STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଆଶା ର ଶିଖା -ରୀତା ଅପରାଜିତା

ଆଶା ର ଶିଖା -ରୀତା ଅପରାଜିତା

2 mins
495

ନେହା ଜୀବନ ବହୁତ ଖୁସି ରେ କଟୁଥିଲା । ବହୁତ ଭଲ ନମ୍ବର ରଖି ସେ +3 ବିଜ୍ଞାନ ରେ ପାସ କରିଥିଲ। ଆଗକୁ ଅନେକ କିଛି କରିବାର ସ୍ୱପ୍ନ ତା ଆଖିରେ ଝଲମଲ କରୁଥିଲ। ଅନେକ କିଛି ସ୍ୱପ୍ନ ଥିଲା ତା ମନରେ। ସେ ଭଲ ଅଧ୍ୟାପିକା ହେବାକୁ ପରିକଳ୍ପନା କରିଥିଲ। ଅନିକେତ ତା ଉପର ବ୍ୟାଚରେ ପଢ଼ନ୍ତି।ସେ ବି ତାକୁ ବହୁତ ଭଲ ପାଆନ୍ତି।ନେହଙ୍କୁ ତାଙ୍କର ବ୍ୟବହାର କଥା ବାର୍ତ୍ତା ସବୁ ଭଲଲାଗୁଥିଲା । ସେ ତାଙ୍କ ଘରକୁ ବି ଯାଇଛି। ମାଉସୀ ମଉସା ବି ବହୁତ ଭଲ । ସବୁ ଆଡ଼ ସବୁଜ ସବୁଜ ଲାଗୁଥିଲା । ତା ନୂଆ କ୍ଳାସ ଉପର ବ୍ୟାଚରେ ରାଘବ ବୋଲି ବଦମାସ ସିନିୟର ତାକୁ ଅନୁସରଣ କରୁଥିଲା ସବୁବେଳେ । ନେହା ତାକୁ ଜମା ଧ୍ୟାନ ଡ଼େଉଁଥିଲା। ସେ ତା ସାଙ୍ଗମାନଙ୍କ ସହ ତାକୁ କମେଣ୍ଟ ପାସ କଲା।

ନେହା ସେଦିନ ତାକୁ କହିଦେଇଥିଲା । କାହା ଆଣିଛl ସତ୍ତେ କାହା ପଛରେ ପଡିବା ଠିକ ନୁହେଁ। ରାଘବ କୁ ନେହା କଥା ବହୁତ ବାଧିଲା। ସେ ବହୁତ ମିଛ ସତ କହିଥିଲା ତା ସାଙ୍ଗ ମାନଙ୍କୁ । ସେ ଦିନରୁ ସେ ନେହା ସହ ପ୍ରତିଶୋଧ ନେବା ପାଇଁ।ଚୋଟ ଲାଗିଥିବା ବାଘ ପରି ଖାଲି ଫଂ ଫଂ ହେଉଥିଲା। ସେଦିନ ନେହାର ଜନ୍ମଦିନ ଥିଲା । ସେ ବହୁତ ଖୁସି ଥିଲା।ଶିବ ମନ୍ଦିର ଯାଉଥିଲା । ବହୁତ ମୁଷଳ ଧାରାରେ ବର୍ଷା ପଡୁଥିଲା ।ରାସ୍ତା ଘାଟ ପୁରା ଶୁନ୍ ସାନ ଥିଲା। ସେ ଘରକୁ ଜଲଦି ଜଲଦି ଫେରିବ। ଏଇ ଫ୍ରକ ବଦଳେଇ ନୂଆ ଘାଘରl ପିନ୍ଧିବାର ଇଚ୍ଛା ତା ମନରେ ଭଉଁରୀ ଖେଳୁଥିଲା। ଅନିକେତ ବି ଫୋନ କରିଥିଲା ନେହା ତୁମେ କେଉଁଠି ଏଇ ଶିବ ମନ୍ଦିର ଆସିଛି ପୂଜା ପାଇଁ। ସ୍କୁଟି ରଖି ରଖୁ ଲାଗିଲା କିଏ ଯେମିତି ତାର ପିଛା କରୁଛି। ଫୁଲ ଡ଼ଲl ଆଣିବାକୁ ଡିକି ଖୋଲିବାକୁ ଗଲାବେଳେ ରାଘବ ପଛ ପଟୁ ଆସି ତା ମୁହଁ ରେ ଏସିଡ ଢାଳିଦେଇଛି। ନେହା ମତେ ବଞ୍ଚlଅ ବୋଲି ଚିତ୍କାର କରି କରି ବେହୋସ ହେଇଯାଏ। ହୋସ ଆସିଲା ବେଳକୁ ମୁହଁ ସାରା ପ୍ଲାଷ୍ଟର ଗୋଡେଇ ନିଜକୁ ହସ୍ପିଟାଲ ବେଡ଼ ରେ ପାଏ।ଛଅ ମାସ ବିତିଗଲାଣି କୁଆଡେ ସେ ସେତେଦିନ ଧରି ଅଚେତ ଥିଲା । ଚିକିତ୍ସା ଚାଲିଥିଲା ।ଘର ଲୋକେ ତା ସାଙ୍ଗ ଲିଜା ସମସ୍ତେ ସେଠି ଉପସ୍ଥିତ ଥିଲେ ।ହେଲେ ସେ ମନେମନେ ଆଉ ଜଣଙ୍କୁ ଖୋଜୁଥିଲl । ମା କହିଲେ ତୁ ଯାହା ଖୋଜୁଛୁ ସେ ଆସିବିନି। ସେ ଘରକୁ ଆସିଥିଲା ବାପାଙ୍କ ଠୁ କ୍ଷମା ମାଗିନେଇଛି। ମୁଁ ନେହା କୁ ଦୟା କରି ମୋ ଜୀବନରେ ନେଇପାରେ ଆଉ ଭଲପାଇପାରିବିନି। ତା ଚେହେରା ତ ପୁରା ପୁରି ବିକୃତ ହେଇଯାଇଛି। ବାପା ବି ମନା କରିଦେଲେ ମୋ ଝିଅକୁ କାହାର ଦୟା ଦରକାର ନାହିଁ ।ମୁଁ ଅଛି ତା ପାଇଁ। ବାପା

ତମେ ଠିକ କହିଛ। ସେଇ ମିଛ ରୂପର ପ୍ରେମ ରେ ପଡିଥିଲା।ଭଲହେଲl ମୋ ଭମ୍ର ଭାଙ୍ଗି ଗଲା । ନେହା ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଅନେକ ଠିକ ହେଇଛି। ସେ ଅନ ଲାଇନ କୋର୍ସ ଜରିଆ ରେ ବାକି ପାଠ ପୁରା କରେ। ପୁଣି PG ରେ ନାଁ ଲେଖାଏ। ସେଠି ପୁରା ଭାରତ ବର୍ଷ ରେ top କରେ।ତା ଇଚ୍ଛା ଶକ୍ତି ତାକୁ ହାରିବାକୁ ଦେଇନି। ସେ ନେଟ ରେ qualify କରେ। ଭଲ କଲେଜ ରେ ଅଧ୍ୟlପିକା ଭାବେ ଯୋଗ ଦିଏ। ବହୁତ ସୁନ୍ଦର ତା ସ୍ୱର ସେ କଲେଜ କାର୍ଯ୍ୟକ୍ରମ ରେ ଗାଇଥିଲା -କହିଁ ସେ ହର ଚେହେରା ତୁମ ଜେସା ଲଗତା ହେ ।ତୁମକୁ ଭୁଲ ନା ପାଏଙ୍ଗେ ଏସା ଲଗତା ହେ।

ସେଠି ସମସ୍ତେ ମନ୍ତ୍ର ମୁଗ୍ଧ ହେଇ ଶୁଣୁଥିଲେ । ନେହା ସେବେଠୁ ପଛ ଫେରି ଚାହେଁନି। ଘରେ ବାହାରେ ସମସ୍ତେ ତାକୁ ଭଲ ପାଆନ୍ତି।ସେ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ସାହାଯ୍ୟ କରେ। ତା ମେଳାପୀ ସ୍ଵଭାଵ ପାଇଁ କଲେଜ ରେ ସବୁଠାରୁ ପ୍ରିୟ ଅଧ୍ୟlପିକା।ନିଜ ଚେହେରା ପାଇଁ ଅତୀତ ପାଇଁ ନେହା ହlରିନି ଗୋଟିଏ ଆଦର୍ଶ ପାଲଟିଛି ସମସ୍ତଙ୍କ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational