STORYMIRROR

Aminilu Ray

Abstract

2  

Aminilu Ray

Abstract

ଆନନ୍ଦାଶ୍ରୁ

ଆନନ୍ଦାଶ୍ରୁ

1 min
359

   ସକାଳ ନ ହେଉଣୁ ଅନାମ ମୂଲିଆଙ୍କ ସହ ମିଶି ବିଲରେ କାମ କରୁଥିବାର ବ୍ରଜବାବୁ ଟିକେ ଦୂରରୁ ଦେଖି, ଯଲ୍ଦି ଯଲ୍ଦି ଘରକୁ ଫେରିଆସି, ଆଖିର ଦୁଇ କୋଣରୁ ଝରିଆସୁଥିବା ଖୁସିର ଲୁହକୁ ଗାମୁଛାରେ ପୋଛି, ହସି ହସି ସୁନାନାକୀ ବୋହୂକୁ ପାଖକୁ ଡାକି କହିଲେ--ଗୋଟେ କଥା ଜାଣିଛୁ ମା’, ଆମ ଅନାମ ମୂଲିଆମାନଙ୍କ ସହ ବିଲରେ କାମ କରୁଥିବାର ମୁଁ ନିଜ ଆଖିରେ ପରା ଦେଖିଆସିଲି । ମୁଁ ଆଜି ବହୁତ ଖୁସି । ଖୁସିରେ ମୋ ପାଦ ତଳେ ଲାଗୁନି ଯେମିତି ।

         ଅନୀତା ସବୁ ଶୁଣି ଖୁସିର ଲୁହକୁ ପଣତକାନିରେ ପୋଛି ସ୍ମିତ ହସି କହିଲା- ବାପା, ତମେ ଆଉ ବିଲକୁ ଯିବନି । ଆଜିଠାରୁ ବିଲବାଡି କଥା ସେ ବୁଝିବେ । ତମେ ଏଥର ବିଶ୍ରମ ନେବ । ଆସନ୍ତା ବର୍ଷ ଆମେ ରୀମାର ବାହାଘର ବଡ ଧୁମ୍ଧାମ୍ରେ କରିବା । ଧୋଇହୋଇ ବସ, ମୁଁ ଚା’ ଜଳଖିଆ ଆଣୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract