Aminilu Ray

Abstract

2  

Aminilu Ray

Abstract

ଆଳାପ

ଆଳାପ

1 min
314



ତିଥି, ନକ୍ଷତ୍ର, ଲଗ୍ନ ଓ ଶୁଭବେଳା ଦେଖି ବୈଦିକ ରିତିରେ ଅବିନାସଙ୍କ ସହିତ ବିନୀର ବିବାହ କାର୍ଯ୍ୟ ସଂପନ୍ନ ହେଲା । ଚତୁର୍ଥୀ ରାତିରେ ସେ ସ୍ମିତ ହସି ବିନୀକୁ କହିଲେ ତମେ ପରା କହିଥିଲ, ରୁମାଲ ଦେଲେ କୁଆଡେ ସମ୍ପର୍କ ତୁଟିଯାଏ । ଏବେ କୁହ, ମୋ କଥା ଠିକ୍, ନା ତୁମ କଥା ? ବିନୀ ଲାଜରେ ତାଙ୍କ ଛାତିରେ ମୁଣ୍ଡରଖି କହିଲା ସେଦିନର କଥାକୁ ତମେ ଆଜିଯାଏ ମନେରଖିଛ ? ଅବିନାସ ବାବୁ ଖୁସିରେ ଗଦ୍ ଗଦ୍ ହୋଇ ପୁଣି କହିଲେ ଜାଣିଛ, ଏଇ ରୁମାଲ ଖଣ୍ଡିକ ଯୋଗୁଁ ମୁଁ ପଢିପାରିଲି, ଚାକିରୀ ପାଇଲି, ଦୁଇ ଦୁଇଟା ଭଉଣୀକୁ ବାହାଦେଲି, ଶେଷରେ ତୁମକୁ ବି ପାଇଲି । ସତରେ, ଏ ବର୍ଷଟା ମୋ ପାଇଁ ଯେମିତି ଲକି, ରୁମାଲଟା ବି ସେମିତି ।

   ରାତିର ବୟସ ବଢୁଥିଲା । ଦୁଇଜଣଙ୍କ ମଧ୍ୟରେ ମଧୁର ଆଳାପ ସରୁନଥିଲା । ଗପସପରେ ପୂର୍ଣ୍ଣଛେଦ ଟାଣିବା ପାଇଁ ବିନୀ କହିଲା – ମୋତେ ନିଦ ଆସିଲାଣି । ପ୍ଲିଜ୍ ଶୋଇପଡ ।



Rate this content
Log in

Similar oriya story from Abstract