STORYMIRROR

Gobinda Chandra Sethi

Tragedy Inspirational

4.3  

Gobinda Chandra Sethi

Tragedy Inspirational

ଅଳସୁଆ ଦୁଃଖ ପାଏ

ଅଳସୁଆ ଦୁଃଖ ପାଏ

3 mins
32



   ଯେବେ ବର୍ଷା ଆସେ କେତେ ପ୍ରତୀକ୍ଷାର ସବୁ ଅନ୍ତ ହୋଇଯାଏ। ତତଲା ହାଣ୍ଡି ପରି ଜଳୁଥିବା ବସୁଧା ଶୀତଳ ହୋଇଯାଏ। କୂଅ ପୋଖରୀ ପାଣିରେ ଭରିଯାଏ। ଜଳଚର ଜୀବମାନେ ଖୁସିରେ ଜଳ କ୍ରୀଡା କରି କେତେ ଆନନ୍ଦରେ ଡ଼େଉଁଥାଏ। ବେଙ୍ଗ ଓ ବେଙ୍ଗୁଲି ସାରୁ ବୁଦାମୂଳୁ ବାହାରି ବାହାରେ ଡିଆଁ ମାରୁଥାଏ । ଚାଷୀପୁଅ ତାର ହଳଲଙ୍ଗଳ ଯୋଚି ଚାଷ କାମରେ ମାତିଯାଏ । ନାଉରୀ ତାର ନାଆ ଧରି ଦି ପଇସା ନିଜ ପାଇଁ ରୋଜଗାର କରି ନିଜ ପରିବାରର ଭରଣ ପୋଷଣ କରେ ।

   କିନ୍ତୁ ଆମ ଗାଁର ରାଧୁଆ ଦିନେ ଭୋକ ଉପାସରେ ମନ ଦୁଃଖରେ ଘରେ ବସି ରହିଥିଲା । ଦିନ ମଜୁରିଆ କାମ ନ କଲେ ଖାଇବା ବନ୍ଦ। ତା' ସ୍ତ୍ରୀ ଛୁଆ ପିଲାମାନେ ଭୋକରେ ଆଉଟୁ ପାଉଟୁ ହେଉଥିଲେ । ଖାଲି ସେତିକି ନୁହେଁ ଘର ଛପର ହୋଇ ପାରେ ନାହିଁ । ଚାଳଘରୁ ବର୍ଷା ପାଣି ଗଳି ଘର ସାରା ସବୁଆଡେ ପାଣି ହୋଇଯାଏ । ବିଚାର ରାଧୁଆ ପିଲାଛୁଆ ଧରି ଯିବ କୁଆଡେ । ଏ ତାର କର୍ମ ଫଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦିନ କରେ ଯାହା ରୋଜଗାର କରେ ବାଜେ ଖର୍ଚ୍ଚ କରି ଉଡ଼ାଇ ଦିଏ । ସଞ୍ଚୟ ମନବୃତ୍ତି ଟିକିଏ ହେଲେ ନାହିଁ। ଭବିଷ୍ୟତର ଚିନ୍ତା ଟିକିଏ ନାହିଁ କହିଲେ ଚଳେ । ଆଜି ରାଧୁଆ ତାର ବାପାଙ୍କ ଉପଦେଶକୁ ମନେ ପକାଇ ଅନୁତପ୍ତ । ତା ବାପା କହୁଥିଲେ ପିମ୍ପୁଡି ଛୁଆଠାରୁ ତାର ଜ୍ଞାନ ବହୁତ କମ । ବର୍ଷା ଓ ଅଦିନ ଝଡିକୁ ନଜର ରଖି ପିମ୍ପୁଡି ଅନେକ ଖାଦ୍ୟ ସଞ୍ଚୟ କରି ରଖିଥାଏ। ବର୍ଷା ଆସିଲେ ସେ ଖୁସିରେ ଗାତ ଭିତରେ ରହିଥାଏ । ନିଜର ସଞ୍ଚୟ ଖାଦ୍ୟକୁ ଦରକାର ମୁତାବକ ଖାଇଥାଏ ।

   ଦିନେ ଏହି ଝଡି ବର୍ଷାରେ ରାଧୁଆର ସାନ ପୁଅ ପ୍ରବଳ ଜ୍ୱରରେ କମ୍ପିଲା । ପାଖରେ ପଇସା ନାହିଁ ଡାକ୍ତର ଖାନା ନେବ କିପରି । ମୁଣ୍ଡ ତାର କାମ କରୁ ନ ଥାଏ । ଧାଇଁ ଯାଇଥିଲା ତାର ଗାଁର ମହାଜନ ପାଖକୁ କିଛି ପଇସା କରଜ ପାଇଁ। ମହାଜନ ରୋକ୍ ଠୋକ୍ ମନା କଲେ ତୋ ପାଖରେ କଣ ଅଛି କେଉଁ ଭରଷା କରି ମୁଁ ତୋତେ କରଜ ଦେବି। ବିଚରା ରାଧୁଆ ଗୋଡ଼ ତଳେ ପଡି କାକୁତି ମିନତି ହେଲା ମହାଜନ ଶୁଣିଲେ ନାହିଁ । ବିଚରା ଆଖିର ଲୁହକୁ ଆଖିରେ ମାରି ଫେରିଲା । ନିଜ ସ୍ତ୍ରୀ ଆଗରେ ସବୁ କଥା କହିଲା। କି

