STORYMIRROR

Amitav Pattanaik

Others

3  

Amitav Pattanaik

Others

ନିରୁପାୟ

ନିରୁପାୟ

3 mins
124

ବାପା, ବାପା ଏ ବାପା ଜାଣିଛ ନାଁ ଆଜି ଆମ ସ୍କୁଲରେ ସାର୍ କହିଛନ୍ତି ନୂଆ ବର୍ଷକୁ ପିକନିକ୍ ଯିବାପାଇଁ । ଆଉ ଯିଏ ଯିଏ ଯିବ ଘରୁ ପଚାଶ ଟଙ୍କା ଲେଖାଏଁ ଆଣିବାକୁ । ବାପା ଏ ବାପା ମୁଁ ପିକନିକ୍ ରେ ଯିବି । 

ଆରେ ତୁ ଛୋଟ ଛୁଆଟା, ପିକନିକ୍ ଫିକନିକ୍ ଯାଇପାରିବୁନି ।

ହଁ ଛୋଟ ଛୁଆ ନାଁ ଆଉ କଣ୍ ? ମୁଁ ସପ୍ତମରେ ଆସି ପଢିଲିଣି, ତମେ କହୁଛନାଁ କଣ୍ ମୁଁ ଛୋଟ ଛୁଆ । ଆଉ ବାପା ଜାଣିଛ ନାଁ ତମେ ମୋତେ ଯୋଉ ଇଂଲିଶ ଗ୍ରାମାର୍ ପଢେଇ ନଥିଲ, ମୁଁ ଆଜି ସ୍କୁଲରେ ସାରଙ୍କ ଆଗରେ, ଆକ୍ଟିଭ୍ ଭଏସ୍ କୁ ପାସିଭ୍ ଭଏସ୍ ଆଉ ପାସିଭ୍ ଭଏସ୍ କୁ ଆକ୍ଟିଭ୍ ଭଏସ୍ କରି ଯେମିତି ବୁଝେଇଲି ନା, ସାର୍ ମୋତେ ଆଶ୍ଚର୍ଯ୍ୟ ହେଇ ପଚାରିଲେ, ହଇରେ ଲୋଚନ ମୁଁ ତ କ୍ଳାସ୍ ରେ ଏତେ ପଢାଇ ନଥିଲି, ତୁ ଏତେ ସବୁ ଜାଣିଲୁ କେମିତି ? ମୁଁ କହିଲି ମୋତେ ଏସବୁ ମୋ ବାପା ପଢେଇଛନ୍ତି । ଆଉ ଜାଣିଛନା ବାପା ତାପରେ ସାର୍ କହିଲେ, ବୁଝିଲୁରେ ଲୋଚନ ତୋ ପରିକା ମେଧାବୀ ପିଲା ଏ ଓଡିଆ ସ୍କୁଲରେ ନପଢି କୋଉ ଗୋଟେ ଭଲ ଇଂଲିଶ୍ ମିଡିୟମ୍ ସ୍କୁଲରେ ପଢିବା କଥା । ସେଇଠୁ ମୁଁ ସାର୍ ଙ୍କୁ ପଚାରିଲି, ତାହେଲେ ଆପଣ କାହିଁକି ଇଂଲିଶ୍ ମିଡିୟମ୍ ସ୍କୁଲରେ ପଢେଇଲେନି ?

ବାବୁରେ, ମୁଁ ସିନା ମୋ ପେଟ ପାଟଣା ପାଇଁ ଏ ସ୍କୁଲରେ ପାଠ ପଢାଉଛି, ନହଲେ ମୁଁ ତ ପୁଣି ମୋ ପିଲାଙ୍କୁ ଇଂଲିଶ୍ ମିଡିୟମ୍ ସ୍କୁଲରେ ପଢଉଛି । 

ବାପା, ବାପା ମୋତେ ଇଂଲିଶ୍ ମିଡିୟମ୍ ସ୍କୁଲରେ ପଢାଅନା !


ହରଗୋବିନ୍ଦ ଖୁରାନା କଣ୍ ଆଉ ମିଛଟାକୁ ନୋବେଲ୍ ପ୍ରାଇଜ୍ ପାଇଥିଲେ, ତୁ ତ ମୋରି ପୁଅ ଆଉ ମୋରି ଜିନ୍ । କେମିତିକା ପୁଅକୁ ଆଉ ବୁଝାଇବି !


ଆଜି ମୋର ଚାକିରୀ ଖଣ୍ଡକ ନାହିଁ । ତେଲିଆ ମୁଣ୍ଡରେ ତେଲ, ଆଉ ଆମେ ସବୁ ଏଠି ନୁଖୁରା । କୃଷ୍ଣ ସାମଲ ଶଳା ହାଡି କି ବାଉରୀ କୋଉ କୋଟା ଫୋଟାରେ ଚାକିରି ପାଇ ଆଜି ଅଫିସର ଦେଖଉଛି । ଶଳା ଜାତି ଯେମିତି ଛୋଟ, ଶଳାଟାର ମଧ୍ୟ ସବୁତକ ଛୋଟ ବୁଦ୍ଧି । ମୁଁ ଯାହା ବ୍ରାହ୍ମଣ ହେଇ, ଏ ଶଳାର ସେବା କରୁଛି । କଣ୍ ଆଉ କରିବି, ପୁଅର ସାର୍ କହିଲା ପରିକା ପେଟ ପାଟଣା କଥା ।


ମୁଁହ ସନ୍ଧ୍ୟା ହୋଇ ଅନ୍ଧାର ହେଇ ଆସୁଥାଏ । ସେଦିନ ସେ ଅନ୍ଧାର ରାତିରେ କୃଷ୍ଣ ସାମଲ ଓ ମୁଁ ଜିପ୍ ଭିତରେ । ଜିପ୍ ର ହେଡ୍ ଲାଇଟ୍ ଆଗରେ କଳା ମଚମଚ୍ ଦୁଇଜଣ ଆଦିବାସୀ ତରୁଣୀ, ମୁଣ୍ଡରେ ତେଲ ଜରଜର ଲାଲ୍ ରିବନ ବାନ୍ଧି ଉତ୍କଟ ହଳଦିଆ କପଡାର ଲୁଗା ପିନ୍ଧିଥିବା ଚିକ୍କଣ କଳା ଦେହ । ଏ ଶଳା କୃଷ୍ଣ ସାମଲଟା ପୁରା ଆଇଁସିଣିଆ ଲୋକ । ମୋତେ କହିଲା, ସାଗର୍ ବ୍ରେକ୍ ଦେ ।


ସାର୍, ଚାଲନ୍ତୁ ଏଠି ରହିବାନି ଆଉ, ମୋର ବି ଘରକୁ ଗଲେ ଅନେକ କାମ, ପୁଣି ପୁଅ ବି ମୋତେ ଅପେକ୍ଷା କରିଥିବ ତାକୁ ପାଠ ପଢାଇବାକୁ ।


ଚଢା ଗଳାରେ କୃଷ୍ଣ ସାମଲ କହିଲା, ଚୁପ୍ ଶଳା, ବେଶି କଥା କହୁଛୁ । ହଇରେ ଏଭଳିଆ ଦେଶି ମାଲ୍ କୁ କେମିତି ଛାଡ଼ିକି ଯିବିରେ ?


ଜିପ୍ ରଖିବା ମାତ୍ରେ କୃଷ୍ଣ ସାମଲ ଝାମ୍ପି ପଡିଲା ସେମାନଙ୍କ ଉପରକୁ । ଶଳାଟାର ନାଁ କୃଷ୍ଣ ଆଉ କୃଷ୍ଣ କଳା ବି ଭରପୁର୍ ତା ପାଖରେ । ନହେଲେ କଣ୍ ତାଙ୍କ ସାଙ୍ଗରେ ରେଟ୍ ପତ୍ର କରି ଫୁସଫାସ୍ ହେଲା ଆଉ ସେମାନଙ୍କୁ ଟେକିନେଲା ଜଙ୍ଗଲ୍ ବୁଦା ଉହାଡକୁ ।


ଦିଜଣ ଯୁବତୀଙ୍କୁ ନେଇ ଗହଳ ବଣ ଭିତରକୁ ପଶିଗଲା ବେଳେ, ଥରେ ପଛକୁ ମତେ ଅନାଇ, ତାର ସେ ହସ ବଡ ଅଶ୍ଲୀଳ ଦିଶିଲା । ପ୍ରବଳ ଆଛନ୍ନତା ଭିତରେ ବି ଗୋଟେ ବଡ ଝଟକା ଲାଗିଲା ମୋତେ । ଏ କଣ୍ ଦେଖୁଛି ମୁଁ ?


କୃଷ୍ଣ ସାମଲ ପଶୁରୁ ମଣିଷ ପାଲଟି ବଣରୁ ଫେରିଲା ବେଳକୁ ମନେ ମନେ କାନ୍ଦି ଉଠି ପ୍ରଚଣ୍ଡ ଶୋଧୁଥିଲି ମୁଁ ସରକାରଙ୍କୁ । ଏଠି ସରକାରଙ୍କର ଯୋଜନା ପରେ ଯୋଜନା, ଆଉ ମୋ ମା ଭଉଣୀଙ୍କର ଇଜ୍ଜତ୍ ବିକ୍ରି ହୁଏ ଏଠି କେତେଟା ଟଙ୍କାରେ । ବାସ୍ ତାପରେ ମୋପରି ଗୋଟେ ସମ୍ବେଦନଶୀଳ ଲୋକ ସମ୍ଭାଳିବ ବା କିପରି ? ରାଗ ଜର୍ଜରିତ ହୋଇ ଅଫିସର ହେଲେବି କୃଷ୍ଣ ସାମଲ ଉପରେ ଞାନ ବାଣୀ ପରେ ବାଣୀ ବର୍ଷା କରି ଚାଲିଲି । ଆଉ ତାର ଫଳ ଆଜିର ଏ ଅବସ୍ଥା, ଯାହା ଖାଲି ପୁଅ ମୁହଁକୁ ଚାହିଁ ରହିଲି...



Rate this content
Log in