦିନ ଠାରୁ ପୋଇଲି ପରି ଖଟୁଛି ସେ। ଯାହା ବଳକା ଗଣ୍ଡେ ବଳେ ଖାଏ ପଖାଳ ପାଣି ପିଇ ଗୁହାଳ ଗୋବର କାମ ଦିନ ରାତି କରୁଥାଏ।

କାହାକୁ ଦୋଷ ଦିଏନି ସବୁ ତା ଭାଗ୍ୟ।ଯେତିକି ଲେଖି ଆଣିଛି କପାଳରେ।

ଦିନେ ଦିନେ ଭାରି ଇଚ୍ଛା ହୁଏ ଆଉ ଥରେ ସେଇ ପୁର୍ବର ଦିନ ଫେରି ଆସନ୍ତା କି....!!

 ଇହକାଳ ପର କାଳର ଦେବତା ପାଖରେ ଏଇ ତନ ମନକୁ ସମର୍ପି ଦିଅନ୍ତା, ସେଇ ନିଦା ଛାତିରେ ଟିକେମୁଣ୍ଡ ରଖି ଶୋଇଯାଆନ୍ତା... ହେଲେ ସେ ଯାଗା ଯେ ଆଉ ଜଣେ ନେଇ ସାରିଛି।

ଆଖିରୁ ଟପ୍ ଟପ୍ ଗରମ ଲୁହ ବୋହି ଯାଉଥାଏ ପୋଛି ପକେଇଲା ସୁଲୀ ଦୁଇ ହାତରେ। ଅନ୍ଧାର ଅଛି ଉଠି ଆସିଲା ଶେଯରୁ ଯାଏ ଏବେ ଠାରୁ ବାସି ଆଡତି କରି ପକାଏ ଘର ଓଳେଇ ଦାଣ୍ଡ ଦୁଆର ଖୋଲି ବାକୁ ଗଲା ଦେଖିଲା ଶୋଇବା ଘର ଖୋଲା ଅଛି। ଭିତରକୁ ଚାହିଁଲା ପଲଙ୍କ ଉପରେ ସ୍ୱାମୀ ତାର ଏକା ଶୋଇଛି ସଉତୁଣି ବୋଧେ ବାରି ପଟକୁ ଯାଇଛି ମନ ତାର ମନ୍ଥୀ ହେଇଗଲା ସେଇ ପଲଙ୍କକୁ ଦେଖି ଧୀରେ ଧୀରେ ଯାଇ ସେଇଠି ବସି ପଡ଼ିଲା ଅନ୍ଧାରରେ ଲଣ୍ଠନର ଝାପସା ଝାପସା ଆଲୁଅ ପଡୁଛି ଆଖି ବୁଜି ଭାବୁଥିଲା ତା ପୁଆଣି ହେଇ ଆସିବା ଦିନ ର କଥା । ଓଠରେ ଖେଳି ଗଲା ହସ ଧାରେ ହଟାତ ତାକୁ ଲାଗିଲା କିଏ ହାତରେ ଭିଡି ନେଇ ଛାତିରେ ଜଡାଇ ଧରିଲା। ଓଃ ସେଇ ସମୟର କଥା ଭାବି ଭାବି ସିଏ ନିବିଡ଼ ଭାବରେ ହଜିଗଲା ସେଇ ଚଉଡା ଛାତିର ଉଷୁମ ପରଶରେ ସପନ ଦେଖୁନି ତ.....।

ବେଳକୁ ବେଳ ତା ଦେହରେ କାହାର ଗରମ ନିଶ୍ୱାସ ଲେସି ହୋଇ ଯାଉଛି,ତରଳି ଗଲା ସେ ନିଆଁ ଧାସରେ । ଆକାଶରେ ଯେମିତି ଉଡୁଛି ,ସ୍ୱର୍ଗ ସୁଖ ଆଃ ....

କିଛି ସମୟ ପରେ ହୋସ ଆସିଲା ସୁଲୀର...।

କେଉଁଠି ସେ, ମାଟିରେ ଖସି ପଡ଼ିଲା ଯେମିତି ।ଏ କଣ ସିଏ କଲା ....

