ଆସ୍ତିକ୍ (ଭାଗ -୪୮)
ଆସ୍ତିକ୍ (ଭାଗ -୪୮)
ଯାହାର ଫଳସ୍ୱରୂପ ତାଙ୍କୁ ନିଜ ଝିଅକୁ ମଧ୍ୟ ହରେଇବାକୁ ପଡ଼ିଥିଲା । ତ ଅଧିକ ଲୋଭ ଯେ ତାଙ୍କ ପାଇଁ ହାନିକାରକ ରହିଲା, ସେଇଟା ସେ ବୁଝି ପାରିଲେ ସତ ହେଲେ ବୁଝିଲା ବେଳକୁ ସବୁକିଛି ସରିଯାଇଥିଲା । ତାଙ୍କ ହାତରେ ଆଉ କିଛି ବି ନଥିଲା ।
ପରେ ସେ ଚିତ୍କାର କରି ଭୋ ଭୋ ହେଇ କାନ୍ଦି ବସିଲେ, ଏବଂ କହିଲେ ମୋ ଭୁଲ୍ ପାଇଁ ମୁଁ ମୋ ଛୁଆକୁ ପୁଣି ହରେଇଲି । ମୁଁ ପ୍ରକୃତରେ ଗୋଟେ ଭଲ ମା' ନୁହେଁ । ମୁଁ ମା' ନା ରେ ଗୋଟେ କଳଙ୍କ। ମୁଁ ଗୋଟେ ଏମିତି ମା' ଯିଏକି ନିଜ ଛୁଆକୁ ଖାଇବାକୁ ତ ଠିକ୍ ସମୟରେ ଦେଇ ପାରିଲା ନାହିଁ । ପରେ ପରେ ପୁନଃ ତାକୁ ପାଇକି ବି ପାଇ ପାରିଲା ନାହିଁ । କି ଭାଗ୍ୟରେ ଜନ୍ମ ଯେ ଏ ଜୀବନଟା ନା ନିଜ ସ୍ବାମୀର ହେଇ ପାରିଲା ନା ପରିବାରର ହେଇ ପାରିଲା ନା ଯେଉଁ ନିଷ୍ପାପ ଛୁଆଟି ପାଇଁ ସେ ସମସ୍ତଙ୍କୁ ଛାଡିଦେଲା ଶେଷରେ ସେ ଛୁଆର ହେଇ ପାରିଲା । ଆଉ କ'ଣ ବା ବାକି ରହିଲା ଏ ଜୀବନରେ ? ଏବେ ତ ଖାଲି ମୃତ୍ୟୁର ଅପେକ୍ଷା ।
ଏତିକି ଶୁଣିବା ପରେ ରାଘବ ଭାବୁଛନ୍ତି କ'ଣ ମୁଁ ଏତେ ଚେଷ୍ଟା କରି ଯାହାଙ୍କୁ ମୃତ୍ୟୁ ମୂଖରୁ ଛଡେଇ ଆଣିଲି ସେ ପୁଣି ମୃତ୍ୟୁ ମୂଖକୁ ଚାଲିଯିବେ । ମୁଁ କ'ଣ ସତରେ କିଛି କରି ପାରିବି ନାହିଁ ।
କ'ଣ ମୁଁ ମୋ ଆଖି ଥାଉ ଥାଉ ସବୁ ଏଇ ଦୁଇ ଆଖିରେ ଚୁପ୍ ଚାପ୍ ଦେଖିବି ଅଥଚ କିଛି ବି କରି ପାରିବି ନାହିଁ । କ'ଣ ତାଙ୍କୁ ହସି ହସି ମରଣକୁ ବରଣ କରୁଥିବାର ଦେଖି ନୀରବ ରହିଯିବି । ନା ଆଉ କାହା କଥା ମୁଁ କହି ପାରିବିନି କିନ୍ତୁ ମୋ ଜାଣିବାରେ ମୁଁ ଜଣଙ୍କୁ ବଞ୍ଚଉ ବଞ୍ଚଉ ହଠାତ୍ ମରଣ ମୂଖକୁ ପୁଣି ଠେଲିଦେଇ ପାରିବି ନାହିଁ। ସେ ଯାହା ହେଉ ନା କାହିଁକି ମୁଁ ତାଙ୍କ ପାଇଁ କିଛି ବାଟ ନିଶ୍ଚିନ୍ତ ବାହାର କରିବି ।
ଅନ୍ୟ ସମସ୍ତଙ୍କ କଥା ସଂପୂର୍ଣ୍ଣ ଅଲଗା ଥିଲା, କାରଣ ସେଇ ଦୁଇଟି କଥାକୁ ଯଦି ମୁଁ ଦେଖିବି ତେବେ ସେଠି ଧନ ସଂପତ୍ତି ପାଇଁ ସ୍ବାର୍ଥ ଥିଲା କିନ୍ତୁ ଏ ନାରୀଙ୍କ କଥା ଯଦି ଦେଖେ ତ ତେବେ ଏଇଟା ସଂପୂର୍ଣ୍ଣ ବାରି ହେଉଛି ଯେ ତାଙ୍କ ପାଖରେ ସମ୍ପତ୍ତିକୁ ନେଇକି କୌଣସି ପ୍ରକାର ଲୋଭ ନଥିଲା ବରଂ ସେ ନିଜର ପରିବାର ସହିତ ରହିବାକୁ ଚାହୁଁଥିଲେ ଯାହାକି ତାଙ୍କର ପ୍ରାପ୍ୟ ଥିଲା ତାଙ୍କ ସହିତ ଅନ୍ୟାୟ ନିହାତି ଭାବରେ ହେଇଥିଲା । ଝିଅଟିଏ ଜନ୍ମ କରିବା କ'ଣ ତାଙ୍କର ଭୁଲ୍ ଥିଲା ଯେ ତାଙ୍କୁ ଏତେ ବଡ ଦଣ୍ଡ ମିଳିଗଲା । ନା ମତେ ଯାହାବି ହେଉ ପଛକେ ତାଙ୍କ ପାଇଁ କିଛି ନା କିଛି କରିବାକୁ ପଡ଼ିବ । ମତେ ତାଙ୍କୁ ମରଣ ମୁହଁରୁ ହଟେଇ ନୂଆ ଜୀବନକୁ ବଞ୍ଚିବାର ଆଶା ଦେଖେଇବାକୁ ପଡ଼ିବ । ଆଉ ମୁଁ ଏବେ ହିଁ ଏ ପ୍ରୟାସରେ ଲାଗିଯିବି ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।
