ଆତ୍ମା କଥା କହେ କିପରି
ଆତ୍ମା କଥା କହେ କିପରି
"ଅଗ୍ନିରେ ପୋଡେନି ଜଳରେ ବୁଡେନି
ଘଟେ ଘଟେ ତା'ର ବାସ
ଜୀବଠାରେ ଥାଇ ଦୃଶ୍ୟ ନ ହୁଅଇ
ନଥାଏ ତାର ପରସ ।
ଜୀବନ ଚକ୍ରର ଅଜବ ରହସ୍ୟ
ଚାଲୁଥିବ କାଳେ କାଳେ
କେତେ ବେଳେ ସିଏ ନେଇ ଯାଉଥିବ
ସମୟର କାଳ ବେଳେ "
ସଂସାରେ ଜନ୍ମ ମୃତ୍ୟୁର ରହସ୍ୟ ବଡ଼ ଅଜବ । ପୌରାଣିକ ମତରେ ଆତ୍ମା ଅବିନାଶ, ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଶରୀରରେ ପ୍ରବେଶ କରେ । ଏ କଥା ଗୀତରେ ବି ଲେଖାଅଛି । କିନ୍ତୁ ଆତ୍ମା ଆମର କେଉଁଠିକୁ ଯାଉଛି କେଉଁଠି ରହୁଛି ଏ କଥା ସମସ୍ତଙ୍କୁ ଅଗୋଚର । କିନ୍ତୁ ଜନ୍ମ ହୋଇଛେ ମାତ୍ରେ ଦିନେ ନା ଦିନେ ମରିବା ।
ଥରେ ମୁଁ ଜଣେ ମୋର ଜଣେ ଜ୍ଞାନୀଗୁଣୀ ବ୍ୟକ୍ତିଙ୍କୁ ପଚାରି ଥିଲି, ଆଜ୍ଞା ପୂର୍ବେ ଆମେ ଶୁଣୁଥିଲୁ ଅନେକ ଜାଗାରେ ଭୂତ ପ୍ରେତ ରୁହନ୍ତି । ଆମକୁ ମଧ୍ୟ ରାତ୍ରରେ ଯିବା ପାଇଁ ଡର ଲାଗୁଥିଲା । କିନ୍ତୁ ଆଜି କାଲି ଏ ପ୍ରକାର ଅନୁଭବ ନାହିଁ କି ଦେଖିବାକୁ ମଧ୍ୟ ମିଳୁନାହିଁ । କହିଲେ ତାର କାରଣ କଣ ? ତା ପରେ ସେ ମୋତେ କହିଲେ ଆତ୍ମା ରହିବା ପାଇଁ ଏକ ପରିବେଶ ଆବଶ୍ୟକ । ବର୍ତ୍ତମାନ ସେ ପରିବେଶ ନାହିଁ, ଲୋକମାନେ ତ ଶ୍ମଶନ ଭିତରେ ଘର କଲେଣି ଆତ୍ମା ଓ ଭୂତପ୍ରେତଙ୍କୁ ରହିବାକୁ ଅନେକ ନିରବ ନିଶ୍ଚଳ ଜାଗା ଆବଶ୍ୟକ । ଭଲ ଆତ୍ମା କିଛିଦିନ ପରେ ଜନ୍ମ ନିଏ । କିନ୍ତୁ ଭୂତ ପ୍ରେତ ହେଉଛନ୍ତି ଅତୃପ୍ତ ଆତ୍ମା । ଜୀବନ କାଳରେ ସେମାନେ କିଛି ଘଟଣା ଅଘଟଣା ଘଟାଇ ଥାନ୍ତି । କିଛି ଘଟଣା ଏମିତି ରହିଛି ଯାହା ବିଶ୍ୱାସ ନହେଲେ ବି ସତ । ହେଲେ ସବୁ କିଛି ଆମ ଜ୍ଞାତସାର ବାହାରେ । ବିଜ୍ଞାନ ଯୁଗରେ ନୂଆନୂଆ ଆବିଷ୍କାର ଆମକୁ ବିସ୍ମୟ କରି ଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ରହିଛି । କିନ୍ତୁ ଆତ୍ମାର ରହସ୍ୟ ବୈଜ୍ଞାନିକଙ୍କ ପାଖରେ ନାହିଁ । ଆତ୍ମା ବି କଥା କହେ । ଲୁଚିକି ନୁହେଁ କି ଅଶରୀରରେ ରୂପେ । ସେ ଜଣଙ୍କ ଶରୀର ମଧ୍ୟରେ ପ୍ରବେଶ କରି କହେ । ତାର ପ୍ରମାଣ ଅନେକଙ୍କ ପାଖରେ ଅଛି, କିନ୍ତୁ ତାକୁ ବାଖ୍ୟା କଲେ ଅନେକ ତାକୁ ବିଶ୍ୱାସ କରବେ ନାହିଁ ।
ଏହି କିଛି ଦିନ ତଳର କଥା ଜଣେ ଭଦ୍ର ବ୍ୟକ୍ତିଙ୍କ ପୁତ୍ର ବେକରେ ରସି ଲଗାଇ ଗଛରେ ଝୁଲୁଛି ଦେଖା ଗଲା । ସବୁ ଲୋକ କାବା ହୋଇଗଲେ ଏତେ ଶାନ୍ତ ପିଲା କାହିଁକି ମଲା । ଏତେବଡ଼ ଗଛରେ ସେ ଚଢିଲା କିପରି ଏବଂ ଆତ୍ମ ହତ୍ୟା କଲା କାହିଁକି । ବାପାମାଙ୍କର ଗୋଟିଏ ମାତ୍ର ପୁଅ ସେମାନେ ଅଧୈର୍ଯ୍ୟ ହେଲେ । କାହିଁକି ମଲା ତାର ସନ୍ଧାନ ପାଇଲେ ନାହିଁ । କିଛି ଦିନ ପରେ ଘର ପାଖରେ ଜଣେ ପିଲା ଦେହରେ ତାର ଆତ୍ମା ପ୍ରବେଶ କରିଥିବାର ଲକ୍ଷ କରାଗଲା । ଗାଁ ଯାକର ସବୁ ଲୋକ ରୁଣ୍ଡ ହୋଇଗଲେ । ତା ବାପା ପୁଅର ମୃତ୍ୟୁର ରହସ୍ୟ ଜାଣିବା ପାଇଁ ତା ପାଖକୁ ଯାଇ ସବୁ ପଚାରିଲା, ତୋତେ କିଏ ମାରିଲା ପପୁନ ସତ କହ । ପିଲାଟି କହିଲା ବାପା ମୁଁ ନିଜେ ନିଷ୍ପତ୍ତି ନେଇଥିଲି , ମୁଁ କାହିଁକି ଆତ୍ମା ହତ୍ୟା କଲି,କହିଲେ ତୁମର ସମ୍ମାନ ହାନି ହେବ ତେଣୁ କହିବି ନାହିଁ । ତାପରେ ତା ବାପା ପଚାରିଲା ତୁ କେତେ ବେଳେ ଗଲୁ । ତୁମେ ସେ ଦିନ ୨ଟା ରାତ୍ରରେ ପରିସ୍ରା କରିବାକୁ ବାହାରକୁ ଆସିଥିଲ, ମୁଁ ତୁମକୁ ଦେଖି ଲୁଚି ଯାଇଥିଲି । ତୁମେ ଗଲା ପରେ ମୁଁ ଏକ ରସି ନେଇ ପଳାଇ ଥିଲି । ତା ' ହେଲେ ତୁ ଗଛରେ ଚଢ଼ିଲୁ କିପରି । ବାପା ମୁଁ ତ ରାଗିକି ଯାଇଥିଲି, କିନ୍ତୁ ଗଛକୁ ଚଢି ପାରିଲି ନାହିଁ । କିନ୍ତୁ ପ୍ରଫୁଲ ଓ ଟିକିନା ମୋତେ ଗଛରେ ଚଢେଇ ଦେଲେ ଓ ରସିକୁ ବେକରେ ବାନ୍
ଧି ଝୁଲାଇ
ଦେଲେ । ପ୍ରଫୁଲ୍ଲ, ଟିକିନା ସେ ଦୁଇ ଜଣ କିଏ, ? ବାପା
ମୁଁ ବର୍ତ୍ତମାନ ସେ ଦୁଇଜଣଙ୍କ ସହିତ ଅଛି । ସେ ମୋ
ପରି ଦଉଡି ଦେଇ ମରିଥିଲେ !
ପ୍ରଫୁଲ୍ଲ ଓ ଟିକିନା ପ୍ରାୟ ୩୦ ବର୍ଷ ତଳେ ଆତ୍ମ ହତ୍ୟା କରିଥିଲେ । ସେମାନଙ୍କ ଆତ୍ମା ଏବେ ସୁଧା କିପରି ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜନ୍ମ ନେଇ ନାହାଁନ୍ତି କାହିଁକି ? ସେ ଦିନ ସେହି ପଣ୍ଡିତ ଜ୍ଞାନୀ ବ୍ୟକ୍ତିଙ୍କୁ ମୁଁ ପୁଣି ପ୍ରଶ୍ନ କରିଥିଲି , ଆଜ୍ଞା ଆତ୍ମା ତ ପୁନର୍ବାର ଜନ୍ମ ନିଏ,୩୦ବର୍ଷ ହେଲା ତାଙ୍କ ଆତ୍ମା ରହିଛି ଏହାର କାରଣ । ତାପରେ ମୋତେ ସେ ସୁନ୍ଦର ଭାବରେ ବୁଝାଇ ଥିଲେ । ଶରୀର ନଶ୍ୱର ଅଟେ, କିନ୍ତୁ ଆତ୍ମା ଅମର ହୋଇଥାଏ । ଆମ ଶରୀର ପଞ୍ଚତତ୍ତ୍ୱରେ ନିର୍ମିତ ହୋଇଥାଏ ଓ ମୃତ୍ୟୁ ପରେ ସେହି ପଞ୍ଚଭୂତରେ ମଧ୍ୟ ଲୀନ ହୋଇଯାଏ । ଭାବିଥାଉ ମୃତ୍ୟୁ ପରେ ତୁରନ୍ତ ଆତ୍ମା ଶରୀର ତ୍ୟାଗ କରିଦେଇ ଥାଏ । ଯମଦୂତ ମାନେ ତାର ଗଳାରେ ଫାଶ ଲଗାଇ ଯମ ଲୋକ କୁ ନେଇ ଯାଇ ଥାଆନ୍ତି । କିନ୍ତୁ,ମଣିଷ ର କର୍ମ ଫଳ ଅନୁସାରେ ତାର ପୁନର୍ଜନ୍ମର ସ୍ଥିର କରାଯାଇ ଥାଏ । ହିନ୍ଦୁ ମାନ୍ୟତା ଅନୁସାରେ ମଣିଷ ମରିବାର ୧୦ ଦିନ ପର୍ଯ୍ୟନ୍ତ ଆତ୍ମାକୁ ସକାଳୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୋଜନ ଓ ପାଣି ଦିଆଯାଇ ଥାଏ , ଯାହାକୁ ଆତ୍ମା ଗ୍ରହଣ କରିଥାଏ । ଆତ୍ମାର ନିଜର ପରିବାର ପ୍ରତି ମୋହ ରହିଛି । ଏଠାରେ ଆତ୍ମା ନିଜର ପରିଜନ ମଧ୍ୟରେ ୧୩ ଦିନ ପର୍ଯ୍ୟନ୍ତ ରହିବାକୁ ପସନ୍ଦ କରିଥାଏ । କିନ୍ତୁ ୧୩ ଦିନରେ ଆତ୍ମା ଆଉ ଗୋଟିଏ ଶରୀରକୁ ସ୍ଥାନାନ୍ତର ହୋଇଥାଏ, ଯାହାକି ତାର ପୁନର୍ଜନ୍ମ ବୋଲି କୁହାଯାଏ ।
ପୁନଃଶ୍ଚ ସେ କହିଲେ, ଆତ୍ମା ଦୁଇ ପ୍ରକାର ଗୋଟିଏ ହେଲା ଭଲ ଆତ୍ମା ଆଉ ଗୋଟିଏ ଖରାପ ଆତ୍ମା । ଯେଉଁ ଆତ୍ମା ଭଲ କର୍ମ କରି ପରମାୟୁ ପୁରିଲା ପରେ ମୃତ୍ୟୁ ବରଣ କରେ ସେ ପୁନଃଜନ୍ମ ଅବିଳମ୍ବେ କରେ । ସେ କାହା ଶରୀରରେ ପସେ ନାହିଁ କି କଥା କୁହେ ନାହିଁ । ତା ଆତ୍ମା ଜୀବନର ସଂଘର୍ଷ ପୂର୍ଣ୍ଣ ଘଟଣାରେ ଅତିଷ୍ଟ ହୋଇ ଥକି ଯାଇଥାଏ । କିନ୍ତୁ ଦୁଷ୍ଟ ଆତ୍ମା ଓ ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ସେମାନେ ଅତି ସହଜରେ ଜନ୍ମ ନେଇ ପାରନ୍ତି ନାହିଁ । ତାଙ୍କର ବିଚରା କରାଯାଏ । ଯେଉଁମାନେ ଆତ୍ମହତ୍ୟା କରନ୍ତି କିମ୍ବା ଦୁର୍ଘଟଣାରେ ମରନ୍ତି । ସେମାନଙ୍କ ଆତ୍ମା ଶାନ୍ତ ହୁଏ ନାହିଁ । ସେମାନଙ୍କ ଅଶାନ୍ତ ଆତ୍ମା । ସେମାନେ ଅନ୍ୟର କ୍ଷତି କରନ୍ତି, ଯେପରି ପ୍ରଫୁଲ ଓ ଟିକିନା ମିଶି ପପୁନକୁ ମାରିଲେ । ଆତ୍ମା ଦୁନିଆଁରେ ଅଛି ଏହା ଚିରନ୍ତନ ସତ୍ୟ । ଏହିପରି ଅନେକ ଭଲ ଆତ୍ମା ଅଜଣା ଜାଗାରେ ରଖିଥିବା ବହୁମୂଲ୍ୟ ଜିନିଷର ସନ୍ଧାନ ସନ୍ତାନ ମାନଙ୍କୁ ଦେଇଛନ୍ତି । ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ପଛରେ ଛାଇ ହୋଇ ରହିଛନ୍ତି । କିନ୍ତୁ ନିଜ ଆତ୍ମା ସନ୍ତୋଷ ଲାଭ କଲେ ସେମାନେ ଆପେ ଆପେ କୁଆଡେ ପଳାଇ ଯାଆନ୍ତି । ଅର୍ଥାତ ଅନ୍ୟ ଏକ ଭଲ ଯୋନିରେ ଜନ୍ମ ଗ୍ରହଣ କରି ପୂର୍ଵ ଜନ୍ମର ସବୁ କିଛି ଭୁଲି ଯାଆନ୍ତି । ସବୁ ଘଟଣା ଅଘଟଣା ପଛରେ କିଛି ନା କିଛି ରହସ୍ୟ ଅଛି, ଯାହାର ଅନୁସନ୍ଧାନ ଏବେ ସୁଦ୍ଧା ବୈଜ୍ଞାନିକମାନେ ଖୋଜିକି ପାଉନାହାନ୍ତି ।
୩୦ ବର୍ଷ ତଳେ ମରିଥିବା ପ୍ରଫୁଲ ଓ ଟିକିନା ବିଷୟରେ ସମସ୍ତେ ଭୁଲି ଯାଇଛନ୍ତି । ପପୁନ ତାଙ୍କ ବିଷୟରେ ଜାଣିଲା କିପରି ଏହା ଏକ ବଡ଼ ପ୍ରଶ୍ନ । ଏଥିରୁ ଅନୁମାନ କରାଯାଉଛି ଆତ୍ମା ଅଛି । ତାଙ୍କ ଅତୃପ୍ତ ଆତ୍ମା ଏବେ ସୁଦ୍ଧା ଘୁରି ବୁଲୁଛି । ଗଛ ଚଢି ଜାଣି ନ ଥିବା ପିଲାକୁ ନିଶାର୍ଦ୍ଧ ସମୟରେ ସାଙ୍ଗ କରି ନେଇ ଆତ୍ମ ହତ୍ୟା କରିବାକୁ ବାଧ୍ୟ କରାଇ ଦେଉଛି । ଶାସ୍ତ୍ର କହେ ସହସ୍ର ଯୋନିରେ ଜନ୍ମ ନେବା ପରେ ସର୍ବ ଶ୍ରେଷ୍ଠ ମାନବ ଜନ୍ମ ହିଁ ପ୍ରାପ୍ତ ହୋଇଥାଏ । ତେଣୁ ଜୀବନକୁ ଉପଭୋଗ କରି ତା'କୁ ସାକାର କରନ୍ତୁ ।