ନ୍ତୁ ରୋଗ କି ଜ୍ୱର କଣ ଗରିବର କଥା ଶୁଣେ ତା ପାଇଁ ଚିକିତ୍ସା ଦରକାର । ଚିକିତ୍ସା ଅଭାବରୁ ରାଧୁଆର ସାନପୁଅ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । ସ୍ଵାମି ସ୍ତ୍ରୀ ଦୁହେଁ ବହୁତ କାନ୍ଦିଲେ। ରାଧୁଆ ଜୀବନରେ ବଡ଼ ଶିକ୍ଷା ପାଇଲା। ଆଜି ତାର ଜୀବନ ଶୈଳୀ ପରିବର୍ତ୍ତନ ଆସିଛି। ଭାଗ ଚାଷ କରି ରୋଜଗାର କ୍ଷମ ହୋଇ ପାରିଛି। ଦି ପଇସା ସଞ୍ଚୟ କରି ନିଜ ପିଲାମାନଙ୍କ ଯତ୍ନ ନେଇ ପାଠ ପଢାଇ ପାରୁଛି। ତାର ହସ ଖୁସିର ପରିବାର ଏତେ ଦୁଃଖ ଯନ୍ତ୍ରଣା ଭୋଗ କରୁନାହିଁ ।

  ଆଜି ଯେବେ ବର୍ଷା ଆସେ ରାଧୁଆ ଘରେ ଦିସେ ନାହିଁ ନିଜ ଭାଗଦିଆ ଜମିରେ ସବୁଦିନେ ଲାଗି ପଡିଥାଏ। ବେଳେ ବେଳେ ମୁଲଲାଗି ଦି ପଇସା ଅଧିକ ସଞ୍ଚୟ କରି ପାରୁଛି। କିନ୍ତୁ ଅତୀତର କାହାଣୀ ଯେତେବେଳେ ମନରେ ତାର ଉଙ୍କିମାରେ, ଆଖିର ଲୁହକୁ ଆଖିରେ ମାରି ହସିପାରେ ନା କାନ୍ଦିପାରେ। ଖାଲି ଅନୁତାପ ହୋଇ ବସି ରହେ । ମନେ ମନେ ଭାବେ ତାର ଅଳସୁଆ ପଣ ହିଁ ତା ସାନ ପୁଅର ଜୀବନ ନେଇଗଲା । ତାର ବାପା ଦେଇଥିବା ଉପଦେଶକୁ ସେ ଶୁଣି ନ ଥିଲା। ସେହି ଉପଦେଶ ଆଜି ସେ ତାର ପିଲାମାନଙ୍କୁ ଦେଉଛି ସେମାନେ କେତେ ପରିମାଣରେ ଗ୍ରହଣ କରିବେ ଆଜି ସେ ବୁଝି ପାରୁନାହିଁ । ପିଲାମାନଙ୍କୁ ଆଜି ସେ ବୁଝାଉଛି ଅଳସୁଆ ଦୁଃଖ ପାଏ। ବହୁତ ଦୁଃଖ ଯାହାକୁ କେହି କଳନା କରି ପାରିବେ ନାହିଁ । ଦିନେ ମୁଁ ଅଳସୁଆ ଥିଲି ମୋ ବାପାଙ୍କ କଥାକୁ ମାନି ନ ଥିଲି । ସେଇଥି ପାଇଁ ମୋ ଜୀବନର ଅମୂଲ୍ୟ ଧନ ମୋ ସାନ ପୁଅକୁ ହରାଇ ବସିଥିଲି । ଆଜି ପିଲାମାନେ ତାଙ୍କ ବାପାଙ୍କ କଥାକୁ ଅକ୍ଷରେ ଅକ୍ଷରେ ମାନିବାକୁ ଶପଥ ନେଇଛନ୍ତି, ସେମାନେ କେବେ ଅଳସୁଆ ହେବେ ନାହିଁ । କର୍ମଠ ହୋଇ କାମ କରିବେ । ସତରେ କର୍ମ ହିଁ ମାନବର ମେରୁଦଣ୍ଡ । ରାଧୁଆ ସୁନାର ସଂସାର ଏମିତି ଗଢି ଉଠିଲା ନିଜର ଅତୀତର ଦୁଃଖକୁ ସେ ଭୁଲିଗଲା । ଯେବେ ବର୍ଷା ଆସେ ସାରା ଦୁନିଆଁ ହସେ, ରାଧୁଆ ଏଥିରୁ ବାଦ ଯାଆନ୍ତା ବା କିପରି ! ସେଇଥିପାଇଁ ଭକ୍ତ କବି ମଧୁସୂଦନ ରାଓ ବର୍ଷା କବିତାରେ ଲେଖି ଯାଇଛନ୍ତି “ ବରଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରଷି ବାରି ” ॥ ଆଜି ରାଧୁଆ କହେ ଯେବେ ବର୍ଷା ଆସେ ସାରା ଦୁନିଆଁ ହସେ, କିନ୍ତୁ ଅଳସୁଆ ଦୁଃଖ ପାଏ ।



Rate this content
Log in

Similar oriya story from Tragedy