STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଆମ ବନ୍ଧୁତା ଅମର

ଆମ ବନ୍ଧୁତା ଅମର

3 mins
521

ଗୋଟିଏ ଦେଶରେ ଗୋଟିଏ ପୁଅ ଟିଏ ଥିଲା । ସେ ପ୍ରବଳ ଦୁଷ୍ଟାମି କରେ । ତା'ର ଦୁଷ୍ଟାମି ର କଥା କହିଲେ ନ ସରେ । ଯାହା ଜିଦ୍ କରୁଥିଲା ତାହାହିଁ କରୁଥିଲା ଏବଂ ଯାହା ଚାହୁଁ ଥିଲା ତାହା ନ ପାଇବା ପର୍ଯ୍ୟନ୍ତ ଛାଡ଼ୁ ନଥିଲା । ଯିଏ ତାକୁ ଲାଗୁଥିଲା ସେ ତାକୁ କଳେବଳେ କୌଶଳେ ନ ଲାଗି ଛାଡ଼ୁ ନଥିଲା । ଯିଏ ତାକୁ ପଦିଏ କହୁଥିଲା ସେ ତାକୁ ଦଶପଦ କହୁଥିଲା । ଏମିତିକି ସେ ଦୁଷ୍ଟାମି ର ସୀମା ପାର ହୋଇ ଯାଇଥିଲା । ଦିନରେ କାହାକୁ ବସେଇ ଦେଉନଥିଲା କି ରାତିରେ କାହାକୁ ଶୁଆଇ ଦେଉ ନଥିଲା । ଏମିତି ଦୁଷ୍ଟାମି କରୁ କରୁ ସେ ପଦାର୍ପଣ କଲା ମହାବିଦ୍ୟାଳୟ ସ୍ତରରେ । ମହାବିଦ୍ୟାଳୟ ସ୍ତରରେ ପଦାର୍ପଣ କଲା ମାତ୍ର ତାର ଦୁଷ୍ଟାମି ଯେମିତି କୁ ସେମିତି ଥାଏ ନାଁ ତା'ର ଥାଏ ଡର ନାଁ ଥାଏ ତା ନିକଟେ ଭୟ । କିନ୍ତୁ ଦିନକର ଘଟଣା ସେ ନୂଆ ସାଙ୍ଗ ମାନଙ୍କ ସହିତ ମିଶୁ ମିଶୁ ପାଇଗଲା ଗୋଟିଏ ମୂଲ୍ୟବାନ ପଦାର୍ଥ_ସେ ହେଲା "ପ୍ରକୃତ ବନ୍ଧୁ"।ସେ ଆକାଶ ଠାରୁ ବେଶୀ ଉଦାର , ସାଗର ଠାରୁ ଯାର ବନ୍ଧୁତା ଗଭୀର, ହୀରା ପରି ତା'ର ବନ୍ଧୁତା ସଦାସର୍ବଦା ଜାଜୁଲ୍ୟମାନ । ଯାହା ନିକଟରେ ସର୍ବଦା ଭାରି ରହିଥାଏ ପ୍ରେମ । ସୁନା କୁ ନିଆଁ ରେ ପକାଇଲେ ଯେପରି ତାର ସୁନ୍ଦରତା କମି ନ ଥାଏ ବରଂ ବଢ଼ିବାରେ ଲାଗିଥାଏ । ଠିକ୍ ସେହିପରି ତାର ବନ୍ଧୁତା କେବେ କମିବାର କଥା ଉଠେ ନାହିଁ । ବରଂ ଦିନକୁ ଦିନ ବଢ଼ିବାରେ ଲାଗିଥାଏ। ଏପରି ବନ୍ଧୁ ସଂସ୍ପର୍ଶରେ ଆସିବା ପରେ ଧିରେ ଧିରେ କୋଇଲା ହୀରା ପାଲଟିବାରେ ଲାଗିଲା । ଅର୍ଥାତ୍ ସେ ଦୁଷ୍ଟ ଧିରେ ଧିରେ ବଦଳିବକୁ ଲାଗିଲା ଏବଂ ତାର ଚମକ ରେ ଚାରିଆଡ଼େ ଚମକେଇ ଉଠିଲା । ସେ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ଆରମ୍ଭ କଲା ସେ କାର୍ଯ୍ୟ ରେ କାହାର ହାତ ଥାଉ କି ନଥାଉ ମାତ୍ର ତାର ବନ୍ଧୁର ହାତ ସର୍ବଦା ଥିଲା ଏବଂ ଅନ୍ୟମାନେ ବାରଣ କଲେ ମଧ୍ୟ ତାର ବନ୍ଧୁତା ର ହାତ ସେ ଛାଡ଼ୁ ନଥିଲା । ସେ ହେଉ ଅବା ପାଠ ରେ, ଅବା ସାଠ ରେ , ଖେଳରେ ହେଉକି କୁଦ ରେ । ପ୍ରତି କାର୍ଯ୍ୟରେ ଦୁଇଜଣ କୁ ସର୍ବଦା ଦେଖିବାକୁ ମିଳୁଥିଲା ।


ଦିନକର ଘଟଣା ଗୋଟିଏ ବିଷୟକୁ ବୁଝିବା ପାଇଁ ଏକା ସାଙ୍ଗରେ ଅଧ୍ୟାପିକା ଙ୍କ ନିକଟକୁ ଯିବା ପାଇଁ ସ୍ଥିର ହୋଇଥିଲା ଦୁହିଁଙ୍କ ମଧ୍ୟରେ। କିନ୍ତୁ ତାର ସାଙ୍ଗ ତାକୁ ଅପେକ୍ଷା କରି କରି ବ୍ୟସ୍ତ ହୋଇଯାଇଥାଏ । କାରଣ ଏତେ ଡେରି ହେଉଛି କାହିଁକି ତାର ଆସିବାର। ଆଉ ମଧ୍ୟ ଗୋଟିଏ କାରଣ ସେ ପାଠ ବୁଝି ସାରି ଗାଁ କୁ ଯିବ ଏବଂ ଗାଁ କୁ ଯିବା ପାଇଁ କେବଳ ଗୋଟିଏ ବସ୍ । କିନ୍ତୁ ତା'ର ସାଙ୍ଗ ର ଏପରି ବିଳମ୍ବ ଦେଖି ସେ ତଥାପି ଅପେକ୍ଷା କରି ରହିଥାଏ ତା'ର ଆସିବା ବାଟକୁ । ତା'ର ସାଙ୍ଗ ଆସିଲା ମାତ୍ର ସେ ଉପରେ ନ ରାଗି ଅଭିମାନ ନକରି ଦୁହେଁ ପାଠ ବୁଝିବା ପାଇଁ ଏକାଠି ଗଲେ । ସେ ତାର ବନ୍ଧୁତା ରେ ଏପରି ବାନ୍ଧିଲା ଯେ ପିଲାଟି ବେଙ୍ଗି ପିତ୍ତଳ ରୁ ସୁନା ପାଲଟି ଗଲା । ଯେ ବିଛୁଆତି ପରି ସମସ୍ତଙ୍କୁ କୁଣ୍ଡେଇ ହେଉଥିଲା , ସେ ତୁଳସୀ ପରି ସମସ୍ତ ଆଦରର ପାତ୍ର ହୋଇ ଉଠିଲା ଏବଂ ସବୁଥିରେ ପ୍ରଥମ ସ୍ଥାନ ଅଧିକାର କଲା । ଦିନକର ଘଟଣା _ତା'ରା ସାଙ୍ଗ ର ଜନ୍ମ ଦିନ ଆସିଲା ଏବଂ ସେ ତା ସାଙ୍ଗ ପାଇଁ ନିଜ ଉପାର୍ଜନ ଟଙ୍କାରୁ ଗୋଟିଏ ସୁନ୍ଦର ଗୀତ ବହି ଟେ କିଣିଲା ଏବଂ ତା'ର ବନ୍ଧୁ କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା ସିନା କିଏ ଜାଣିଥିଲା ସମୟ ଏତେ ନିଷ୍ଠୁର କାଳ କ୍ରମରେ ପରୀକ୍ଷା ଶେଷ ହୋଇଗଲା ଏବଂ ତାର କଲେବରରୁ ସତେ ଯେପରି ଆତ୍ମା ବାହାରି ଗଲା କାରଣ ସମସ୍ତେ ପରୀକ୍ଷା ଶେଷରେ ଖୁସି ହୋଇଥାନ୍ତି ମାତ୍ର ଦୁଃଖୀ ହେବାର କାରଣ ପରୀକ୍ଷା ଶେଷରେ ତାର ସାଙ୍ଗ ତାଙ୍କ ଘରକୁ ଫେରିଯିବ । ଏବଂ ତା'ର ଫେରି ଯିବାର ଖବର ଶୁଣି ହୃଦୟରୁ ସ୍ପନ୍ଦନ ବନ୍ଦ୍ ହୋଇଗଲା ଆଉ ଆଖିରୁ ଝରିପଡିଲା ସ୍ନେହ ପ୍ରେମ ଅନୁରାଗ ଅଭିମାନ ର ଗଙ୍ଗା ଯମୁନା । ତା'ର ଦୁଃଖକୁ ଟିକେ ବି ନ ଜଣାଇ ହସି ହସି ବିଦାୟ ଦେଲା ତାର ପ୍ରକୃତ ବନ୍ଧୁକୁୁ ।

ବିଦାୟ ସିନା ହସି ହସି ଦେଲା , ତା'ର ହୃଦୟ ର ଯନ୍ତ୍ରଣାକୁ ଚାପିଦେଇ । ମାତ୍ର ସେବେଠୁ ଆଜି ପର୍ଯ୍ୟନ୍ତ ତାକୁ ଖୋଜିବାକୁ ଲାଗିଛି ଏବଂ ଅପେକ୍ଷା କରିଛି। ପୁଣି ତା ସାଙ୍ଗ କେବେ ଫେରି ଆସିବ । ଆଉ ଏ ଶୁଷ୍କ ସାଗର ପୁଣି ହୋଇଯିବ ପରିପୂର୍ଣ୍ଣ ଏବଂ ଦୁହିଁଙ୍କ ପାଟିରୁ ବାହାରି ପଡିବ , "ଆମ ବନ୍ଧୁତା ଅମର"।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract