STORYMIRROR

Amitav Pattanaik

Abstract Others

3  

Amitav Pattanaik

Abstract Others

ଆତ୍ମ ଚିନ୍ତନ

ଆତ୍ମ ଚିନ୍ତନ

3 mins
237

ସବୁ ଖାଲି ଖାଲି ଲାଗେ ଏଇ ଖୋଲା ଆକାଶ ତଳେ। ସତରେ ମଣିଷ କଣ୍ ପାଇଁ ଆସେ, ପୁଣି କଣ୍ କରିବାକୁ । କେତେବେଳେ ମନ ପୁରି ଉଠେ ସେଇ ସୁଗନ୍ଧରେ ମତୁଆଲା ହୋଇ ତ ପୁଣି କେତେବେଳେ ହରାଇବାର ଭୟ । କଣ୍ ସତରେ ଶେଷ ସତ୍ୟ ହିଁ ମୃତ୍ୟୁ ? ହଁ ମୃତ୍ୟୁ ହିଁ ଶେଷ ସତ୍ୟ । ହେ ମୃତ୍ୟୁ ମୋତେ ତୁମେ ଆଲିଙ୍ଗନ କର । ଖାଲି ହତାଶା, ହଁ ହତାଶା । Empty drums. Yes all are empty drums. ଶବ୍ଦ ତାର ଯୋଜନ ଯୋଜନକୁ । ମନେପଡେ ଆଜି Nepoleon ଙ୍କର ସେଇ ସମ୍ଭବ ଅସମ୍ଭବର ବ୍ୟାଖ୍ୟା । ସମ୍ଭବ ହେଲେ ବି କଣ୍ ହେବ, ଅସମ୍ଭବ ହେଲେ ବି କଣ୍ ହେବ ? All are empty drums. ପାଇଗଲେ ହରାଇବାର ଭୟ, ହରାଇଲେ ପାଇବାର ଆଶା । ଏଇ ଆଶା ନିରାଶାରେ ମଣିଷ ଯେ କେତେ ମୃତ୍ୟୁ ମରୁଥାଏ, ପୁଣି କେତେ ଜନ୍ମ ଯିଉଁଥାଏ । କାମନାର ବିନାଶରେ ଦୁଃଖର ବିନାଶ, ହଁ ବିନାଶ । ଇଏ ହେଲା ବୁଦ୍ଧଦେବଙ୍କର ସେଇ ଅମୃତ ବାଣୀ । ବସ୍ତୁ ସର୍ବସ୍ବ ଏଇ ଦୁନିଆରେ ଭାରି ହାଲକା ଲାଗେ ଏ ବାଣୀ । ସତରେ କଣ୍ ବୁଦ୍ଧଦେବଙ୍କର ବାଣୀ ସତ୍ୟ ? ସତ ଲାଗେ ତ ପୁଣି ଲାଗେନାହିଁ, ପୁଣି ଲାଗେ । ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଲେ, ମୁଁ ହିଁ କେବଳ ସତ୍ୟ । ତାହେଲେ ହସ୍ତିନାପୁରର ସେହି ତେଜିୟାନ୍ ବଳବାନ୍ ମହାମାନୀ ଦୁର୍ଯ୍ୟୋଧନ କଣ୍ ମିଥ୍ୟା ? ସବୁ ସତ, ପୁଣି ସବୁ ମିଛ । only struggle for existence. ତ ମନରେ ସ୍ବତଃ ପ୍ରଶ୍ନ ଆସେ କାହିଁକି ଏ ପ୍ରହସନ ? Shakespeare ଙ୍କ ମତରେ Life is just like an onion, if you peel of layer after layer, then you will find nothing is there. ତ ପୁଣି, ଏ କଣ୍ ପ୍ରହସନ ନୁହେଁ ? 

ନିତି କୁହେ : ଧର୍ମ ନିତ୍ୟ ଏବଂ ସୁଖ ଦୁଃଖ ଅନିତ୍ୟ । ଜୀବ ନିତ୍ୟ ତଥା ଜୀବନର ହେତୁ ଅନିତ୍ୟ ।ମୁଁ କୁହେ : ପୃଥିବୀକୁ କ୍ଷତ ବିକ୍ଷତ କରି ଖୁରାରେ ନିଜ ଧୂଳି ମଳିରେ ଆକାଶ ଢାଙ୍କି ପକାଇଛି ଯୋଉ ମୁମୁର୍ଷୁ ବୁଢା ଘୋଡା, ସେ କୁଆଡେ ମୋର ବାପା । ନିଜଠୁଁ ନାଭି ନାଡ ବିଛିନ୍ନ କରି ନର୍ଦମାକୁ ଫିଙ୍ଗିଦେଇ ନିଶ୍ଚିନ୍ତ ଯିଏ, ସେ କୁଆଡେ ମୋର ମାଆ । ଆଉ ଆଙ୍ଗୁଠି କାଟି ଗିନାଏ ରକ୍ତ ନ ଦେଲେ ଯିଏ ପାଦରେ ଅଳତା ପିନ୍ଧିବନି କହୁଛି, ସେ କୁଆଡେ ମୋର ପତ୍ନୀ । 

ବୁଝିହୁଏ ନାହିଁ କେତେବେଳେ ଏଇ ପୃଥିବୀ ବିକ୍ଷୁବ୍ଧା ତ କେତେବେଳେ ଅପରାହ୍ନର ଆକାଶ ପରି ଉଦାସ । you can't predict. Yes you can't predict it. ଲିଳାବତୀଙ୍କ ଭଳି ବିଦୂଷୀ ମହିଳାଙ୍କର ଅସହଣୀ ସ୍ବାମୀ, ଶ୍ବଶୁର ଜିଭ କାଟି ଦେବା ଭଳି ଅବସ୍ଥା ଏ ସମାଜର । ଆଜିର ଏ ସମାଜ ଉପରକୁ ମୁଣ୍ଡ ଟେକିଲେ ପବନ ବି ଅପସରି ଯାଏ । ଗୋଟେ ପାଦ ମାଟିରେ ପକାଇ ଚାଲିବା ଆରମ୍ଭ କଲେ ପୃଥିବୀ ଟଳମଳ ହୁଏ । ମାଟି ଭିତରୁ ବାସୁକିର ସ୍ବର ଶୁଭେ : ଓଃ । ସବୁବେଳେ ଏମିତି ହୁଏ ମୋର । କଣ୍ ଖାଲି ମୋର ନାଁ ସମସ୍ତଙ୍କର ? କଥା ସବୁ ବିଶ୍ୱାସ ଘାତକତା କରନ୍ତି । ଶବ୍ଦମାନେ ମୋ ଜିଭରୁ ଡେଇଁପଡି ଓଲଟା ପାଦର ଡାହାଣୀ ପାଲଟି ଯାଆନ୍ତି । କେଉଁଠି ବି ମୁକ୍ତି ନାହିଁ ଜୀବନକୁ, ଜୀବନ ପକ୍ଷୀକୁ । ଆକାଶ ବାହାରର ଆକାଶକୁ ଉଡିଯାଉ ନାଁ କାହିଁକି, ସେଠି ବି ମୁକ୍ତିର ମାର୍ଗ ନାହିଁ । ନୀରବତାଠୁ, ଶବ୍ଦଠୁ, ଏପରିକି ତୁମେଠୁ, କାହାରିଠୁ ନିସ୍ତାର ନାହିଁ । ନୀରବତାଠୁ ନିସ୍ତାର ନଥିଲା, ନିସ୍ତାର ନଥିଲା ଶବ୍ଦଠୁ । ଏବେ ତୁମଠୁ ନିସ୍ତରିଲେ ପୁଣି ସେଇ ନୀରବତା । ସେଇ ଶବ୍ଦ, ସେଇ ତମେ, ପୁଣି ଥରେ ମିଳୁ ନଥିବା ମୁକ୍ତିର ଭ୍ରମରେ । 

ଶରୀର ମୋର, କିନ୍ତୁ ମୁଁ ଶରୀର ନୁହେଁ । ମନ ମୋର, କିନ୍ତୁ ମୁଁ ମନ ନୁହେଁ । ବୁଦ୍ଧି ମୋର, କିନ୍ତୁ ମୁଁ ବୁଦ୍ଧି ନୁହେଁ । ତେବେ ମୁଁ କିଏ ? କଣ୍ ବିବେକ ଦ୍ବାରା ନିଜ ସ୍ବରୁପର ବୋଧ ସମ୍ଭବ ? Yes, we all are guided by our consciences. ସତରେ କଣ୍ ଆମେ ସମସ୍ତେ ବିବେକ ଦ୍ବାରା ପରିଚାଳିତ ହେଉଅଛେ ? ନା ! ଆଜିର ଏ ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ସୁବିଧାବାଦି ହୋଇପଡିଛେ । ସୃଷ୍ଟି ମଧ୍ୟରେ ସାର ଅସାରକୁ ନିତ୍ୟ, ଅନିତ୍ୟକୁ ଜଡ ଓ ଚେତନକୁ କେବଳ ବିବେକ ଦ୍ବାରା ହିଁ ଅଲଗା କରିହେବ । ବିବେକର ଅଭାବ କାରଣରୁ ଜଗତରେ ଦୁଃଖ, କ୍ଳେଶ, ଅନର୍ଥର ପ୍ରାଦୁର୍ଭାବ । ବିବେକର ଅଭାବ କାରଣରୁ ଆମେ ଯାହା ତାହା ଆମେ ଜାଣୁନା ଏବଂ ଆମେ ଯାହା ନୋହୁଁ ତାହାକୁ ଅର୍ଥାତ୍ ଶରୀରକୁ ମୁଁ ବୋଲି ଗ୍ରହଣ କରିନେଇଛୁ । ଆମେ ସମସ୍ତେ ମୁଁ ସର୍ବସ୍ବ ହୋଇଯାଇଛେ । ବିବେକ ଉଦୟ ହେଲେ ନଶ୍ବର କଣ, ଶାଶ୍ଵତ କିଏ, ଅନିତ୍ୟ ନିତ୍ୟ କଣ ବୁଝି ହୁଏ ଏବଂ ଶାଶ୍ଵତର ପ୍ରାପ୍ତି ପାଇଁ ମନ ବିଚଳିତ ହୁଏ । 

ଆମେ କଣ୍ ଦୁନିଆକୁ ଆସିଛେ ଅର୍ଥ ରୋଜଗାର କରି, ମଉଜ୍ ମଜଲିସ୍ ସହ ଘର ସଂସାର କରି, ସନ୍ତାନ ସନ୍ତତି ଉତ୍ପାଦନ କରି ମରିଯିବା ପାଇଁ, ବରଂ ସତ୍ୟ-ଅସତ୍ୟ ମିଥ୍ୟା ଏବଂ ଶାଶ୍ଵତ ଭିତରେ ବିବେକ ଦ୍ବାରା ପରିଚାଳିତ ହୋଇ ମୁକ୍ତି ପାଇବା ପାଇଁ । ଆମେ ଦିନ ରାତି ବିବେକକୁ ଆଚ୍ଛାଦିତ କରି କାର୍ଯ୍ୟ କରୁଛୁ ତେଣୁ କରି କରି ମରୁଛେ ପଛେ କର୍ତ୍ତବ୍ୟର ଅନ୍ତଃ ହେଉନାହିଁ ଆଉ ଯେତେ ପାଇଲେବି କାମନା ବାସନାର ମଧ୍ୟ ଅନ୍ତଃ ନାହିଁ।



Rate this content
Log in

Similar oriya story from Abstract