ଯେଉଁ ଜାଗାରୁ ତାକୁ ହଟେଇ ଦେଇ ଅନ୍ୟ ଜଣେ ମାଡ଼ି ବସି ଥିଲା ସେଇ ଜାଗାକୁ ସେ ଆଉଥରେ ଆସି କଣ ଲାଭ ପାଇବ।

ଧଡ଼ ପଡ ହୋଇ ଠିଆ ହୋଇଗଲା ଲୁଗାର ଅଧକ ଭିଡି ଆଣିଲା ଖଟ ଉପରୁ ।

   ସକାଳର ଝାପ୍ସା ଆଲୁଅରେ ଦେଖୁଥିଲେ ଦୁହେଁ ଦୁହିଁଙ୍କୁ ।ଉଠି ଠିଆ ହେଲା ସ୍ୱାମୀ ତାର, ଢାଏ ଢାଏ ଗାଲରେ ଦୁଇ ଚପଡା ଦେଇ ବାହାରକୁ ରାସ୍ତା ଦେଖାଇ ଦେଲା ତାକୁ।

 ଆଖିରୁ ଲୁହ ସହିତ ନିଆଁ ଖସି ପଡ଼ିଲା ସୁଲୀର ।

ଦଉଡି ଗଲା ବାରି ପଟକୁ ବାରି ପଟେ ବସି ମନ ଭରି କାନ୍ଦିଲା। ଟିକେ ସମୟ ପୂର୍ବର ସେ ତୃପ୍ତି ତକ ତାକୁ ଆବୋରି ବସିଥିଲେ ଯେମିତି।ଲୁହ ପୋଛି ଠିଆ ହେଲା ଆଜି ତାକୁ ଭାରି ଶାନ୍ତି ଲାଗୁଛି।

ହେଲା ପଛେ ସିଏ ମୁହୂର୍ତ୍ତକର ଖୁସି , ସୁଲୀ ଭାବିଲା ବାହାଘରର ଦଶ ବର୍ଷ ପରେ ଯେତେବେଳେ ସେ ମା ହେଇ ପାରିଲାନି ସ୍ୱାମୀ ତାର କହିଲା ତୁ ଚାହିଁଲେ ମୁଁ ଆଉ ଥରେ ବାହା ହେବି, ତୁ ତୋ ଘରକୁ ଫେରି ଯା।ଗୋଡ଼ ତଳେ ପଡ଼ି ସୁଲୀ ତାକୁ ଭିକ ମାଗି ଥିଲା ସିଏ ଏଇ ବାରିପଟେ ରହିବ ପଛେ ଘର ଯାକର ପାଇଟି କରି ପାରିବ ହେଲେ ବାପ ଘରକୁ ଯିବ ନାହିଁ।

କିଏ ଅଛି ତାର ସେଠି ବାପା ଚିହ୍ନିବ କଣ ତାକୁ.....?

 ତାଙ୍କ ସୁଖର ସଂସାରରେ ଆଗୁଳି ଠିଆ ହେବ ନାହିଁ।

ସେଇ କଥା ରହିଲା ବାରି ପଟକୁ ଆସି ରହିଲା ହେଲେ ଆଜି ସେ ତା କଥାକୁ ଭାଙ୍ଗି ଯାଇଥିଲା ବୋଲି ସ୍ୱାମୀ ତାର ହାତ ଉଠେଇ ଦେଲା।

ସଉତୁଣି ଆସି ଯାହା ତାହା ଗାଳି ଦେଇ ଘରଛାଡ଼ି ପଳାଇବା ପାଇଁ କହିଲା।ଅଭିମାନରେ ସୁଲୀ ଚାଲି ଆସିଲା।ଗାଁ ମୁଣ୍ଡରେ କୁଡିଆଟିଏ କରି ରହିବ ବୋଲି । ମାସ ଟିଏ ଯାଇନି ସୁଲୀର ତଳି ପେଟରେ ଭାରି ସାଙ୍ଗକୁ ଛାତିଟା ମନ୍ଥି ହେଲା ।ଖାଇବା ପାଇଁ ଯାହା ଭାବିଲା ଉକୁଚି ଉକୁଚି ଲାଗିଲା।

 ଏତେ କଷ୍ଟରେ ବି ତା ଆଖିରୁ ଆନନ୍ଦର ଝର ଝର ଲୁହ ଝରି ପଡ଼ିଲା।

 ପୁଣି ଥରେ ଫେରି ଆସିବ କି ସେ....

ଆଉ କାହିଁକି ଅଭିମାନ କରିବ ଯେ ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy